spot_img
Home Blog Page 5577

ମୟୁରଭଞ୍ଜରେ ନକଲି ମଦ କାରଖାନା ଠାବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। ନକଲି ମଦକୁ ବଟଲିଂ କରାଯାଉଥିବାବେଳେ ରେଡ୍ କରିଥିଲା ପୋଲିସ୍।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାରଖାନା ଉପରେ ଚଢାଉ କରିଛି ଖୁଣ୍ଟା ପୋଲିସ୍। କାରଖାନାରୁ ବିପୁଳ ପରିମାଣର ନକଲି ମଦ ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ । କାରଖାନା ସହିତ ଗୋଦାମରେ ଚଢାଉ କରି ମଦ ତିଆରି ସାମଗ୍ରୀ ଓ ଜବତ ହୋଇଛି ।

 

ତେବେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି କରାଯାଇଛି।

ପାରିବାରିକ କଳହରୁ ହତ୍ୟା ଅଭିଯୋଗ, ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ

ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଗ୍ରାମରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି ସ୍ୱାମୀ। ମୃତ ସ୍ୱାମୀ ଓ ସ୍ତ୍ରୀ  ହେଲେ ପ୍ରଶାନ୍ତ ମୁଦୁଲି ଓ ଝିଲି ମୁଦୁଲି । ପୂର୍ବରୁ ଅନେକ ଥର ଘରୋଇ କଳିକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ ।

ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଛାନଭିନ୍ ଚଳାଇଥିବା ଜଣାପଡିଛି।

ବିଶ୍ୱ ସାଇକେଲ୍ ଦିବସ; ପୁରୀର ଚିତ୍ରଶିଳ୍ପୀ ଡିଆସିଲ୍ କାଠିରେ ତିଆରି କଲେ ନିଆରା କଳାକୃତି

ପୁରୀ: ଆଜି ବିଶ୍ୱ ସାଇକେଲ୍ ଦିବସ। ପ୍ରତିବର୍ଷ ଜୁନ ମାସ ୩ ତାରିଖରେ ପାଳନ କରାଯାଏ ଏହି ଦିବସ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଦିବସର ପରିକଳ୍ପନା କରାଯାଇଛି।

ଏହି ଅବସରରେ ଲୋକଙ୍କୁ ସାଇକେଲ ଚାଳନା ନେଇ ସଚେତନ କରିବା ପାଇଁ ନିଆରା ଉଦ୍ୟମ କରିଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଂଜନ ସାହୁ । ସେ ୩ ହଜାର ୬୫୩ଟି ଡିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି । ଏହି ନିଆରା କଳାକୃତି ତିଆରି ପାଇଁ ତାଙ୍କୁ ୭ ଦିନ ଲାଗିଥିଲା ବୋଲି କହିଛନ୍ତି ସେ।

ତେବେ ଡିଆସିଲି କାଠିରେ ତିଆରି ହୋଇ ଥିବା ସାଇକେଲର ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ଏବଂ ଲମ୍ବ ୨୫ ଇଞ୍ଚ ରହିଛି। ପୁରୀ ସହର କୁମ୍ଭାରପଡା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଶାଶ୍ୱତ ରଂଜନ ସାହୁ। ବିଶ୍ୱ ସାଇକେଲ ଦିବସ ଅବସରରେ ତାଙ୍କର ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ପଞ୍ଚଭୂତରେ ବିଲୀନ ହେବେ ବିଜୟଶ୍ରୀ, ବିଜେଡି ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେଡି କାର୍ଯ୍ୟାଳୟ ପରେ ବିଧାନସଭା ନିଆଯାଇଥିଲା ମରଶରୀର ।

ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତିଙ୍କ ସମେତ ଦଳୀୟ ବିଧାୟକ । ଏହାପରେ ନିଜ କର୍ମଭୂମି ତଥା ଜନ୍ମଭୂମି ବାସୁଦେବପୁର ଓ ତିହିଡି ନିଆଯାଉଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ତେବେ ଗତକାଲି ୬୮ ବର୍ଷ ବୟସରେ ଏହି ବରିଷ୍ଠ ରାଜନେତାଙ୍କ ପରଲୋକ ହୋଇଥିଲା । ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ଥିଲେ । ୧୯୯୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୬ଥର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ବିଜୟଶ୍ରୀ । ଜଙ୍ଗଲ ପରିବେଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ପର୍ଯ୍ୟଟନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାନସଭାର ବିଭିନ୍ନ ଗୃହ କମିଟିର ସଦସ୍ୟ ଭାବେ କାମ କରିଥିଲେ । ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ।

ଅଧିକ ପଢନ୍ତୁ- ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ରାଜ୍ୟରେ ଆଉ ୮ହଜାର ୮୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୮ ହଜାର ୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୨ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍। କ୍ୱାରେଣ୍ଟାଇନରୁ ୪ ହଜାର ୯୪୮, ଲୋକାଲ କେସ୍ ୩ହଜାର ୮୯୧। ୨୪ ଘଣ୍ଟାରେ ୧୦ହଜାର ୫୯୪ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଭଦ୍ରକରୁ ୪୧୯, ଅନୁଗୁଳରୁ ୪୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୩୯୫, ସୁନ୍ଦରଗଡ଼ରୁ ୩୩୮, ଜଗତସିଂହପୁରରୁ ୩୧୭, କେନ୍ଦ୍ରାପଡାରୁ ୩୦୨, ନୟାଗଡ଼ରୁ ୨୪୬, ରାୟଗଡ଼ାରୁ ୨୧୬, ଷ୍ଟେଟପୁଲରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଞ୍ଜାମରୁ ୧୯୬, ସମ୍ବଲପୁରରୁ ୧୯୪, ବରଗଡ଼ରୁ ୧୯୩, କେନ୍ଦୁଝରରୁ ୧୮୮, ବୌଦ୍ଧରୁ ୧୭୯, କଳାହାଣ୍ଡିରୁ ୧୪୫, ନବରଙ୍ଗପୁରରୁ ୧୨୯, ଝାରସୁଗୁଡାରୁ ୧୨୧, ସେନାପୁରରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୯୯, ବଲାଙ୍ଗୀରରୁ ୮୯, ମାଲକାନଗିରିରୁ ୮୫, ଦେଓଗଡ଼ରୁ ୮୪, କନ୍ଧମାଳରୁ ୫୮, ଗଜପତିରୁ ୫୨, ନୂଆପଡାରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Yanam District Has Highest Corona Positivity Rate In India

ଏଯାବତ୍ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୨ହଜାର ୬୨୧ । ଆକ୍ଟିଭ କେସ୍ ୮୫ହଜାର ୪୨୩ ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ଟାଇଗରଙ୍କ ବିରୋଧରେ ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ଆଣି ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି ।

ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ଅଭିନେତା ଜଣକ ବାଦ୍ରା ସ୍ଥିତ ବେଣ୍ଡଷ୍ଟାଣ୍ଡରେ ସନ୍ଧ୍ୟା ସମୟରେ ବାହାରେ ବୁଲିଥିବା ନଜର ଆସିଥିଲା। ଦୀର୍ଘ ସମୟ ସେ ବାହାରେ ଥିବା ବେଳେ ଏନେଇ ସେ କୗେଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ମୁମ୍ବାଇରେ ଦିନ ଦ୍ୱିପ୍ରହର ପରେ ବାହାରେ ଯାତାୟାତ ଉପରେ କଟକଣା ଲଗାଯାଇଛି ।

ଯାହା ପରେ ସବୁ ତଥ୍ୟ ନେବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ତାଙ୍କ ବିରୋଧରେ ଧାରା ୧୮୮ ଅଧିନରେ ଏକ ମାମଲା ରୁଜୁ କରାଯାଇଥିଲା ।

 

ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା। ଏହି ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବାକୁ ଯାଉଛି। ପରମ୍ପରା ଅନୁଯାୟୀ ତିନିଟି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ଆଜ୍ଞା ମାଳ ରଥ ଖଳାରେ ବିଜେ କରାଯିବ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକ ମାନେ ଏହି ନୀତି ସମ୍ପାଦନ କରିବେ । ୯ଟା ମଧ୍ୟରେ ସକାଳ ଧୂପ ନୀତି ବଢ଼ି ସହ ୯ଟା ୩୦ ମଧ୍ୟରେ ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ।

ତେବେ ଏଥିପାଇଁ ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହାବ୍ୟତୀତ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

କେଉଁଠି ରହିବେ ହୀରା ବ୍ୟବସାୟୀ ମେହୁଲ? କ’ଣ କହୁଛନ୍ତି ସରକାର

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ମେହୁଲ ଚୋକସୀ କେଉଁଠି ରହିବେ । ଡୋମିନିକାରେ ରହିବେ ନା ଆଣ୍ଟିଗୁଆ ଫେରିବେ। ଭାରତ ଫେରିବାର ମଧ୍ୟ ରହିଛି ଯଥେଷ୍ଟ ସମ୍ଭବନା । ଏ ନେଇ ଆଜି ଡୋମିନିକା କୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଗତକାଲି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଉଭୟ ପକ୍ଷ କୋର୍ଟରେ ନିଜ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ ।

କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଚୋକସୀକୁ ଭାରତ ପଠାଇବା ଦରକାର ବୋଲି ସରକାରୀ ଓକିଲ କହିଛନ୍ତି । ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକାରେ ଧରାପଡିବା ପରେ କୋର୍ଟରେ ଶୁଣାଣି ହୋଇଥିଲା। ଚୋକସୀଙ୍କୁ ସିଧା ଭାରତ ପଠାଯିବ ନାଁ ଏଣ୍ଟିଗୁଆ ପଠାଯିବ ତାକୁ ନେଇ କୋର୍ଟରେ ବିତର୍କ ହୋଇଥିଲା ।

ଅଧିକ ପଢନ୍ତୁ- ଗୋଟିଏ ନୁହେଁ ଦୁଇଟି ପ୍ରାଇଭେଟ୍ ଜେଟ୍ ଓହ୍ଲାଇଥିଲା ଡୋମିନିକାରେ,ମେହୁଲଙ୍କ ଭାଇଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ଡୋମିନିକା ସରକାରଙ୍କ କହିବା କଥା ନାଗରିକତାର ନୂଆ କାନୁନ, ଭାରତୀୟ ସମ୍ବିଧାନ ଠାରୁ ବଡ଼ ନୁହେଁ । ଏଥିପାଇଁ ତାଙ୍କୁ ଭାରତ ତୁରନ୍ତ ପଠେଇ ଦିଆଯିବା ଦରକାର । ଏଥିସହ କୋର୍ଟରେ ଅପହରଣ ମାମଲାକୁ ମଧ୍ୟ ସିଧାସଳଖ ଖାରଜ କରାଯାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ମେହୁଲ ଚୋକସୀଙ୍କର ସମ୍ପୃକ୍ତି ଅଛି । ସେ ଭାରତ ଆସିବା ପରେ ମାମଲାର ତଦନ୍ତ ଅଗ୍ରସର ହେବ ବୋଲି ଆଶା କରାଯାଉଛି । ତେବେ ଜୁନ୍‌ ୮ ପର୍ଯ୍ୟନ୍ତ ଡୋମିନିକାର ଜେଲରେ ରହିବେ ଚୋକସୀ ।

 

୧୮ ବର୍ଷରୁ କମ୍ ବୟସ୍କଙ୍କ ଟିକାକରଣ ନେଇ ପ୍ରସ୍ତୁତି: କୋଭାକ୍ସିନ୍ ଟିକାର କ୍ଳିନିକାଲ୍ ଟ୍ରାଏଲ ଆରମ୍ଭ

