spot_img
Home Blog Page 5446

ପଖାଳରେ ଅଛି ଇମ୍ୟୁନିଟି ବୁଷ୍ଟ ପାୱାର, କୋଭିଡ ବିରୋଧରେ ସୃଷ୍ଟି କରୁଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ଓଡ଼ିଆଙ୍କ ଖାଦ୍ୟ ପଖାଳରେ ଅଛି ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି । ପଖାଳ ସହିତ ତୋରାଣିରେ ବି ରହିଛି ଇମ୍ୟୁନିଟି ବୁଷ୍ଟ ପାୱାର । ଯାହା କରୋନା ଭଳି ମହାମାରୀରେ କମାଲ କରିବାର କ୍ଷମତା ରଖିଛି । ଭୁବନେଶ୍ବର ଏମ୍‌ସ୍‌ର ଏକ ରିସର୍ଚ୍ଚ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ପଖାଳ ଦେହ ହାତ ବ୍ୟଥାକୁ ଦୂର କରିଥାଏ ବୋଲି ଜଣା ପଡିଛି । ତୋରାଣିରେ ଥିବା ପ୍ରଚୁର ପରିମାଣର ଲ୍ୟାକ୍ଟୋ-ବାସିଲସ୍ ଶରୀରର ଫୁସ୍‌ଫୁସ୍ ଓ ଅନ୍ତଃନଳୀକୁ ସଂକ୍ରମଣରୁ ରୋକିଥାଏ । ସ୍ମଲ-ଚେନ୍ ଫ୍ୟାଟି-ଏସିଡରେ ମଧ୍ୟ ଆଂଟି-ଭାଇରାଲ ଶକ୍ତି ଥାଏ, ଯାହା ଶରୀରର ବିଭିନ୍ନ ଅଂଶକୁ ଅଧିକ ଚଳଚଂଚଳ କରିଥାଏ ।

ପଖାଳ ଖାଅ ଫିଟ୍ ରୁହ । ପ୍ରତିଟି ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଗଣ୍ଡେ ପଖାଳ ଆଉ ମୁନ୍ଦେ ତୋରାଣି ମନକୁ ଦେଇଥାଏ ଶାନ୍ତି । ଏହି ସ୍ବତନ୍ତ୍ର ଖାଦ୍ୟ ପାଇଁ ମାର୍ଚ୍ଚ ୧୯ରେ ପଖାଳ ଦିବସ ମଧ୍ୟ ପାଳନ କରାଯାଏ । ହେଲେ ଏହି ପଖାଳ ଯେ ମଣିଷ ପାଇଁ ଏତେ ହିତକାରକ , ତାହା ଅଲ୍ ଇଣ୍ଡିଆ ଇନ୍‌ଷ୍‌ଟିଚ୍ୟୁଟ ଅଫ୍ ମେଡ଼ିକାଲ୍ ସାଇନ୍ସ ବା ଏମସର ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ବାସି ପଖାଳରେ ବଡ଼ ଶକ୍ତି ରହିଛି ବୋଲି ଏହି ରିପୋର୍ଟ କହୁଛି । ପଖାଳର ଏହି ତୋରାଣିରେ ସଟ୍-ଚେନ୍ ଫ୍ୟାଟି-ଏସିଡ଼୍ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରର ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଥାଏ । ଏମସ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ଡକ୍ଟର ବାଲା ମୁରୁଗାନ୍ ରାମଦାସଙ୍କ ନେତୃତ୍ବରେ ଏକ ୨୦ ଜଣିଆ ଟିମ୍ ପଖାଳ ଉପରେ ରିସର୍ଚ୍ଚ କରିଥିଲେ ।

ପଖାଳ ଓଡ଼ିଶାରେ ଖୁବ୍ ପରିଚିତ ଥିଲେ ବି ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରୁ ପଖାଳର ନମୁନା ସଂଗ୍ରହ କରାଯାଇ ରିସର୍ଚ୍ଚ ହୋଇଛି । ତୋରାଣିରେ ଥିବା ଲ୍ୟାକ୍ଟୋ-ବାସିଲସ୍ ବିଭନ୍ନ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ । ବିଶେଷ କରି ଫୁସଫୁସ୍ ଓ ଅନ୍ତନଳିରେ ସଂକ୍ରମଣ ରୋକିବାରେ ଏହା ଅଧିକ କାମ ଦିଏ । କେବଳ ସେତିକି ନୁହଁ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହା ଅଧିକ ଲାଭଦାୟକ । ରିସର୍ଚ୍ଚ କରିଥିବା ଡାକ୍ତର ମଧ୍ୟ ପ୍ରତିଦିନ ଅଧ ଲିଟର ତୋରାଣି ପିଅନ୍ତି । ଏହା ଅଧିକ ଶକ୍ତି ଦିଏ ବୋଲି କହିଛନ୍ତି ।

ଅଲମ୍ପିକସ ଯାଉଥିବା କ୍ରୀଡ଼ାବିତଙ୍କ ସହ କଥା ହେଲେ ନବୀନ, ଘୋଷଣା କଲେ ପୁରସ୍କାର ରାଶି

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି କଥା ହୋଇଛନ୍ତି  ।  କ୍ରୀଡ଼ାବୀତଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିୟାନ ଦୂତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ ।

ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଟୋକିଓ ଅଲମ୍ପିକସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି  ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକ ରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ।

ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(5T)  ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । କ୍ରୀଡା ବିଭାଗର ପ୍ରମୁଖ ସଚିବ  ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ  ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର , ଉନ୍ନୟନ କମିଶନର  ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ରହିଥିଲେ  ।

ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ, ୧୧ ତାରିଖରେ ଖୋଲିବ ଗେଟ୍

ଭୁବନେଶ୍ୱର: ଉପରମୁଣ୍ଡରେ  ବର୍ଷା ହେଉଛି  । ହୀରାକୁଦରେ ଜଳସ୍ତର ବଢୁଛି  । ଯେହେତୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି, ତେଣୁ ତାହାକୁ ଅପସାରିତ କରିବା ନେଇ ନିଷ୍ପତ୍ତି ନେଇଛି ଜଳଭଣ୍ଡାର ଅଧିକାରୀ  । ଆସନ୍ତା 11 ତାରିଖ ଦିନ 11 ଟା ସମୟରେ ପ୍ରଥମ ଥର ପାଇଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜନ ନିଷ୍କାସନ କରାଯିବ।

ସେପଟେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୧୧ ତାରିଖରୁ ଛଡ଼ାଯିବ  । ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି  । ଉପରସ୍ତରରେ ବର୍ଷା ହେଉଥିବାରୁ ଜଳଭଣ୍ଡରାରରେ ଜଳସ୍ତର ବଢିବାରେ ଲାଗିଛି  । ତେଣୁ ଜଳ ନିଷ୍କାସନର ଆବଶ୍ୟକତା ରହିଥିବା କହିଛନ୍ତି ଅଧିକାରୀ  ।

ନୂଆ ମନ୍ତ୍ରିମଣ୍ଡଳକୁ ନେଇ ପ୍ରଥମ କ୍ୟାବିନେଟ ବୈଠକ, ୧ ଲକ୍ଷ କୋଟି ଟଙ୍କା କୃଷକଙ୍କୁ ମିଳିବ

ନୂଆଦିଲ୍ଲୀ:  ମୋଦୀ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂଆ ମନ୍ତ୍ରୀ ମାନେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯାହା ପରେ ଆଜି ସନ୍ଧ୍ୟାରେ ମୋଦୀ ସରକାରଙ୍କ ନୂତନ କ୍ୟାବିନେଟ୍ ବୈଠକ ବସିଥିଲା । କ୍ୟାବିନେଟ୍ ସମ୍ପ୍ରସାରଣ ପରେ ଏହା ହେଉଛି ପ୍ରଥମ ବୈଠକ। ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସରକାର ମଣ୍ଡି ଗୁଡିକର ସଶକ୍ତିକରଣ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏକ ଲକ୍ଷ କୋଟି ଟଙ୍କା ମଣ୍ଡି ମାଧ୍ୟମରେ ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଏପିଏମସି ଜାରି ରହିବା ସହ ମଣ୍ଡି ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି  । ଯେଉଁ ଚାଷୀ ମାନେ ଆନ୍ଦୋଳନରତ ଅଛନ୍ତି ସେମାନଙ୍କୁ ମଧ୍ୟ ଏପିଏମସି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି  । ଏଥିସହ ନଡିଆ ଚାଷୀଙ୍କୁ ଲାଭ ପହଞ୍ଚଇବା ପାଇଁ ନଡିଆ ବୋର୍ଡରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି  । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୩ ହଜାର ୧୦୦ କୋଟି ଟଙ୍କା ଏମର୍ଜେନ୍ସି ପ୍ୟାକେଜ ଘୋଷଣା କରିଛନ୍ତି ସରକାର  । ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଦିଆଯିବ  । ଏଥିରେ କୋଭିଡ ହସ୍ପିଟାଲ ଓ ଆବଶ୍ୟକ ଭିତ୍ତିଭୂମିରେ ଆବଶ୍ୟକ ବ୍ୟବସ୍ଥା କରାଯିବ  ।

ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରାଯିବା ପରେ ନୂଆ ଦାୟିତ୍ୱ ନେଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି ।

ରେଡକ୍ରସ ଭବନରେ ଉଦଘାଟନ ହେଲା ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରେଡକ୍ରସ ଭବନରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ସିଜେନ୍‌ କନସେନଟ୍ରେଟର ବ୍ୟାଙ୍କ । ଭାରତୀୟ ରେଡ୍‌କ୍ରସ ସୋସାଇଟି ପକ୍ଷରୁ ଏହି ବ୍ୟାଙ୍କ ସ୍ଥାପନ କରାଯାଇଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କରେ ମୋଟ ୨୫ଟି ଅକ୍ସିଜେନ୍‌ କନସେନଟ୍ରେଟର ରହିଥିବା ବେଳେ ଖୁବ୍‌ଶୀଘ୍ର ଅଧିକ ୧୦୦ଟି ଅକ୍ସିଜେନ୍‌ କନସେନଟ୍ରେଟର ରଖାଯିବ । ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ନଥିଲେ ସୁଦ୍ଧା ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଏହା ବେଶ୍‌ ସହାୟକ ହୋଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟାଙ୍କ ଜରିଆରେ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଥିଲେ ଘରକୁ ଅକ୍ସିଜେନ୍‌ କନସେନଟ୍ରେଟର ନେଇ ବ୍ୟବହାର କରିପାରିବେ । ଏହି ସେବା ସମ୍ପୂର୍ଣ୍ଣ ମାଗଣା ହୋଇଥିଲେ ସୁଦ୍ଧା ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିକ୍ୟୁରିଟି ଡିପୋଜିଟ୍‌ ଭାବେ ୫ହଜାର ଟଙ୍କା ଦେବାକୁ ପଡିବ ଯାହା ଅକ୍ସିଜେନ୍‌ କନସେନଟ୍ରେଟର ଫେରସ୍ତ ସମୟରେ ଦିଆଯିବ ବୋଲି ରେଡ୍‌କ୍ରସ ସୋସାଇଟିର ସଚିବ ସିଟିଏମ୍‌ ସୁଗୁଣା ସୂଚନା ଦେଇଛନ୍ତି । ପୂର୍ବରୁ ରେଡକ୍ରସ ସୋସାଇଟି ପକ୍ଷରୁ ୭୫ଟି ଅକ୍ସିଜେନ୍‌ କନସେନଟ୍ରେଟର ସ୍ବାସ୍ଥ୍ୟବିଭାଗକୁ ଯୋଗାଇ ଦିଆଯାଇଛି ।

ବୋହୁକୁ ମାରିଦେଲା ପୁଅ, ଶାଶୂ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ଶାଶୂ ଆଣିଲେ ବୋହୂର ହତ୍ୟା ଅଭଯୋଗ । ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରୁ ଅସିଛି ଏଭଳି ଅଭିଯୋଗ । ଶ୍ରୀମତୀ ବାଇ ନିଜ ବୋହୂକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ନିଜ ପୁଅ ଦେବାଶିଷ୍ ବାଇ, ପଡୋଶୀ ଓ ସହଯୋଗୀ ମିଶି ବୋହୂ ଦୀପିକାଙ୍କୁ ହତ୍ୟା କରିଥିବା ଆଭିଯୋଗ ଆଣିଛନ୍ତି ଶାଶୂ  ।  ଖବର ଅନୁଯାୟୀ ଦେବାଶିଷ୍ ବାଇ ଦୀପିକାଙ୍କୁ ପ୍ରେମ ବିବାହ କରିଥିଲେ ।

ମାତ୍ର ବାହାଘର ଦିନ ଠାରୁ ବୋହୂକୁ ନିର୍ଯାତନ ଦେଇ ଆସୁଥିଲେ । ଗତକାଲି ଦୀପିକାଙ୍କୁ ମାରି ପଙ୍ଖାରେ ଝୁଲାଇ ଦେଇଥିବା କହିଛନ୍ତି ଶାଶୂ ଶ୍ରୀମତୀ ବାଇ । ଏହା ସହିତ ପୁଅ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଗୁମର ମଧ୍ୟ ଖୋଲିଛନ୍ତି ମାଆ ଶ୍ରୀମତୀ ବାଇ । ଏନେଇ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି । ସେପଟେ କିଛି ମହିଳା ନ୍ୟାୟ ଦାବିରେ ଥାନା ଘେରାଉ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ ଶେଷ, ଏଥର ଟିଭି ଓ ସୋସିଆଲ ମିଡିଆରେ ଜଗା ଦର୍ଶନ

ପୁରୀ: ଚଳିତବର୍ଷର ଘୋଷଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି  । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାର ଉପସ୍ଥିତ ରହିଥିଲା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାଶ, ତୁଷାରକାନ୍ତି ବେହେରା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ଉପସ୍ଥିତ ରହିଥିଲେ  ।

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଜିଲ୍ଲାପାଳ, ଏସପି, ପ୍ରମୁଖ ବୈଠକରେ ସାମିଲ ଥିଲେ  । ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚଳିତବର୍ଷ ଗତ ବର୍ଷ ପରି ଶାନ୍ତି ଶୃଙ୍କଳାର ଭାବେ ଯେପରି ରଥଯାତ୍ରା ସମାପନ ହେବ ବିଶେଷ କରି କୋଭିଡ କଟକଣା ଭିତରେ ଯେପରି ଘୋଷଯାତ୍ରା କାର୍ଯ୍ୟ ଚାଲିବ ସେନେପଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି  । ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି । ରଥଯାତ୍ରାର ସୁପରିଚାଳନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ବିନା ଭକ୍ତରେ ହେବ ଚଳିତ ଥରର ରଥଯାତ୍ରା । ଟିଭି ଓ ସୋସିଆଲ ମିଡିଆରେ ଦେଖିପାରିବେ ରଥଯାତ୍ରା ।

