spot_img
Home Blog Page 5653

ହମାସ ହମଲାରେ ଭାରତୀୟ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ । ଇସ୍ରାଏଲ ଉପରେ ଇସଲାମିକ ଆତଙ୍କବାଦୀ ସଂଗଠନ ହମାସ ରକେଟ୍ ଆକ୍ରମଣ କରୁଛି । ସୋମବାରଠାରୁ ଏପର୍ଯ୍ୟନ୍ତ ଇସ୍ରାଏଲ ଉପରେ ହମାସ ୩୦୦ ରକେଟ୍ ମାଡ କରିଛି । ହମାସର ରକେଟ୍ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଭାରତୀୟ ମହିଳା । ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୩୫ ପାଲେଷ୍ଟାଇନ୍ ଓ ୩ ଜଣ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଲେଣି ।

ବିବିସି ରିପୋର୍ଟ ଅନୁସାରେ ସୋମବାରଠାରୁ ମଙ୍ଗଳବାର ମଧ୍ୟରେ ହମାସ ଇସ୍ରାଏଲୀ ସୀମା ଭିତରକୁ ୩ଶହ ରକେଟ୍ ମାଡ କରିଛି । ଅନ୍ୟପକ୍ଷରେ ଇସ୍ରାଏଲ ଏହାର ଯବାବରେ ପାଲେଷ୍ଟାଇନର ୧୫୦ ସ୍ଥାନ ଉପରେ ଆକ୍ରମଣ କରିଛି । ଇସ୍ରାଏଲର ଦାବି ଯେ, ହମାସ ରକେଟ ମଧ୍ୟରୁ ୯୦ ପ୍ରତିଶତକୁ ଆକାଶରେ ହିଁ ଧ୍ୱଂସ କରାଯାଇଛି । ଅତ୍ୟାଧୁନିକ ଆଇରନ୍ ଡୋମ୍ ସିଲ୍ଡ ରକେଡ୍ ଆକ୍ରମଣକୁ ପ୍ରତିହତ କରିଥିବା ଇସ୍ରାଏଲ ଦାବି କରୁଛି ।

Indian woman in Israel killed in rocket attack by Palestinian militants from Gaza

ହମାସ ହିଂସାର ଶିକାର ହୋଇଥିବା ଭାରତୀୟ ମହିଳାଙ୍କ ନାମ ହେଉଛି ସୌମ୍ୟା ସନ୍ତୋଷ । ସେ ଗତ ୭ ବର୍ଷ ଧରି ଇସ୍ରାଏଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଇସ୍ରାଏଲ କବଜାରେ ଥିବା ଗାଜା ଷ୍ଟ୍ରିପର ଆସ୍କୋଲାନ ସହରର ଏକ ପରିବାରର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ସେ ଦେଖାଶୁଣା କରୁଥିଲେ । ମଙ୍ଗଳବାର ଦିନ ସେ ରହୁଥିବା ଘର ଉପରେ ରକେଟ୍ ପଡିଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।

Indian woman in Israel killed in rocket attack by Palestinian militants from Gaza

ସୌମ୍ୟା ସନ୍ତୋଷଙ୍କ ନିଜ ଘର କେରଳର ଇଡୁକି । ସୌମ୍ୟାଙ୍କ ସ୍ୱାମୀ ଓ ୯ ବର୍ଷର ପୁଅ କେରଳରେ ରୁହନ୍ତି । ରୋଜଗାର ପାଇଁ ୭ ବର୍ଷ ତଳେ ସେ କେରଳ ଛାଡି ଇସ୍ରାଏଲ ଯାଇଥିଲେ । ସୌମ୍ୟାଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ.ଜୟସଂକର ଶୋକବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସୌମ୍ୟାଙ୍କ ମରଶରିରକୁ ଭାରତ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେଇଛି ।

ଇସ୍ରାଏଲର ଅଭିଯୋଗ ଯେ,ହମାସ ବେସାମରିକ ଅଂଚଳକୁ ଟାର୍ଗେଟ୍ କରୁଛି । ହମାସର ହମଲାକୁ ଦେଖି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଗାଜା ଷ୍ଟ୍ରିପର ଇସ୍ରାଏଲ ଅଧିକୃତ ଅଂଚଳରେ ଜରୁରୀକାଳିନ ପରିସ୍ଥିତି ଜାରି କରିଛନ୍ତି ।

