ୟୁପିରେ ବ୍ୟାପିଥିବା ଅଜଣା ଜର ସ୍କ୍ରବ ଟାଇଫସ୍ କ’ଣ ?

1 min read
Know Scrub typhus Mystery Infection Being Reported In UP

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତରପ୍ରଦେଶରେ ବ୍ୟାପିଛି ଅଜଣା ଜର । ମଥୁରାରେ ବ୍ୟାପିଥିବା ଅଜଣା ଜର ସ୍କ୍ରବ ଟାଇଫସ୍ ବୋଲି ଜଣାପଡ଼ିଛି । ଏଥିରେ ମଥୁରାର ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରୀ ଦଳ ନମୁନା ସଂଗ୍ରହ ପରେ ଏହା ସ୍କ୍ରବ ଟାଇଫସ୍ ସଂକ୍ରମଣ ବୋଲି ଜଣାପଡ଼ିଛି ।

ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ (CDC) ଅନୁସାରେ, ଓରିଏଣ୍ଟିଆ ସୁଟୁଗାମୁସି ଜୀବାଣୁ ଯୋଗୁଁ ସ୍କ୍ରବ ଟାଇଫସ୍ ହୋଇଥାଏ । ଏହାକୁ ବସ୍ ଟାଇଫସ୍ ମଧ୍ୟ କୁହନ୍ତି । ଏହି ରୋଗର ଲକ୍ଷଣ ମଶା କାମୁଡ଼ିବା ପରେ ଜରର ଲକ୍ଷଣ ଭଳି । ଏହାର ଲକ୍ଷଣ ଚିଗର କାମୁଡ଼ିବାର ୧୦ ଦିନ ମଧ୍ୟରେ ଦେଖାଯାଏ । ଜର ଆସିବା ସହ ମୁଣ୍ଡବିନ୍ଧା, ଦେହରେ ନାଲି ଦାଗ ସହ କୁଣ୍ଡାଇ ହେବା ଏବଂ ହାତଗୋଡ଼ ବିନ୍ଧା ହେବା ଭଳି ଲକ୍ଷଣ ଦେଖାଯାଏ ।

ଚିଗର କାମୁଡ଼ିଥିବା ସ୍ଥାନଟି କଳା ପଡ଼ି ଯାଇଥାଏ । ଯାହାକୁ ଏସ୍ଚର ମଧ୍ୟ କୁହନ୍ତି । ସିଡିସି ଅନୁସାରେ, ସଂକ୍ରମଣ ପରେ ଆକ୍ରାନ୍ତ ମାନସିକ ପରିବର୍ତ୍ତନ ଅନୁଭବ କରିଥାନ୍ତି । କେତେକ ଆକ୍ରାନ୍ତଙ୍କ ଠାରେ ହାତଗୋଡ଼ ବିନ୍ଧା ଯାହାକି ଚିକୁନଗୁନିଆର ଲକ୍ଷଣ ଦେଖାଯାଏ । ଏହି ସଂକ୍ରମଣ ଶ୍ୱାସକ୍ରିୟାରେ ବାଧା ଉତ୍ପନ୍ନ କରିବା ସହ ମସ୍ତିଷ୍କ, ଫୁସଫୁସ୍, କିଡନୀକୁ ଅକାମୀ କରିଦିଏ । ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେବା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ।

ସିଡିସି ଅନୁସାରେ, ସ୍କ୍ରବ୍ ଟାଇଫସ୍ ପାଇଁ କୌଣସି ଭ୍ୟାକ୍ସିନ୍ ବାହାରି ନାହିଁ । ତେବେ ସଂକ୍ରମିତ ଚିଗର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଭାରତ ବ୍ୟତୀତ ଇଣ୍ଡୋନେସିଆ, ଚୀନ, ଜାପାନ ଓ ଉତ୍ତର ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗ ଦେଖାଯାଇଛି ।

ଏହି ରୋଗର ଚିକିତ୍ସା ଡୋକ୍ସିସାଇକ୍ଲିନ୍ ଆଣ୍ଟିବାୟୋଟିକ ଦେଇ କରାଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଗୋଡ଼ ଓ ବାହୁ ଘୋଡ଼ାଇ ହେବା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ମଶାରୀ ଟାଙ୍ଗି ଶୋଇବା ଦରକାର ।

Leave a Reply