ଜନ୍ମମାଟିରେ ହକି ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୁନ୍ଦରଗଡ଼: ଟୋକିଓ ଅଲିମ୍ପିକରେ ଇତିହାସ ରଚି ଭାରତ ପାଇଁ ଗର୍ବ ଆଣିଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ଖେଳାଳ଼ିଙ୍କୁ ଗାଁରେ ଦିଆଯାଇଛି ସମ୍ବର୍ଦ୍ଧନା। ଅଲିମ୍ପିଆନଙ୍କୁ ସ୍ୱାଗତ କଲା ଜନ୍ମମାଟି। ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୋଭାଯାତ୍ରାରେ ନିଆଯାଇ ସଉନାମୁରା ଗ୍ରାମରେ ସମ୍ବର୍ଦ୍ଧିତ କରିଛି ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀ। ନିଜ ଗ୍ରାମରେ ପହଞ୍ଚିବା ପରେ ଅମିତ ନିଜ ବାପାଙ୍କ ସମାଧୀସ୍ଥଳକୁ ଯାଇ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ।  ସେପଟେ ଦୀପଗ୍ରେସ ଏକ୍କାଙ୍କୁ ନିଜ ଗ୍ରାମ ଲୁଲୁକିଡିହିରେ ଓ ନମିତା ଟୋପୋଙ୍କୁ ଜଉରାମାଲରେ ସମ୍ବର୍ଦ୍ଧିତ କରାଯାଛି।

ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ହେଵା ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକରେ ୧୭ ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରିଵା ଓ  ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବାରୁ ଦିଲ୍ଲିପ ତିର୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply