ପୁରୀରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦଘାଟନ କରିଥିଲେ । ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜିଲ୍ଲାର ସମସ୍ତ ଅସହାୟ, ଅନାଥ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନେ ଘରୋଇ ଓ ସରକାରୀ ସ୍କୁଲରେ ମାଗଣା ଶିକ୍ଷାଦାନ ସହ ପୁସ୍ତକ , ପୋଷାକର ସମସ୍ତ ସହଯୋଗ ପାଇପାରିବେ । ୨୦୨୦ ମସିହା ଏପ୍ରିଲ୍ ୧ ତାରିଖ ପରଠାରୁ ଯେଉଁ ପିଲାଙ୍କ ବାପା ଓ ମା ଉଭୟ କୋଭିଡ କିମ୍ବା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବେ ସେମାନଙ୍କ ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ୨୫ଶହ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର ।

Leave a Reply