spot_img
Home Blog Page 5652

ଝାରପଡ଼ା ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ୨ଟି ମୋବାଇଲ୍ ସିଜ୍

ଭୁବନେଶ୍ୱର: ଜେଲର ସେଲରେ ମୋବାଇଲ୍ ଫୋନ୍ । ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ପୁଣି ଥରେ ମୋବାଇଲ୍ ଜବତ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ୨ଟି ମୋବାଇଲ୍ ମିଳିଛି । ଡିଜିଙ୍କ ନେତୃତ୍ୱରେ ଜେଲରେ ଚଢ଼ାଉ ହୋଇଥିବା ବେଳେ ମୋବାଇଲ୍ ମିଳିଛି । ମାଟି ତଳେ ଓ ସିମେଣ୍ଟ ଖୋଳି ଅପରାଧୀ ମୋବାଇଲ ଲୁଚାଇ ରଖିଥିବା ସୂଚନା ମିଳିଛି ।

Two Mobile Seized From Hardcore Criminals In Jharapada Jail

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ମୋବାଇଲ୍ ଜବତ ପରେ ୨ ଜଣଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ମୋବାଇଲ୍ ରଖିଥିବା ଅନ୍ତେବାସୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ହାର୍ଡକୋରଙ୍କ ଏରିଆ ଅଫ୍ ଅପରେସନରେ ପରିବର୍ତ୍ତନ ହେବ । ଆଗାମୀ ଦିନରେ ଜେଲରେ ଚଢ଼ାଉ ବ୍ୟାପକ କରାଯିବ ବୋଲି କହିଛନ୍ତି ଜେଲ ଡିଜି । ୨ ଦିନ ପୂର୍ବେ ୯ଟି ମୋବାଇଲ ଜବତ ହୋଇଥିଲା ।

ପ୍ଲାଜମା ବ୍ୟବହାର ପରେ ଆହୁରି ଶକ୍ତିଶାଳୀ ହେଉଛି କରୋନା ଭ୍ୟାରିଏଣ୍ଟ !

ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍‌ମାର ବ୍ୟବହାର ଘାତକ ହୋଇପାରେ । ପ୍ଲାଜମା ବ୍ୟବହାର ପରେ ଆହୁରି ଶକ୍ତିଶାଳୀ ହେଉଛି କୋଭିଡ୍ ଭ୍ୟାରିଏଣ୍ଟ । ତେଣୁ ଅନାବଶ୍ୟକ ଭାବେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ବ୍ୟବହାର କରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛନ୍ତି ଆଇସିଏମଆର ଏବଂ ଏମ୍ସ । ପ୍ରଥମ ଲହର ପରେ କରୋନାରୁ ଭଲ ହୋଇଥିବା ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ଆଣି ଗୁରୁତର ସଂକ୍ରମିତ କ୍ଷେତ୍ରରେ ବ୍ୟବହାର କଲେ ସେମାନେ ଭଲ ହୋଇଯାଆନ୍ତି ବୋଲି କୁହାଯାଉଥିଲା ।

 ICMR to Deliberate on Plasma Therapy for Covid-19 Patients

ଅନେକ କ୍ଷେତ୍ରରେ ଏହା ସତ ମଧ୍ୟ ପ୍ରମାଣିତ ହେଉଛି । କିନ୍ତୁ ଏବେ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ପ୍ଲାଜମା ବ୍ୟବହାର ଦ୍ବାରା କରୋନା ଭାଇରସର ଭିନ୍ନ ଭିନ୍ନ ରୂପ ସୃଷ୍ଟି ହେଉଛି । ପ୍ଲାଜମା ଭାଇରସ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ତୁରନ୍ତ ଏହାର ବ୍ୟବହାର ଉପରେ କଟକଣା ଲଗାଯିବା ଦରକାର  । ଅନେକ ସ୍ଥାନରେ ଏବେ ବି ପ୍ଲାଜମା ସନ୍ଧାନରେ ଲୋକେ ମେଡିକାଲରେ ଭିଡ଼ ଜମାଉଛନ୍ତି ।

ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଲକଡାଉନ୍ ସତ୍ତ୍ୱେ ସଂକ୍ରମଣରେ ଲାଗୁନି ବ୍ରେକ୍ । ପୁଣି ଲକଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମେ ୩୧ ଯାଏ ମହରାଷ୍ଟ୍ରରେ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ ।

ଅନ୍ୟପଟେ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇ ପାରିନାହିଁ । ସେଥିରେ ଏବେ ରୋକ୍ ଲଗାଇ ଦିଆଯାଇଛି । ମେ ୨୦ ସୁଦ୍ଧା ସେରମ୍ କୋଭିସିଲ୍ଡ ଭ୍ୟାକ୍ସିନ୍ ଯୋଗାଇ ବୋଲି ଜଣାଇଛି । ଟିକା ମିଳିବା ପରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୬ ହଜାର ୭୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୮୫ ହଜାର ୮୦୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାବତ୍ ୫୨ ଲକ୍ଷ ୨୬ ହଜାର ୭୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬ ଲକ୍ଷ ୧୯୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୫ ଲକ୍ଷ ୪୬ ହଜାର ୧୨୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

କୋଭିଡ୍‌ ସମୟରେ ୭୮୬ ଜଣ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିସ୍

ଭୁବନେଶ୍ୱର: ରାଜ୍ୟରେ ପୂରଣ ହେବ ୭୮୬ ଡାକ୍ତର ପଦବୀ । ଅନଲାଇନ ଯୋଗେ ନିଯୁକ୍ତି ପରୀକ୍ଷା ସରିଥିବା ବେଳେ କୃତକାର୍ଯ୍ୟ ହୋଇଥିବା ୭୮୬ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସୁପାରିସ୍ କରିଛି OPSC ବା ଓଡ଼ିଶା ଲୋକସେବା ଆୟୋଗ । କରୋନା ସଙ୍କଟ ଯୋଗୁଁ ଡାକ୍ତର ପଦବୀ ପାଇଁ ତୁରନ୍ତ ନିଯୁକ୍ତି ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ ୨୮ ତାରିଖରେ OPSC ପକ୍ଷରୁ କରାଯାଇଥିବା ପରୀକ୍ଷାରେ ୧୪୯୧ ପରୀକ୍ଷାର୍ଥୀ ଭାଗ ନେଇଥିଲେ ।

OPSC Recommends 786 Doctors Name For Appointment During Covid

ପରୀକ୍ଷା ହେବାର ମାତ୍ର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରି ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ସଂସ୍କାରମୂଳକ ପଦକ୍ଷେପର ନମୂନା ପ୍ରଦର୍ଶନ କରିଛି ଓଡ଼ିଶା ଲୋକସେବା ଆୟୋଗ । ଅନଲାଇନ ଯୋଗେ ହୋଇଥିବା ଏହି ପରୀକ୍ଷା ପଦ୍ଧତିକୁ ତ୍ରୁଟିଶୂନ୍ୟ ଓ କମ୍ ସମୟ ସାପେକ୍ଷରେ କରିପାରିଛି OPSC । ଚୂଡ଼ାନ୍ତ ଫଳ OPSC ଓ୍ବେବସାଇଟ୍ opsc.gov.inରେ ପରୀକ୍ଷାର୍ଥୀମାନେ ଦେଖିପାରିବେ ।

ସଂକ୍ରମଣରେ ସର୍ବକାଳୀନ ରେକର୍ଡ, ବିଏମସି ଅଞ୍ଚଳରୁ ୧୨୯୪ ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଆଜି ସବୁ ପୁରୁଣା ରେକର୍ଡକୁ ଟପିଛି । ରାଜଧାନୀରେ ପ୍ରଥମ ଥର ଲାଗି ୧୨୦୦ରୁ ଅଧିକ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାର ବିଏମସି ଅଞ୍ଚଳରୁ ୧୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୩ଟି ମାମଲା ଆସିଥିବା ବେଳେ ୧୧୩୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୫୭ ଜଣ, ବଡ଼ଗଡ଼ରୁ ୪୬ ଜଣ, ଜଗମୋହନ ନଗରରୁ ୪୪ ଜଣ, ଓଲ୍ଡ ଟାଉନରୁ ୪୨ ଜଣ, ରସୁଲଗଡ଼ରୁ ୩୬ ଜଣ, ଲକ୍ଷ୍ମୀସାଗରରୁ ୩୬ ଜଣ, ଚିନ୍ତାମଣିଶ୍ୱରରୁ ୩୪ ଜଣ, ବରମୁଣ୍ଡାରୁ ୩୪ ଜଣ, ମଞ୍ଚେଶ୍ୱରରୁ ୩୨ ଜଣ, ଝାରପଡ଼ାରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୮୦୩ ଜଣ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ନୂଆ ୧୨୯୪ ସଂକ୍ରମଣ ମାମଲା ସହ ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ୬୬କୁ ବୃଦ୍ଧି ପାଇଛି । ୪୫ ହଜାର ୫୮୧ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧୧ ହଜାର ୧୭୮ଟି ସକ୍ରିୟ ମାମଲା ରହିଛି । କରୋନାରେ ବିଏମସି ଅଞ୍ଚଳରୁ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି ।

ଚଳିତ ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ କୋଟି ଡୋଜ୍ କୋଭାକ୍ସିନ୍ ଉତ୍ପାଦନ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବ୍ୟାପୁଛି । ଅନ୍ୟପଟେ ଦେଶର ଅଧିକାଂଶ ରାଜ୍ୟରେ ଭ୍ୟାକ୍ସିନର ଅଭାବ ପରିଲକ୍ଷିତ ହେଉଛି । ଏହାରି ଭିତର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ କହଛି, ମେ-ଜୁନ୍ ସୁଦ୍ଧା କୋଭାକ୍ସିନ୍ ଟିକା ଉତ୍ପାଦନ ଦୁଇ ଗୁଣା ବୃଦ୍ଧି ପାଇବ । ଜୁଲାଇ-ଅଗଷ୍ଟ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ପ୍ରାୟ ୬ରୁ ୭ ଗୁଣା ବଢ଼ିବ ।

ମନ୍ତ୍ରଣାଳୟର ସୂଚନା ଅନୁସାରେ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ କୋଟି କୋଭାକ୍ସିନ୍ ଉତ୍ପାଦନ ହୋଇ ପାରିବ । କୋଭାକ୍ସିନ୍ ଉତ୍ପାଦନ ପାଇଁ ଭାରତ ବାୟୋଟେକକୁ ସରକାର ପ୍ରାୟ ୬୫ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ଏହାବ୍ୟତୀତ ତିନିଗୋଟି ରାଷ୍ଟ୍ରାୟତ ଉଦ୍ୟୋଗ ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ପାଇଁ ସହଯୋଗ କରୁଛନ୍ତି ।

ମେ ୧୦ରେ ଭାରତ ବାୟୋଟେକ୍ ୧୮ ରାଜ୍ୟକୁ ଟିକା ପଠାଇଛି । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଆସାମ, ଜମ୍ମୁକାଶ୍ମୀର, ତାମିଲନାଡ଼ୁ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଆଦି ୧୮ ରାଜ୍ୟକୁ ଟିକା ଦେଉଛି ଭାରତ ବାୟୋଟେକ୍ ।

