ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍

ACF Soumya Death Case, Two Member Team Of Crime Branch To Interrogate Bidya Bharati

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଆଜି ପୋଲିସ ଖଇରା ବାସଭବନରେ ବିଦ୍ୟାଙ୍କ ବାପା, ମାଆଙ୍କୁ ପଚରାଉଚରା କରୁଛି । ଆସନ୍ତାକାଲି ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । ଏଥିରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚର ୨ ଜଣ ଅଫିସର ଡିଏସପିଙ୍କ ନେତୃତ୍ୱରେ ସହଯୋଗ କରିବେ ।

ACF Soumya Death Case, Two Member Team Of Crime Branch To Interrogate Bidya Bharati

ଜେରା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପ୍ରଶ୍ନ ତିଆରି କରିଛି । ଗଜପତି ସାଇଣ୍ଟିଫିକ୍ ଟିମର ତଦନ୍ତ ରିପୋର୍ଟ ପାଇଁ ଆରଏସଏଫଏଲକୁ ବ୍ରହ୍ମପୁର ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏଡିଜି । ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗରେ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଡିଏଫଓଙ୍କ ଉତ୍ତରକୁ ବିଦ୍ୟାଭାରତୀଙ୍କୁ ଜେରା ବେଳେ କ୍ରସ ଚେକ୍‌ କରିପାରେ କ୍ରାଇମବ୍ରାଞ୍ଚ । ପାରଳା ପୋଲିସ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ ବି ସନ୍ତୁଷ୍ଟ ହୋଇନି । ଆଉ ଏଥର କପ୍ତିପଦାରେ ସୌମ୍ୟ ମୃତ୍ୟୁର ସୁରାକ୍‌ ଖୋଜିବ କ୍ରାଇମବ୍ରାଞ୍ଚ । ଗୋଟିଏ ଘରେ ଥାଇ ସ୍ୱାମୀ ପୋଡ଼ି ହେବା କଥା କେମିତି ଜାଣିପାରିଲେନି ବିଦ୍ୟା ? ପାରିବାରିକ କଳହ ମୃତ୍ୟୁର କାରଣ କି ? ଅନୈତିକ ସମ୍ପର୍କର ସତ କଣ ? ବିଦ୍ୟାଭାରତୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା ରହିଛି ।

Leave a Reply