spot_img
Home Blog Page 5474

ଏହି ରାଜ୍ୟରେ କୋଭିଡ୍ ମୃତକଙ୍କ ଶବକୁ ଘରକୁ ନେଇ ପାରିବେ ସମ୍ପର୍କୀୟ

ଥିରୁଅନନ୍ତପୁରମ୍: କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ଏଣିକି ପରିବାର ନିକଟକୁ ନିଆଯିବ । ପରିବାର ଶେଷ ଦର୍ଶନ କରିବା ପରେ ଶବର ଶେଷକୃତ୍ୟ କରାଯିବ । ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ରାଜ୍ୟରେ କୋଭିଡ ସଂକଟ ଲାଗି ରହିଥିବା ସତ୍ତ୍ୱେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିଷ୍ପତ୍ତି ଯୋଗୁ ପରିବାର ସଦସ୍ୟ ମୃତବ୍ୟକ୍ତିଙ୍କ ଶେଷ ଦର୍ଶନ କରିବା ସହ ରୀତିନୀତି ସମ୍ପନ୍ନ କରିପାରିବେ । ମହାମାରୀ ପ୍ରୋଟକଲ ଅନୁସାରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ନିକଟକୁ ନେବା ଲାଗି ଅନୁମତି ନଥିଲା ।

Kerala Changes Covid Funeral Protocol, Allows Bodies To Be Taken Home

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ରହିଛି । ସେପଟେ ରାଜ୍ୟ ସରକାର ମୃତକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିଛନ୍ତି । ଏକ ସମୀକ୍ଷା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ କହିଛନ୍ତି, କୋଭିଡ ସଂକଟ କାଳରେ ମୃତକଙ୍କ ଶେଷ ଦର୍ଶନ କରିପାରୁ ନଥିଲେ ପରିବାର ଲୋକ । ନୂଆ ନିୟମ ଅନୁସାରେ ମୃତକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସେମାନଙ୍କ ପରିବାର ନିକଟକୁ ନିଆଯିବ । ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ସେମାନଙ୍କ ରୀତିନୀତି ସାରିବା ପରେ ଶବକୁ ଶେଷକୃତ୍ୟ ଲାଗି ନିଆଯିବ । ଏଥିଲାଗି ସର୍ବାଧିକ ଏକ ଘଣ୍ଟା ସମୟ ଦିଆଯିବ ।

୨୪ ଘଣ୍ଟାରେ ୩,୩୭୧ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୪ ହଜାରେ ଟପିଲା କୋଭିଡ୍ ମୃତ୍ୟୁ, ଦିନକରେ ସର୍ବାଧିକ ୪୮ ଜଣ ମୃତ

ଅନୁଗୁଳରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୫୮, ବରଗଡ଼ରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨,ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୨୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡ଼ାରୁ ୮, ପୁରୀରୁ ୧୯୩, ରାୟଗଡ଼ାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟପୁଲରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦କୁ ବୃଦ୍ଧି ପାଇଛି । ୩୧ ହଜାର ୪୨୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୭୪ ହଜାର ୩୦୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ୪ ହଜାରେ ଟପିଲା କୋଭିଡ୍ ମୃତ୍ୟୁ, ଦିନକରେ ସର୍ବାଧିକ ୪୮ ଜଣ ମୃତ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁରେ ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪ ହଜାର ପାର୍ କରିଛି । ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୧୮କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଜୁନ୍ ୧୨ ଓ ଜୁନ୍ ୨୬ରେ ସର୍ବାଧିକ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

ଅନୁଗୁଳ ଜିଲ୍ଲାରୁ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୨ ଜଣ, ଭୁବନେଶ୍ୱରରୁ ୫ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୫ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ଜଣେ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ।

କୋଭିଡର ଡେଲ୍ଟା ଭାରିଆଣ୍ଟକୁ ଧ୍ୱଂସ କରିବାରେ ସକ୍ଷମ କୋଭାକ୍ସିନ୍: ଅଧ୍ୟୟନ

ୱାଶିଂଟନ୍: ଭାରତର କୋଭାକ୍ସିନ୍ ଟିକାକୁ ଆମେରିକାର ଏଫଡିଏ ସହ ଡବ୍ଲୁଏଚଓ ଅନୁମତି ଦେଇନାହିଁ । ଭାରତ ବାୟୋଟେକ ଓ ଆଇସିଏମ୍ଆର୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏନେଇ ତଥ୍ୟ ପ୍ରକାଶ କରିଛି ଆମେରିକାର ସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ ।

