spot_img
Home Blog Page 5576

ଭରତପୁରରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼, ୫ ଆହତ

ଭରତପୁର: ଭରତପୁର ଅଞ୍ଚଳରେ ଗୁରୁବାର ଦିନ କିଛି ବ୍ୟକ୍ତି ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦେଶୀ ମଦ ବିକ୍ରି କରୁଥିବା ସନ୍ଦେହରେ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ ବେଳେ ଏହି ଅଘଟଣ ଘଟିଥିଲା। ଏହି ଆକ୍ରମଣରେ ଅବକାରୀ ବିଭାଗର ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଅବକାରୀ ବିଭାଗର ଜଣେ ମହିଳା କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ତେବେ ପୋଲିସ ସହାୟତାରେ ସମସ୍ତ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା ।

୧୦ରୁ ୧୫ ଦିନ ଭିତରେ ସୁଧୁରିବି ସ୍ଥିତି: ଆଇଏଲ୍ଏସ୍‌ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି। ହେଲେ ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ସ୍ଥାନରେ ସଂକ୍ରମଣ ଟିକିଏ ଅଧିକ ରହୁଛି। ଆଉ ୧୦ରୁ ୧୫ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା।

ଶ୍ରୀ ପରିଡ଼ା‌ଙ୍କ କହିବାନୁଯାୟୀ, ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍‌ ହାର ପିକରେ ଥିଲା । ୨୫ଠୁ କମିବା ଆରମ୍ଭ ହୋଇଛି । ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖା ଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି। ଓଡ଼ିଶାରେ ବି ସମାନ ଅନୁପାତରେ ସମାନ ଭୂତାଣୁ ଦେଖା ଦେଇଥିବା ନେଇ ସେ କହିଛନ୍ତି। ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖାଦେଇଥିଲା । ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି । ସମ୍ଭାବ୍ୟ ଥାର୍ଡ ୱେଭ୍‌ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ।

ଅପରପକ୍ଷେ ତୃତୀୟ ଲହର ପ୍ରଭାବ କେମିତି ରହିବ ସେନେଇ ତିନୋଟି ଦିଗ ଉପରେ ନିର୍ଭର କରେ। ଗୋଟିଏ ହେଲା କୋଭିଡ ନିୟମକୁ ମାନିବା, ଦ୍ୱିତୀୟଟି ହେଲା ଟିକାକରଣ ଓ ତୃତୀୟଟି ହେଲା ଭାଇରସ ପରିବର୍ତ୍ତନ ରୂପ ଅନୁସାରେ ନିରାକରଣ ପଦକ୍ଷେପ। ଏଥିରେ କେବଳ ଶିଶୁ ନୁହେଁ, ଅନ୍ୟମାନେ ବି ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ ସତର୍କ ହେବାକୁ ପଡିବ ବୋଲି ଆଇଏଲ୍‌ଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ କରୋନାର ତୃତୀୟ ଲହରୀ ଅକ୍ଟୋବର ମାସରେ ଆସିପାରେ। ତେବେ ଏହା ସେତେଟା ଘାତକ ହେବନାହିଁ। ରାଜ୍ୟ ସରକାର ତୃତୀୟ ଲହରୀ ପାଇଁ ମଧ୍ୟ ପ୍ରସ୍ତୁତି କରିଛନ୍ତି। ୧୭ ତାରିଖ ପରେ ବିଶେଷକରି ଲକଡାଉନର ଆବଶ୍ୟକତା ପଡିନପାରେ। ବର୍ତ୍ତମାନ ଟିକା ହେଉଛି ମୁଖ୍ୟ। ଯେତେ ଟିକାକରଣ ହୋଇପାରିବ ସେତେ ଭଲ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

କରୋନା ସଚେତନତା ନେଇ ଆସିଲା କ୍ଷୁଦ୍ର ଚଳଚ୍ଚିତ୍ର ‘୧୯-ଅଣସର’

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶବାସୀ କରୋନା ସଂକ୍ରମଣକୁ ନେଇ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି । ଏହି ମହାମାରୀ ସମୟରେ ନିଜ ନିଜ ପରିଜନଙ୍କୁ ହରାଇ ଲୋକମାନେ ଭାଙ୍ଗି ପଡୁଥିବା ନଜର ଆସିଛି। ବେଳେ ବେଳେ ଏମିତି ଦେଖାଯାଉଛି ଯେ ଜଣେ କରୋନା ଆକ୍ରାନ୍ତକୁ ସାଙ୍ଗ, ସାଥୀ ବାହାର ଲୋକ ନ ହେଲା ନାହିଁ ଅନ୍ତତଃ ଘରଲୋକ ମଧ୍ୟ ଉଚିତ୍ ମାତ୍ରାରେ ମାନସିକ ସହଯୋଗ ଯୋଗାଇପାରୁନାହାଁନ୍ତି ।

ଏହି ମହାମାରୀ ସମୟରେ ନ ଭାଙ୍ଗି ପଡି ଜଣେ କରୋନା ଆକ୍ରାନ୍ତଙ୍କୁ ମାନସିିକ ସହଯୋଗ ପାଇଁ ସଚେତନତା ସୃଷ୍ଟି କରୁଛି ଯୁବପିଢୀଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘୧୯-ଅଣସର’। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିରେ ବିଶ୍ୱରେଖା ଜଗଦେବ୍‌, ଦେବଦତ୍ତ ପତି, ପ୍ରିୟମ୍ବଦା ରାଉତ, ଅନ୍ତର୍ଯ୍ୟାମୀ ମିଶ୍ର, ଅଂଶୁମାନ ସେନାପତି ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସଂଳାପ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଅନ୍ତର୍ଯ୍ୟାମୀ ମିଶ୍ର ସମ୍ଭାଳିଛନ୍ତି ।

କାହାଣୀ ପ୍ରିୟମ୍ବଦା ରାଉତ ଲେଖିଥିବା ବେଳେ ଚଳଚ୍ଚିତ୍ରଟିକୁ ସମ୍ପାଦନା କରିଛନ୍ତି ଅଂଶୁମାନ ସେନାପତି।

ଏଣିକି ଘରେ ବସି ଜିତିପାରିବେ ୨.୨୫ଲକ୍ଷ ଟଙ୍କା, କେନ୍ଦ୍ର ସରକାର ଆଣିଲେ ଏମିତି ପ୍ରତିଯୋଗିତା

ନୂଆଦିଲ୍ଲୀ: ଯୁବପିଢିଙ୍କ ପାଇଁ ଖୁସି ଖବର । ଏଥର କେନ୍ଦ୍ରସରକାର ଯୁବପିଢିଙ୍କ ପାଇଁ ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । କେନ୍ଦ୍ର ସରକାର ଲୋକମାନଙ୍କୁ ବିଶେଷ କରି ଯୁବ ପିଢି । ପ୍ରକୃତରେ ତମାଖୁର ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସରକାର ଏହି ପ୍ରତିଯୋଗିତା ଆୟୋଜନ କରିଛନ୍ତି । ସୂଚନା ଅନୁସାରେ ସରକାର ପ୍ରାୟ  ଏହିପ୍ରକାର ପ୍ରତିଯୋଗିତା ଆୟୋଜନ କରିଥାନ୍ତି ।

ଜାଣନ୍ତୁ କିପରି ଜିତିପାରିବେ ୨.୨୫ ଲକ୍ଷ ଟଙ୍କା

ସରକାର ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୨.୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିବା ପାଇଁ ଆପଣଙ୍କୁ ଦୁଇଟି ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ  । ଆସନ୍ତୁ ସେ ବିଷୟରେ ଜାଣିବା