Indian woman in Israel killed in rocket attack by Palestinian militants from Gaza

ସୂଚନାଯୋଗ୍ୟ ଯେ, ପୂର୍ବ ଜେରୁଜେଲମରୁ ପାଲେଷ୍ଟାଇନ୍ ପରିବାରଙ୍କୁ ବାହାରିଯିବାକୁ ଧମକ ମିଳିବା ପରେ ହମାସ ଏହି ଆକ୍ରମଣ କରିଥିଲା । ଜେରୁଜେଲମର ନିୟନ୍ତ୍ରଣ କୁ ନେଇ ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ନୂଆ ନୁହେଁ । ଇସ୍ରାଏଲର ଗଠନ ପରଠାରୁ ଓ ୧୯୬୭ର ୭ ଦିନିଆ ଯୁଦ୍ଧ ପରଠାରୁ ମଝିରେ ମଝିରେ ଏଭଳି ହିଂସାତ୍ମକ ଘଟଣା ଦେଖିବାକୁ ମିଳେ । ୧୯୪୮ରେ ଗଠିତ ଇସ୍ରାଏଲକୁ ଆରମ୍ଭରୁ ହିଁ ଆରବର ମୁସଲିମ୍ ରାଷ୍ଟ୍ର ନାପସନ୍ଦ କରୁଥିଲେ । ଇହୁଦି ରାଷ୍ଟ୍ର ଇସ୍ରାଏଲର ଜନ୍ମ ସହ ଏହାକୁ ଧ୍ୱଂସ କରିବାକୁ ଆରବ ଦୁନିଆରେ ଦାବି ଉଠିଥିଲା । ତେଣୁ ଇସ୍ରାଏଲର ଜନ୍ମ ସହିତ ଏହା ଉପରେ ଆକ୍ରମଣ ହୋଇଥିଲା । ତେବେ ଇସ୍ରାଏଲ ଏହି ଆକ୍ରମଣକୁ ପ୍ରତିହତ କରିଥିଲା । ତେବେ ୧୯୬୭ର ଯୁଦ୍ଧରେ ଆରବର ପ୍ରମୁଖ ଶକ୍ତି ମିଶରକୁ ପରାସ୍ତ କରିବା ପରେ ଇସ୍ରାଏଲ ମଧ୍ୟପ୍ରାଚ୍ୟର ସର୍ବଶ୍ରଷ୍ଠ ଶକ୍ତି ଭାବେ ଉଭା ହୋଇଥିଲା ।

୧୯୯୦ ଦଶକର ମଧ୍ୟ ଭାଗରେ ଭାରତ ସରକାର ଇସ୍ରାଏଲକୁ ସ୍ୱାଧିନ ରାଷ୍ଟ୍ର ଭାବେ ସ୍ୱୀକୃତି ଦେଇଥିଲେ । ଦୀର୍ଷ ୫୦ ବର୍ଷ ପର୍ଯ୍ୟନ୍ତ ଭାରତ ଆରବ ଲବି ଚାପରେ ଇସ୍ରାଏଲକୁ ସ୍ୱାଧିନ ରାଷ୍ଟ୍ର ଭାବେ ସ୍ୱୀକାର କରୁନଥିଲା । ତେବେ ପିଭି ନରସିଂହ ରାଓଙ୍କ ଅମଳରେ ଭାରତ ଇସ୍ରାଏଲକୁ ସ୍ୱୀକୃତି ଦେବା ସହିତ ଦୁଇ ଦେଶ ମଧ୍ୟରେ ସଂପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ଭାରତ ଓ ଇସ୍ରାଏଲ ମଧ୍ୟରେ ଏବେ ସଂପର୍କ ବେଶ ଦୃଢ ।

ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ, ଫାଇନ୍ କାଟିଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଘଂନ କରି ଚାଲିଥିଲା ବାହାଘର ଭୋଜି। ଖବର ପାଇ ହଠାତ ଭୋଜି ପାଖରେ ପହଞ୍ଚିଥିଲେ ତହସିଲଦାର ଓ ଥାନା ଅଧିକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ।

