ଗୋଟିଏ ଇନିଂସ ୭୬ ରନରେ ତୃତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

1 min read
England beat India by an innings and 76 runs in third Test at Leeds

ନୂଆଦିଲ୍ଲୀ: ଲିଡ୍ସରେ ଲର୍ଡ୍ସର ବଦଲା । ଇଂଲଣ୍ଡ କ୍ରିକେଟ୍ ଟିମ୍ ଲିଡ୍ସରେ ଲର୍ଡ୍ସ ପରାଜୟର ପ୍ରତିଶୋଧ ନେଇଛି । ଲିଡ୍ସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ୍ ଶୋଚନୀୟ ପରାଜୟ ବରଣ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୭୮ ରନ କରିବାରେ ସକ୍ଷମ ହୋଇଥିଲା ।

England beat India by an innings and 76 runs in third Test at Leeds

ଏହାପରେ ଇଂଲଣ୍ଡ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରି ୪୩୨ ରନ୍ କରିବାରେ ସମର୍ଥ ହୋଇଥିଲା । ଫଳରେ ୩୫୪ ରନରେ ଆଗୁଆ ରହିଥିଲା ଘରୋଇ ଟିମ୍ । ଜବାବରେ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ ଦିନରେ ୨୭୮ ରନରେ ସୀମିତ ରହିଯାଇଛି । ଏଥିସହ ଇଂଲଣ୍ଡ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରି ନେଇଛି ।

ଇଂଲଣ୍ଡ ତୃତୀୟ ଟେଷ୍ଟକୁ ଗୋଟିଏ ଇନିଂସ ଓ ୭୬ ରନରେ ଜିତି ନେଇଛି । ଘରୋଇ ଦଳର ଏହି ବିଜୟରେ ଓଲି ରବିନସନ ପ୍ରଥମ ପାଳିରେ ୨ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେଇଥିଲେ । ସେହିଭଳି ଦ୍ୱିତୀୟ ଇନିଂସରେ କ୍ରେଗ ଓବରଟନ୍ ୩ଟି ୱିକେଟ୍ ନେଇଥିଲେ ।

Leave a Reply