spot_img
Home Blog Page 5424

ବାମଦଳର ୬ ଘଣ୍ଟିଆ ବନ୍ଦ ଡାକରା, କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଦରବୃଦ୍ଧିର ବିରୋଧ । ଶହେ ଉପରେ ପେଟ୍ରୋଲ ଓ ଡିଜେଲ, ୯ ଶହ ମୁହାଁ ଗ୍ୟାସ୍ । ହୋଟେଲରୁ ହାଣ୍ଡିଶାଳ ମହଙ୍ଗା ମାଡ଼ରେ ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆସନ୍ତାକାଲି ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଗୁଡ଼ିକ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛି ।

 Left Parties Called Six Hours Odisha Bandh Tomorrow

୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କାର୍ଯ୍ୟରତ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ଦିନ ୧୦ଟା ୧୫ ସୁଦ୍ଧା ବନ୍ଦ କରି ଦିଆଯିବ ।

ଅତିରିକ୍ତ ତହସିଲଦାରଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚିକିତ୍ସା ପାଇଁ ଅର୍ଥ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଖନପୁରର ଅତିରିକ୍ତ ତହସିଦାର ମାନସ ରାୟଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ମାନସ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏକମୋ ସପୋର୍ଟରେ ଅଛନ୍ତି । ସେ କରୋନା ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ଏଣିକି ଟେଲିଗ୍ରାମରେ ମିଳିବ ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ

ଓଡ଼ିଶା ରଣଜୀ ଟିମର କୋଚ୍ ହେଲେ ୱାସିମ୍ ଜାଫର

କଟକ: ୱାସିମ୍ ଜାଫରଙ୍କୁ ଓଡ଼ିଶା ରଣଜୀ ଦଳର ନୂତନ କୋଚ୍ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବିଧିବଦ୍ଧ ଭାବରେ ଜାଫରଙ୍କ ନାଁ କୋଷାଧ୍ୟକ୍ଷ ବିକାଶ ମହାପାତ୍ର ଓ ସିଇଓ ସୁବ୍ରତ ବେହେରା ଘୋଷଣା କରିଛନ୍ତି । ୱାସିମ୍ ଜାଫର ୨ ବର୍ଷ ଧରି ଓଡ଼ିଶା ରଣଜୀ ଟିମର କୋଚ୍ ଦାୟିତ୍ୱ ତୁଲାଇବେ ।

ସେ ରଣଜୀରେ ସବୁ ବର୍ଗକୁ କୋଚିଂ ଦେବେ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ହେଉଛନ୍ତି ୱାସିମ୍ ଜାଫର । ୱାସିମ୍ ଜାଫର ବାଂଲାଦେଶ ଟିମ, କିଙ୍ଗ୍ସ ୧୧ ପଞ୍ଜାବ ଓ ଆଇପିଏଲରେ ବ୍ୟାଟିଂ କୋଚ ଭାବେ ପ୍ରଶିକ୍ଷଣ ଦେଇଛନ୍ତି ।

ଏଣିକି ଟେଲିଗ୍ରାମରେ ମିଳିବ ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ

କଟକ: ସଠିକ୍ ସମୟରେ ସୂଚନା । ଆଇନଜୀବୀ ଅବା ପ୍ରତିପକ୍ଷ ସମସ୍ତଙ୍କୁ କୋର୍ଟରି ମିଳିବ ଅନଲାଇନ୍ ସହାୟତା । ଏଥିପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆରମ୍ଭ ହୋଇଛି ଅଫିସିଆଲ୍ ଟେଲିଗ୍ରାମ ଚ୍ୟାନେଲ । ଏହି ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଆଇନଜୀବୀଙ୍କ ଠାରୁ ନେଇ ଜନସାଧାରଣ ସମସ୍ତେ ସୂଚନା ପାଇ ପାରିବେ । ଏଥିରେ କୋର୍ଟର କାର୍ଯ୍ୟସୂଚୀ ସହ ସର୍କୁଲାର. ନୋଟିସ୍, ପ୍ରେସ୍ ଇସ୍ତାହାର ସବୁକିଛି ମିଳିବ ।

