ମିକ୍ସ ଆଣ୍ଡ ମ୍ୟାଚ୍‌ ଟିକାକୁ ନେଇ WHOର ଚେତାବନୀ

1 min read

ନୂଆଦିଲ୍ଲୀ:  କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଅଧ୍ୟୟନ ଜାରି ରଖିଥିବା ବେଳେ ମିକ୍ସ ଆଣ୍ଡ ମ୍ୟାଚ୍‌ ବା କକଟେଲ ଟିକାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆବଶ୍ୟକ ହେଲେ ଭିନ୍ନ ଦୁଇଟି କମ୍ପାନୀର ଦୁଇଟି ଡୋଜ୍ ନେଇ ହେବ ବୋଲି ବିଶେଷଜ୍ଞ କହୁଥିବା ବେଳେ ଏହାକୁ ନେଇ ସତର୍କ କରାଇଛି WHO । ଭିନ୍ନ କମ୍ପାନୀର ଡୋଜ୍ ନେବା ଅତି ମାରାତ୍ମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତିଯେ, ଦୁଇଟି ଭିନ୍ନ କମ୍ପାନୀର ଡୋଜ୍ ନେବା ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଏ ପର୍ଯ୍ୟନ୍ତ ଅଧିକ ଅନୁଧ୍ୟାନ କରାଯାଇ ନଥିବା ବେଳେ ଏ ସମ୍ପର୍କରେ ଖୁବ୍ କମ୍ ତଥ୍ୟ ଉପଲବ୍ଧ ଅଛି ।  ବୈଜ୍ଞାନିକ ତଥ୍ୟ ପ୍ରମାଣ ନଥିବାରୁ ଦୁଇଟି କମ୍ପାନୀର ଟିକା ନେବା ଠିକ୍ ନୁହେଁ ।

Vaccination of children with Zydus vaccine will begin by September Expert Panel Chief

ତେଣୁ ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ‌ପଡ଼ିବ। ଦୁଇଟି ଭିନ୍ନ ଟିକା ନେବା ଭଲ ହୋଇପାରେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମ ନିକଟରେ କେବଳ ଆ‌ଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ସଂପର୍କରେ ତଥ୍ୟ ରହିଛି। ପ୍ରଥମ ଡୋଜ୍ ଭାବେ ଆଷ୍ଟ୍ରାଜେନେକା ଏବଂ ଦ୍ବିତୀୟ ଡୋଜ୍ ଭାବେ ଫାଇଜର ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା କମ୍ ସମୟ ପାଇଁ ଦେଖାଦେଇଛି। ତେବେ ଗବେଷଣାରୁ ଜଣାପଡ଼ି ନାହିଁ ଯେ, ଏହା ସଂକ୍ରମଣକୁ ରୋକିବାରେ କେତେମାତ୍ରାରେ ସଫଳ ହୋଇଛି। ଲାନସେଟ୍ ମାଗାଜିନ୍‌ରେ ଏ ବାବଦରେ ତଥ୍ୟ ପ୍ରକାଶ ପାଇଛି।

ସ୍ପେନ୍‌ର ଏକ ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଥମେ ଆଷ୍ଟ୍ରାଜେନେକା ଏବଂ ପରେ ଫାଇଜର ଟିକା ନେବା ଦ୍ୱାରା ତାହା ସଂକ୍ରମଣ ବିରୋଧରେ ଅଧିକ ପ୍ରଭାବଶାଳୀ ରହିଥିଲା। ଜଣେ ବୈଜ୍ଞାନିକ କହିଥିଲେ ୧.୭ ପ୍ରତିଶତଙ୍କ ଠାରେ ଗୁରୁତର ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ଦେଖିବାକୁ ମିଳିଥିଲା। ପୂର୍ବରୁ ଜୁନ୍‌ରେ   ସ୍ୱାମୀନାଥନ କହିଥିଲେ ଯେ ଦୁଇ ଭିନ୍ନ ଟିକା ନେବା ଦ୍ୱାରା ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ସୃଷ୍ଟି ହେଉଥିବା ପ୍ରତୀୟମାନ ହେଉଛି। ସେହି ସମୟରେ ସେ ବ୍ରିଟେନ ଏବଂ ଜର୍ମାନୀର ତଥ୍ୟ ଅବତାରଣା କରିଥିଲେ। ଚଳିତବର୍ଷ ମେ ମାସରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭିନ୍ନ ଭିନ୍ନ ଟିକା ନେବା ଦ୍ୱାରା ସେଭଳି କିଛି ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ତେବେ ଏହି ଟିକା ପଦ୍ଧତିକୁ ଆପଣାଇବା ପାଇଁ ଅଧିକ ବିଜ୍ଞାନ ସମ୍ମତ ତଥ୍ୟ ଆବଶ୍ୟକ ବୋଲି କୁହାଯାଇଥିଲା।

ତେବେ ଏହାକୁ ନେଇ ଗବେଷଣା ଏବେ ମଧ୍ୟ ଜାରି ରହିଛି ।

Leave a Reply