ସାଧା ପାଣି ବଦଳରେ ‘ବ୍ଲାକ୍ ଓ୍ୱାଟର’ ପିଅନ୍ତି ବିରାଟ କୋହଲି, ଜାଣନ୍ତୁ କେତେ ରହିଛି ଦାମ୍…

1 min read

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜର ଦମଦାର ପ୍ରଦର୍ଶନ ଓ ଫିଟନେସ୍ ପାଇଁ ଖୁବ୍ ଚର୍ଚ୍ଚାରେ। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ବି କିଛି କମ୍ ନୁହେଁ। ଟିମ୍ ଇଣ୍ଡିଆର ଅଧିନାୟକଙ୍କ ଫିଟନେସ୍ କେବଳ ବ୍ୟାୟାମ ପାଇଁ ନୁହେଁ ବରଂ ଏଥିପାଇଁ ତାଙ୍କୁ ଡାଏଟ୍ ପ୍ରତି ଧ୍ୟାନ୍ ଦେବାକୁ ପଡିଥାଏ । ନିକଟରେ ତାଙ୍କ ଡାଏଟକୁ ନେଇ ବଡ଼ ଖୁଲାସା ହୋଇଛି । ସେ ସାଧା ପାଣି ବଦଳରେ ଏଭଳି ପାଣି ପିଅନ୍ତି ଯାହାର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।

ମିଡିଆ ରିପୋର୍ଟ ମୁତାବକ, ବିରାଟ ଯେଉଁ ପାଣି ପିଅନ୍ତି ତାକୁ ବ୍ଲାକ୍ ଓ୍ୱାଟର କୁହାଯାଏ । ଏହା କୗେଣସି ସାଧାରଣ ପାଣି ହୋଇନଥିଲା ବେଳେ ଏହା ହାଇଡ୍ରେଟ୍ କରିବାରେ ସହାୟକ ହୋଇଥାଏ । ଏଥିରେ ପିଏଚ୍ ପାରିମାଣ ଅଧିକ ରହିଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରଖିଥାଏ । ଏମିତି ବି କୁହାଯାଏ ଯେ ପାଣି ଆପଣଙ୍କୁ ଫିଟ୍ ରଖିବା ସହ ତ୍ୱଚାର କ୍ୱାଲିଟି ବଢାଇଥାଏ । ହାଇ ବ୍ଲଡ୍ ପ୍ରେସର, ଡାଏବେଟିସ୍ ଓ ହାଇ କୋଲେଷ୍ଟ୍ରୋଲରେ ପିଡିତ ରୋଗୀଙ୍କ ପାଇଁ ବହୁତ ଉପଯୋଗୀ ।

https://www.instagram.com/p/CR8TmXZN6ga/?utm_source=ig_web_copy_link

ତେବେ କଳା ପାଣିର ମୂଲ୍ୟ ଲିଟର ପିଛା ପ୍ରାୟ 3000-4000 ଟଙ୍କା ବୋଲି ରିପୋର୍ଟରୁ ପ୍ରକାଶ । ଏହାପୂର୍ବରୁ ଖବର ସୂଚନା ମିଳିଥିଲା ​​ଯେ କୋହଲି ଫ୍ରାନ୍ସରୁ ଆମଦାନୀ ହେଉଥିବା ‘ଇଭିଆନ୍’ ନାମକ ଏକ ସ୍ୱତନ୍ତ୍ର ମିନେରାଲ୍ ପାଣି ପିଉଥିଲେ, ଯାହାର ମୂଲ୍ୟ ଲିଟର ପିଛା ୬ଶହରୁ ଅଧିକ ଟଙ୍କା ରହିଥିଲା।

 

Leave a Reply