spot_img
Home Blog Page 5444

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଏ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କରୋନା କଟକଣା ଭିତରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅଧିକ ଖବର ପାଇଁ ଦେଖନ୍ତୁ ଆମ ୱେବସାଇଟ୍: https://nandighoshatv.com

କେରଳରେ ବ୍ୟାପିଲା ଜିକା ଭାଇରସ

ଥିରୁଅନନ୍ତପୁରମ: କରୋନା ଭାଇରସର ବିପଦ ନ ଟଳୁଣୁ କେରଳରେ ବ୍ୟାପିଲା ଜିକା ଭାଇରସ । ଦକ୍ଷିଣାଞ୍ଚଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରେ ଏବେ ଜିକା ଭାଇରସ ପ୍ରକୋପ ବଢିବାରେ ଲାଗିଛି । ଏଥିପ୍ରତି ସରକାର ସଜାଗ ଦୃଷ୍ଟି ଦେଇଛନ୍ତି । ଏପରିକି ଜଣେ ଗର୍ଭବତୀ ବି ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଜ୍ୱରରେ ପୀଡ଼ିତ ଲୋକମାନଙ୍କ ରକ୍ତ ନମୁନା ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ପଠାଯିବା ପରେ ସେମାନେ ଏହି ଭାଇରସରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।

Zika Virus Cases In Kerala

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, ଏଡେସ ପ୍ରଜାତିର ମଶାଙ୍କ ଜରିଆରେ ଏହି ରୋଗ ବ୍ୟାପୁଛି । ମଶା କାମୁଡ଼ିବା ଯୋଗୁଁ ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କ ନିକଟକୁ ଯାଉଛି । ଜିକା ଭାଇରସ ସଂକ୍ରମଣକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି । ଗତ ୨୦୧୭ରେ ପ୍ରଥମ ଥର ଲାଗି ଅହମ୍ମଦବାଦରେ ଏହି ସଂକ୍ରମଣ ପରିଲକ୍ଷିତ ହୋଇଥିଲା । ପରେ ତାମିଲନାଡୁର କ୍ରିଷ୍ଣାଗିରି ଜିଲ୍ଲାରେ ଏହା ଠାବ ହୋଇଥିଲା ।

ପୋଲାଭରମ ନେଇ NGTଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ବଳବତ୍ତର ରହିବ ଏନଜିଟିର ପୂର୍ବ ଆଦେଶ । ଓଡ଼ିଶାର ଏସଏଲପି ଉପରେ ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରକଳ୍ପ ବିରୋଧରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରାଯାଇଥିଲା । ଓଡ଼ିଶାର କୌଣସି ମତାମତ ନିଆ ନଯାଇ ଏନଜିଟି ଏକପାଖିଆ ଆଦେଶ ଜାରି କରିଥିବା ଏଥିରେ ଦର୍ଶା ଯାଇଥିଲା । ଫଳରେ ଏହି ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ପ୍ରାର୍ଥନା କରାଯାଇଥିଲା ।

SC Rejects Odisha's SLP On Challenging NGT Order Over Polavaram

ବିଚାରପତି ଏସ୍‌. ଅବଦୁଲ ନଜିର ଓ କେ. ମୁରାରୀଙ୍କ ଖଣ୍ଡପୀଠରେ ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲା । ହେଲେ କିଛି ସମସ୍ୟା ଯୋଗୁଁ ମାମଲା କିଛିଦିନ ପାଇଁ ସ୍ଥଗିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଥିଲା । ଖଣ୍ଡପୀଠ କିନ୍ତୁ ମାମଲାର ସଂକ୍ଷିପ୍ତ ଶୁଣାଣି କରି ତେଲଙ୍ଗାନା ଓ ଅନ୍ୟ ପକ୍ଷକୁ ନୋଟିସ୍ ଜାରି କରିଥିଲେ ଓ ଏନ୍‌ଜିଟି ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଓଡ଼ିଶାର ପ୍ରାର୍ଥନାକୁ ନାମଞ୍ଜୁର କରି ଦେଇଥିଲେ ।

ଓଡ଼ିଶା ଦ୍ୱାରା ୨୦୦୭ରେ ପୋଲାଭରମ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟରେ ଯେଉଁ ‘ଅରିଜିନାଲ୍‌ ସୁଟ୍‌’ ଦାଖଲ କରାଯାଇଥିଲା, ସେଥିରେ ଏହି ମାମଲାକୁ ଟ୍ୟାଗ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିନାହାଁନ୍ତି । ପୋଲାଭରମ ପ୍ରକଳ୍ପର ଜଳ ଯୋଗୁଁ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ନିମନ୍ତେ ବୈଷୟିକ କମିଟିର ସୁପାରିସ୍ ଗ୍ରହଣ କରି ଅନ୍ୟାନ୍ୟ ପକ୍ଷମାନଙ୍କୁ ମିଳିତଭାବେ ଆଲୋଚନା ପାଇଁ ଏନଜିଟି ନିର୍ଦ୍ଦେଶ ଜାରି କରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ସମନ୍ୱୟକାରୀ ଭୂମିକା ତୁଲାଇବା ପାଇଁ କହିଥିଲେ ।

ଶିଶୁକନ୍ୟାକୁ ନିର୍ଯାତନା ଦେଇ ସାବତ ମାଆ ସହ ବାପା ଗିରଫ

ଭୁବନେଶ୍ୱର: ମରିଗଲା ସବୁ ମମତା । ବାପା ସହ ମିଶି ଶିଶୁକନ୍ୟାକୁ ନିର୍ଯାତନା ଦେଲା ସାବତ ମାଆ । ବାଲିପାଟଣା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ବାପା ଓ ସାବତ ମାଆ ଗିରଫ ହେଉଛନ୍ତି । ନାବାଳିକା ଝିଅକୁ ମାଡ଼ ମାରିବା ସହ ଗରମ ପାଣିରେ ହାତ ବୁଡ଼ାଇ ଦେବା ସହ ଲଙ୍କା ଗୁଣ୍ଡ ବୋଳି ଦେଇଥିଲେ ଝିଅର ବାପା । ଏପରିକି ଉଭୟେ ଶିଶୁଟିକୁ ଖାଇବାକୁ ପିଇବାକୁ ନଦେଇ ଅପପୁଷ୍ଟିକର ଅବସ୍ଥାରେ ରଖିଥିଲେ ।

Father And Step Mother Arrested For Torturing Girl Child

ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ । ଏନେଇ ଶିଶୁଟିର ଜେଜେ ବାପା ଥାନାରେ ଅଭିଯୋଗ ଆଣିଥିଲେ ।

ଏଥିସହ ପଢ଼ନ୍ତୁ: କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

ଗର୍ଭବତୀଙ୍କୁ କୋଭିଡ୍ ଟିକା ନେଇ ଆଜି ଆସିବ ଗାଇଡଲାଇନ୍

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେବଳ ସେତିକି ନୁହେଁ ବିଭିନ୍ନ ବସ୍ତି ଅଞ୍ଚଳ, ଯେଉଁଠି ସଂକ୍ରମଣ ବଢୁଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି । ଧିରେ ଧିରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ । ଆଜି ପଜିଟିଭ୍ ହାର ୩ ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ୍ ହାର ୧୭ ପ୍ରତିଶତ ରହିଛି ।

ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।

ଅନ୍ୟପଟେ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜଧାନୀରୁ ୫ ସାଇବର ଠକ ଗିରଫ, ଲୁଟିଥିଲେ ୩୦ ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ସାଇବର ଠକ । ଭୁବନେଶ୍ୱରରୁ ୫ ଜଣ ସାଇବର ଠକକୁ ଗିରଫ କରିଛି ପୋଲିସ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ସାଇବର ପୋଲିସ ୫ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।

 5 Cyber Accuse Arrested From Bhubaneswar

ଏଥିସହ ପଢ଼ନ୍ତୁ: କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

ଅଭିଯୋଗ ଅନୁସାରେ, ଗିରଫ ଅଭିଯୁକ୍ତ ମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମରେ ସମ୍ପୃକ୍ତ । ଆଜି ହାଇଦ୍ରାବାଦ ପୋଲିସକୁ ଅଭିଯୁକ୍ତମାନଙ୍କୁ ହସ୍ତାନ୍ତର କରିବ କମିଶନରେଟ୍ ପୋଲିସ ।

କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

ଯାଜପୁର: ମାଆ ସନ୍ତାନକୁ ସବୁଠୁ ଅଧିକ ଭଲ ପାଏ । ସେଥିପାଇଁ ତ କୁହାଯାଏ ‘ଯାହା ପୁଅକୁ ସାପ କାମୁଡ଼ି ଥାଏ ତା ମାଆ ପାଳ ଦଉଡ଼ିକୁ ଦେଖିଲେ ଡରେ’ । ଆଉ ଏଠି ମାଆ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛି । ଘଟଣା ଘଟିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗାଁରେ ।

Mother Rescued His Son And Dies In Snake Bite Jajpur

ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ ମସିହା ଅପ୍ରିଲରେ ଦେଉଳବାଡ଼ର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରିୟଦର୍ଶିନୀ । ଆଉ ସ୍ନେହ ଶ୍ରଦ୍ଧାରେ ପ୍ରିୟଦର୍ଶିନୀ ପୁଅକୁ ପାଳି ଆସୁଥିଲେ । ବିଧିର ବିଧାନ ଥିଲା କିଛି ଅଲଗା । ପ୍ରିୟଦର୍ଶିନୀଙ୍କ ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା ।

ପୁଅକୁ ଶୁଆଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶିନୀ । ମାଆ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ନାଗ ସାପ ପୁଅ ନିକଟକୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ବିପଦ ପୁଅର ଅତି ନିକଟରେ  ପହଞ୍ଚିବାର ଦେଖି ମାଆ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପଟି ଚୋଟ ମାରିଥିଲା ।