ସୂଚନା ଅନୁଯାୟୀ, ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କର ଗତ ୮ ତାରିଖରେ ବାହାଘର ହୋଇଥିବା ବେଳେ ଆଜି ସେମାନେ ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ର ଖବର ପାଇ ଭୋଜି ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ।

ଭୋଜି ସ୍ଥଳରେ ପହଁଞ୍ଚିବା ପରେ ପାଖାପାଖି ୨୦୦୦ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଚିକେନ, ଭାତ, ଡାଲି, ତରକାରି, ପାଏସ, ଖଟା ପ୍ରଭୁତି ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଥିଲା । ଏମିତିକି ୮୫୦୦ ଟଙ୍କା ଫାଇନ ଆଦାୟ ମଧ୍ୟ କରାଯାଇଛି।

ତେବେ ଏଥିଯୋଗୁଁ ଗାଁରେ ସଂକ୍ରମଣ ଆଶଙ୍କା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଅପରପକ୍ଷେ ଆଗାମୀ ଦିନରେ ଏଭଳି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

ବଦଳିଲା କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ସମୟ

ଭୁବନେଶ୍ୱର: ଦେଶରେ ଦ୍ବିତୀୟ ଡୋଜ କୋଭିସିଲ୍‌ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି ।

ସୂଚନା ଅନୁଯାୟୀ,  ଦ୍ବିତୀୟ ଡୋଜ କୋଭିସିଲ୍‌ଡ ଟିକାର ଦ୍ୱିତୀୟ ଡୋଜ୍ ୪ରୁ ୬ସପ୍ତାହ ମଧ୍ୟରେ ମିଳିବ ନାହିଁ । ପ୍ରଥମ ଡୋଜ କୋଭିସିଲ୍‌ଡ ଟିକା ଦେବାର ୪୨ ଦିନ ପରେ ମିଳିବ ୨ୟ ଡୋଜ । ପୂର୍ବରୁ ଏହି ଦ୍ବିତୀୟ ଡୋଜ ଲୋକମାନଙ୍କୁ ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଉଥିଲା । କେନ୍ଦ୍ର ସରକାରଙ୍କ Co-WIN ପୋର୍ଟାଲରେ କରିଛନ୍ତି ପରିବର୍ତ୍ତନ ।

ଯାହା ପରେ ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଅସହାୟ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ବିଜୁ ଛାତ୍ର ନେତା

ଭୁବନେଶ୍ୱର: କରୋନା ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବିଜୁ ଛାତ୍ର ନେତା । ଅସହାୟ ଲୋକଙ୍କୁ ବାଣ୍ଟିଛନ୍ତି ୩୦୦ ଖାଦ୍ୟ ପୁଡ଼ିଆ ।

ସୂଚନା ଅନୁଯାୟୀ, କରୋନା କାଳରେ ସାଧାରଣ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଦିନ ମଜୁରିଆ ବେଶୀ ପ୍ରଭାବିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କର ନିର୍ଦ୍ଦେଶରେ ଖଇରା ବ୍ଲକର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।

ଏଥିସହିତ ସଭାପତି ମାନସ କୁମାର ଦାସଙ୍କ ନିଜସ୍ୱ ସ୍ୱଳ୍ପ ରୋଜଗାରରେ କୁରୁଣ୍ଟା ପଞ୍ଚାୟତରେ ୩୦୦ରୁ ଅଧିକ ଦିନମଜୁରିଆଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ଦେବା ସହିତ ମାସ୍କ ବଣ୍ଟନ ଓ କରୋନା ସଚେତନତା ପାଇଁ ପରାମର୍ଶ ଦିଆଯାଇଛି। ଜଣେ ଯୁବକର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଭଳି କାର୍ଯ୍ୟ ପାଇଁ ଲୋକମାନେ ପର୍ଯ୍ୟଟନ ମନ୍ତ୍ରୀ ଓ ସଭାପତି ମାନସକୁ ଆର୍ଶୀବାଦ ଦେଇଥିବା ଜଣାପଡିଛି । ଏଥିରେ ପଞ୍ଚାୟତରେ ଯୁବକ ମାନେ ସହଯୋଗ କରିଥିଲେ।