କରୋନାକୁ ନେଇ ଭାଇରାଲ୍ ହେଉଥିବା ୮ ମିଛ, ରୁହନ୍ତୁ ଏସବୁଥିରୁ ସତର୍କ…

ଭୁବନେଶ୍ୱର: କୋଭିଡ୍ ସଙ୍କଟରେ ଥରହର ହେଉଛି ପୂରା ବିଶ୍ୱ । ଭାରତରେ ସ୍ଥିତି ବିଗିଡିବା ସହିତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ବିପଦ ସମୟରେ କରୋନା ସମ୍ବନ୍ଧୀୟ ଅନେକ ତଥ୍ୟ ଭାଇରାଲ୍ ହେଉଛି । ଯାହାକୁ ନେଇ ଲୋକମାନେ ଭୟଭୀତ ହେବା ସହିତ ଆଶଙ୍କାରେ ପଡ଼ି ଯାଉଛନ୍ତି । ଆସନ୍ତୁ ଜାଣିବା ସେହିଭଳି ୮ଟି ଭାଇରାଲ୍ ଖବର । ଯେଉଁ ଖବର ଆପଣ ଶୁଣି ଭୟଭିତ ଅବସ୍ଥାରେ ଥାଇପାରନ୍ତି। ଆପଣ ଶୁଣିଥିବା ଖବର କେତେ ସତ କେତେ ମିଛ । କଣ କହୁନ୍ତି ବୈଜ୍ଞାନିକ ।

ଦ୍ୱିତୀୟ ଥର କରୋନା

ଆପଣ କରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇଥିଲେ କି ? ଯଦି ହୋଇଥିବେ ପୁଣିଥରେ ଆପଣଙ୍କୁ କରୋନା ହେବ ନାହିଁ । ଏଭଳି ଏକ ଖବର ଏଵେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେବେ ବାସ୍ତବରେ ଏହି ତଥ୍ୟର କୌଣସି ବାସ୍ତବିକତା ନାହିଁ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ କୋଭିଡର ନୁଆ ଷ୍ଟ୍ରେନ୍ପ୍ର ଥମ ଭାଇରସ ତୁଳନାରେ ଅଧିକ ଘାତକ । ଯଦି ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ତେବେ ଆପଣ ପୁନଶ୍ଚ ସଂକ୍ରମିତ ହେବେ । ବିଶେଷଜ୍ଞଙ୍କ ମତରେ ଟିକା ନେଲେ ମଧ୍ୟ ସଂକ୍ରମଣ ଭୟ ରହିଛି ଏବଂ ଏହାର ନଜିର ରହିଛି ।

ଗୋଟିଏ ଡୋଜ୍ ଯଥେଷ୍ଟ ?

ଗୋଟିଏ ଡୋଜ୍ଟି କା କରୋନାକୁ ବିନାଶ କରିବାକୁ ଯଥେଷ୍ଟ । ତେବେ ଏହା ମଧ୍ୟ ଅବାସ୍ତବ ଏବଂ ମନଗଢ଼ା କାହାଣୀ । ବୈଜ୍ଞାନିକଙ୍କ ମତରେ ଦ୍ୱିତୀୟ ଡୋଜ୍  ନିହାତି ଜରୁରୀ । କାରଣ ପ୍ରଥମ ଡୋଜର ଏକ ମାସ ବ୍ୟବଧାନରେ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଦ୍ୱିତୀୟ ଡୋଜ ପରେ ଶରୀରର ସୁସ୍ଥ ସ୍ତର ଆସିଥାଏ ଏବଂ ଶରୀରର ଆଣ୍ଟିବଡି ବଢିଥାଏ ।

ପିରିୟର୍ଡ୍ସ ସମୟରେ ଟିକା

ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଟିକା ନେବା ଅନୁଚିତ୍ । ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଏଭଳି ଗୁଜବକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହି ସମୟରେ ମାସିକ ଟିକା ନେବା ହିଁ ମହିଳାଙ୍କ ପାଇଁ ସୁରକ୍ଷିତ ।

ଟିକା ନେଲେ ହେବନି କରୋନା ?

ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଥିଲା ବେଳେ ଟିକା ନେଲେ କରୋନା ହେବ ନାହିଁ ବୋଲି ଗୁଜବ ପ୍ରଚାର ହେଉଛି । ତେବେ ସତ କଥା ହେଲା ଭ୍ୟାକ୍ସିନ୍ ନେଲେ ମଧ୍ୟ ସଂକ୍ରମିତ ହୋଇପାରନ୍ତି । ଟିକା ନେଇ ମଧ୍ୟ ଦେଶରେ ଅନେକ କରୋନା ସଂକ୍ରମିତ ହେଲେଣି ।

ଭ୍ୟାକ୍ସିନ୍ ନେଲେ ଆବଶ୍ୟକ ନାହିଁ ମାସ୍କ ?

