spot_img
Home Blog Page 5447

ବିଲଡରଙ୍କ ବିବାହ ବେପାର, ବିନା ଛାଡପତ୍ରରେ ୩ ସ୍ତ୍ରୀ

ଭୁବନେଶ୍ୱର: ବିଲ୍‌ଡରଙ୍କ ସିରିଜ୍‌ ବିବାହ । ଜଣେ ପରେ ଜଣେ ଯୁବତୀଙ୍କୁ କରିଚାଲିଥିଲେ ବିବାହ  ।  ସେପଟେ ବିବାହ ନାଁରେ ଦେଇଚାଲିଥିଲେ ଧୋକା । ଯୌତୁକ ନିର୍ଯାତନା ଅଭିଯୋଗରେ ବିଲଡର ପ୍ରିୟବ୍ରତ ମିଶ୍ରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ମିଳିଥିବା ସୂଚନା ମୁତାବକ ବିଲଡର ପ୍ରିୟବ୍ରତ ଏକାଧିକ ଯୁବତୀଙ୍କୁ ବିବାହ ନାଁରେ ପ୍ରତାରଣା କରିଥିବା ଅଭିଯୋଗ ରହିଛି। ଏନେଇ ଉଭୟ କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି।

ସେପଟେ ପ୍ରିୟବ୍ରତଙ୍କର ସିରିଜ ବିବାହର ଏକ୍ସକ୍ଲୁସିଭ୍ ଫଟୋ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ବିବାହ ନାଁରେ ଅନେକ ଯୁବତୀଙ୍କୁ ବିବାହ କରିବା ସହ ମୋଟା ଆକାରର ଯୌତୁକ ଆଣୁଥିଲେ  । ସେପଟେ ତାଙ୍କର ପ୍ରଥମ ପତ୍ନୀ ଏନେଇ ସମସ୍ତ ଘଟଣା ବିଷୟରେ ଖୁଲାସା କରିବା ସହ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି  ।

ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସିବିଆଇ ହେଡକ୍ୱାର୍ଟରରେ ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ବିଲ୍ଡିଂରେ ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦିଲ୍ଲୀର ଲୋଧି ରୋଡରେ ଥିବା ସିବିଆଇ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଏବେ କୁଲିଂ କାର୍ଯ୍ୟ ଜାରି ରହିଛି । ବିଲ୍ଡିଂର କେଉଁ ମହଲାରେ ନିଆଁ ଲାଗିଥିଲା ଜଣାପଡ଼ି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ’ଣ ସବୁ ନଷ୍ଟ ହୋଇଛି ତା’ର ସୂଚନା ମିଳିପାରିନାହିଁ ।

ଅନଲାଇନରେ ପାଠ ପଢ଼ିବେ ଅଣ୍ଡର ଗ୍ରାଜୁଏଟ୍

ଭୁବନେଶ୍ୱର: ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ଲେକ୍‌ଚର ଲୋକାର୍ପିତ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହାକୁ ଲୋକାର୍ପିତ କରିଛନ୍ତି । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ ।

E Lecture Portal For Undergraduate Inaugurated

ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍‌ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ଵାରା ବିକଶିତ କରାଯାଇଥିବା ଏକ ସ୍ଵତନ୍ତ୍ର ପୋର୍ଟାଲ https://vtputkal.odisha.gov.inରେ ପ୍ରସ୍ତୁତ ଇ-ଲେକ୍‌ଚରଗୁଡ଼ିକ ସ୍ଥାନିତ କରାଯାଇଛି ।

E Lecture Portal For Undergraduate Inaugurated

ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍‌ଚର ପ୍ରସ୍ତୁତ କରାଯାଇ ୱେବ ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି । ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍‌ଚର ଯଥା ସମୟରେ ଅପ୍‌ଲୋଡ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍‌ଚର ପ୍ରସ୍ତୁତ କରାଯିବ ।

କରୋନା କାଳରେ ସଂଘର୍ଷ କରୁଥିଲେ ଏହି ୫ ବିଭାଗ, ତେଣୁ ବଦଳିଲେ ମୁହଁ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ କେନ୍ଦ୍ର ସରକାରଙ୍କ ୫ ବିଭାଗ ଆଶା ମୁତାବକ କାମ କରିପାରୁନଥିଲେ କିମ୍ବା ସେମାନେ କାମ କରିବାକୁ ସଂଘର୍ଷରତ ଥିଲେ । ପ୍ରବାସୀ ଶ୍ରମିକ ଘରକୁ ପଳାୟନ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଯୋଗାଇ ଦେବାରେ ରେଳବାଇ ବିଫଳ ହୋଇଥିଲା । କରୋନାର ଦ୍ୱିତୀୟ ପ୍ରବାହର ସଠିକ ଅନୁମାନ କରି ନପାରିବାରୁ ଦେଶ ବିରାଟ ବିପଦର ସମ୍ମୁଖୀନ ହୋଇଥିଲ । ସେହିଭଳି ଲକଡାଉନ୍ ଭିତରେ ନାଗରିକଙ୍କ ଆୟ ହ୍ରାସ ପାଇଥିବା ବେଳେ ଯେଉଁଭଳି ଭାବେ ପେଟ୍ରୋଲ ଦର ବଢୁଛି ତାକୁ ନେଇ ମଧ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିଲା । ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଟି ବିଭାଗର ମୁଖ୍ୟଙ୍କୁ ବଦଳାଇ ନୂଆ ଚେହେରା ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ।

Worst Affected Ministry Of India During Corona, Minister Changed

ସ୍ୱାସ୍ଥ୍ୟ
କରୋନା ସଂକଟର ପ୍ରଥମ ପ୍ରବାହ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାମାରୀକୁ ରୋକିବା ଓ ଲୋକଙ୍କ ସତର୍କ କରାଇବାରେ କିଛି ମାତ୍ରାରେ ସଫଳ ହୋଇଥିଲା । କିନ୍ତୁ ଦ୍ୱିତୀୟ ପ୍ରବାହର ଅନୁମାନ କରିବାରେ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲା । ଦ୍ୱିତୀୟ ପ୍ରବାହ କାଳରେ ଯେଉଁଭଳି ଭାବେ ଦେଶରେ ଅକ୍ସିଜେନ୍,ଶଯ୍ୟାର ସଂକଟ ସୃଷ୍ଟି ହୋଇଥିଲା ତାହା କେନ୍ଦ୍ର ସରକାରଙ୍କ ଛବିକୁ ଧୂମିଳ କରିଥିଲା । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦି ସରକାରଙ୍କ କରୋନା ମ୍ୟାନେଜମେଣ୍ଟକୁ ନେଇ ପ୍ରଶ୍ନ ଉଠିଥିଲା । ତେଣୁ ହର୍ସବର୍ଦ୍ଧନଙ୍କ ସ୍ଥାନରେ ମନସୁଖ ମାଣ୍ଡଭିଆଙ୍କୁ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି ।

Worst Affected Ministry Of India During Corona, Minister Changed

ରେଳ
କରୋନାର ପ୍ରଥମ ପ୍ରବାହରେ ଯେଉଁ ଲକଡାଉନ୍ ଲାଗୁ ହୋଇଥିଲା ସେହି ସମୟରେ ପ୍ରବାସୀ ଶ୍ରମିକ ନିଜ ଗୃହ ରାଜ୍ୟକୁ ଫେରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ରେଳ ମନ୍ତ୍ରଣାଳୟକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ପିୟୁଷ ଗୋଏଲଙ୍କଠାରୁ ଏହି ବିଭାଗ ଏବେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତକୁ ଯାଇଛି । ନୂଆ ରେଳମନ୍ତ୍ରୀଙ୍କ ପାଇଁ କରୋନା ସଂକଟକାଳରେ ମାଲ ପରିବହନ ସହିତ ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନକୁ ଟ୍ରାକକୁ ଆଣିବା ସବୁଠାରୁ ବଡ଼ ଚ୍ୟାଲେଂଜ୍ ହେବ ।

Worst Affected Ministry Of India During Corona, Minister Changed

ଶିକ୍ଷା
କରୋନା ମହାମାରୀ କାରଣରୁ ସ୍କୁଲ, କଲେଜ ପ୍ରାୟ ଦେଢ ବର୍ଷ ହେବ ଏକରକମ ବନ୍ଦ ଅଛି । ଅନଲାଇନ୍ କ୍ଲାସ ଜରିଆରେ ପଢା ଚାଲିଛି । ତେବେ ବଡ କଥା ହେଉଛି କରୋନା କାଳରେ ପରିକ୍ଷା ପରିଚାଳନାକୁ ନେଇ ଦେଶବ୍ୟାପି ଅସନ୍ତୋଷ ରହିଛି । ରମେଶ ପୋଖରିୟାଲଙ୍କଠାରୁ ଶିକ୍ଷା ମନ୍ତ୍ରଣାଳୟ ଛଡାଇ ନେଇ ମୋଦି ଏହାକୁ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କ ପାଖରେ ଏବେ ଶିକ୍ଷା ବ୍ୟବସ୍ଥାର ନୂଆ ଚ୍ୟାଲେଂଜକୁ ବାସ୍ତବତାର ଜାମା ପିନ୍ଧାଇବାକୁ ପଡିବ ।

Worst Affected Ministry Of India During Corona, Minister Changed

ପେଟ୍ରୋଲ
କରୋନା କାଳରେ ଦେଶର ଅର୍ଥନୀତି ଭୁସୁଡି ପଡିଛି କହିଲେ ଭୁଲ ହେବ ନାହିଁ । ସାଧାରଣ ଲୋକଙ୍କ ପାଖରେ ରୋଜଗାରର ଘୋର ଅଭାବ ଭିତରେ ବଢୁଥିବା ତୈଳ ଦର ସରକାରଙ୍କ ଛବିରେ ଦାଗ ଲଗାଇଛି । ପେଟ୍ରୋଲିୟମ ବିଭାଗକୁ ଧର୍ମେନ୍ଦ୍ରଙ୍କଠାରୁ ନେଇ ହରଦିପ ପୁରୀଙ୍କୁ ଦିଆଯାଇଛି । ଏବେ ପୁରୀଙ୍କ ପାଇଁ ଚ୍ୟାଲେଂଜ୍ ହେବ ବଢୁଥିବା ତୈଳଦର ଭିତରେ ତାଙ୍କୁ ସରକାରଙ୍କ ଇମେଜ ପାଇଁ ମଧ୍ୟ କସରତ କରିବାକୁ ପଡିବ ।

Worst Affected Ministry Of India During Corona, Minister Changed

ଶ୍ରମ
କରୋନା ମହାମାରୀ ଭିତରେ ଦେଶକୁ ଅନେକ ଥର ଲକଡାଉନ ଭିତରେ ରହିବାକୁ ପଡିଛି । ଏହି ଲକଡାଉନ ଦ୍ୱାରା ସର୍ବାଧିକ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ପଳାୟନ ସହିତ କାରଖାନରେ ଛଟେଇ ଦେଶରେ ଆର୍ଥିକ ସଂକଟ ସୃଷ୍ଟି କରିଛି । ମୋଦିଙ୍କ ନୂଆ ଟିମରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ମୁଖ୍ୟଙ୍କ ଚେହେରା ମଧ୍ୟ ବଦଳିଛି । ସନ୍ତୋଷ ଗଙ୍ଗୱାରଙ୍କ ସ୍ଥାନରେ ଭୁପେଶ ଯାଦବଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲକଡାଉନ୍ ଭିତରେ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଭୁପେଶଙ୍କ ପାଇଁ ବଡ ଚ୍ୟାଲେଂଜ୍ ହେବ ।

ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ କେନ୍ଦ୍ରରେ ରହିବ ସ୍ୱତନ୍ତ୍ର ପ୍ରତୀକ୍ଷା କକ୍ଷ

ଭୁବନେଶ୍ୱର: ରାଜ୍ୟରେ ଯେତିକି କୋଭିସିଲ୍ଡ ଟିକା ଅଛି ଆଉ ୨ ଦିନ ଟିକାକରଣ ଚାଲିବ । ତା’ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବର୍ତ୍ତମାନ ୧, ୯୦ ହଜାର ୯୮୦ ଡୋଜ୍ କୋଭିସିଲ୍ଡ ଏବଂ ୨ ଲକ୍ଷ ୯୮ ହଜାର ୮୧୦ କୋଭକ୍ସିନ ମହଜୁଦ୍ ଅଛି । ୧୫ ତାରିଖରେ କେନ୍ଦ୍ର ସରକାର ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଟିକା ରାଜ୍ୟକୁ ପ୍ରଦାନ କରିବେ ।

Special Room For Pregnant Women In Covid Vaccination Centre

ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ । ଜୁଲାଇ ମାସରେ କେନ୍ଦ୍ର ସରକାର ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଏବଂ ୧ ଲକ୍ଷ ୭୦ ହଜାର ୨୫୦ ଡୋଜ୍ କୋଭକ୍ସିନ ଟିକା ପ୍ରଦାନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨୮ ଲକ୍ଷ ଲୋକ କୋଭିସିଲ୍ଡର ଦ୍ଵିତୀୟ ଡୋଜ୍ ନେବାକୁ ଅଛନ୍ତି । ଟିକା ଅଭାବ ଥିବାରୁ ଦ୍ଵିତୀୟ ଡୋଜ୍ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବ । ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କେତେ ବିପଦ ପଡ଼ିବ । ଟିକା ନେଲେ କ’ଣ ଭଲ ହେବ ଗର୍ଭବତୀ ମହିଳାଙ୍କୁ ସଚେତନ କରାଇବେ । ତାପରେ ସେମାନେ ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ କହିଲେ ଦିଆଯିବ । ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରତୀକ୍ଷା କକ୍ଷ ହେବ । ଘର ଘର ବୁଲି ଟିକା ଦେବାକୁ ଗାଇଡଲାଇନରେ ମନା କରାଯାଇଛି ।

ଦେଖା କରିବାକୁ ଆସିଥିଲା ପ୍ରେମିକ, ଧରା ପଡ଼ିବା ଭୟରେ ଟ୍ରଙ୍କରେ ଭର୍ତ୍ତି କରିଦେଲା ପ୍ରେମିକା

ବାରିପଦା: ପ୍ରେମିକଙ୍କୁ ଟ୍ରଙ୍କରେ ତାଲା ପକାଇଲେ ପ୍ରେମିକା । ପଢ଼ିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକରେ । ଯେଉଁଠି ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଟ୍ରଙ୍କରେ ତାଲା ପକାଇ ଦେଇଛନ୍ତି । ପରିବାରର ସଦସ୍ୟଙ୍କ ଠାରୁ ପ୍ରେମିକଙ୍କୁ ବଞ୍ଚାଇବା ପାଇଁ ଏମିତି କରିଛନ୍ତି ଯୁବତୀ ।