 

ହଜିଗଲା ମାନବିକତା, କରୋନା ସନ୍ଦେହରେ ଶ୍ମଶାନରେ ମିଳିଲାନି ସ୍ଥାନ

ଟାଙ୍ଗୀ: କୋଭିଡ୍ ସନ୍ଦେହରେ ଯୁବକଙ୍କୁ ଗାଁ ଶ୍ମଶାନରେ ମିଳିଲାନି ଜାଗା । ଭେଣ୍ଡିଆ ପୁଅର ଶବ ଦାହ କରିବାକୁ ମା ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିନଥିଲେ କଥା। ଜ୍ଞାତି କୁଟୁମ୍ବ ବି ପାଖ ଛାଡିଦେଇଥିବା ଜଣାପଡିଛି । ଘଟଣାଟି ଘଟିଛି ଚିଲିକା ଵ୍ଲକ ସରଳ ସିଂ ଗ୍ରାମରେ ।

ଚିଲିକା ବ୍ଲକ ସରଳ ସିଂ ଗ୍ରାମର ଦିବାକର ବାରିକ ଗତକାଲି ସଂଧ୍ୟ୍ୟାରେ ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ବାଲୁଗାଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏତିକିରେ ସବୁ କିଛି ସରିନଥିଲା । କରୋନା ଆକ୍ରାନ୍ତ ସନ୍ଦେହ କରି ମୃତଦେହକୁ କେହି ଛୁଇଁନଥିବା ବେଳେ ଦୂରେଇ ଯାଇଥିଲେ ପରିବାର ଲୋକେ। ଏଭଳି ପରିସ୍ଥିତିରେ ନିଜ ପୁଅର ଶବସତ୍କାର ପାଇଁ କାନ୍ଦି କାନ୍ଦି ସମସ୍ତଙ୍କୁ ନେହୁରା ହେଉଥିଲେ ବୃଦ୍ଧା ମାଆ । ହେଲେ ମଆର କାନ୍ଦ କାହାର ବି କାନରେ ପଡିନଥିବା ଅଥୟ  ତା ପୁଅର ଶବ ସମ୍ମାନର ସହ ସତ୍କାର କରିବା ଲାଗି କ୍ରନ୍ଦନ କରୁଥାଏ ।

ଏଭଳି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ନାଭାଲ ଫାଣ୍ଡି ନିକଟ ଆଖୁଆ ପୋଖରୀ ଶ୍ମଶାନରେ ଶବ ଦାହ କରାଯାଇଥିଲା । ତାଙ୍କ ସହ ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରଵିନ୍ଦ୍ର କୁମାର ମହାଳିକ, ସ୍ୱେଛାସେବୀ ଜୀନା ପଣ୍ଡା, ମେଡିକାଲ ଆଟେଣ୍ଡାଣ୍ଟ ଦିଲିପ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ତେବେ ପୋଲିସର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଭୁରୀ ଭୁରୀ ପ୍ରଶଂସା କରାଯାଉଥିବା ନେଇ ସୂଚନା ମିଳିଛି ।

୨ରୁ ୧୮ ବର୍ଷୀୟ ବର୍ଗଙ୍କ ଉପରେ ଆରମ୍ଭ ହେବ ଭ୍ୟାକ୍ସିନ ଟ୍ରାଏଲ୍, ଏକ୍ସପର୍ଟ ପ୍ୟାନେଲର ସୁପାରିଶ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ଏବେ ଆସିଛି ଆଶ୍ୱସ୍ତୀକର ଖବର । ଶିଶୁ ଓ ନାବାଳକଙ୍କ ଉପରେ ଟିକାର ହେବ କ୍ଲାନିକାଲ ଟ୍ରାଏଲ । ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଛି ।

ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲାନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନାର ଏମ୍ସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟରେ ହେବ । ଟ୍ରାଏଲ ସଫଳ ହେଲେ ୨ରୁ ୧୮ ବର୍ଷର ବର୍ଗଙ୍କୁ ମିଳିବ ଟିକା । ତେବେ  ମହାରାଷ୍ଟ୍ରର ମେଦିତ୍ରିନା ମେଡିକାଲ କଲେଜରେ ବି ହେବ ଏହି ଟ୍ରାଏଲ୍। ଏହି କ୍ଲିନିକାଲ ଟ୍ରାଏଲ ୫୨୫ ସ୍ବେଚ୍ଛାସେବୀଙ୍କୁ ଉପରେ କରାଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସଇଓ)ର ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ଭାରତ ବାୟୋଟେକ୍ ତରଫରୁ  ୨ ରୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ନିରାପତ୍ତା, ପ୍ରଭାବ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବା  ସମ୍ପର୍କରେ କରାଯାଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ଜିନିଷଗୁଡିକର ମୂଲ୍ୟାଙ୍କନ ପାଇଁ ପରୀକ୍ଷଣର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟକୁ ଅନୁମତି ଦେବାକୁ ମଧ୍ୟ ବିଶେଷଜ୍ଞ ଟିମ୍ ପାଖରେ ଅନୁରୋଧ କରାଯାଇଥିଲା।

ଆଇସିଏମଆର ଏବଂ ଭାରତ ବୟୋଟେକ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଟିକାକୁ ନେଇ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣ ସମୟରେ ସୁରକ୍ଷା ଏବଂ ପ୍ରଭାବକୁ ଗୁରୁତ୍ବ ଦିଆଯିବ । ପୂର୍ବରୁ ଫେବ୍ରୁଆରୀ ମାସରେ ପିଲାଙ୍କ ଉପରେ ଏହି ଟ୍ରାଏଲ୍ ନେଇ ପ୍ରସ୍ତାବ ରହିଥିଲା । ଫେବ୍ରୁଆରୀ ୨୪ରେ ବିସ୍ତୃତ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଉପସ୍ଥାପନ ପାଇଁ କୁହାଯାଇଥିଲା ।

ସେପଟେ ଆମେରିକାରେ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଫାଇଜର ଟିକା ଟ୍ରାଏଲ କରାଯିବ । ଏନେଇ ଆମେରିକା ସରକାର ଅନୁମତି ପ୍ରଦାନ କରିଛନ୍ତି । ଗତ ଏପ୍ରିଲ ମାସରେ ବିଶ୍ବବ୍ୟାପୀ ୨୪ ପ୍ରତିଶତ ପିଲା କରୋନାରେ ସଂକ୍ରମିତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି ।

ଆଇଏଏସ୍ ସ୍ତରରେ ଅଦଳବଦଳ; ସଞ୍ଜୟ ସିଂ ହେଲେ ବିଏମସି କମିଶନର

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ଏବେ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି ସଞ୍ଜୟ ସିଂ ।

ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ ବିଏମସି କମିଶନର ତଥା ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟି (ବିଡିଏ)ର ଭାଇସ୍ ଚେୟାରମ୍ୟାନ୍ (ଅତିରିକ୍ତ) ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲି.ର ସିଇଓ ଦାୟିତ୍ୱରେ ଥିଲେ । ହେଲେ ଏବେ ତାଙ୍କୁ ସାଧାରଣ ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି।

ସଞ୍ଜୟ କୁମାର ସିଂ ନୂଆ ବିଏମସି କମିଶନର ଦାୟିତ୍ୱ ନେବା ସହ  ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ନେବେ ।

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଷ୍ଣୁପଦ ସେଠୀ ।

କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । ପିକେଡିଏର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ କୁମାର।

ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି । ଇପିକଲ୍ର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି ହେମନ୍ତ ଶର୍ମା ।

