spot_img
Home Blog Page 5404

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର ଆନ୍ଧ୍ର ଉପକୂଳରେ ସମୁଦ୍ରର ୧.୫ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଓଡ଼ିଶାରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରଭାବ ରହିଛି । ଅନ୍ୟପଟେ ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

Image

୨୦ ତାରିଖ ସକାଳ ୮ଟା ୩୦ ଯାଏଁ କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର,ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ଆଶଙ୍କା ରହିଛି ।

Imageସେହିଭଳି ୨୦ ତାରିଖରୁ ୨୧ ତାରିଖ ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Image

୨୧ ସକାଳ ଠାରୁ ୨୨ ସକାଳ ୮ଟା ୩୦ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

Image

ସେହିଭଳି ୨୨ ସକାଳରୁ ୨୩ ସକାଳ ୮ଟା ୩୦ ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିଭଳି ୨୩ରୁ ୨୪ ସକାଳ ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ ।

ସୂଚନା ଅନୁଯାୟୀ, ଆସ୍ଥା ଭୋଟରେ ବିଜୟ ଲାଗି ଦେଓବାଙ୍କୁ ୧୩୬ ଭୋଟର ଆବଶ୍ୟକ ଥିଲା। ଗତ ଜୁଲାଇ ୧୩ ତାରିଖରେ ସେ ରେକର୍ଡ ପଞ୍ଚମ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ପୂର୍ବରୁ ରାଷ୍ଟ୍ରପତି ଭଙ୍ଗ କରିଥିବା ପ୍ରତିନିଧି ସଭାକୁ ପୁନର୍ଗଠନ ନିର୍ଦ୍ଦେଶ ଦେବା ସହ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆସ୍ଥା ଭୋଟରେ ବିଜୟ ଲାଭ କରିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଗତ ୫ ମାସରେ ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ପ୍ରତିନିଧି ସଭାକୁ ଭଙ୍ଗ କରିଥିଲେ। ଯାହା ବିରୋଧରେ ନେପାଳୀ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିଥିଲେ।

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ଦୀର୍ଘ ବର୍ଷ ପରେ ଜନ୍ମ ହେଲା ସିଂହ

ଭୁବନେଶ୍ୱର: ନନ୍ଦନକାନନକୁ ଆସିବ ନୂଆ ଅତିଥି । ଦୀର୍ଘ ବର୍ଷ ବ୍ୟବଧାନ ପରେ ଜନ୍ମ ନେବ ସିଂହ ସାବକ । ଗତ ଡିସେମ୍ବର 20ରେ ଇନ୍ଦୋର ଚିଡ଼ିଆଖାନାରୁ ସିଂହୀ ବିଜଲୀକୁ ଅଣାଯାଇଥିଲା । ନନ୍ଦନକାନରେ ସିଂଘ ମାନଙ୍କ ବଂଶ ବିସ୍ତାର ପାଇଁ ବିଜଲୀକୁ ଅଣାୟାଇଥିଲା । ଶେଷରେ ସିଙ୍ଘ ସମ୍ରାଟ ଓ ବିଜଲୀ ମିଳନରେ ନୂଆ ଅତିଥି ମାତ୍ର ୪୮ ଘଣ୍ଟାରେ ପାଇବ ନନ୍ଦନକାନନ । ସିଂହି ବିଜଲୀ 106 ଦିନ ହେବ ଗର୍ଭଧାରଣ କରିଥିଲା । ସଫାରିର ଫିଡିଙ୍ଗ ଚାମ୍ବରରେ ତାର ରକ୍ଷଣା ବେକ୍ଷଣାକୁ ସିସିଟିଭିରେ ନିରୀକ୍ଷଣ କରାଯାଉଛି । ଏବେ ନନ୍ଦନକାନନରେ ମୋଟ୍ ୧୬ଟି ସିଂହ ରହିଛନ୍ତି । ଏସିଆନ ସିଂଘ 6ଟି, ଅଫିରିକାନ ସିଂଘ 2ଟି, ହାଇବ୍ରିଡ଼ ସିଂଘ 8ଟି ରହିଛି ।

