ବାହାଘରକୁ ଆସିନଥିଲେ ଅତିଥି, ନବଦମ୍ପତି ପଠେଇଲେ ୧୭ ହଜାର ଟଙ୍କାର ବିଲ୍

1 min read

ଚିକାଗୋ : ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଯେତେବେଳେ ଆମର କେହି ବନ୍ଧୁ ବାନ୍ଧବ ବାହାଘରର ନିମନ୍ତ୍ରଣ ନେଇ ଆସନ୍ତି ଆମେ ସେମାନଙ୍କୁ ନିଶ୍ଚିତ ଯିବୁ ବୋଲି କହିଥାଉ । ହେଲେ ବାହାଘରର ସମୟ ଆସିଲେ କୌଣସି କାରଣବଶତଃ ହେଉ କିମ୍ବା ଇଚ୍ଛା ନଥି୍ବାରୁ ଆମେ ପଛ ଘୁଞ୍ଚା ଦେଉ। କିଛି ଲୋକ ଏପରି ବି ଅଛନ୍ତି ଯେଉଁମାନେ ଉପହାର ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ଯାଆନ୍ତି ନାହିଁ। ତେବେ ଭାବିଲେ ଯଦି ଆପଣ ବାହାଘରକୁ ନ ଯିବାରୁ ଆପଣଙ୍କ ଉପରେ ଜରିମାନା ଲଗାଯାଏ। ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାରେ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ସୂଚନା ମୁତାବକ ଚିକାଗୋରେ ରହୁଥିବା ଏକ ନବଦମ୍ପତୀ ତାଙ୍କ ବାହାଘରକୁ ନ ଆସିଥିବା କିଛି ବ୍ୟକ୍ତିଙ୍କ ନିକଟକୁ ଖର୍ଚ୍ଚ ବାବଦ ରସିଦ୍ ଇମେଲ୍ ମାଧ୍ୟମରେ ପଠାଇଛନ୍ତି। ଚିକାଗୋର ଡଗ୍ ସିମୋନ୍ସ ଓ ଡେଜ୍ରା ମ୍ୟାକଗି ବିବାହରେ ଅନୁପସ୍ଥିତ ଥିବା ଅତିଥିମାନଙ୍କୁ ୨୪୦ ଡଲାରର ରସିଦ୍ ପଠାଇଛନ୍ତି । ଯାହାକି ଭାରତୀୟ ମୁଦ୍ରାରେ ୧୭ ହଜାର ୬୩୯ ଟଙ୍କା ହେବ।

କାହିଁକି ପଠାଇଲେ ରସିଦ୍?

ଡଗ୍ କହିଛନ୍ତି ଯେ ସେ ଏହି ରସିଦ୍ ଏଥିପାଇଁ ପଠାଇଛନ୍ତି, କାରଣ ସେ ବାହାଘର ଭୋଜିରେ ନଷ୍ଟ ହୋଇଥିବା ଖାଦ୍ୟର ପଇସା ଆଦାୟ କରିବାକୁ ଚହାଁନ୍ତି । ତେବେ ଅତିଥିମାନଙ୍କୁ ପଠାଯାଇଥିବା ଏହି ରସିଦ୍ ସହ ଏକ ନୋଟ୍ ମଧ୍ୟ ପଠାଯାଇଛି । ଏଥିରେ ଲେଖାଯାଇଛି ଯେ, ‘ଏହି ରସିଦ୍ ଆପଣଙ୍କୁ ପଠାଯାଇଛି କାହିଁକିନା ଆପଣଙ୍କ ନାଁ କନଫର୍ମ ସିଟରେ ରହିଛି। ଏବଂ ସବୁ ସିଟର ଏକ ମୂଲ୍ୟ ରହିଛି । ଆଉ ଏହି ମୂଲ୍ୟ ଆପଣଙ୍କ ସିଟର, କାହିଁକିନା ଆପଣ ଆମକୁ ଜଣେଇ ନଥିଲେ ଯେ ଆପଣ ଆସିବେ ନାହିଁ ବୋଲି।  ଆପଣ PayPal ଦ୍ୱାରା ଟଙ୍କା ପଠାଇପାରିବେ । ଯଦି ଟଙ୍କା ପଠାଇବାରେ କୌଣସି ଅସୁବିଧା ହୁଏ ତେବେ ଆମକୁ ସମ୍ପର୍କ କରନ୍ତୁ।’ ଏଥିସହିତ ଏହି ଦମ୍ପତ୍ତି ଅତିଥିମାନଙ୍କୁ ଜରିମାନା ଭରିବାକୁ ଏକମାସର ଡେଡେଲାଇନ୍ ମଧ୍ୟ ଦେଇଛନ୍ତି ଏହି ନବଦମ୍ପତି।

 

Leave a Reply