ମାଓବାଦୀଙ୍କ ବର୍ବରକାଣ୍ଡ; ଘରୁ ଡାକି ନେଇ ପୋଲିସ ଅଧିକାରୀଙ୍କୁ ହତ୍ୟା

ସୁକୁମା: ଛତିଶଗଡ ସୀମାନ୍ତ ସୁକୁମାରେ ମାଓବାଦୀ ମାନେ ବର୍ବରକାଣ୍ଡ ଘଟାଇଛନ୍ତି। ମାଓବାଦୀ ମାନେ ଘରୁ ଡାକି ନେଇ ଜଣେ ଅତିରିକ୍ତ କନେଷ୍ଟବଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ପେନ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଘରକୁ ଛୁଟିର ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟାରେ ଅତିରିକ୍ତ କନେଷ୍ଟବଳଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ଲାଠି ଓ ଧାରୁଆ ଅସ୍ତ୍ରରେ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ପତ୍ନୀ କହିଛନ୍ତି ଯେ ଆମେ ଶୋଇଥିବା ବେଳେ ୫ଜଣ ଘରେ ପଶି ଯାଇଥିଲେ । ଯାାହା ପରେ ସେମାନେ ମୋ ସ୍ୱାମୀଙ୍କୁ ଧରିବା ସହ ଟ୍ରାକ୍ଟର ଚାବି ଓ ଫୋନ୍ ମାଗିଥିଲେ । ପରବର୍ତ୍ତୀ ସମୟରେ ସେମାନେ ତାଙ୍କୁ ହତ୍ୟା କରିଥିଲେ ।

ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଓ ମୋବାଇଲ ଲୁଟି ନେଲେ ଦୁବୃର୍ତ୍ତ

ନୟାଗଡ଼: କୋଟଗଡ଼ ଘାଟି ନିକଟରେ କିଛି ଦୁବୃର୍ତ୍ତ ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଘାଟିରେ ୩ ଡକାୟତଙ୍କ ଡକାୟତିର ଶିକାର ହୋଇଛନ୍ତି ଦମ୍ପତି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ସେମାନଙ୍କ ପିଛା କରିଥିଲେ । ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ୯ ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରିର ଏକ ଚେନ ଏବଂ ଏକ ମୋବଇଲ ନେଇ ଯାଇଛନ୍ତି ।

ଅପରପକ୍ଷେ ସମ୍ପୃକ୍ତ ଦମ୍ପତି ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା ବେଳେ ଡକାୟତ ମାନେ ବନ୍ଧୁକରେ ସୁରେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଛି । ଏହି ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ତେବେ ଏହି ଡକାୟତି ନେଇ ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି ।

ଆକ୍ସନ ମୋଡରେ ପୋଲିସ; ଆରମ୍ଭ ହେଲା ସ୍ବତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡରେ ଆସିଛି ପୋଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ଆଜି ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ହାଟରେ ଚଢ଼ାଉ କରିଛି ପୋଲିସ।

ସୂଚନା ଅନୁଯାୟୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ବିଭିନ୍ନ ହାଟରେ ଏହି ଚଢ଼ାଉ କରାଯାଇଛି । ଲକଡାଉନ ସମୟରେ ହାଟକୁ ଗାଡି ଆଣି ନେଇ ଆସୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଲକଡାଉନ ନିୟମ ସତ୍ତ୍ବେ ରାଜଧାନୀରେ ଅମାନିଆ ନିୟମ ନମାନିବା ସହ ହାଟ ବଜାରରେ ଗହଳି କରୁଥିବା ଦେଖିବାକୁ ମିଳୁଛି ।

ତେବେ ଗତକାଲି ଝାରପଡା, ବଡଗଡ ଏବଂ ବ୍ରହ୍ମେଶ୍ବର ହାଟରେ ପୋଲିସ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ଵ ଗାଡି ଜବତ କରିବା ସହ ମୋଟା ଅଙ୍କର ଫାଇନ ଆଦାୟ କରିଥିଲା ପୋଲିସ। କେବଳ ଏତିକି ନୁହେଁ, ୧୫ରୁ ଅଧିକ ଗାଡି ସିଜ୍ କରିଥିବା ବେଳେ କ୍ରେନ୍ ସାହାର୍ଯ୍ୟରେ ଗାଡି ଉଠାଇନେଲା ପୋଲିସ । ଲୋକଙ୍କୁ ବାଇକରେ ନଆସିବାକୁ ଅପିଲ୍‌ କରାଯାଉଛି । ଘରଠାରୁ ୫ଶହ ମିଟର ଦୂରରେ ସଉଦା କରିବାକୁ ଅନୁରୋଧ କରାଯାଇଛି।