ସଂସଦରେ ଜାରି ରହିଛି ହଟ୍ଟଗୋଳ; ପୁଣି ଗୃହ ମୁଲତବି

ନୂଆଦିଲ୍ଲୀ: ଆରମ୍ଭରୁ ସଂସଦରେ ପ୍ରବଳ ହଟ୍ଟଗୋଳ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଉଥିବାବେଳେ ହୋହାଲ୍ଲା କରିଛନ୍ତି ବିରୋଧୀ। ସ୍ଥିତି ଏପରି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ କିଛି କହିବାକୁ ସୁଯୋଗ ପାଇ ନଥିଲେ । ଫଳରେ ଗୃହକୁ ଅପରାହ୍ଣ ସାଢେ ୩ଟା ଯାଏଁ ମୁଲତବୀ ଘୋଷଣା କରିଦିଆଯାଇଥିଲା ।

ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ତ୍ରିମଣ୍ଡଳକୁ ନେଇ କିଛି ସାଂସଦ ଅସୁଖୀ ଅଛନ୍ତି । ସେପଟେ ରାଜ୍ୟସଭାରେ ପରଲୋକଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଏକ ଘଣ୍ଟା ଲାଗି ଗୃହକୁ ମୁଲତବୀ ରଖାଯାଇଥିଲା । ତେବେ ବିଭିନ୍ନ ପ୍ରସଙ୍ଗରେ ସାଂସଦମାନେ ହଟ୍ଟଗୋଳ କରିବା ପରେ ରାଜ୍ୟସଭାକୁ ବି ଅପରାହ୍ଣ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ସେପଟେ ନେତା, ମନ୍ତ୍ରୀ, ବିଚାରପତି ଓ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ ପ୍ରସଙ୍ଗରେ କମ୍ପିବ ଗୃହ ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଦେଶର ଜାତୀୟ ନିରାପତ୍ତା ବିପନ୍ନ ହୋଇଛି । ଏହି ପ୍ରସଙ୍ଗ ସେ ଗୃହରେ ଉଠାଇବେ । ସେହିପରି ପେଟ୍ରୋଲ ଦର ବୃଦ୍ଧି, କଡା କୃଷିଆଇନ, ଟିକାକରଣ, ଅର୍ଥନୈତିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବ ତୃଣମୂଳ କଂଗ୍ରେସ । ପ୍ରାୟ ସମସ୍ତ ବାମପନ୍ଥୀ ଦଳ ବି ଫୋନ ହ୍ୟାକିଂ, କୃଷି ଆଇନ, ଦରବୃଦ୍ଧି ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ । ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ- କୌଣସି ବିତର୍କକୁ ସମ୍ମୁଖୀନ କରିବା ଲାଗି ସରକାର ପ୍ରସ୍ତୁତ । ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି ।

 

ବିଷାକ୍ତ ମଦ ପିଇ ବିହାରରେ ୪ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ, ୧୬ ମୃତ

ପାଟଣା: ବିହାରର ପଶ୍ଚିମ ଚମ୍ପାରଣରେ ବିଷାକ୍ତ ମଦ ପିଇ ଏଯାଏଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣଙ୍କର ଦୃଷ୍ଟିଶକ୍ତି ହରାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନା ଅନୁଯାୟୀ, ବିହାରରେ ସରକାରଙ୍କ ପକ୍ଷରୁ ମଦ ପିଇବା ଓ ଏହାର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ରାଜ୍ୟରେ ମଦର କଳାବଜାରୀ ହେଉଥିବା ନେଇ ଲଗାତାର ଅଭିଯୋଗ ହେଉଛି।

ମଦ ପିଇ ଆଖି ହରାଇଥିବା ଦେଓରବା ଗାଁର ବାସିନ୍ଦା  ୪୦ ବର୍ଷିୟ ମହମ୍ମଦ ଇଜହାର କହିଛନ୍ତି ଯେ ଚଳିତ ସପ୍ତାହ ଆରମ୍ଭରେ ଗାଁ ବାହାରେ ଥିବା ମଦ ଭାଟିରୁ ମଦ ପିଇଥିଲେ। ଯାହା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ଦୃଷ୍ଟି ଶକ୍ତି ଚାଲିଯାଇଥିଲା । ମଦ ପିଇବା ପୂର୍ବରୁ ସବୁ କିଛି ଦେଖାଯାଉଥିଲା ହେଲେ ଏବେ କିଛି ଦେଖିପାରୁନି ।

