spot_img
Home Blog Page 5443

ଖଣି ରାଜସ୍ୱ ସଂଗ୍ରହରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା: ବିଗତ ବର୍ଷ ତୁଳନାରେ ୩ଶହ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ

ଭୁବନେଶ୍ୱର: ଇତିହାସ ରଚିଲା ରାଜ୍ୟ ଖଣି ବିଭାଗ । ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ଖଣି ରାଜସ୍ୱ ସଂଗ୍ରହ ହେଲା ୯ ହଜାର ୨୦୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-T ସଂସ୍କାର ଓ ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ଯୋଗୁ ସରକାର ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ଖଣି ରାଜସ୍ୱ ବାବଦରେ ୧୫ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଖଣି ରାଜସ୍ୱ ସଂଗ୍ରହରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା । ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ରାଜସ୍ୱ ଆଦାୟ ୯ ହଜାର ୨୦୦ କୋଟି ଟଙ୍କା। ଯାହାକି ବିଭାଗର ସର୍ବକାଳୀନ ରେକର୍ଡ । କରୋନା ମହାମାରୀ ସତ୍ତ୍ୱେ ଜୁନ୍‌ ଶେଷସୁଦ୍ଧା ଲୁହାପଥର, ମାଙ୍ଗାନିଜ୍‌, ବକ୍‌ସାଇଟ୍‌, କ୍ରୋମାଇଟ୍‌ ଓ କୋଇଲା ଉତ୍ପାଦନ ୨୦୧୯-୨୦ ଆର୍ଥିକବର୍ଷ ତୁଳନାରେ ୧୧୧ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଖଣିଜ ପରିବହନ କ୍ଷେତ୍ରରେ ମଧ୍ୟ ୧୦୪ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୯-୨୦ ଏପ୍ରିଲ ପହିଲାରୁ ଜୁଲାଇ ୬ ତାରିଖ ସୁଦ୍ଧା ଖଣି ରାଜସ୍ୱ ୩ ହଜାର ୯୩ କୋଟି ସଂଗ୍ରହ ହୋଇଥିଲା । ୨୦୨୧-୨୨ ଆର୍ଥିକବର୍ଷର ଏହି ସମୟରେ ୯ ହଜାର ୬୧୭ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି । ଯାହାକି ବିଗତ ବର୍ଷ ତୁଳନାରେ ୩୧୦ ପ୍ରତିଶତ ଅଧିକ ।
କେନ୍ଦ୍ର ସରକାର ଆର୍ଥିକ କଟକଣା ଲଗାଇବା ସହ ରାଜ୍ୟର ନ୍ୟାଯ୍ୟ ହକ୍‌ ଦେବାରେ ଟାଳଟୁଳ ନୀତି ଆପଣାଇଛନ୍ତି । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରକୁ ଅପେକ୍ଷା ନ କରି ନିଜସ୍ୱ ସମ୍ବଳ ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବିଭାଗୀୟ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଯୋଗୁ ଏହା ସମ୍ଭବ ହୋଇପାରିଛି । ଆର୍ଥିକବର୍ଷ ଶେଷ ସୁଦ୍ଧା ୧୫ ହଜାର କୋଟିରୁ ଅଧିକ ଖଣି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜସ୍ୱ ସଂଗ୍ରହରେ ରେକର୍ଡ । ସର୍ବକାଳୀନ ରେକର୍ଡ କଲା ରାଜ୍ୟ ଖଣି ବିଭାଗ । ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ୯ ହଜାର ୨୦୦ କୋଟି ଟଙ୍କା ଆଦାୟ । ଗତବର୍ଷ ତୁଳନାରେ ୧୧୧ ପ୍ରତିଶତ ଓ ତା’ ପୂର୍ବବର୍ଷଠାରୁ ୩୧୦ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀଙ୍କ ୫-T ସଂସ୍କାରକୁ ସଫଳତା । ଏ ବର୍ଷ ୧୫ ହଜାର କୋଟିରୁ ଅଧିକ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଇସ୍ପାତ କାରଖାନା ସ୍ୱପ୍ନ ପୂରା ହୋଇଥିବାରୁ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ବିଜୁ ବାବୁ ମଧ୍ୟ କେନ୍ଦୁଝର ବିକାଶ ନେଇ ତତ୍ପର ଥିଲେ