ରିଲାଏନ୍ସ ଟାଓ୍ୱାର ବସାଇବା ନାଁରେ ୩୯ଲକ୍ଷ ଲୁଟି ନେଇଥିଲେ ସାଇବର ଠକ, କୋଲକାତାରୁ ଗିରଫ

ଭୁବନେଶ୍ୱର: ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସାମ୍ବାଦିକ ସମ୍ମିଳନୀ  । ରିଲାଏନ୍ସ ଟାଓ୍ୱାର ବସାଇବା ନାଁରେ ହୋଇଥିବା ସାଇବର ଠକେଇକୁ ନେଇ ହୋଇଥିବା ମାମଲାରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ  । କମିସନରଙ୍କ କହିବା ମୁତାବକ କୋଲକାତାରେ କଂପାନୀ ଖୋଲି ୩୯ଲକ୍ଷ ଠକି ନେଇଥିଲେ ସାଇବର ଲୁଟେରା  ।ସେପଟେ ଏହି ଅଭିଯୋଗ ପହଁଚିବା ପରେ ସାଇବର ଟିମ୍‌ ୨୫ଲକ୍ଷ ୭୦ହଜାର ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି  ।

ଉଦ୍ଧାର ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି  । ରାକେଟ ମୁଖ୍ୟ ଅଭୟ ତିଓ୍ୱାରୀ କୋଲକାତା ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଛି  ।କୋଲକାତାରେ ବିଚାର ବିଭାଗୀୟ ହେପାଜତରେ ଅଛି ଅଭୟ  । ତିଓ୍ୱାରୀର ୮ଟି ଅଫିସ ସିଲ କରିଛି ସାଇବର ଟିମ୍‌  । ଅଭୟର ସହଯୋଗୀ ଅଙ୍କିତ ରାୟ ମଧ୍ୟ ଗିରଫ କରିଛି ପୋଲିସ  । ସେପଟେ ଲୁଟ କାର୍ୟ୍ୟରେ ବୟବହୃତ ହୋଇଥିବା ଲାପଟପ, ୧୫ପାସବୁକ୍‌, ଏଟିଏମ କାର୍ଡ ଜବତ କରାଯାଇଛି  ।

ଅନ୍ୟପଟେ ପୋଲିସ କମିସନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ ଏହି ଲୁଟ ଅଭିଯୋଗ ପାଇଲା ପରେ କଟକ ଡିସିପିଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯାନ ଚାଲିଥିଲା ।  ପ୍ରଥମେ ଠକେଇ ନେଇ ଜଗତପୁର ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ କମିସଲରେଟ ପୋଲିସର କିଛି ସଦସ୍ୟ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବେ ବୋଲି କହିଛନ୍ତି ପୋଲିସ କମିସନର   । ଯଦି ତଦନ୍ତ ପାଇଁ ଆବଶ୍ୟକ ପଡ଼େ ତେବେ ଅଭିଯୁକ୍ତ ଅଭୟକୁ ରିମାଣ୍ଡରେ ଅଣାଯିବ ବୋଲି ମଧ୍ୟ କହିଛନ୍ତି  ।

ଓପେରା ଇଣ୍ଡିଆଜ ସୁପର ମଡେଲ ପ୍ରତିଯୋଗିତା 2021ରେ ପିପିଲି ଝିଅ

ଭୁବନେଶ୍ୱର: ସର୍ବଭାରତୀୟ ମଡେଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ପିପିଲିର ପୂଜାରାଣୀ ନାୟକ  । ସେ ଜଣେ ଡାକ୍ତରୀ ଛାତ୍ରୀ  । ଡାକ୍ତର ହୋଇ ଲୋକଙ୍କ ସେବା କରିବା ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା ବେଳେ ମଡେଲ ହେବା ତାଙ୍କର ଏକ ପ୍ୟାସନ  । ପିପିଲି ଭଳି ଏକ ଛୋଟ ସହରରୁ ଓଡିଶା ପାଇଁ ପ୍ରତିନିଧିତ୍ବ କରି ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶାର ମର୍ଯ୍ୟାଦା ବଢ଼ାଇଥିବା ବେଳେ ପିପିଲି ପାଇଁ ଗୌରବ ଆଣିଛନ୍ତି ସେ  ।