Covaxin Effectively Neutralises Delta Covid Variant: Top US Health Research Institute

ଏନଆଇଏଚର ଅଧ୍ୟୟନ ଅନୁସାରେ, କୋଭାକ୍ସିନ୍ ନେଇଥିବା ଲୋକଙ୍କ ବ୍ଲଡ୍ ସେରମରୁ ଜଣାପଡ଼ିଛି ଏହା ଆଣ୍ଟିବଡି ସୃଷ୍ଟି କରୁଛି । ବ୍ରିଟେନ୍ ଓ ଭାରତରେ ଚିହ୍ନିତ କୋଭିଡ୍ ଭାରିଆଣ୍ଟ B.1.1.7 (ଆଲ୍ଫା), B.1.617 (ଡେଲ୍ଟା) ବିରୋଧରେ କୋଭାକ୍ସିନ୍ ପ୍ରଭାବ ଦେଖାଉଛି ।

Covaxin Effectively Neutralises Delta Covid Variant: Top US Health Research Institute

କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ପ୍ରକାରେ, କୋଭାକ୍ସିନ୍ ସୁରକ୍ଷିତ ଅଟେ । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଡାଟା ଚଳିତବର୍ଷ ଶେଷ ଆଡ଼କୁ ଆସିପାରେ । ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୮ ପ୍ରତିଶତ ପ୍ରଭାବୀ କୁହାଯାଉଥିବା ବେଳେ ଏହା ମେଡିକାଲ ଆଡମିଶନରୁ ଶହେ ପ୍ରତିଶତ ବଞ୍ଚାଇଥାଏ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଠାରେ କୋଭାକ୍ସିନ୍ ୭୦ ପ୍ରତିଶତ ପ୍ରଭାବୀ କୁହାଯାଉଛି ।

ପୋଲିସ ଭୟରେ ଖସି ଯିବାକୁ ଉଦ୍ୟମ ବେଳେ ଦୁର୍ଘଟଣା, ଜଣେ ମୃତ 

ଟାଙ୍ଗୀ: ପୋଲିସ ଭୟରେ ଖସି ଯିବାକୁ ଉଦ୍ୟମ ବେଳେ ସଡ଼କ ଦୁର୍ଘଟଣା ଘଟିଛି । ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥର କୟଠ ପଲା ଛକ ନିକଟରେ ଓଲଟି ପଡ଼ିଛି ପଥର ବୋଝେଇ ଟ୍ରକ୍ । ଟ୍ରକ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ଚିତ୍ତରଞ୍ଜନ ପଲେଇ ବୋଲି ଜଣାପଡ଼ିଛି ।

Stone Loaded Truck Accident In NH 16, One Died

ବିଳମ୍ବିତ ରାତିରେ ଟ୍ରକଟି ଚୋରା ପଥର ବୋଝେଇ କରି ବାଲୁଗାଁ ଅଭିମୁଖେ ଯାଉଥିଲା । କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡ଼ିକୁ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲେ ଟ୍ରକ୍ ଡ୍ରାଇଭର । ଦ୍ରୁତ ବେଗରେ ପଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକଟ କୟଠ ପଲା ନିକଟରେ ଓଲଟି ପଡ଼ିଥିଲା ।

Stone Loaded Truck Accident In NH 16, One Died

ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୋଲିସ ତଦନ୍ତ କରୁଛି ।

ଗ୍ରୀନ୍ ଜୋନରେ ଉଠିପାରେ ଲକଡାଉନ୍, ରେଡ୍ ଜୋନରେ ବଢ଼ିପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର୍ ଖସୁଛି । ଏବେ ୪.୧୪ ପ୍ରତିଶତ ରହିଛି ପଜିଟିଭ୍ ହାର୍ । ଏଥିସହ ରାଜ୍ୟ ସରକାର ଲଗାଇଥିବା ଆଂଶିକ ଲକଡାଉନ୍ ଗୁରୁବାର ସକାଳ ୫ଟାରେ ସରୁଛି । ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର କଟକଣାକୁ ଆହୁରି କୋହଳ କରିପାରନ୍ତି । କାଲିଠୁ ଅଧିକାଂଶ ଜିଲ୍ଲାରେ ଲକ୍‌ଡାଉନ ଉଠିବା ସହ କିଛି ଜିଲ୍ଲାରେ କଟକଣାରେ ଅନଲକ ପ୍ରକ୍ରିୟା ଲାଗୁ କରିପାରନ୍ତି ରାଜ୍ୟ ସରକାର ।

