ରାଷ୍ଟ୍ରପତି ପୋଲିସ ସେବା ମେଡାଲ ଘୋଷିତ: ଓଡ଼ିଶାର ୮୦ଜଣ ପୋଲିସ କର୍ମଚାରୀ ପାଇବେ ପଦକ

1 min read

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଘୋଷିତ ହୋଇଛି । ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ଓଡ଼ିଶାର ୮୦ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବାବେଳେ ଅତି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । SIW ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସ କନେଷ୍ଟବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ପଦକ ମିଳିବ । ସେପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ମିଳିବ । କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ । ସେହିପରି ବରଗଡ଼ର ଡେପୁଟୀ ଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁରର ଡେପୁଟୀ ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟୀ ଏସପି ସତ୍ୟବାନ ମହାନନ୍ଦ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ଏହି ପଦକ ମିଳିବ ।

Leave a Reply