ସୂଚନା ଅନୁଯାୟୀ, ଚଳିତ ସପ୍ତାହର ଆରମ୍ଭରେ ଲୋରିଆ ଥାନା ଓ ରାମନଗର ଥାନା ଅଧିନରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଏଥିସହିତ ୪ ଜଣଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିବା ଜଣାପଡିଛି ।

ଏସମ୍ପର୍କରେ ପଶ୍ଚିମ ଚମ୍ପାରଣ ରେଞ୍ଜର ଡିଆଇଜି ଲଲନ ମୋହନ ପ୍ରସାଦ କହିଛନ୍ତି ଯେ ‘‘ ମଦ ଘଟଣାରେ ୧୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମୃତ୍ୟୁ ମଦ ପିଇବା ଯୋଗୁଁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ତଦନ୍ତ ଚଲାଇଛି ।

ତେବେ ଏହି ମାମଲାରେ ପୋଲିସ ଅବୈଧ ମଦ ଭାଟି ତଥା କାରବାର କରୁଥିବା ଲୋକଙ୍କୁ ଗିରଫ କରିଛି ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା ୮ଟି ଦ୍ୱାରରେ ରୂପା ଛାଉଣି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିରର ଆଠଟି ଦ୍ୱାରରେ ରୂପା ଛାଉଣୀ କରାଯାଉଛି। ନୀଳାଦ୍ରି ବିଜେ ପୂର୍ବରୁ ବେହରଣ ଦ୍ୱାରର ରୂପା ଛାଉଣି କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଥିବା ବେଳେ ଜୟବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। କଳାହାଟ ଦ୍ୱାର ଯଦି ସମ୍ଭବ ନହେବ ଆସନ୍ତା ବର୍ଷ ରଥଯାତ୍ରା ସମୟରେ କରାଯିବ। ରୂପା ଛାଉଣୀ କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ। ଏଏସଆଇର ଆଲୋକୀକରଣକୁ ଅନୁମତି ମିଳିଛି। ତାହା ରଥଯାତ୍ରା ପରେ ବି ଜାରି ରହିବ ।

ସେପଟେ ଗର୍ଭଗୃହକୁ ଛାଡ଼ି ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି। ବୈଷୟିକ ଓ ବୈଜ୍ଞାନିକ ଅଧ୍ୟୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା, ଆଜି ରାତିରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା। କିପରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେକୁ ଶୃଙ୍ଖଳିତ କରାଯାଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି। ଆଜି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି।

ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ଡିଡି ତରଫରୁ ବାହୁଡା ଓ ସୂନାବେଶ ପାଇଁ ଲାଇଭ୍ ଟେଲିକାଷ୍ଟ କରାଯିବ। ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ନିୟମ କିପରି ଉଲ୍ଲଂଘନ ନହେବ, ସେନେଇ ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ଲଜିଂ, ହୋଟେଲ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରାଯାଇଛି। ନିଜେ ଏସ୍‌ପି ଅନ୍ୟ ବିଭାଗ ଅଧିକାରୀଙ୍କ ସହ ବୁଲି ଯାଞ୍ଚ କରିଥିଲେ। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶୃଙ୍ଖଳିତ ଭାବେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ସଂଧ୍ୟା ଦର୍ଶନ ଓ ଏବର୍ଷର ଶେଷ ଆଡ଼ପ ଅବଢ଼ା ମିଳିବ।

ଡିଜିପିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, କହିଲେ ବୋହୂ, ଡିଏଫ୍‌ଓ ଓ ରୋଷେୟାର ଲାଏ ଡିଟେକ୍ସନ ଟେଷ୍ଟ କର…

ଭୁବନେଶ୍ୱର: ଡିଜିପିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା। ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କଲେ ସୌମ୍ୟଙ୍କ ବାପା ଅଭିରାମ। ବୋହୂ, ଡିଏଫଓ ଓ ରୋଷେୟାର ଲାଏ ଡିଟେକସନ ଟେଷ୍ଟ କରିବାକୁ ଦାବି କରିଛନ୍ତି। ଘଟଣାଦିନ ଡିଏଫଓଙ୍କ ସରକାରୀ କ୍ୱାର୍ଟର ଆଗରେ ଦେଢ଼ ଘଣ୍ଟା ଅଟକିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ କାହିଁକି ଅଟକାଯାଇଥିଲା, ତାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ବାବା। ପାରଳାଖେମୁଣ୍ଡିରୁ କଟକ ୪ଶହରୁ ଅଧିକ କିଲୋମିଟର।