ରାଜ୍ୟର ୨୧ଟି ଜିଲ୍ଲାରେ ସଂକ୍ରମଣ ତଳମୁହାଁ ଥିବା ବେଳେ ୪ ପ୍ରତିଶତକୁ ଖସିଛି ପଜିଟିଭ୍ ହାର୍ । ସଂକ୍ରମଣ କମୁଥିବା ଜିଲ୍ଲାରେ କଟକଣା କୋହଳ କରିବା ନେଇ ଚାଲିଛି ବିଚାର ବିମର୍ଶ । ପୂର୍ବରୁ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କୋହଳ ହୋଇଛି କଟକଣା । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା କୋହଳ ହେବ । ଦ୍ୱିତୀୟ ଲହରରେ ୪ ଥର ଲକଡାଉନ୍ ପରେ କଟକଣା ଧିରେ ଧିରେ କୋହଳ ହେଉଛି ।

Odisha Corona Lockdown Unlock Update

ଏବେ ରେଡ୍ ଜୋନରେ ୩ଟି ଜିଲ୍ଲା ବାଲେଶ୍ୱର, ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ସେହଭଳି ୟେଲୋ ଜୋନରେ ୬ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ଼ ଓ ପୁରୀ ଜିଲ୍ଲା ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସଂକ୍ରମଣ କମିଥିବା ବେଳେ ଗ୍ରୀନ୍ ଜୋନରେ ରହିଛି ।

ଜୁଲାଇ ଗାଇଡଲାଇନରେ ଜିମ୍, ପାର୍କ, ସିନେମା ହଲ୍, ମଲ୍, ଧର୍ମାନୁଷ୍ଠାନ, ସେଲୁନ୍ ଆଦିରେ କଟକଣା କୋହଳ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଏହାସହ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେହିପରି ଲକଡାଉନ ସମୟସୀମା ଓ ସପ୍ତାହାନ୍ତ ସଟଡାଉନ କୋହଳ ହୋଇପାରେ । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଜୁଲାଇ ୧ରୁ ନୂଆ ଗାଇଡଲାଇନ ଆଣିବେ ରାଜ୍ୟ ସରକାର ।

ରାଜ୍ୟରେ ଟିକା ଅଭାବ, ଆଜି ୧୧ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ଭାବେ ଉଭା ହୋଇଛି କରୋନା ଟିକା । ହେଲେ ରାଜ୍ୟରେ କରୋନା ଟିକାର ଅଭାବ ଚିନ୍ତା ବଢ଼ାଇଛି । କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି । ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ ।

Covishield Shortage In Odisha, Vaccination Stopped In 11 District

ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଖୁବଶୀଘ୍ର ଟିକା ନଦେଲେ ଟିକାକରଣ ଆହୁରି ବାଧାପ୍ରାପ୍ତ ହେବ । କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ଜୁନ ମାସର ୬ ଲକ୍ଷ ଡୋଜ୍ ଦେବା ପାଇଁ ରାଜ୍ୟ ଦାବି କରିଛି । ଏନେଇ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । ହେଲେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଟିକା ଦେଇନଥିବାରୁ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହେବାରେ ଲାଗିଛି ।

Covishield Shortage In Odisha, Vaccination Stopped In 11 District

ଜୁନ୍ ୨୧ ପରେ ଜୁନ୍ ୩୦ରେ ସବୁଠୁ କମ୍ କେନ୍ଦ୍ରରେ କୋଭିଡ୍ ଟିକା ଦିଆଯିବ । କୋଭିସିଲ୍ଡ ଟିକାର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଏବେ ରାଜ୍ୟ ପାଖରେ କୋଭିସିଲ୍ଡ ଟିକାର ମାତ୍ର ୩୮ ହଜାର ୩୮୦ ଡୋଜ୍ ଟିକା ଉପଲବ୍ଧ ଅଛି । ଜୁଲାଇ ୨ରେ କୋଭିସିଲ୍ଡ ଟିକା ରାଜ୍ୟକୁ ମିଳିବାର ସମ୍ଭାବନା ରହିଛି ।