Odisha High Court's Official Telegram Channel

ଇଚ୍ଛୁକ ବ୍ୟକ୍ତି ଟେଲିଗ୍ରାମରେ ଓଡ଼ିଶା ହାଇକୋର୍ଟ ସହ ଯୋଡ଼ି ହୋଇ ଏହାର ଲାଭ ଉଠାଇ ପାରିବେ । ଚ୍ୟାନେଲକି ସବସ୍କ୍ରାଇବ୍ କଲା ପରେ ଆପଣଙ୍କ ମୋବାଇଲକୁ ଆସିବ ପ୍ରତିଟି ଅପଡେଟ୍ । ପୂର୍ବରୁ କୌଣସି ସୂଚନା ପାଇଁ ହାଇକୋର୍ଟର ୱେବସାଇଟକୁ ଯିବାକୁ ପଡ଼ୁଥିବା ବେଳେ ଏବେ ଟେଲିଗ୍ରାମରେ ଗୋଟିଏ କ୍ଲିକରେ ସବୁକିଛି ମିଳି ପାରିବ । ଏହି ଟେଲିଗ୍ରାମ୍ ଚ୍ୟାନେଲରେ ଜୁଲାଇ ୧୯ରୁ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ତଥ୍ୟ ସେୟାର୍ କରାଯିବ ।

ବଲାଙ୍ଗିରରେ କଙ୍ଗାରୁକୋର୍ଟ, ଗୁଣିଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର: ଆତ୍ମା ଆସୁଛି ଯୁବତୀଙ୍କ ଦେହରେ, କହୁଛି ମୃତ୍ୟୁ ପୂର୍ବର କଥା । ଜଣେ କି ଦୁଇ ଜଣ ନୁହେଁ ଗାଁର ଚାରି ଚାରି ଜଣ ଯୁବତୀଙ୍କ ଦେହରେ ଏମିତି ଆସୁଛି ଆତ୍ମା । କିଏ ତଳେ ଲୋଟି ପଡ଼ୁଛି, ଆଉ କିଏ ପାରିବା ପର୍ଯ୍ୟନ୍ତ ଆର୍ତ୍ତ ଚିତ୍କାର । ଆଉ ଏ ହେଉଛି ତା’ର ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ଏମିତି ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ ।

Villagers Prohibited Entry Of 13 Family In Balangir For Black Magic

ସୂଚନା ଅନୁସାରେ, ପ୍ରଥମେ ସିନ୍ଧେକେଲା ଥାନା ନିର୍ମୁଲା ଗାଁରେ ୪ ଜଣ ଯୁବତୀଙ୍କ ଦେହରେ ହଠାତ୍ ପରିବର୍ତ୍ତନ ଦେଖା ଯାଇଥିଲା । ୪ ଝିଅ ମଠଖାଇ ଡଙ୍ଗର ମନ୍ଦିର ଗ୍ରାମଦେବୀଙ୍କ ଠାରେ ପୂଜାର୍ଚ୍ଚନା ସହ ଦେବୀଙ୍କ ସିନ୍ଦୂର ମଥାରେ ଦେଇଥିଲେ । ଅଭିଯୋଗ ହୋଇଥିଲା ଗାଁର ବ୍ରଜ ଭୋଇଙ୍କ ପରିବାର ଗୁଣି ଗାରେଡ଼ି କରିଛି । ଫଳରେ ଯୁବତୀ ମାନେ ଏଭଳି ଆଚରଣ କରୁଛନ୍ତି । ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

Villagers Prohibited Entry Of 13 Family In Balangir For Black Magic

ପରେ ଗାଁରେ ବସିଥିଲା କଙ୍ଗାରୁକୋର୍ଟ । ସରପଞ୍ଚ ଗୋଲକ ସିଂ ଭୋଇଙ୍କ ଉପସ୍ଥିତିରେ ବସିଥିବା କଙ୍ଗାରୁକୋର୍ଟରେ ବ୍ରଜ ଓ ତାଙ୍କ ପରିବାର ଲୋକଙ୍କୁ ଗାଁ ଛାଡି ଚାଲିଯିବାକୁ ନିଷ୍ପତ୍ତି କରାଯାଇଥିଲା । କିନ୍ତୁ ଏଥିରେ ବ୍ରଜ ରାଜି ନ ହେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଗତ ୧ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବ୍ରଜ । ମରଣାନ୍ତକ ଆକ୍ରମଣରେ ସରପଞ୍ଚଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ ସିନ୍ଧେକେଲା ପୋଲିସ ଏକ ମାମଲା ରୁଜୁ କରି ଚୁପ୍ ବସି ପଡ଼ିଥିବା ବେଳେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର । ତେବେ ଏନେଇ ଏସପି କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Villagers Prohibited Entry Of 13 Family In Balangir For Black Magic

ଗାଁ ଲୋକଙ୍କ ଭୟରେ ବ୍ରଜଙ୍କ ସହ ୧୨ ସମ୍ପର୍କୀୟ ପରିବାର ଏବେ ଗାଁ ଛାଡ଼ି ବାହାରେ ଘୁରି ବୁଲୁଛନ୍ତି ନ୍ୟାୟ ଆଶାରେ । ଅପେକ୍ଷା କେବେ ପୋଲିସ କରିବ ସାହାଯ୍ୟ, ସମସ୍ତେ ଫେରିବେ ଘରକୁ ।

ବରଗଡ଼ରୁ ଅପହରଣ, ଛତିଶଗଡ଼ରୁ ଉଦ୍ଧାର

ବରଗଡ଼: ହନୁମାନ ପଇସା ମାଗିଲେ । ନ ଦେବାରୁ ୨ ଜଣକୁ ଅପହରଣ କରି ୨ ଦିନ ରଖିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ଛତିଶଗଡ଼ରୁ ଅପହୃତଙ୍କୁ ଉଦ୍ଧାର କରିଛି ପୋଲିସ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଭୈସାଦରହା ଗାଁରେ ଘଟିଛି ଏଭଳି ଘଟଣା । ଗତ ୧୧ ତାରିଖରେ ୬ ଜଣ ଅଜଣା ବ୍ୟକ୍ତି ଗାଁର ଧରମସିଙ୍ଗ ନାଏକଙ୍କୁ ହନୁମାନ ଟଙ୍କା ମାଗିଥିଲେ । ତାଙ୍କ ପାଖରେ ହନୁମାନ ଟଙ୍କା ନଥିବା କହିବାରୁ ତାଙ୍କୁ ଜୋର ଜବରଦସ୍ତି ଉଠାଇନେଇଥିଲେ ଅଭିଯୁକ୍ତ ।

ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୋଗର ୨ ଦିନ ପରେ ଉଭୟଙ୍କୁ ଛତିଶଗଡ଼ରୁ ଉଦ୍ଧାର କରିଛି ପୋଲିସ । ଏଥିସହ ୬ ଅଭିଯୁକ୍ତଙ୍କୁ କାବୁ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୨ଟି ଗାଡ଼ି ସହିତ ୬ଟି ମୋବାଇଲ୍ ଜବତ କରାଯାଇଛି ।

ଫ୍ୟାମିଲି କୋର୍ଟରେ ଛିଡ଼ିଲାନି କଥା, ପରସ୍ପର ଉପରେ ଲଦିଲେ ଦୋଷ

କଟକ: ମୁହାଁମୁହିଁ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି । ପାରିବାରିକ ବିବାଦକୁ ନେଇ ଚାଲୁଥିବା ମାମଲାରେ ଉଭୟ ଆଜି ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ । ତିନି ଘଣ୍ଟା ଧରି କାଉନସିଲରଙ୍କ ନିକଟରେ ହାଜର ହୋଇଥିଲେ ଉଭୟ । ପରେ  ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଥିଲେ । ମାମଲାରେ ବର୍ଷା ସହଯୋଗ କରୁନଥିବା ଅଭିଯୋଗ କରି ସେ ଏପରି ଆବେଦନ କରିଥିଲେ ।

Barsha And Anubhav Appears In Family Cuttack Court Cuttack

ଅନ୍ୟ ପଟେ ବର୍ଷାଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଦାଲତର ସମସ୍ତ ନିର୍ଦ୍ଦେଶ ବର୍ଷା ପାଳନ କରୁଥିବା କହିଛନ୍ତି ଓକିଲ । ୨ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ । ବର୍ଷା ନୁହେଁ ଆଗରୁ ଅନୁଭବ ଆସୁନଥିଲେ । ଏବେ ଦୁଇ ତିନିଟା ତାରିଖ ହେଲା ଅନୁଭବ ଆସୁଛନ୍ତି । ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ

ଗଜପତି: କେମିତି ହେଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ? ସମୟ ଗଡ଼ିବା ସହ ବଢ଼ୁଛି ସସପେନ୍ସ । ମୃତ୍ୟୁ ପାଇଁ ତାଙ୍କ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା । ପାରଳାଖେମୁଣ୍ଡିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ସୌମ୍ୟ । ତାଙ୍କୁ ଚିକିତ୍ସା ପାଇଁ ଭାଇଜାକ କି ବିଶାଖାପାଟଣା ନନେଇ କାହିଁକି କଟକ ଅଣାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Paralakhemundi AFCO Death Case, Family Demands Crime Branch Probe