Viral Viedo Girl Locked Lover In Trunk Mayurbhanj

ଆଉ ଶେଷରେ ଭାଇ ହାତରେ ଧରା ପଡ଼ିଛି ଭଉଣୀ । ସମସ୍ତଙ୍କ ଗୋପନରେ ପ୍ରେମିକାକୁ ଭେଟିବାକୁ ଆସିଥିଲା ପ୍ରେମିକ । ଘରେ କେହି ନଥିଲେ । ସେହି ସୁଯୋଗରେ ପ୍ରେମିକାକୁ ଭେଟିବାକୁ ଆସିଥିଲା ପ୍ରେମିକ । ତା’ପରେ ହଠାତ୍ ଆସିଗଲେ ଘର ଲୋକ । କଣ କରିବେ କିଛି ବୁଦ୍ଧିବାଟ ଦିଶିଲାନି । ଶେଷରେ ପ୍ରେମିକକୁ ଟ୍ରଙ୍କରେ ପୁରାଇ ଚାବି ମାରିଲା ପ୍ରେମିକା ।

Viral Viedo Girl Locked Lover In Trunk Mayurbhanj

ଘର ଲୋକ ଆସି ଝିଅକୁ ପଚରାଉଚରା କରିଥିଲେ । ହଡ଼ବଡ଼େଇ ଯିବା ଓ ପାରିପାର୍ଶ୍ୱିକ ସ୍ଥିତିରୁ ଜାଣି ପାରିଥିଲେ ଯୁବକ ଜଣଙ୍କ ଟ୍ରଙ୍କରେ ଛପିଛି । ପରେ ପ୍ରେମିକା ଟ୍ରଙ୍କର ଚାବି ଖୋଲିବାରୁ ଯୁବକ ଜଣଙ୍କ ତା’ଭିତରୁ ବାହାରି ଥିଲେ । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଟୋକିଓ ଅଲମ୍ପିକ ସରିବା ପର୍ଯ୍ୟନ୍ତ କୋଭିଡ୍-୧୯ ଏମର୍ଜେନ୍ସି ଘୋଷଣା କରିବ ଜାପାନ

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଜାପାନ । ଟୋକିଓ ଅଲମ୍ପିକ ବେଳେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଖେଳ ସରିବା ଯାଏଁ ଜାପାନ ଏମର୍ଜେନ୍ସି ଘୋଷଣା କରିଛି । ବିଶେଷଜ୍ଞଙ୍କ ସହ ବୈଠକ ପରେ ସରକାରୀ ଅଧିକାରୀ ଆସନ୍ତା ସୋମବାର ଠାରୁ ଅଗଷ୍ଟ ୨୨ ଯାଏଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲେ ।

ଗତବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଅଲମ୍ପିକ ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ । ଖେଳ ସମୟରେ ବିଦେଶୀ ଦର୍ଶକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ । ୬ ସପ୍ତାହର ଏମର୍ଜେନ୍ସି ସମୟରେ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ସମ୍ଭାବନା ବହୁତ କମ୍ । ଦର୍ଶକଙ୍କ ପ୍ରବେଶ ନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବ । ସ୍ଥାନୀୟ ଆୟୋଜକ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଓ ଅନ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।

ଏବେ ଟୋକିଓରେ ବିଶେଷ କଡ଼ା ପ୍ରତିବନ୍ଧକ ନାହିଁ । ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବା ସମୟ ହ୍ରାସ୍ କରାଯାଇଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ଗୁରୁବାର ଜରୁରୀକାଳୀନ ପରିସ୍ଥିତି ନେଇ ଘୋଷଣା କରିପାରନ୍ତି । ତେବେ କରୋନା ଆରମ୍ଭ ପରେ ଏହା ଜାପାନରେ ଚତୁର୍ଥ ଜରୁରୀକାଳୀନ ପରିସ୍ଥିତ ହେବ ।

‘ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ’

ଭୁବନେଶ୍ୱର: ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ । ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଟିକାକାରଣ କରିବା, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ ସ୍ୱତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ । ଏହି ତିନୋଟି ପ୍ରସଙ୍ଗ ଉପରେ ଫୋକସ୍ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ତୃତୀୟ ଲହର ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୨୫୪୨ ପଜିଟିଭ୍

ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ରୀୟ ଟିମ୍ ଏପର୍ଯ୍ୟନ୍ତ କେବଳ ୨ଟି ଜିଲ୍ଲା ଯାଇଛନ୍ତି । ଜଗତସିଂହପୁର, ପୁରୀ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବୁଲି ଦେଖିଛି କେନ୍ଦ୍ରୀୟ ଦଳ । ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ମୃତ୍ୟୁ ଲୁଚା ଯାଉନାହିଁ । ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କରୁଛି, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ସେ ନେଇ ରିପୋର୍ଟ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ, ଅନୁରାଗ ଠାକୁର

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ମିଳିବାପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦାୟିତ୍ୱ ନେବାର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି, ଆହୁରି ଉନ୍ନତି କରିବ ଭାରତୀୟ ରେଲୱେ । କିଭଳି ସମସ୍ତ ଲୋକଙ୍କୁ ସୁବିଧା ମିଳିବ ସେ ଦିଗରେ କାମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଭିଜନରେ ରହିଛି ଏହି ବିଭାଗ । ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସେ ।

ସେହିଭଳି ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ ଏବଂ ଯୁବ ଓ କ୍ରୀଡ଼ା ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ନୂଆ ଦାୟିତ୍ୱ ଦେଇଥିବାରୁ ଏହାକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି ଅନୁରାଗ । ବିଗତ ୭ ବର୍ଷରେ ଭାରତକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଆଖିଦୃଶିଆ କାମ କରିଛନ୍ତି ।

ଅନ୍ୟପଟେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପାର୍ଟି ଅଫିସରେ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିବେ । ଗତକାଲି ମୋଦି କ୍ୟାବିନେଟରେ ବଡ଼ ପରିବର୍ତ୍ତନ ହୋଇଥିଲା । ରବିଶଙ୍କର ଓ ଜାଭେଦକରଙ୍କ ସମସ୍ତ ୧୨ ମନ୍ତ୍ରୀଙ୍କୁ ପଦରୁ ହଟା ଯାଇଥିଲା ।

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧିକ୍ଷକଙ୍କ ଘରେ ରେଡ୍

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ସକାଳୁ ରେଡ୍ କରିଛି ଭିଜିଲାନ୍ସ । ବଲାଙ୍ଗିର ସହରର ପ୍ୟାଲେସ ଲାଇନ୍ ସମେତ ସହରର ଚାରୋଟି ସ୍ଥାନରେ ଭିଜିଲାନ୍ସର ଚାରୋଟି ଟିମ୍ ଚଢ଼ାଉ ଜାରି ରଖିଛି ।

Vigilance Raid Former In Charge Superintendent Of OSWC Titilagarh

ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ପ୍ୟାଲେସ ଲାଇନରେ ଥିବା ୨ଟି ଘର, ରାଜେନ୍ଦ୍ର ପଡ଼ାରେ ଗୋଟିଏ ଘର ଓ ସଦର ବ୍ଲକ ଅନ୍ତର୍ଗତ ଖଟବାହଲି ଗାଁରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।

Vigilance Raid Former In Charge Superintendent Of OSWC Titilagarh

ଗଣପତି ପୁରୋହିତ ଟିଟିଲାଗଡ଼ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଭାରପ୍ରାପ୍ତ ଅଧିକ୍ଷକ ଭାବେ କାର୍ଯ୍ୟ କରି ଗତ ବର୍ଷ ମେ’ ମାସରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ନାଁରେ ପଣ୍ୟାଗାର ନିଗମରୁ କୋଟି କୋଟି ଟଙ୍କାର ଚାଉଳ ହେରଫେର କରିଥିବା ଅଭିଯୋଗ ରହିଛି । ପୂର୍ବରୁ ୨୦୦୯ ମସିହାରେ ମଧ୍ୟ ଗଣପତିଙ୍କ ଉପରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।