ସେପଟେ ପାରଳାଖେମୁଣ୍ଡିରୁ ବିଶାଖାପାଟଣା ୨୦୦ କିଲୋମିଟର ହେବ। ମୁର୍ମୁସୁ ଅବର୍ସ୍ଥାରେ କାହିଁକି ସୌମ୍ୟଙ୍କୁ କଟକ ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି ବାପା। ସଫା ସଫା ସେ ବୋହୂ ବିଦ୍ୟା ଏବଂ ଡିଏପ୍‌ଓଙ୍କ ଉପରେ ଆରୋପ ଲଗାଇଛନ୍ତି। ଦୁହିଁଙ୍କ ମଧ୍ୟ ଅନୈତିକ ସମ୍ପର୍କ ଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି। ଏହା ହେଉଛି ସମ୍ପୂର୍ଣ୍ଣ ହତ୍ୟା କାରଣ ଘରେ ସୌମ୍ୟଙ୍କର ପୋଡ଼ିଯିବାର କୌଣସି ଚିହ୍ନ ନଥିବା କହିଛନ୍ତି ସୌମ୍ୟଙ୍କ ବାପା। ଘରେ ରୋଷେୟା ରହିଛି ରୋଷେଇ କରିବା ପାଇଁ। ସେ କାହିଁକି ପୋଡ଼ିବ। କିଛି ଦିନ ପୂର୍ବରୁ ଭଲ ଲାଗୁନି ବୋଲି ବାପାଙ୍କୁ କହିଥିଲେ ସୌମ୍ୟ।

ୟୁରୋ କପ୍ ଜିତିବା ଖୁସିରେ ମାନିଲେନି କଟକଣା, ଇଟାଲୀରେ ବଢୁଛି ସଂକ୍ରମଣ

ରୋମ୍: ୟୁରୋ କପ୍ ୨୦୨୦ ଜିତିବା ଖୁସିରେ ଇଟାଲୀରେ କୋଭିଡ଼ ନିୟମ ଉଲ୍ଲଂଘନ ହୋଇଛି। ୧୨ ଜୁଲାଇରେ ୟୁରୋକପରେ ଇଂଲଣ୍ଡକୁ ହରାଇ ଜିତିଥିଲା ଇଟାଲୀ। ଜିତିବା ଖୁସିରେ ବହୁଦିନ ପରେ ରୋମ୍, ମିଲାନ୍ ଫ୍ଲୋରେନ୍ସର ରାସ୍ତାଘାଟ ଗଳିକନ୍ଦିରେ ଦେଖିବାକୁ ମିଳିଥିଲା ସେଲିବ୍ରେସନର ମାହୋଲ। ଫଳରେ ଇଟାଲୀରେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି।

 ସୂଚନା ଅନୁଯାୟୀ, ଜିତ୍ ଖୁସିରେ କୋଭିଡ ନିୟମ ମାନିବାକୁ ଭୁଲି ଯାଇଥିଲେ ଇଟାଲୀ ବାସୀ । ଏପରିକି ବିନା ମାସ୍କରେ ଲୋକେ ମଜା ମସ୍ତି କରିବାକୁ ଲାଗିପଡିଥିଲେ। ଯାହା ପରେ ଗତ ୬ଦିନ ହେବ ଇଟାଲୀରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସେଲିବ୍ରେସନ ନିଶା ଖସିଲା ବେଳକୁ ଇଟାଲୀରେ ବଢୁଛି କରୋନା ସଂକ୍ରମଣ ।