ଏପରିକି ଗୋଟିଏ ଘରେ ରହି ମଧ୍ୟ କେମିତି ସ୍ୱାମୀ ପୋଡ଼ି ହେଲେ ସେକଥା ଜାଣିନଥିବା ସୌମ୍ୟଙ୍କ ପତ୍ନୀ କହିଥିଲେ । ଯାହାକି ତାଙ୍କ ସନ୍ଦେହକୁ ଅଧିକ ବଢାଇଛି । ଆଗରୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ପରିବାର ଲୋକ କହିଛନ୍ତି । ମୃତ ସୌମ୍ୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁର । ସୋମବାର ରାତିରେ ସୌମ୍ୟରଞ୍ଜନ ପୋଡ଼ି ହୋଇ ଗୁରୁତର ହେବା ପରେ ତାଙ୍କୁ କଟକ ଅଣାଯାଇଥିଲା । ସେଠାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ସନ୍ଧ୍ୟାରେ ଖାଇବା ବାଢ଼ିବାକୁ ଯାଇଥିବା ବେଳେ ସ୍ୱାମୀଙ୍କ ସାର୍ଟରେ ନିଆଁ ଲାଗି ଯାଇଥିବା କହିଥିଲେ ସୌମ୍ୟଙ୍କ ପତ୍ନୀ । ତେବେ ସବୁ ଦିଗକୁ ନେଇ ତଦନ୍ତ କରିବା ପାଇଁ ସୌମ୍ୟଙ୍କ ପରିବାର ଲୋକେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ପୁଅ ବ୍ୟବହାର କରୁଥିବା ମୋବାଇଲ ଓ ଲାପଟପ ଜବତ କଲେ ସତ ପଦାକୁ ଆସିବ । ଏଥିସହ ବୋହୂଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି । ସୌମ୍ୟରଞ୍ଜନ ପୋଡ଼ି ହେବାର ୧୨ ଘଣ୍ଟା ପର୍ଯ୍ୟନ୍ତ ପରିବାରକୁ ଜଣାଇନଥିବାରୁ ବୋହୂଙ୍କ ପ୍ରତି ସନ୍ଦେହ ହେଉଥିବା କହିଛନ୍ତି । ଆସନ୍ତାକାଲି ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ଥାନାକୁ ଯିବେ ପରିବାର ଲୋକ ।

ଦୃଷ୍ଟିବାଧିତଙ୍କ ରକ୍ତଦାନ, ମୁଖ୍ୟମନ୍ତ୍ରୀ କହିଲେ ‘ସମସ୍ତଙ୍କ ଲାଗି ପ୍ରେରଣା’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ । ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ ।

୨ ଜଣ ଦୃଷ୍ଟିବାଧିତ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାହ୍ନୁଚରଣ ଓ ବଂଶୀଧର ଉଭୟ ସିନା କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ଯେଉଁଥିପାଇଁ ଚାଲିଯାଏ ରୋଗୀଙ୍କ ଜୀବନ ।

ଏସ୍‌ସିବିରେ ପହଞ୍ଚିଲା ସର୍ପ ଦଂଶନରେ ଅସୁସ୍ଥ ମଞ୍ଜୁଳା: ସୁସ୍ଥ ହେବା ଆଶାରେ ସାପକୁ ବନ୍ଦୀ ରଖିଥିଲେ ପରିବାର ଲୋକେ

କଟକ: ଏସ୍‌ସିବିରେ ପହଞ୍ଚିଲା ନବରଙ୍ଗପୁର ରାଇଘରର ହଳଦୀ ଗାଁର ମଞ୍ଜୁଳା ।  ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗରେ ତାଙ୍କୁ ଏଠାକୁ ଅଣାଯାଇଛି । ମାସେ ହେବ ମଞ୍ଜୁଳା ବିଷାକ୍ତ ସାପ କାମୁଡ଼ାରେ ଅସୁସ୍ଥ ଅଛି । ଗୁଣି ଗାରେଡିରେ ବିଶ୍ୱାସ ରଖି ପରିବାର ଲୋକେ ତା’ର ଚିକିତ୍ସା ଘରେ କରୁଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ରାଇଘର ଓ ପରେ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତା’ର ଡାହାଣ ହାତ କହୁଣୀ ପାଖରୁ ପାପୁଲି ପର୍ଯ୍ୟନ୍ତ ଅଙ୍ଗ ବହୁତ କ୍ଷତିଗ୍ରସ୍ତ ହୋଇଛି । ତେବେ ଏସସିବିରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି।ତାଙ୍କର ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ବ୍ୟବସ୍ଥା କରାଯାଇଛି।

ଏଥିସହିତ ପଢ଼ନ୍ତୁ: ୯ ବର୍ଷର ଝିଅକୁ ସାପ କାମୁଡ଼ିବାରୁ ନାଗ ସାପକୁ ବନ୍ଦୀ କଲେ ପରିବାର