ଏଣିକି ସ୍ୱର୍ଗଦ୍ୱାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ

ପୁରୀ: ସ୍ୱର୍ଗଦ୍ୱାରରୁ ଉଠିଲା ଶବଦାହ କଟକଣା । ଆସନ୍ତା ୧୬ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ ପାଇଁ ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ଏବେ ସେ କଟକଣା ହଟିଥିବା ବେଳେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣଙ୍କ ପ୍ରବେଶକୁ ମିଳିଛି ଅନୁମତି ।

ସୂଚନା ଯୋଗ୍ୟ ଯେ, ଏପ୍ରିଲ ମାସରୁ ପୁରୀ ସ୍ୱର୍ଗଦ୍ୱାରରରେ କରୋନା କାରଣଣୁ ଶବଦାହ ଉପରେ କଟକଣା ଲାଗୁ କରାଯାଥିଲା । ଦିନକୁ ଦିନ ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ପୁରୀ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ପୁରୀକୁ ଅଧିକ ରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସୁଛନ୍ତି । ତେଣୁ କୋଭିଡ ବ୍ୟାପିବାର ଆଶଙ୍କା ଦେଖି ପୁରୀ ପ୍ରଶାସନ ଏହି ନିଷ୍ପତି ନେଇଥିଲା ।

ଏଥିସହିତ ପଢ଼ନ୍ତୁ: ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା, ସଂସ୍କାର ହେବନାହିଁ ମୃତଦେହ

Leave a Reply