ତେବେ ଜୁଲାଇ ୧ରେ ଇଟାଲୀରେ ଦିନକୁ ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ରବିବାର ୩ହଜାର ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା କେସ୍ ବୃଦ୍ଧି ଇଟଚାଲୀରେ ତୃତୀୟ ଲହରର ଏଣ୍ଟ୍ରି ନେଇ ଆଶଙ୍କା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଇଟାଲୀରେ ଏଯାବତ୍ କରୋନାରେ ୧,୨୭,୮୬୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମୋଟ୍ ୪୨ ଲକ୍ଷ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ୍ ୨୦୨୧ରେ ଇଟାଲୀରେ ଦୖେନିକ ୩ ରୁ ୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ କରୋନାର ତୃତୀୟ ପ୍ରବାହ ଆଶଙ୍କାରେ ଲୋକମାନେ ଚିନ୍ତିତ ହୋଇପଡିଛନ୍ତି ।

’ଶଙ୍ଖା ସିନ୍ଦୁର ଓହ୍ଲାଇ ରାତିରେ ଘରୁ ପଳାଇଥିଲା, ସ୍ତ୍ରୀକୁ ଡିଏଫ୍ଓ ପାଖରେ ରାତିରେ ଦେଖିଥିଲା ସୌମ୍ୟ’

ସୋର: ଖୋଲୁଛି ସୌମ୍ୟଙ୍କ ମୃତ୍ୟୁର ଗୁମର। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ପଚରାଉଚରା ପରେ ସାମ୍ନାକୁ ଆସିଛି ଚମକାଇଦେଲା ଭଳି ତଥ୍ୟ। ଯାହା ଶୁଣିଲେ ସୌମ୍ୟଙ୍କ ସ୍ତ୍ରୀଙ୍କ ଉପରକୁ ହତ୍ୟା ସନ୍ଦେହରେ ଆଙ୍ଗୁଠି ଉଠୁଛି। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’।

ମାନଙ୍କ ବୟାନ ପରେ ବିଦ୍ୟା ଏବଂ ଡିଏଫ୍‌ଓଙ୍କ ନାମ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ସୌମ୍ୟଙ୍କ ମା’ଙ୍କ କହିବା ମୁତାବକ ଜାଗର ଆଗରୁ ପୁଅବୋହୂ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରୁ ଘରକୁ ଗଲାପରେ ଆରମ୍ଭ ହୋଇଥିଲା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ। ଏମିତି କଥା ମା’ଙ୍କୁ ଫୋନକରି କହି ସବୁ ଦୁଃଖ ଜଣାଇଥିଲେ ବୋଲି ତାଙ୍କ ମା କହିଛନ୍ତି। ଦିନେ ରାତିରେ କଳି ଲଗାଇ ଶଙ୍ଖା ସିନ୍ଦୁର ଓହ୍ଲାଇ ବିଦ୍ୟା ଘର ଛାଡ଼ି ପଳାଇଥିଲେ  ବୋଲି ସୌମ୍ୟ ତାଙ୍କୁ କହିଥିବା ସେ ଦାବି କରିଛନ୍ତି ।

ବିଦ୍ୟା ଘର ଛାଡି ପଳେଇବା ପରେ ସୌମ୍ୟ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ତାପରେ ରାତିରେ ଡିଏଫ୍ଓଙ୍କ ଘରେ ବିଦ୍ୟାଙ୍କୁ ଦେଖିବାକୁ ପାଇଥିଲେ ସୌମ୍ୟ। ଏହାପରେ ଡିଏଫ୍‌ଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ମାଆଙ୍କୁ କାନ୍ଦିକାନ୍ଦି କହିଥିଲେ ସୌମ୍ୟ। ବିଦ୍ୟା ସବୁବେଳେ ଏକୁଟିଆ ରହିବାକୁ ବସନ୍ଦ କରୁଥିଲେ । ଘରେ ସୌମ୍ୟଙ୍କ ସହ କଥା ହେଉନଥିଲେ କିନ୍ତୁ ଡିୟୁଟିରେ ଥିବେ ବେଳେ କଥା ହେଉଥିଲେ।  ଭୋଜିଭାତ ବାହାନାରେ ଘରକୁ  ଡିଏଫ୍‌ଓ ଆସୁଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମାଆ। ଏମିତି କିଛି ତଥ୍ୟ ଦେଇଛନ୍ତି ବିଦ୍ୟାଙ୍କ ମାଆ। ଏମିତି ତଥ୍ୟ ପରେ ଏବେ ବୋହୁ ବିଦ୍ୟା ଏବଂ ଡିଏଫ୍‌ଓ ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ ଘେରକୁ ଆସିଛି।