କରଣ ବୁଲାନୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଅନିଲ କପୁରଙ୍କ ଝିଅ ରିୟା କପୁର

1 min read

ବଲିଉଡ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କପୁର ପରିବାରରେ ଆଜି ପୁଣି ବାଜିବ ଶାହାନାଇ । ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ବୟଫ୍ରେଣ୍ଡ କରନ ବୁଲାନିଙ୍କୁ ଆଜି ବିବାହ କରିବାକୁ ଯାଉଛନ୍ତି । ସୋନମ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିୟା ଦୀର୍ଘ ୧୩ ବର୍ଷ ଧରି କରଣ ବୁଲାନିଙ୍କୁ ଡେଟ କରୁଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିୟା କପୁର କରଣ ବୁଲାନୀଙ୍କ ବିବାହ କାର୍ଯ୍ୟକ୍ରମ ପ୍ରାୟ ଦୁଇ-ତିନି ଦିନ ଧରି ଚାଲିବ । ଯେଉଁଥିରେ କିଛି ବଛା ବଛା ବ୍ୟକ୍ତି ଅଂଶଗ୍ରହଣ କରିବାର ସମ୍ଭାବନା ଅଛି । କରୋନା ହେତୁ ଏହି ଫଙ୍କସନ ବ୍ୟକ୍ତିଗତ ହେବାକୁ ଯାଉଛି । ରିୟା କପୁର ତାଙ୍କ ଜୁହୁ ବଙ୍ଗଳାରେ ପ୍ରେମିକ କରଣ ବୁଲାନୀଙ୍କ ସହ ବିବାହ କରିବେ । ଯେଉଁଥିରେ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ କେବଳ ଅଳ୍ପ କେତେକ ଅତି ଘନିଷ୍ଠ ବ୍ୟକ୍ତି ଏଥିରେ ସାମିଲ ହେବେ ।

ତେବେ କିଏ ଏହି କରନ ବୁଲାନୀ…

କରନ ବୁଲାନୀ ପେଶାରେ ଜଣେ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ଅଟନ୍ତି । କରଣ ନିଜ କ୍ୟାରିୟରର ପ୍ରାରମ୍ଭ ଆଡଭାଟାଇଜିଂରୁ କରିଥିଲେ । ୨୨ ବର୍ଷ ମଧ୍ୟରେ ସେ ୫୦୦ରୁ ଅଧିକ ବିଜ୍ଞାପନ ନିର୍ମାଣ କରିଛନ୍ତି । ଏହା ପରେ ସେ ଅଷ୍ଟ୍ରେଲିଆର ବ୍ରାଣ୍ଡ ୟୁନିଭର୍ସିଟିକୁ ପାଠ ପଢ଼ିବାକୁ ଗଲେ । ସେଠାରେ ସେ film and television ରେ ପୋଷ୍ଟ ଗ୍ରାଜୁଏସନ ପାଠ ପଢ଼ିଲେ । ସେ ଲା ଫୋରସେଟ୍ ନାମକ ଏକ ସର୍ଟ ଫିଲ୍ମ ପ୍ରସ୍ତୁତ କରିଥିଲେ ଯାହାକୁ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ମିଳିଛି । ଏହି ଫିଲ୍ମଟିକୁ ନ୍ୟୁୟର୍କର ଶର୍ଟ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ବେଷ୍ଟ ଫିଲ୍ମର ପୁରସ୍କାର ମିଳିଛି ।

ଏହା ବ୍ୟତୀତ ସେ ଦୁଇଟି ଫିଚର ଲେନ୍ଥ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । କେବଳ ସେତିକି ନୁହେଁ ୨୭ ବର୍ଷ ବୟସରେ ସେ Indian Documentary Producers Association ର ଏଗଜ୍ୟୁକେଟିଭ ବୋର୍ଡର ସବୁଠୁ କନିଷ୍ଠ ସଦସ୍ୟ ଥିଲେ।

ତେବେ  ରିୟା ଏବଂ କରନଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କପୁର ପରିବାର ପକ୍ଷରୁ କୌଣସ ନିଶ୍ଚିତକରଣ କରାଯାଇ ନାହିଁ କିମ୍ବା କୌଣସି ବୟାନ ଦିଆଯାଇ ନାହିଁ । କରଣ ଏବଂ ରିୟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ ଏବଂ ବର୍ତ୍ତମାନ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply