ଝିଅର ଚିକିତ୍ସା ପାଇଁ ଆକୁଳ ନିବେଦନ; ସହାୟତା ଅପେକ୍ଷାରେ ଦୃଷ୍ଟିହୀନ ଦମ୍ପତ୍ତି

ଭୁବନେଶ୍ୱର: ଉଭୟଙ୍କ ଅନ୍ଧାରୀ ଜୀବନରେ ରଙ୍ଗୀନ ଦୁନିଆ ଦେଖିବାର ମାଧ୍ୟମ ସାଜି ଆସିଥିଲା ଝିଅ ପୂଜା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ମାତ୍ର ୭ ମାସ ଅତିକ୍ରାନ୍ତ ପରେ ବାମ ଆଖି ଏବଂ ଏବେ ଦୁଇ ବର୍ଷ ନପୁରୁଣୁ ଡାହାଣ ଆଖି ହରାଇବାକୁ ଯାଉଛି କୋମଳମତି ଶିଶୁ ପୂଜାର୍ଚ୍ଚନା ନାୟକ। ମାଆ ଓ ବାପାଙ୍କର ସିନା ଆଖି ନାହିଁ ହେଲେ ଝିଅ ଆଖିର ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ଏ ଦୃଷ୍ଟିହୀନ ଦମ୍ପତ୍ତି।

ପାଟି ଖୋଲୁନି କି ଯନ୍ତ୍ରଣାସିକ୍ତ ଶରୀର ବୋଲମାନୁନି। ଖନି ମରା ପାଟିରେ ଦୃଷ୍ଟିହୀନ ମାଆଙ୍କୁ କହୁଛି ଯନ୍ତ୍ରଣା କଥା। ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକଙ୍କ କୋଳରେ ନୂଆ ସମ୍ଭାବନା ସାଜି ଆସିଥିଲା ପୂଜାର୍ଚ୍ଚନା ନାୟକ। ଝିଅ ଆଖିରେ ଦୁନିଆଁ ଦେଖିବେ ବୋଲି ଖୁସିରେ ଆତ୍ମହରା ହୋଇପଡିଥିଲେ ବାପା ମାଆ। ହେଲେ ୭ ମାସ ପରେ ରଙ୍ଗୀନ ଦୁନିଆର ସ୍ୱପ୍ନ ମିଳେଇଗଲା ଅନ୍ଧାରୀ ରାଇଜରେ। ମୁଣ୍ଡରେ ମାଡ ହେବାରୁ ଗୋଟିଏ ଆଖି କ୍ୟାନସର ହୋଇଗଲା। ମାଗିଯାଚି ଝିଅର ଗୋଟିଏ ଆଖି ଚିକିତ୍ସା କରାଇଥିଲେ ମାଆା ବାପା । ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଆଖିରୁ ଏବେ କମିକମି ଯାଉଛି ଦୃଷ୍ଟି ଶକ୍ତି।

ସୂଚନା ଅନୁଯାୟୀ, ପୂଜାର ଚିକିତ୍ସା ପାଇଁ ଦରକାର ୩ ଲକ୍ଷ ଟଙ୍କା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ଅସ୍ତ୍ରୋପଚାର ପାଇଁ ସମ୍ମତି ପ୍ରକାଶ କରିଛି। ହେଲେ ପେଟପାଟଣା ପାଇଁ ଅନବରତ ସଂଘର୍ଷ କରୁଥିବା ଏହି ଦମ୍ପତ୍ତି ଏବେ ସହାୟତା ଅପେକ୍ଷାରେ ।

Leave a Reply