ସେପଟେ ଆଉ ଏକ ବଡ଼ ଭାଇରାଲ୍ ତଥ୍ୟ ହେଉଛି ଭ୍ୟାକ୍ସିନ୍ ନେଲା ପରେ ମାକ୍ସ ପିନ୍ଧିବା ଆବଶ୍ୟକ ନାହିଁ  । ତେବେ ମାସ୍କ ପିନ୍ଧିବା ଜରୁରୀ ବୋଲି WHO କହିଛି । ଟିକା ନେଲେ ମଧ୍ୟ ବିପଦ ଆପଣଙ୍କ ପାଖେପାଖେ ରହିଛି । ତେଣୁ ମାସ୍କ ଆଉ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ।

ଟିକା ନେଲେ ହେବ କ୍ୟାନସର ?

ଆପଣ ଧୁମ୍ରପାନ କରୁଛନ୍ତି କି ? ଟିକା ନେଲେ ଆପଣଙ୍କୁ କ୍ୟାନସର ହେବ । ଏଭଳି କିଛି ଖବର ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ତେବେ ଏପରି କିଛିବି ହେବ ନାହିଁ । ଧୁମ୍ରପାନ ବା ମଦ୍ୟପାନ କରୁଥିବା ବ୍ୟକ୍ତି ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ସେମାନେ ଟିକା ନେବା ଆବଶ୍ୟକ ।

ସଂକ୍ରମିତଙ୍କୁ ଲୋଡ଼ା ନାହିଁ ଟିକା ?

ତେବେ ଆପଣି ଯଦି କରୋନରେ ସଂକ୍ରମିତ ହୋଇଛନ୍ତି ତେବେ ଭ୍ୟାକ୍ସିନ୍ ଜରୁରୀ ନୁହେଁ । ଏଭଳି ଖବର ସମ୍ପୁର୍ଣ୍ଣ ମିଛ । କାରଣ ସଂକ୍ରମିତ ହେଲାପରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ କୌଣସି ଗ୍ୟାରେଣ୍ଟି ନଥାଏ । ତେଣୁ ଆଉଥରେ ମଧ୍ୟ ଆପଣଙ୍କୁ କରୋନା ହେବାର ଆଶଙ୍କା ରହିଛି । WHO ଅନୁସାରେ ଭ୍ୟାକ୍ସିନ୍ ନେବା ନିହାତି ଆବଶ୍ୟକ ।

ମଧୁମେହ ରୋଗୀଙ୍କୁ ଟିକା ମନା ?

ତେବେ ଯେଉଁଲୋକ ଡାଇବେଟିସ ଓ ବ୍ଲଡପ୍ରେସର ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କ ପାଇଁ ଟିକା କ୍ଷତିକାରକ । ବାସ୍ତବରେ ଏହି ତଥ୍ୟରେ ମଧ୍ୟ ସତ୍ୟତା ନାହିଁ । କାରଣ ଏହି ଶ୍ରେଣୀର ଲୋକଙ୍କ ପାଇଁ କରୋନା ବେଶି କ୍ଷତିକାରକ । ତେଣୁ ଏମାନେ ଶୀଘ୍ର ଟିକା ନେବା ଦରକାର।
ପରିଶେଷରେ ନଜର ପକାବା ଆଉ ଏକ ଗୁଜବ ଉପରେ।

ଏକାଧିକ ରୋଗ ଥିଲେ ଟିକା ମନା ?

ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଟିକା ନେବା କ୍ଷତିକାରକ । ତେବେ ଏଠି ଆମେ କହି ରଖୁଛୁ ଏହା ମଧ୍ୟ ମିଛ ଖବର । ସୋସିଆଲ ମିଡିଆରେ ବୁଲୁଥିବା ଏଭଳି ଭାଇରାଲ ଖବରଠୁ ଆପଣ ଯଥାସମ୍ଭବ ଦୂରେଇ ରୁହନ୍ତୁ । ସରକାର, ସ୍ୱାସ୍ଥ୍ୟ ବିଭାଗ ଦେଉଥିବା ଖବରକୁ ଗ୍ରହଣ କରି କରୋନା ବିରୋଧରେ ଲଢେଇ କରନ୍ତୁ ।

୩୨୨.୫ କୋଟି ମୂଲ୍ୟର ଦେଢ଼ ଲକ୍ଷ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ କିଣିବ କେନ୍ଦ୍ର

ନୂଆଦିଲ୍ଲୀ: ଡିଆରଡିଓ ଦ୍ୱାରା ବିକଶିତ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ କିଣିବେ କେନ୍ଦ୍ର ସରକାର । ଦେଢ଼ ଲକ୍ଷ ୟୁନିଟ୍ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ । ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୨୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ।

କିଣାଯିବାକୁ ଥିବା ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ମଧ୍ୟରୁ ୧ ଲକ୍ଷ ମାନୁଆଲ୍ ଭାବେ ଚାଲିବ । ୫୦ ଲକ୍ଷ ଅଟୋମେଟିକ୍ ଅକ୍ସିକେୟାର୍ ସିଷ୍ଟମ ଏନଆରବିଏମ୍ ମାସ୍କ ସହିତ ଆସିବ । କରୋନା କାଳରେ ଅଧିକାଂଶ ରୋଗୀ ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ବେଳେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ତେବେ ହାଇପୋକ୍ସିଆରେ ପୀଡ଼ିତ ଆକ୍ରାନ୍ତ ଏହା ବ୍ୟବହାର କରିବେ ନାହିଁ ।

ଡିଆରଡିଓର ଡିଫେନ୍ସ ବାଓ ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟ୍ରୋ ମେଡିକାଲ୍ ଲାବ୍ରୋଟୋରୀ ବେଙ୍ଗଳୁରୁ ଦ୍ୱାରା ବିକଶିତ ଏହି ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ ସେନାରେ ମଧ୍ୟ ବ୍ୟବହାର ହେଉଛି । ବିଶେଷକରି ସିୟାଚୀନ୍ ଭଳି ଉଚ୍ଚସ୍ଥାନରେ ମୁତୟନ ଯବାନ ଏହାକୁ ବ୍ୟବହାର କରୁଛନ୍ତି ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କଲା CBI

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାଁ ରହିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତଦନ୍ତକାରୀ ଟିମ୍ ଚାର୍ଜସିଟ ଦାଖଲ କରିଛି । ଅଞ୍ଜନା ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର୍ ଥିଲା । ପ୍ରାୟ ୨୨ ବର୍ଷ ପରେ ଗତ ଫେବ୍ରୁଆରୀ ମାସରେ ମହାରାଷ୍ଟ୍ରରୁ ବିବନକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରିଫ ପରେ ବିବନକୁ ସିବିଆଇକୁ ହସ୍ତାନ୍ତର କରିଥିଲା ପୋଲିସ ।

CBI Files Charge Sheet In Anjana Mishra gangrape case

ବିବନ ଗିରଫ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଥିଲା । ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ଅଞ୍ଜନା ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଥିଲେ । ତା’ପରେ ସିବିଆଇ ବିବନକୁ ୨ ଦିନିଆ ରିମାଣ୍ଡରେ ମାରାଥନ୍ ଜେରା କରିଥିଲା । ୧୯୯୯ ମସିହା ଜାନୁଆରୀ ମସିହାରେ ଯେଉଁସ୍ଥାନରେ ଘଟଣା ଘଟିଥିଲା ସେଠାରେ ବିବନ ଡେମୋ ମଧ୍ୟ ଦେଖାଇଥିଲା ।

୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ବେଲଗାଛିଆରେ ଅଞ୍ଜନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡ଼ିଥିଲେ । ଅପରାଧର ୨୨ ବର୍ଷ ପରେ ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୋଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା ।