Mother Rescued His Son And Dies In Snake Bite Jajpur

ସାପ କାମୁଡ଼ିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଛି ଦେଉଳବାଡ଼ । ପୁଅ ପାଇଁ ମାଆ ମରିବାକୁ ମଧ୍ୟ ପଛାଏ ନାହିଁ ତାକୁ ପ୍ରମାଣିତ କରିଛନ୍ତି ପ୍ରିୟଦର୍ଶିନୀ । ସମସ୍ତେ ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା କରିବା ଏଭଳି ବିପଦ ଆଉ କାହା ଭାଗ୍ୟରେ ନ ଆସୁ ବୋଲି କହୁଛନ୍ତି ।

ତୈଳଦର ବୃଦ୍ଧି ପ୍ରତିବାଦରେ ବାମ ଦଳର ବନ୍ଦ ଡାକରା, କଂଗ୍ରେସ କଲା ସମର୍ଥନ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ତୈଳଦର । ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଛି । ତୈଳଦରର ଅହେତୁକ ବୃଦ୍ଧିକୁ ବିରୋଧ କରିଛନ୍ତ ବାମପନ୍ଥୀ ଦଳ ଓ ବିଭିନ୍ନ ସଂଗଠନ । ସେମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

Congress Supports CPI(M) Called Odisha Bandh On 15Th July Over Fuel Price

ବାମ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ କଂଗ୍ରେସ ସମର୍ଥନ କରୁଥିଲେ ସୁଦ୍ଧା  ରାସ୍ତାରୋକ କିମ୍ବା ପ୍ରତିବାଦ କରାଯିବ ନାହିଁ । ଏକଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେବେ ୧୫ ତାରିଖ ଗୋଟିଏ ଦିନ ଜନସାଧାରଣ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।

ଏଥିସହ ପଢ଼ନ୍ତୁ: ତୈଳଦର ବୃଦ୍ଧି ନେଇ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ କଂଗ୍ରେସ

ଯକ୍ଷ୍ମା ରୋଗ ଭଲ ପାଇଁ ଦେଇଥିଲେ ୫ ଶହ ଚେଙ୍କ, ଚାଲିଗଲା ପ୍ରାଣ

କେନ୍ଦୁଝର: ଆଦିବାସୀ ଅଞ୍ଚଳରେ ମନରୁ ହଟୁନି ଅନ୍ଧବିଶ୍ୱାସ । ଆଉ ସେହି ଅନ୍ଧବିଶ୍ୱାସ ପାଇଁ ଯାଇଛି ଜଣେ ଯୁବକଙ୍କ ଜୀବନ । କେନ୍ଦୁଝରରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ୫ ଶହ ଚେଙ୍କ ଦିଆଯିବା ପରେ ଛଟପଟ ହୋଇ ଜୀବନ ହାରିଛନ୍ତି ଯୁବକ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତର ଉପର କଇଁସାରୀ ଗାଁରେ ।

Youth Dies In Keonjhar After Chenka Treatment

ଚେଙ୍କ ଚିକିତ୍ସା ପାଇଁ ଗାଁର ବିକାଶ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି । ଯକ୍ଷ୍ମା ଆକ୍ରାନ୍ତ ବିକାଶଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ନପାରି ଚେଙ୍କ ଚିକିତ୍ସା କରାଯାଉଥିଲା । ଗତ କିଛିଦିନ ହେଲା ତାଙ୍କ ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ଦେହରେ ପ୍ରାୟ ୫ ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା । ଚେଙ୍କ ଖାଇ ଖାଇ ଦୁର୍ବଳ ହୋଇ ପଡ଼ିଥିଲେ ବିକାଶ । ଆଉ ଶେଷରେ ବିକାଶ ଆଖି ବୁଜିଛନ୍ତି ।

ଜମି ବିବାଦରୁ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣଙ୍କ ମୃତ୍ୟୁ

କଳାହାଣ୍ଡି: ଜମି ବିବାଦରୁ ଜୀବନ ଯାଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗାଁରେ । ୨ ପରିବାର ମଧ୍ୟରେ ଚାଷ ଜମିକୁ ନେଇ ଉପୁଜିଥିବା ବିବାଦ ଶେଷରେ ପ୍ରାଣ ନେଇଛି । ଚାଷ ଜମିକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ବିବାଦ ନ ତୁଟିବାରୁ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୮୦୬ ପଜିଟିଭ୍

ଝଗଡ଼ା ବେଳେ ଖୁଡ଼ିକୁ ଠେଙ୍ଗାରେ ଆକ୍ରମଣ କରିଥିଲା ପୁତୁରା । ଆଉ ଏଥିରେ ଖୁଡ଼ିର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୫୫ ବର୍ଷିଅ ଲିପ୍ସା ସାହୁ । ଲିପ୍ସାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ପରିବାରର ଆଉ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଶବ ଜବତ କରି ତଦନ୍ତ କରୁଛି ।