ଶୋଇଥିବା ବେଳେ ପୁଅଝିଅଙ୍କ ତଣ୍ଟି କାଟି ବିଷ ପିଇଦେଲେ ଦମ୍ପତି

Family Of 4 Person Allegedly Attempt To Commit Suicide Due To Financial Crisis Bhopal

ଭୋପାଳ: ବେରୋଜଗାର ଓ ଆର୍ଥିକ ସଂକଟ ଏକ ପରିବାରକୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଛି । ଶୋଇଥିବା ବେଳେ ୧୬ ବର୍ଷର ପୁଅ ଓ ୧୪ ବର୍ଷର ପୁଅର ତଣ୍ଟିକୁ ଟାଇଲ୍ସ କଟରରେ କାଟି ଦେଇଛନ୍ତି ବାପାମାଆ । ପରେ ପରେ ସ୍ୱାମୀ, ସ୍ତ୍ରୀ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ମାଆ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଭଳି ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ।

ତଥ୍ୟ ଅନୁସାରେ, ମୃତକ ଜଣେ ସିଭିଲ୍ ଇଞ୍ଜିନିୟର । ସେ ବହୁଦିନ ଧରି କାମ ହରାଇବା ଓ ଖରାପ ଆର୍ଥିକ ସ୍ଥିତିକୁ ନେଇ ଭାଙ୍ଗି ପଡ଼ି ଏଭଳି ପଦକ୍ଷେପ ନେଇଛନ୍ତି । ମିସରୋଦ ଥାନା ଅନ୍ତର୍ଗତ ସହାରା ଷ୍ଟେଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଅନୁସାରେ, ୫୫ ବର୍ଷୀୟ ରବି ଠାକେରଙ୍କ ପରିବାର ୧୦୨ ମଲ୍ଟି ସହାରା ଷ୍ଟେଟରେ ରହୁଥିଲେ । ଘରେ ପତ୍ନୀ ରଞ୍ଜନା ଠାକରେ (୫୦), ପୁଅ ଚିରାଗ ଠାକରେ (୧୬) ଓ ଝିଅ ଗୁଞ୍ଜନ ଠାକରେ (୧୪) ରହୁଥିଲେ ।

ଶନିବାର ପରିବାରର ସଦସ୍ୟ ସକାଳୁ ଉଠିନଥିଲେ । ସକାଳ ପ୍ରାୟ ୮ଟା ୩୦ ବେଳକୁ ପଡ଼ୋଶୀ ସନ୍ଦେହ ହେବାରୁ ଝରକା ପଟେ ଦେଖିଥିଲେ । ଆଉ ଯାହା ଦେଖିଲେ ତାହା ବର୍ଣ୍ଣନା ସମ୍ଭବ ନଥିଲା । ସଙ୍ଗେ ସଙ୍ଗେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ୪ ଜଣଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲା । ଡାକ୍ତର ବାପାପୁଅଙ୍କୁ ମୃତ ଘୋଷଣା କରିଛନ୍ତି । ଆର୍ଥିକ ସ୍ଥିତି ଓ ମାନସିକ ଅବସାଦ ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ରଞ୍ଜନା ।

Leave a Reply