ଏହି ଜିଲ୍ଲାରେ ଯାହାର ଟେଷ୍ଟ୍ ହେଉଛି ସିଏ ବାହାରୁଛି ପଜିଟିଭ୍

ପଣ୍ଡିଚେରୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁବା ପରେ ଏବେ ଦକ୍ଷିଣ ଭାରତରେ ତାଣ୍ଡବ ରଚୁଛି ମହାମାରୀ କରୋନା । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ କରୋନା ଭୟଙ୍କର ଭାବେ ମାଡ଼ି ଚାଲିଛି । ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ପ୍ରଥମ ଥର ପାଇଁ ମଙ୍ଗଳବାର ସବୁଠୁ ରେକର୍ଡ ସଂଖ୍ୟକ ମାମଲା ଆସିଛି । ୨୪ ଘଣ୍ଟାରେ ୨ ହଜାର ୪୯ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଉ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି ୟନମ ଜିଲ୍ଲା । ୟନମରେ କରୋନା ସଂକ୍ରମଣ ହାର ଦେଶରେ ସବୁଠୁ ଅଧିକ ୯୬.୯ ପ୍ରତିଶତ ରହିଛି ।

Yanam District Has Highest Corona Positivity Rate In India

ଏହି ଜିଲ୍ଲାରେ ଯିଏ କେହି କି କରୋନା ଟେଷ୍ଟ କରୁଛି ତା’ ରିପୋର୍ଟ ପଜିଟିଭ୍ ଆସୁଛି । ହସ୍ପିଟାଲରେ ବେଡ୍ ଅଭାବ ସାଙ୍ଗକୁ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମ୍ବଳ ଅଭାବ ଦେଖାଦେଇଛି । ଜିଲ୍ଲାର ଗ୍ରାମାଞ୍ଚଳ ସ୍ଥିତି ବେଶ୍ ସଙ୍ଗୀନ୍ । ଗତ ସପ୍ତାହରେ ଦେଶର ୧୭ ଜିଲ୍ଲାରେ ପଜିଟିଭ୍ ହାର ୪୮ ପ୍ରତିଶତରୁ ଅଧିକ ଥିଲା । ଏଥିରେ ଅଧିକାଂଶ ଗ୍ରାମାଞ୍ଚଳ ରହିଛି ।

Yanam District Has Highest Corona Positivity Rate In India

ମଙ୍ଗଳବାର ପୁଡୁଚେରୀରେ ୩୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ୧୪ ବର୍ଷର ମଧୁମେହ ଆକ୍ରାନ୍ତ ନାବାଳିକା ଥିବାବେଳେ କୌଣସି ରୋଗରେ ଆକ୍ରାନ୍ତ ନଥିବା ୨୫ ବର୍ଷର ମହିଳା ଆଖି ବୁଜିଛନ୍ତି । ପୁଡୁଚେରୀରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଇରକଲରେ ୬ ଜଣ, ୟନମରେ ୨ ଜଣ ପ୍ରାଣ ହରାଇଛନ୍ତି । ପୁଡୁଚେରୀରେ ସବୁଠୁ ଅଧିକ ୮୨୮ ଜଣଙ୍କ ଜୀବନ ନେଇଛି ମହାମାରୀ । କଇରକଲରେ ୧୦୮, ୟନମରେ ୬୪ ଓ ମାହେରେ ୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Yanam District Has Highest Corona Positivity Rate In India

ପୁଡୁଚେରୀରେ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଏଯାବତ୍ ୭୫ ହଜାର ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୯ ହଜାର ୧୭୭ ଜଣ ସୁସ୍ଥ ହୋଇଛନ୍ତି । ପୁଡୁଚେରୀରେ ସୁସ୍ଥତା ହାର୍ ୭୮.୮୮ ପ୍ରତିଶତ ରହିଛି । ଯାହାକି ଜାତୀୟ ସୁସ୍ଥ ହାର ଠାରୁ କମ୍ । ପୁଡୁଚେରୀରେ ଏବେ ସୁଦ୍ଧା ୨.୧୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।