ପାଟଣା: ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ କରିବାକୁ କୋଭାକ୍ସିନର ପ୍ରସ୍ତୁତି । ଟିକାକରଣ ପୂର୍ବରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି । ବିହାରର ପାଟନାରେ ଥିବା ଏମ୍ସରେ ଆଜିଠାରୁ ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିବା ଜଣାପଡିଛି । ତେବେ ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି ତାହା ଜଣାପଡିନାହିଁ । ପାଟନା ଏମ୍ସ ପକ୍ଷରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ସପ୍ତାହରୁ ଖୋଲା ଯାଇଥିଲା । କିଛି ଦିନ ତଳେ ଡିଜିସିଆଇ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲା । ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ କହିଥିଲେ ଯେ, ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି । ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କୁନି ଝିଅ ଅଭିଯୋଗ କରିବାର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍‌ଲାଇନ୍ କ୍ଳାସ୍ ଅବଧି

କୁନି ଝିଅ ଅଭିଯୋଗ କରିବାର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍‌ଲାଇନ୍ କ୍ଳାସ୍ ଅବଧି

ଜମ୍ମୁ କଶ୍ମୀର: କୁନି ଝିଅର ଅଭିଯୋଗ ଶୁଣିଲେ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ସିହ୍ନା । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍‌ଲାଇନ୍ କ୍ଳାସ୍ ଅବଧି । ୪ ଘଣ୍ଟା ପରିବର୍ତ୍ତେ ମାତ୍ର ୯୦ ମିନିଟ ହେବ କ୍ଳାସ୍ । ଆଉ ଏହି ନୂଆ ନିୟମ ପରେ ବେଶ୍ ଖୁସି ଥିବା କହିଛନ୍ତି କୁନି ଝିଅ ମାହିରା ଇରଫାନ୍ । ବଳକା ସମୟରେ ସେ କିଚେନ୍ ସେଟ୍‌ ସହ ଖେଳିପାରିବ ବୋଲି କହିଛି । ଘଟଣା ମୁତାବକ  ଶ୍ରୀନଗରର ୬ ବର୍ଷର କୁନି ଝିଅ ମାହିରା ଇର୍ଫାନ୍ ପାଠ ପଢ଼ାକୁ ନେଇ ବିରକ୍ତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

https://twitter.com/aarifshaah/status/1400045379089879042?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1400045379089879042%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.bhaskar.com%2Fnational%2Fnews%2Fsrinagar-6-year-old-girl-mahira-irfan-question-to-pm-narendra-modi-on-online-class-and-homework-128552122.html

ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏଭଳି କି ଭିଡିଓଟି ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନାଙ୍କ ନିକଟରେ ପହଞ୍ଚିଥିଲା । ଯାହାକୁ ରି-ଟ୍ୱିଟ୍ କରି ସେ ଲେଖିଥିଲେ ଯେ, ‘ଅତ୍ୟନ୍ତ ପ୍ରଭାବଶାଳୀ ଅଭିଯୋଗ ଏହାପରେ ସେ ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ନୀତି ପ୍ରସ୍ତୁତ କରିବାକୁ କହିଥିଲେ କେବେଳ ସେତିକି ନୁହେଁ ଏହି ନୀତି ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପିଲାମାନଙ୍କ ନିରିହପଣ ଇଶ୍ବରଙ୍କ ଏକ ଉପହାର ତେଣୁ ସେମାନଙ୍କ ଦିନଗୁଡ଼ିକ ଜୀବନ୍ତ, ଆନନ୍ଦ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ହେବା ଉଚିତ୍ ଏଭଳି ପରିସ୍ଥିତିରେ ଝିଅଟିର ଏହି ଅନୁରୋଧ ପରେ ପିଲାମାନେ ଅନଲାଇନ୍ କ୍ଲାସରେ ଅଧ୍ୟୟନର ଭାରରେ କିଛି ମାତ୍ରାରେ କମିବ ବୋଲି ଆଶା କରିଥିଲେ ।