୧. ନିର୍ମାଣ କରିବାକୁ ପଡିବ କ୍ଷୁଦ୍ର ଚଳଚ୍ଚିତ୍ର

ଯଦି ଆପଣ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ରଖନ୍ତି । ତେବେ ବିଶ୍ୱ ତମାଖୁ ନିଷେଧ ଦିବସ ୨୦୨୧ରେ ଆପଣ ତମାଖୁର ଖରାପ ପ୍ରଭାବ ବିଷୟରେ ଚଳଚିତ୍ର ନିର୍ମାଣ କରିପାରିବେ । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅତି କମରେ ୩୦ ସେକେଣ୍ଡ ଏବଂ ସର୍ବାଧିକ ୬୦ ସେକେଣ୍ଡ ହେବା ଉଚିତ୍ ।

ଏମାନେ ହିଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଛାଡ଼ି ଏହି ପ୍ରତିଯୋଗିତାରେ ୧୮ ବର୍ଷରୁ ଅଧିକ ବୟସର ସବୁ ଭାରତୀୟ ନାଗରିକ (୩୧ ମେ, ୨୦୦୩ କିମ୍ବା ଏହା ପୂର୍ବରୁ ଜନ୍ମ ହୋଥିବା ବ୍ୟକ୍ତି) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ପୁରସ୍କାର ରାଶି

ପ୍ରଥମ ପୁରସ୍କାର:  ୨ଲକ୍ଷ ଟଙ୍କା

ଦ୍ୱିତୀୟ ପୁରସ୍କାର: ୧.୫ଲକ୍ଷ ଟଙ୍କା

ତୃତୀୟ ପୁରସ୍କାର: ୧ଲକ୍ଷ ଟଙ୍କା

ସାନ୍ତ୍ୱନା ପୁରସ୍କାର: ୧୦ ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆରମ୍ଭ ତାରିଖ: ମେ ୩୧, ୨୦୨୧

ଦାଖଲ ପାଇଁ ଶେଷ ତାରିଖ: ୩୦ ଜୁନ୍, ୨୦୨୧

୨. ପ୍ରବନ୍ଧ ଲେଖା ପ୍ରତିଯୋଗିତା

ଭାରତ ସରକାର ବିଶ୍ୱ ତମାଖୁ ନିଷେଦ୍ଧ ଦିବସ ୨୦୨୧ ଅବସରରେ ଏକ ପ୍ରବନ୍ଧ ଲେଖା ପ୍ରତିଯୋଗିତାର ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତାରେ ଆପଣ ୨୫ ହଜାର ଟଙ୍କା ଜିତିପାରିବାର ସୁଯୋଗ ରହିଛି ।

ଅଂଶଗ୍ରହଣକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ:

ପ୍ରବନ୍ଧ ପ୍ରତିଯୋଗିତା ନିମ୍ନଲିଖିତ ପାଞ୍ଚଟି ବର୍ଗର ଛାତ୍ରମାନଙ୍କ ପାଇଁ –

୧. ଅଷ୍ଟମ

୨. ନବମ

୩. ଦଶମ

୪. ଏକାଦଶ ଏବଂ ଦ୍ୱାଦଶ |

୫. କଲେଜ ଛାତ୍ର (ସ୍ନାତକୋତ୍ତର)

ପ୍ରବନ୍ଧ ଶବ୍ଦ ସୀମା

ପ୍ରବନ୍ଧଟି ୧୦୦୦ ଶବ୍ଦ ସୀମା ମଧ୍ୟରେ ରହିବା ଉଚିତ, ଯଦି ଏହା ଅଧିକ ଶବ୍ଦ ଥାଏ ତେବେ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆରମ୍ଭ ତାରିଖ: ମେ  ୩୧, ୨୦୨୧

ଶେଷ ତାରିଖ: ଜୁନ୍ ୧୮, ୨୦୨୧

କ୍ରୀଡା କ୍ଷେତ୍ରରେ ଓଡିଶାକୁ ମିଳିଛି ସ୍ୱତନ୍ତ୍ର ପରିଚୟ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆକୁ ଲଗାତାର ଭାବେ ବେଷ୍ଟ ଷ୍ଟେଟ ଫର ପ୍ରମୋଟିଂ ସ୍ପୋର୍ଟସ ଆୱାର୍ଡ ସହ ହକିର ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ମିଳିଛି ସମ୍ମାନ। ଫଳରେ କ୍ରୀଡା କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ଭିତ୍ତିଭୂମି ନେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, କଳିଙ୍ଗ ଷ୍ଟାଡିୟମରେ ୧୧ଟି ହାଇ ପରଫର୍ମାନ୍ସ ସେଣ୍ଟର ଅଛି ସେଥିରୁ ୯ କାର୍ଯ୍ୟକ୍ଷମ ହେଲାଣି। ଫୁଟବଲ ଓ ହକିରେ ଓଡ଼ିଶା ବହୁତ ଆଗକୁ ଗଲାଣି। ନାଭାଲ ଟାଟା ହକି ଏକାଡେମୀ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କୁ ଟ୍ରେନିଂ ଦଉଛୁ। ସବୁ ବିଭାଗ ପାଇଁ ବିଶ୍ୱସ୍ତରୀୟ କୋଚ ସୁବିଧା ଯୋଗାଇଛୁ । କରୋନା ମଧ୍ୟରେ ଯଦିଓ କ୍ରୀଡ଼ାର ଗତି କମିଯାଇଛି ତଥାପି ଅନେକ ଇଭେଣ୍ଟ ଖେଳାଯାଇଛି । ଭାରତର ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଓଡ଼ିଶାରେ ହୋଇଥିଲା। ବିଗତ ଦୁଇ ବର୍ଷ ଧରି ଆମେ ବେଷ୍ଟ ଷ୍ଟେଟ ଫର ପ୍ରମୋଟିଂ ସ୍ପୋର୍ଟସ ଆୱାର୍ଡ ପଇଛୁ।

ଏହାବ୍ୟତୀତ କ୍ରୀଡା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ Sports for youth and youth for future ଭଳି ଆହ୍ୱାନକୁ ସାକାର କରିବା ପାଇଁ ସମସ୍ତେ ଅହରହ ପରିଶ୍ରମ କରିଛନ୍ତି। ଗ୍ରାସ ରୁଟ୍ ଟ୍ରେନିଂ, world calss infrastructure ଏବଂ ସ୍ପୋର୍ଟସ ଏଜୁକେସନ୍ ଆଦି ତିନିଟା ଦିଗକୁ ମୁଖ୍ୟମନ୍ତ୍ରୀ ଅଧିକ ଫୋକସ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ fih ପକ୍ଷରୁ ଅନ୍ତର୍ଜାତୀୟ ପ୍ରେସିଡେଣ୍ଟସ ଆୱାର୍ଡ ପ୍ରଦାନ କରାଯାଇଛି। ଅଣ୍ଡର ୧୭ ଫିଫା ବିଶ୍ୱକପ ୨୦୨୨ରେ ଭୁବନେଶ୍ୱରରେ ହେବ । ଏହାସହ ୨୦୨୩ରେ ବିଶ୍ୱକପ ମଧ୍ୟ ହେବ। ଏଥିପାଇଁ ଭାରତରେ ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାସହ ଜିଲ୍ଲାସ୍ତରୀୟ ସ୍ପୋର୍ଟସ ହଷ୍ଟେଲ ବା ସ୍ପୋର୍ଟସ ସେଣ୍ଟରକୁ ସ୍ପୋର୍ଟସ ଏଜୁକେସନ ହବ କରିବା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି।