କେନ୍ଦୁଝର ବିକାଶ ପାଇଁ ତତ୍ପର ଥିଲେ ବିଜୁ ବାବୁ : ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ଵାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । ଧନ୍ୟବାଦ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଖଣି ସମୃଦ୍ଧ କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ତାଙ୍କ ବହୁ ଦିନର ଇଚ୍ଛା ଥିଲା । ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ । କେନ୍ଦୁଝରରେ ଖୁବଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । କେନ୍ଦୁଝରରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ଵାରା ସାରା ଜିଲ୍ଲାର ପ୍ରତି ଘରେ ଘରେ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତତ୍ ସହିତ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି । ଏଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ନାୟକ , ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ: ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଅକ୍ସଫାମର ଆଶ୍ଚର୍ଯ୍ୟଜନକ ରିପୋର୍ଟ: ଖାଦ୍ୟାଭାବ ଯୋଗୁଁ ବିଶ୍ୱରେ ପ୍ରତି ୧ ମିନିଟରେ ୧୧ ଜଣ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ: ବିକାଶର ଭୂଗୋଳରେ ଭୋକର ଜ୍ୱାଳା । ବଢ଼ିଚାଲିଛି ବିଲିୟନ ବିଲିୟନ ଡଲାର ନିବେଶ । ଆହ୍ୱାନର ସିଡିରେ ଲମ୍ବିଚାଲିଛି ଯୋଜନା ପରେ ଯୋଜନା । ହେଲେ ନୂଆ ଆକଳନ ଦେଇଛି ଛାତି ଥରାଇଦେବା ପରି ତଥ୍ୟ । ବିଶ୍ୱରେ ପ୍ରତି ମିନଟରେ କ୍ଷୁଧାରେ ପ୍ରାଣ ହରାଉଛନ୍ତି ୧୧ ଜଣ । କରୋନାଠାରୁ ବି ଭୟଙ୍କର ସାଜିଛି କ୍ଷୁଧା । ଏହି ଚିନ୍ତାଜନକ ତଥ୍ୟ ଦେଇଛି ଅକ୍ସଫାମ । ଏହି ତଥ୍ୟ ପ୍ରମାଣିତ କରୁଛି ବିଶ୍ୱରେ ଏକ ଦୁର୍ଭିକ୍ଷ ପରି ସ୍ଥିତି ଜାରି ରହିଛି । ଗତବର୍ଷ ତୁଳନାରେ ଏହି ସଂଖ୍ୟା ୬ଗୁଣ ବୃଦ୍ଧି ପାଇଛି । ଏପରିକି ମହାମାରୀ କରୋନାରେ ପ୍ରତି ମିନଟରେ ୭ ଜଣ ପ୍ରାଣ ହରାଉଥିବାବେଳେ କ୍ଷୁଧାରେ ୧୧ ଜଣ ପ୍ରାଣ ହରାଉଛନ୍ତି । କରୋନା ଝଡ଼ ଓ କ୍ଷୁଧାର ଜ୍ୱାଳା ବିଶ୍ୱରେ ଏକ ଅଭୁତପୂର୍ବ ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ଏବେ ତୀବ୍ର ଆକାର ଧାରଣ କରୁଛି ବୋଲି କହିଛନ୍ତି ଅକ୍ସଫାମ ଆମେରିକା ସଭାପତି ତଥା ସିଇଓ ଆବେ ମାକ୍ସମ୍ୟାନ । ବର୍ତ୍ତମାନ ବିଶ୍ୱରେ ୧୫ କୋଟି ୫୦ ଲକ୍ଷ ଲୋକ ଖାଦ୍ୟ ନିରପତ୍ତାରୁ ବଞ୍ଚିତ ହୋଇଛନ୍ତି । ଗତ ବର୍ଷଠାରୁ ଏହି ସଂଖ୍ୟା ୨ କୋଟି ଅଧିକ । ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସେମାନଙ୍କ ଦେଶରେ ଚାଲିଥିବା ସାମିରକ ବିବାଦ ଯୋଗୁ ଖାଦ୍ୟାଭାବର ଶିକାର ହୋଇଛନ୍ତି । ହେଲେ ବିଶ୍ୱରେ ସାମରିକ ଖର୍ଚ୍ଚ କମୁନାହିଁ । ଦିନକୁ ଦିନ ବଢିଚାଲିଛି ସାମରିକ ଖର୍ଚ୍ଚ । କରୋନା କାଳରେ ଜନଜୀବନ ବହୁ ବିପଦର ସମ୍ମୁଖୀନ ହେଉଥିବାବେଳେ ସାମରିକ ଖର୍ଚ୍ଚ ବୃଦ୍ଧି କରାଯାଉଛି । ବର୍ତ୍ତମାନ ସାମରିକ ଖର୍ଚ୍ଚ ପରିମାଣ ୫୧ ବିଲିୟନ ଡଲାର ବୃଦ୍ଧି ପାଇଛି । କ୍ଷୁଧା ଦୂର କରିବା ଲାଗି ଯେତିକି ଅର୍ଥ ଆବଶ୍ୟକ ଏହି ପରିମାଣ ତା’ଠାରୁ ୬ ଗୁଣ ଅଧିକ । ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିୟା ଓ ୟେମନରେ କ୍ଷୁଧାର ସ୍ଥିତି ଭୟଙ୍କର ବୋଲି ରିପୋର୍ଟରେ କୁହାଯାଇଛି ।

ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ: ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ ବି କ୍ୟାଟାଗୋରୀ ଜିଲ୍ଲାରେ (ପୁରୀ ବ୍ୟାତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏ ନେଇ ପରିବହନ କମିଶନ ଅରୁଣ ବୋଥ୍ରା ବିଜ୍ଞପ୍ତି ଜାରି କରିଛନ୍ତି । ଜୁଲାଇ ୧୩ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ନେଇ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଧ୍ୟାନରେ ରଖି ଏପ୍ରିଲ ୨୦ଠାରୁ ଡିଏଲ୍ ଓ ଏଲଏଲ୍ ଟେଷ୍ଟିଂକୁ ବନ୍ଦ କରିଦିଆଯାଇଥିଲା । ଏବଂ ଡିଏଲ୍ ଏବଂ ଏଲ୍‌ଏଲଏଲର ଅବଧିକୁ ୧୮ ମାର୍ଚ୍ଚ ୨୦୨୦ ଯାଏଁ ବୃଦ୍ଧି କରାଯାଇଥିଲା ।

ବାଲେଶ୍ୱ, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ ହେବ କିନ୍ତୁ ୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍‌ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ପାଇଁ ୧୦ ଜୁଲାଇ ସକାଳ ୧୧ ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ । ତେବେ ପୁରୀ ଜିଲ୍ଳାରେ ୧୩ ଜୁଲାଇ ଦିନ ୧୧ଟାରୁ ଆରମ୍ଭ ହେବ ସ୍ଳଟ୍ ବୁକିଂ ।

ଏଥିସହିତ ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ମହାମାରୀରେ ବେକାର ବସିବେନି ଶ୍ରମିକ: ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ୟ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ୟଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।
୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ ପହିଲା ସୁଦ୍ଧା ୫.୦୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଜଳାଶୟଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା,ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଅଛି । ଏଥିସହ ଦିବ୍ୟାଙ୍ଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଯୋଗାଇବା ଉପରେ ଧ୍ୟାନ ଦିଆଯିବା ସହ ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ, ୩୭.୫ ୨ ଲକ୍ଷ ପରିବାରର ୬୨.୨୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଦେଇ ମଜୁରି ବାବଦରେ ୪୬୮୩.୬୮ କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସର୍ବମୋଟ 20 କୋଟି ଶ୍ରମଦିବସ ସୃଷ୍ଟି କରି ରାଜ୍ୟ ଉତ୍କର୍ଷତା ପ୍ରଦର୍ଶନ କରିଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ, କାଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ମଜୁରି ହାରରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

IPSସ୍ତରରେ ଅଦଳବଦଳ: ମାଲକାନଗିରି ଏସ୍‌ପି ହେଲେ ପି.ଏସ୍ ମୀନା

ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ IPS ଦେବଦତ୍ତ ସିଂ । IG ହେଡକ୍ୱାର୍ଟର ଭାବେ ଅବସ୍ଥାପିତ । ଜଗତସିଂହପୁର SP ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର SP ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି । ପିଏସ୍ ପର୍ଶୋତ୍ତମ ଦାସ ହେଲେ ନବରଙ୍ଗପୁର ଏସ୍‌ପି । ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍‌ପି । ନୂଆପଡା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍‌ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍‌ପି ହେଲେ ପି.ଏସ ମୀନା । ନବରଙ୍ଗପୁର ଏସ୍‌ପି ଭାବେ କାର୍ଯ୍ୟରତ ।

ଏଥିସହିତ ପଢ଼ନ୍ତୁ: କରୋନା ନିୟମ ଭାଙ୍ଗିଲେ ବ୍ଳକ୍ ଶିକ୍ଷା ଅଧିକାରୀ: ଭିଡିଓ ଭାଇରାଲ୍

କରୋନା ନିୟମ ଭାଙ୍ଗିଲେ ବ୍ଳକ୍ ଶିକ୍ଷା ଅଧିକାରୀ: ଭିଡିଓ ଭାଇରାଲ୍

ମାଲକାନଗିରି: ପୁଣି କରୋନା ନିୟମ ଭାଙ୍ଗିଲେ ସରକାରୀ ଅଧିକାରୀ । ଲୋକଙ୍କୁ ଏକତ୍ରିତ କରି ନାଚିଲେ ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବିନା ମାସ୍କରେ ସରକାରୀ କାର୍ଯ୍ୟାଳୟରେ ନାଚୁଥିବାର ଭିଡିଓରେ ଜଣାପଡିଛି । ତେବେ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । ତେବେ ସରକାରୀ କାର୍ଯ୍ୟାଳୟରେ ଏଭଳି ନାଚଗୀତ କରି କରୋନା ନିୟମକୁ ବ୍ଲକ ଶିକ୍ଷାଧିକାରୀ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

https://www.facebook.com/NandighoshaTV/videos/531734521602554

ଏଥିସହିତ ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

 

ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ । ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି , ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ । ଏହାକୁ କେବଳ ୭୫ ଦିନ ମଧ୍ୟ ନିର୍ମାଣ ହୋଇପାରିଛି ।

ପ୍ରାୟ ୧୦ ହଜାରରୁ ଅଧିକ ବର୍ଷା ଜଳ ସଂରକ୍ଷଣ ନେଇ ଏହା ଉପଯୋଗୀ ହେବାକୁ ଥିବା ବେଳେ ୧୧୪ ସହରବାସୀ ଏହା ଦ୍ୱାର ଉପକୃତ ହେବେ । ଏହି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନା ଅଧିନରେ ନିର୍ମାଣ କରାଯାଉଥିବା ବେଳେ ଏହା ଦ୍ୱାରା ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିଛନ୍ତି ।

ଅଧିକ ସଂକ୍ରମିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ଳାନ୍: ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ବସ୍ତି ଅଞ୍ଚଳ, ଯେଉଁଠି ସଂକ୍ରମଣ ବଢୁଛି, ,ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି । ଧିରେ ଧିୀରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ, ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଁ ଚିନ୍ତାର କାରଣ । ଆଜି ପଜିଟିଭ ହାର ୩ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ ହାର ୧୭ ପ୍ରତିଶତ ରହିଛି ।
ସେପଟେ ଯେଉଁଠି କରୋନା ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ସେହି ସ୍ଥାନକୁ ସ୍ୱତନ୍ତ୍ର ରାଜ୍ୟ ସରକାର ଫୋକସ୍ କରିଛନ୍ତି । ସଂକ୍ରମଣ ବଢିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଜିଲ୍ଲା ଉପକୂଳରେ ସଂକ୍ରମଣ ବଢୁଥିବାରୁ ୪ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଙ୍ଗରୋଧର ବ୍ୟବସ୍ଥା କରୁଛନ୍ତି ସରକାର ।

ଏଥିସହିତ ପଢ଼ନ୍ତୁ: ଶିଶୁକନ୍ୟାକୁ ନିର୍ଯାତନା ଦେଇ ସାବତ ମାଆ ସହ ବାପା ଗିରଫ

ସେପ୍ଟେମ୍ବର ସୁଦ୍ଧା ୧୨ରୁ ୧୮ ବର୍ଷ ଶିଶୁଙ୍କୁ ମିଳିପାରେ ଟିକା

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ୧୨ରୁ ୧୮ ବର୍ଷ ଶିଶୁଙ୍କୁ ମିଳିପାରେ ଟିକା । ଜାଇଡସ୍ କାଡିଲା ଭ୍ୟାକ୍ସିନ୍ ପିଲାଙ୍କୁ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଟିକାକରଣ ବିଶେଷଜ୍ଞ କମିଟିର ମୁଖ୍ୟ ଡକ୍ଟର ଏନକେ ଆରୋରାଙ୍କ ପକ୍ଷରୁ ଏନେଇ ସଙ୍କେତ ମିଳିଛି । ଏହି ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ପାଞ୍ଚରୁ ଛଅ ସପ୍ତାହ ଭିତରେ ଅନୁମତି ମିଳିପାରେ ବୋଲି ସେ କହିଛନ୍ତି । ସେପଟେ ଶିଶୁଙ୍କ ପାଇଁ ଭାରତ ବୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନ୍ ମଧ୍ୟ ଆଉ କିଛି ଦିନ ମଧ୍ୟରେ ବଜାରକୁ ଆସିପାରେ ।

Vaccination of children with Zydus vaccine will begin by September Expert Panel Chief

ଶିଶୁଙ୍କୁ ଦିଆଯିବାକୁ ଥିବା କୋଭାକ୍ସିନର ତୃତୀୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି । ଏହି ଟ୍ରାଏଲ ସେପ୍ଟେମ୍ବର ତୃତୀୟ ସପ୍ତାହ ଭିତରେ ଶେଷ ହୋଇପାରେ ବୋଲି ସୂଚନା ରହିଛି । କରୋନାର ତୃତୀୟ ଲହର ଶିଶୁଙ୍କ ଉପରେ ଅଧିକ ପ୍ରଭାବଶାଳୀ ହେବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଭଳି ସଂକଟ ସମୟରେ ଏହି ଖବର ସମସ୍ତଙ୍କୁ ଆଶ୍ୱସ୍ତି ଆଣିଛି ।