କୋଭିଡ ପାଇଁ ଏହି ପ୍ରତିଯୋଗିତା ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ବେଳେ 39 ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରୁ 5 ଜଣ ଫାଇନାଲକୁ ଉତୀର୍ଣ୍ଣ ହୋଇ ପୂଜା ଦ୍ଵିତୀୟ ସ୍ଥାନ ଅଧିକାର କରି ଓପେରା ଇଣ୍ଡିଆଜ ସୁପର ମଡେଲ 2021ରେ ସ୍ଥାନ ପାଇଛନ୍ତି  । ତେବେ ପିପିଲି ଭଳି ଛୋଟିଆ ସହରରୁ ପ୍ରତିଯୋଗିତାରେ ଭାଗ ନେଇ ବଡ ସଫଳତା ପାଇଥିବା ପୂଜାରାଣୀ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି  ।

ଆରମ୍ଭ ହେଲା ଇଫକୋ ଦ୍ୱାରା ନାନୋ ୟୁରିଆ ସାର ଯୋଗାଣ

ଭୁବନେଶ୍ୱର: ଓଡ଼ିଶା କୃଷକଙ୍କ ପାଇଁ ଖୁସି ଖବର । ଆଜିଠୁ ରାଜ୍ୟକୁ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରି ସାର ଯୋଗାଣ । ଗୁଜୁରାଟର “କଲ୍ଲୋଳ” କାରଖାନାରୁ ଓଡିଶା ପାଇଁ ଯୋଗାଣର ଆରମ୍ଭ ହୋଇଛି ସାର । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଉତ୍ପାଦନ ଖର୍ଚ୍ଚ କମିବ, ଚାଷୀର ଅଧିକ ଲାଭ ହେବ । ଏହା ଗଛର ବା ଫସଲର ଆବଶ୍ୟକତା ଅନୁଯାୟୀ ଧୀରେ ଧୀରେ ଏବଂ ଅନବରତ ଭାବରେ ପୋଷାକତତ୍ତ୍ଵ ଯୋଗାଇବ । ଫସଲ ଏହାକୁ ଖୁବ ଶୀଘ୍ର ଗ୍ରହଣ କରିବ, ଫଳରେ ଅମଳ ମଧ୍ୟ ବଢିବ ।

ଏହି ସାରର ପ୍ରୟୋଗଫଳରେ ଫସଲର ଫଟୋସିନ୍ଥେସିସ୍ ଭଲ ଭାବରେ ସକ୍ଷମ ତଥା ତ୍ବରାନ୍ବିତ ହେବ । ଏହି ସାର ପ୍ରୟୋଗର ପରେ ମୃତ୍ତିକାରେ କୌଣସି ଅବଶିଷ୍ଟାଶଂ ରୁହେ ନାହିଁ । ଫଳରେ ମୃତ୍ତିକାର ଉର୍ବରତା ବଜାୟ ରହେ । ନାନୋ ୟୁରିଆ ପ୍ରୟୋଗ ଫଳରେ ଫସଲର ମରୁଡି ସହନଶୀଳତା ବୃଦ୍ଧିପାଏ । ଏହି ସାର ବିଶ୍ୱ ଉତ୍ତାପନ କମ କରିବାରେ ମଧ୍ୟ ସହାୟକ ହେବ । ମୃତ୍ତିକାରୁ ସବୁଜଗୃହ ଗ୍ୟାସ ବାହାରିବା ବହୁତ କମ ଯୋଗୁ ବିଶ୍ୱ ଉତ୍ତାପନ କମ ହୋଇଥାଏ । ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ମଧ୍ୟ ଏହିଁ ସାର ପ୍ରୟୋଗ ଫଳରେ କମ କରାଯାଇ ପାରିବ ।