ଅପରପକ୍ଷେ ସ୍ପୋର୍ଟ ମ୍ୟାନଜମେଣ୍ଟ କୋର୍ସ ଆମେ ଆରମ୍ଭ କରିଛୁ। ସେହିପରି ଆଗାମୀ ଦିନରେ ସ୍ପୋର୍ଟସ ମ୍ୟାନେଜମେଣ୍ଟରେ ୧ ବର୍ଷୀଆ ଏମବିଏ କୋର୍ସ ଆରମ୍ଭ କରିବାକୁ ଯୋଜନା କରିଛୁ। ଆହୁରି ଚ୍ୟାଲେଞ୍ଜସ ଆମ ପାଇଁ ଅଛି। କରୋନା ସମୟରେ ଅନେକ ଇଭେଣ୍ଟ ଓ ଆକ୍ଟିଭିଟିଜ ଧିମେଇ ଯାଇଛି। ଯାହାକୁ ଆଗାମୀ ଦିନରେ ଭରଣା କରିବୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ଆଶ୍ୱସ୍ତି, ରାଜଦ୍ରୋହ ମାମଲା ଖାରଜ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ ନେଇ ଶିମଲାର ଏକ ଥାନାରେ ମାମଲା ରୁଜୁ ହୋଇଥିଲା ।

ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୦ ବର୍ଷ ଧରି କାମ କରିଥିବା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ରାଜଦ୍ରୋହ ମାମଲା । ଏଭଳି ମାମଲା ରୁଜୁ କରିବା ପାଇଁ ନେବାକୁ ପଡିବ ହାଇକୋର୍ଟ ପ୍ୟାନେଲଙ୍କ ଅନୁମତି । ୧୯୬୨ରେ ଜାରି ହୋଇଥିବା ଆଦେଶ ଏଭଳି କିଛି କହୁଥିବା ଆଜି କହିଛନ୍ତି ସୁପ୍ରିମକୋର୍ଟ। ସାମ୍ବାଦିକ ମାନେ ସଂରକ୍ଷଣ ପାଇବା ପାଇଁ ହକଦାର୍ ବୋଲି କହିଛନ୍ତି କୋର୍ଟ।

Schools Must Reduce Fees For Online Classes Supreme Court

ସୂଚନା ଅନୁଯାୟୀ, ବିନୋଦ ଦୁଆଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ ନେଇ ଶିମଲାର କୁମାରସେନ୍ ଥାନାରେ ଜଣେ ବିଜେପି ନେତା ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଜଷ୍ଟିସ୍ ୟୁ ୟୁ ଲଳିତ ଓ ଜଷ୍ଟିସ୍ ବିନୀତ ସରନଙ୍କ ଖଣ୍ଡପୀଠ ଗତ ବର୍ଷ ଅକ୍ଟୋବର ୬ ତାରିଖରେ ବିନାେଦ, ହିମାଚଳ ପ୍ରଦେଶ ସରକାର ଓ ଅଭିଯୋଗକାରୀଙ୍କ ଦଲୀଲ ଶୁଣିବା ପରେ ଏହା ମାମଲାର ରାୟ ସଂରକ୍ଷିତ ରଖିଥିଲ । ଯାହାର ରାୟ ଆଜି ଆସିଛି ।

 

 

 

ଦେଶରେ ଦିନକରେ ୧ଲକ୍ଷ ୩୪ହଜାର ୧୫୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ତଥାପି ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଛି । ଏବଂ ଦୈନିକ ସଂକ୍ରମଣ ଲକ୍ଷେ ପାର୍ କରୁଛି । ଗତ ୨୪ ଘଣ୍ଟାରେ ଲକ୍ଷେ ୩୪ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୧ହଜାର ୪୯୯ । ଏବଂ  ୨ ହଜାର ୮୮୭ ସଂକ୍ରମିତଙ୍କ ପ୍ରାଣ ନେଇଛି କରୋନା । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ । ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୬୩ଲକ୍ଷ ୯୦ ହଜାର ୫୮୪ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୩୭ହଜାର ୯୮୯ । ଆକ୍ଟିଭ କେସ୍ ୧୭ଲକ୍ଷ ୧୩ହଜାର ୪୧୩ ।

ସେହିପରି ଆଜି ଦେଶରେ କ୍ରମାଗତ ୨୧ ଦିନରେ କରୋନା ସଂକ୍ରମଣରେ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜୁନ୍ ୨ ପର୍ଯ୍ୟନ୍ତ ସାରା ଦେଶରେ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ ଲୋକଙ୍କ ଠାରେ କରୋନା  ଟିକା ଦିଆଯାଇଛି। ଗତ ୨୪ଘଣ୍ଟାରେ ୨୪ ଲକ୍ଷ ୨୬ ହଜାର ଟିକା ଦିଆଯାଇଛି । ଏଥି ସହିତ, ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଏବଂ ୨୪ଘଣ୍ଟାରେ  ୨୧ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୬ ପ୍ରତିଶତ ଲୋକଙ୍କଠାରେ କରୋନା ପଜିଟିଭ୍ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମିତ ମୃତ୍ୟୁ ହାର ୧.୧୮ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏବଂ ଆକ୍ଟିଭ କେସ ୭ ପ୍ରତିଶତକୁ କମିଛି ।ଏବଂ କରୋନା ଆକ୍ଟି କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଯଦିଓ ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

ଏମ୍ସରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ, ୩ଜଣ ପିଲାଙ୍କୁ ଦିଆଗଲା କୋଭାକ୍ସିନର ପ୍ରଥମ ଡୋଜ୍

ପାଟନା: କରୋନାର ତୃତୀୟ ଲହରୀକୁ ମାତ ଦେବାକୁ ପର୍ଯ୍ୟାୟକ୍ରମେ ଟିକା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି । ଚଳିତ ବର୍ଷ କରୋନାରେ ଅଧିକ ଯୁବ ପିଢି ସଂକ୍ରମିତ ହେଉଥିବା ବେଳେ ଛୋଟ ପିଲାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଲାଣି । ଏବଂ ଏହାକୁ ନିୟନ୍ତ୍ରଣରେ ଆଣିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ କରାଯିବା ସହ ଟିକାକରଣକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏବଂ କରୋନାର ତୃତୀୟ ଲହରୀ ପୂର୍ବରୁ ପିଲାମାନଙ୍କୁ ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପାଟଣାର AIIMSରେ ପିଲାମାନଙ୍କ ଉପରେ ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ଆରମ୍ଭ ହୋଇଛି । ସୂଚନାନୁସାରେ, ଜୁନ୍ ୨ରେ ପାଟନା AIIMS ରେ ପିଲାମାନଙ୍କଠାରେ କୋଭାକ୍ସିନ ପରୀକ୍ଷଣ କରାଯାଇଛି । ଯେଉଁଥିରେ ପ୍ରଥମ ଦିନରେ ତିନିଜଣ ପିଲାଙ୍କୁ ଏହି ଟିକା ଦିଆଯାଇଛି ।

ଏହି ଟିକା ପରୀକ୍ଷଣ ପାଇଁ ୧୫ ଜଣ ପିଲା ପାଟନା ଏମ୍ସରେ ପହଞ୍ଚିଥିଲେ । ପ୍ରଥମେ ପିଲାଙ୍କର ଆରଟିପିସିଆର ଏବଂ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ମାତ୍ର ୩ଜଣ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା ଏବଂ ସେମାନଙ୍କୁ ହିଁ ଏହି ଟିକା ପରୀକ୍ଷଣରେ ସାମିଲ କରାଯାଇଥିଲା । ଏହି ୩ଜଣ ପିଲାଙ୍କୁ କୋଭାକ୍ସିନର ପ୍ରଥମ ଡୋଲ ଦିଆଯାଇ ୨ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଏବଂ ସେମାନଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡ଼ିଥିଲା । ତେବେ ନିୟମ ଅନୁସାରେ ଏହିପିଲାମାନଙ୍କଠାରେ ୨୮ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ ଦିଆଯିବ । ତେବେ ପାଟଣା ଏମ୍ସରେ ପିଲାମାନଙ୍କଠାରେ କରାଯାଇଥିବା ପରୀକ୍ଷଣ ଉପରେ ମେଡିକାଲର ସୁପରିଟେଣ୍ଡେଣ୍ଟ ଚନ୍ଦ୍ରମଣି ସିଂହ ନଜର ରଖିଛନ୍ତି । ଏବଂ ଏହି ଟିକାକରଣରେ ଆଗକୁ ୨ରୁ ୧୮ବର୍ଷ ବୟସର ଆଉ ୧୦୦ ପିଲାଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁସାରେ ଦେଶର ବିଭିନ୍ନ କେନ୍ଦ୍ରରେ ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ ଟିକା ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁନ୍ ମାସରୁ ଆରମ୍ଭ ହୋଇ ଜୁଲାଇ ମଧ୍ୟଭାଗରେ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଭାରତ ବାୟୋଟେକର ସୂଚନା ଅନୁଯାୟୀ, ଟିକାନେବା ପାଇଁ ପିଲାମାନଙ୍କ ସର୍ବ ନିମ୍ନ ବୟସ ୨ ବର୍ଷ ହେବ ।

କରୋନାର ତୃତୀୟ ଲହରୀ ପୂର୍ବରୁ ଭାରତ ସରକାର ପିଲାମାନଙ୍କଠାରେ ଟିକା ପରୀକ୍ଷାକୁ ଅନୁମୋଦନ ଦେଇଛନ୍ତି। ଦେଶର ମୋଟ ୫୨୫ ପିଲାଙ୍କ ଉପରେ ଏହି ପରୀକ୍ଷଣ କରାଯିବ । ଯେଉଁଥିରେ ଦିଲ୍ଲୀ, ପାଟନାର AIIMS ସମେତ ଅନେକ ବଡ ଡାକ୍ତରଖାନା ଅନ୍ତର୍ଭୁକ୍ତ କରାଯାଇଛି । ପରୀକ୍ଷା ସମୟରେ, ୨୮ ଦିନର ବ୍ୟବଧାନ ସହିତ ଟିକାର ଦୁଇଟି ଡୋଜ ଦିଆଯିବ ।

ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦କୋଟି ଡୋଜ୍ ବୁକ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଆସୁଛି ଆଉ ଏକ ସ୍ୱଦେଶୀ ଟିକା । ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା । ଟିକାକରଣକୁ ପରିବ୍ୟାପ୍ତ କରିବାକୁ କେନ୍ଦ୍ର ସରକାର ମଧ୍ୟ ୩୦କୋଟି ଡୋଜ୍ ବୁକ୍ କରିସାରିଛନ୍ତି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଏବେ କ୍ଲିନିକାଲ ଟ୍ରାଏଲରେ ଅଛି। ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଏବେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଏହା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସଫଳତା ହାସଲ କରିବା ପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିକା ନିର୍ମାଣକାରୀ ସଂସ୍ଥାକୁ ୧୫ଶହ କୋଟି ଆଡଭାନ୍ସ ଦେବାକୁ ପଡିବ ।

ବାୟୋଲୋଜିକାଲ-ଇର ଭ୍ୟାକ୍ସିନ ଆସିଲେ ଏହା ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଭ୍ୟାକ୍ସିନ ହେବ। ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ କମ୍ପାନୀ ଟିକା ପ୍ରସ୍ତୁତ ସହ ଷ୍ଟକ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୩ ମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି ।

 

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରୁ ଚୋରି, ତାଡି ଦେଲେ ଦାନବାକ୍ସ

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।