କରୋନା କଟକଣା ଭିତରେ ଏହି ସବୁ ରାଜ୍ୟରେ ଆରମ୍ଭ ହେଲା ଶ୍ରେଣୀ ଗୃହ ପାଠପଢ଼ା

Schools Reopened In Delhi, Up, MP, Rajsthan Following Covid Guidelines

ନୂଆଦିଲ୍ଲୀ: କମୁଛି କରୋନା ସଂକ୍ରମଣ । କୋହଳ ହେଉଛି କଟକଣା । ଆଜିଠୁ ଦିଲ୍ଲୀ ସହ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁରେ ଖୋଲିଛି ସ୍କୁଲ । ଦିଲ୍ଲୀରେ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ସ୍କୁଲ୍ ଯାଇଛନ୍ତି । ଏ ନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଥିବା ବେଳେ କୋଭିଡ୍ କଟକଣାକୁ ଗୁରୁତ୍ୱ ଦିଆଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ।

Schools Reopened In Delhi, Up, MP, Rajsthan Following Covid Guidelines

ସେହିଭଳି ତାମିଲନାଡୁରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି । ୫୦ ପ୍ରତିଶତ ପିଲାଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢ଼ା । ରାଜସ୍ଥାନରେ ସମାନ ନିୟମ ଲାଗୁ କରାଯାଇଛି । ୟୁପିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଆଜିଠୁ ଶ୍ରେଣୀଗୃହରେ ପାଠ ପଢ଼ିବା ଆରମ୍ଭ କରିଛନ୍ତି । ମଧ୍ୟ ପ୍ରଦେଶରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି । ବହୁ ଦିନ ପରେ ସ୍କୁଲ ଆସି ପାଠ ପଢିଥିବାରୁ ଖୁସି ଜାହିର କରିଛନ୍ତି ବିଦ୍ୟାର୍ଥୀ । କରୋନା ପାଇଁ ଅନେକ ଦିନ ଧରି ସ୍କୁଲରେ ପାଠପଢ଼ା ବନ୍ଦ ରହିଥିବା ବେଳେ ଅନଲାଇନ୍ କ୍ଲାସ୍ ହେଉଥିଲା ।

Leave a Reply