ଜାତୀୟ ପୋର୍ଟ ବିଲ ୨୦୨୧କୁ ନେଇ ଆପତ୍ତି ଉଠାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରସ୍ତାବିତ ଜାତୀୟ ପୋର୍ଟ ବିଲ ୨୦୨୧କୁ ନେଇ ଆପତ୍ତି ଉଠାଇଲା ଓଡ଼ିଶା। ଚିଠା ବିଲ ପ୍ରସ୍ତୁତି ପୂର୍ବରୁ ରାଜ୍ୟମାନଙ୍କ ମତାମତ ନିଆଯାଇ ନାହିଁ। ଏହାକୁ ନେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତରବରିଆ ଭାବେ ଜାତୀୟ ବିଲ୍ ପ୍ରସ୍ତୁତ ନକରିବାକୁ ମନ୍ତ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ଉପକୂଳ ରାଜ୍ୟଗୁଡ଼ିକର ଅଭିଯୋଗ ଆଧାରରେ ବିଲରେ ସଂଶୋଧନ କରାଯାଉ ବୋଲି ଚିଠିରେ ଦାବି କରାଯାଇଛି। ଓଡ଼ିଶା ସରକାର ମେରିଟାଇମ ବୋର୍ଡ ପ୍ରକ୍ରିୟାରେ ଅଛନ୍ତି।

ଏ ସମ୍ପର୍କିତ ପ୍ରସ୍ତାବ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ପୋର୍ଟ ବିଲ୍‌ରେ ରାଜ୍ୟ ମେରିଟାଇମ ବୋର୍ଡ ଗଠନ ନେଇ କୌଣସି ସୂଚନା ନାହିଁ। ତେଣୁ ଏହି ବିଲରେ ସଂଶୋଧନ କରିବାକୁ ଦାବି କରିଛି ଓଡ଼ିଶା। ପ୍ରସ୍ତାବିତ ବିଲରେ ମେରିଟାଇମ ରାଜ୍ୟ ଉନ୍ନୟନ ପରିଷଦର ପ୍ରସ୍ତାବ ରହିଛି। ଏହି ପରିଷଦ ଦ୍ୱାରା ରାଜ୍ୟମାନଙ୍କ ଅଧିକାର କ୍ଷୂଣ୍ଣ ହେବ। ଉପକୂଳ ରାଜ୍ୟଗୁଡ଼ିକରେ ବନ୍ଦର ବିକାଶ ବାଧାପ୍ରାପ୍ତ ହେବ। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ପରିଷଦର କ୍ଷମତା କେବଳ ପ୍ରସ୍ତାବ ଓ ପରାମର୍ଶରେ ସୀମିତ ରହୁ। ପରିଷଦରେ ଉପକୂଳ ରାଜ୍ୟମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଦାବି କରାଯାଇଛି।

ଆଉ ନାହାଁନ୍ତି ପ୍ରସିଦ୍ଧ ରେଡିଓ ଖବର ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ

ଭୁବନେଶ୍ୱର: ଆଉ ନାହାଁନ୍ତି ପ୍ରସିଦ୍ଧ ରେଡିଓ ଖବର ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ। ଦୀର୍ଘ ଦିନ ଧରି ଦିଲ୍ଲୀ ଆକାଶବାଣୀରେ ସମ୍ବାଦ ଉପସ୍ଥାପକ ଭାବେ କାର୍ଯ୍ୟକରିଥିବା ଉପେନ୍ଦ୍ରଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି। ଦିଲ୍ଲୀର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। ନିଜର ଗୁରଗମ୍ଭୀର ସ୍ୱର ପାଇଁ ସେ ଓଡ଼ିଶାର ଘରେ ଘରେ ବେଶ ପରିଚିତ ଥିଲେ।

ଜଣେ ଲିଜେଣ୍ଡଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ସିଂହ। ତାଙ୍କ ନିଆରା ସମ୍ବାଦ ପଠନ ଶୈଳୀ ଆଜିବି ରେଡିଓ ଶ୍ରୋତାଙ୍କ ମନ ଭିତରେ ଛାପ ହୋଇ ରହିଛି। ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି। ଚାକିରିରୁ ଅବସର ପରେ ସେ ଆକାଶବାଣୀ କଲୋନୀରେ ରହୁଥିଲେ।

ସୂଚନାରୁ ପ୍ରକାଶ, ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ବିୟୋଗ ହୋଇ ଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି।

ଜୀବନର ମୋଡ଼ ବଦଳାଇ ଦେଇଛି କରୋନା, ଉଚ୍ଚଶିକ୍ଷିତ ପତିପତ୍ନୀ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି

ଭଦ୍ରକ: କରୋନା ବଦଳାଇଦେଇଛି ଜୀବିକା। ଢାବା କରି ଆତ୍ମନିର୍ଭର ହେବାର ନୂଆ ରାସ୍ତା ଆପଣାଇଛନ୍ତି ଉଚ୍ଚଶିକ୍ଷିତ ପତିପତ୍ନୀ। ଭଦ୍ରକ ନଳାଙ୍ଗ ନିକଟରେ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି ସିଭିଲ ଇଞ୍ଜିନିୟର ଲିପିକା ଦାସ ଏବଂ ତାଙ୍କ ସ୍ୱାମୀ। ସେପଟେ ଯାତ୍ରାରେ କଟକଣା କାରଣରୁ ଦୁର୍ଦ୍ଦିନରେ ଅଭିନେତା ଦାମ ପଣ୍ଡା। ପରିବାର ଚଳାଇବା ପାଇଁ ଏବେ ଛୋଟ ଦୋକାନ ଉପରେ ଭରସା କରିଛନ୍ତି।

ଏ ହେଉଛନ୍ତି ଲିପିକା ଦାସ। ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂ। ହେଲେ କରୋନା ବଦଳାଇଦେଇଛି ଜୀବିକାର ମାଧ୍ୟମ। ଆଉ ଉଚ୍ଚଶିକ୍ଷିତ ମହିଳାଙ୍କ କାନ୍ଧରେ ଏବେ ଢାବାର ଦାୟିତ୍ୱ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ  ନିକଟରେ ଲିପିକା ଏବଂ ତାଙ୍କ ସ୍ୱାମୀ ଆରମ୍ଭ କରିଛନ୍ତି ଏହି ବ୍ୟବସାୟ। ନିଜେ ପରିବା କାଟିବା ସହିତ ରୋଷେଇ କରିବା, ଲୋକଙ୍କୁ ପାର୍ସଲ ଦେବା କାର୍ଯ୍ୟ କରୁଛନ୍ତି ପତିପତ୍ନି। ଲିପିକାଙ୍କ ସ୍ୱାମୀ ବାଙ୍ଗାଲୋରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା କାରଣରୁ ଗାଁକୁ ଆସି ଏହି ନୂଆ ବ୍ୟବସାୟକୁ ଆପଣାଇଛନ୍ତି। ଶିକ୍ଷିତ ଦମ୍ପତ୍ତିଙ୍କ ଏଭଳି ଆତ୍ମନିର୍ଭର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ଦାମ ପଣ୍ଡା । ଯାତ୍ରା ଦୁନିଆର ଜଣାଶୁଣା ନାଁ। ପେଣ୍ଡାଲ ଉପରେ ମନୋରଞ୍ଜନ ଭରିଦେଦେଉଥିବା ଏହି କଳାକାରଙ୍କର ଜୀବନର ମୋଡ ବଦଳାଇଦେଇଛି ଭୂତାଣୁ। କରୋନା ଯାତ୍ରା କଳାକାରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଦାମ ପଣ୍ଡା ଆପଣାଇଛନ୍ତି ନୂଆ ରାସ୍ତା। ବାଲେଶ୍ଵର ଜିଲ୍ଲା କଣ୍ଟାବଣିଆ ଗାଁରେ ଛୋଟ ଦୋକାନଟିଏ କରି ଚଳିବା ପାଇଁ ସେ ସଂଘର୍ଷ କରୁଛନ୍ତି। କଟକଣା କାରଣରୁ ଯାତ୍ରା ବନ୍ଦ ଥିବାରୁ ରୋଜଗାର ପାଇଁ ଏହି ଦୋକାନ ଉପରେ ଆଶାପ୍ରକାଶ କରିଛନ୍ତି ଦାମ। ଏଭଳି ଦୁର୍ଦ୍ଦିନରେ କଳାକାରଙ୍କୁ ସହାୟତା ଯୋଗାଇଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଭୂତାଣୁର ଆତଙ୍କରେ ସାରା ମାନବଜାତି ହନ୍ତସନ୍ତ ହେଉଛି। ଉଭୟ ଜୀବନ ଆଉ ଜୀବିକାକୁ ବେଶ୍ ପ୍ରଭାବିତ କରିଛି କରୋନା। ଜୀବନ ଚାଲିଯାଉଥିବାବେଳେ ଜୀବିକା ମୋଡ ବଦଳିଯାଉଛି।