ଜାତୀୟ ରଗବି ଟିମର ପ୍ରାୟୋଜକ ଓଡ଼ିଶା, ଘୋଷଣା କଲେ କ୍ରୀଡାମନ୍ତ୍ରୀ

1 min read

ଭୁବନେଶ୍ୱର: ଭାରତୀୟ ଜାତୀୟ ରଗବୀ ଟିମର ମିଳିତ ଭାବେ ପ୍ରାୟୋଜକ ହେବେ ଓଡ଼ିଶା ସରକାର ଏବଂ KIIT । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତିନି ବର୍ଷ ପାଇଁ ପ୍ରାୟୋଜକ ହେବେ ରଜ୍ୟ ସରକାର  । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି  । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ରାଜ୍ୟ ସରକାର  ।

ଆଗକୁ ଅଣ୍ଡର- ୧୮ ଦଳ ଏସିଆନ୍ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶାରେ ମହିଳା ଦଳର ଟ୍ରେନିଂ କ୍ୟାମ୍ପ ହୋଇଛି । ଗତ ଅଗଷ୍ଟ ୧୪ ତାରିଖରୁ ଚାଲିଛି କିଟ୍‌ରେ ରଗବୀର ଜାତୀୟ କ୍ୟାମ୍ପ୍ ଆୟୋଜିତ । ଏଥିରେ ପ୍ରଦର୍ଶନ ଭିତ୍ତିରେ ୫୨ ମହିଳା ଖେଳାଳି ଚୟନ ହୋଇଛନ୍ତି । ଏମାନେ ଆସନ୍ତା ଅଣ୍ଡର -୧୮ ଖେଳରେ ଜାତୀୟ କ୍ୟାମ୍ପରେ ଯୋଗଦେବେ । ଓଡ଼ିଶା ରଗବୀର ପ୍ରାୟୋଜକ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନର ସଭାପତି ବିକ୍ରମ ଆହୁଜା, କ୍ରୀଡା ସଚିବ ଆର୍ ଭିନିଲ କ୍ରିଷ୍ଣା, ଓଡ଼ିଶା ରଗ୍‌ବୀ ଫୁଟବଲ ୟୁନିୟନ୍ ସଭାପତି, ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହିତ ରଗବି ଇଣ୍ଡିଆର ଚିଫ ଏକ୍ସକ୍ୟୁଟିଭ ଯୋଗଦେଇଥିଲେ । ପୂର୍ବରୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଟୋକିଓ ଅଲିମ୍ପିକସରେ ମେଡାଲ ଜିତିଛି ଭାରତୀୟ ହକି ଦଳ । ଏବେ ହକି ପରେ ରଗ୍‌ବୀର ଦାୟିତ୍ବ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply