spot_img
Home Blog Page 5358

Tokyo Olympics 2020: ମହିଳା ଡିସକସ୍ ଥ୍ରୋ ଫାଇନାଲ, ଷଷ୍ଠ ସ୍ଥାନରେ ରହିଲେ ଭାରତର କମଲପ୍ରୀତ କୌର

ଟୋକିଓ: ହାତ ଛଡ଼ା ହେଲା ଆଉ ଏକ ପଦକ । ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।  ପ୍ରଥମ ରାଉଣ୍ଡରେ ୬୧.୬୨ ମିଟରର ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୟୁଏସ୍ଏର ପ୍ରତିଯୋଗୀ ଭାଲାରୀ ଅଲ୍‌ମାନ ୬୮.୯୮ ମିଟର ଥ୍ରୋ କରିବା ସହ ପ୍ରଥମ ସ୍ଥାନରେ ରହିଥିଲେ । ସେହିଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା କମଲପ୍ରୀତ କୌର ସପ୍ତମ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୬୮.୯୮ ମିଟର ବେଷ୍ଟ ଥ୍ରୋ ସହ ପ୍ରଥମ ସ୍ଥାନ ବଜାୟ ରଖିଥିଲେ ୟୁଏସଏ ଖେଳାଳି ।  କ୍ୟୁବା ପ୍ରତିଯୋଗୀ ୟାମୀ ପ୍ରୀଜ୍ ୬୫.୭୨ ମିଟର ଥ୍ରୋ ସହ ଦ୍ୱିତୀୟ ଓ ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୫.୩୪ ମିଟର ଥ୍ରୋ ସହ ତୃତୀୟ  ସ୍ଥାନରେ ରହିଥିଲେ । ତେବେ ୬୩.୭୦ମିଟରର ବେଷ୍ଟ ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ କମଲପ୍ରୀତ କୌର ।

Image

ତେବେ ଖେଳ ଶେଷ ବେଳକୁ ୟୁଏଏସ୍‌ର ଆଲମନ୍ ୬୮.୯୮ ମିଟରର ବେଷ୍ଟ ଥ୍ରୋ ସହ ସ୍ୱର୍ଣ୍ଣ, ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୬,୮୬ ମିଟର ଥ୍ରୋ ସହ ରୌପ୍ୟ ଓ କ୍ୟୁବାର ୟାମୀ ପ୍ରୀଜ୍ ୬୫,୭୨ର ବେଷ୍ଟ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ

କୁବେର ପିଏସ୍ ବିରଞ୍ଚି ସାହୁ ନିଲମ୍ୱିତ

ଭୁବନେଶ୍ୱର: ନିଲମ୍ବିତ ହେଲେ କୁବେର ପିଏସ୍ ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲେ ଷ୍ଟାଫ ସିଲେକସନ କମିଶନ । ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି କୁବେର ପିଏସ୍ । ଚଢ଼ାଉ ବେଳେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ଯାହା ତାଙ୍କ ପ୍ରକୃତ ଆୟଠାରୁ ୨୬୮ ପ୍ରତିଶତ ଅଧିକ । ଗତ ୩୧ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଜାମିନ ଆବେଦନ ପରେ ଖାରଜ ପରେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ରେଡ୍ ବେଳେ  ଶାଳକଙ୍କ ଘରୁ ନଗଦ ୧୩ଲକ୍ଷ ଟଙ୍କା ମିଳିଥିଲା। ଏତେ ଟଙ୍କା କାହାର ଓ କେଉଁଠୁ ଆଣିଲେ, ସେନେଇ ଖୋଳତାଡ଼ ଚାଲିଛି ।

ଏଥିସହିତ ପଢ଼ନ୍ତୁ: ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ

 

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବ୍ରହ୍ମପୁର ପ୍ରାଥମିକ ଶିକ୍ଷକ ସଂଘ

ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ। ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ବ୍ରହ୍ମପୁର ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ପଦୋନ୍ନତି କ୍ଷେତ୍ରରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନୂତନ ରାସ୍ତା ଖୋଲିବା ସହ ସୁବ୍ୟବସ୍ଥା କରିଛନ୍ତି ବୋଲି ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା କହିଛନ୍ତି। ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ କ୍ୟାଡର ବ୍ୟବସ୍ଥା ୧୯୯୭ରେ ଆରମ୍ଭ କରାଯିବା ସହ ୨୦୦୯ ମସିହାରେ ପରିବର୍ତ୍ତନ ହୋଇଥିଲା। ପରେ ୨୦୧୪ ମସିହାରେ ମଧ୍ୟ ପୁଣି ଅର୍ଡ଼ର ହେବା ସହ ତ୍ରୁଟି ବିଚ୍ୟୁତି ଯୋଗୁଁ ବହୁ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ଥିଲେ ବୋଲି ସଂଘର ଜିଲ୍ଲା ସଭାପତି ସାରଥୀ ପାତ୍ର ଏଠାରେ କହିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ପଦୋନ୍ନତି କ୍ଷେତ୍ରରେ ଅବଧି ପାଇଁ ସମୟସୀମା କମାଇବା ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଏହା ବିଶେଷ ଉପାଦେୟ ହେବ। ଏଭଳି ପଦକ୍ଷେପ ପାଇଁ ରଜ୍ୟ ସରକାର , ୫ଟି ସଚିବ ଭି କେ. ପାଣ୍ଡିଆନ୍, ଯାଜପୁର ବିଧାୟକ ତଥା ବିଜେଡ଼ି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହୀନ ଉଦ୍ୟମ, ସ୍ୱାଧୀନତା ଦିବସ ପୂର୍ବରୁ ଅଘଟଣ ଘଟାଇବାକୁ ଯୋଜନା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଘଟିପାରେ ଅଘଟଣ। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ନୂଆ ଆତଙ୍କବାଦୀ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଯୋଜନା କରିଛନ୍ତି ପାକିସ୍ତାନ ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ବି କରାଯାଇଛି ଯୋଜନା। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ଜାମ୍ମୁ ଓ କାଶ୍ମୀର ସୀମାନ୍ତ ଅଞ୍ଚଳରେ ନିରାପତ୍ତା ବାହିନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଗୁଇନ୍ଦା ଓ ନିରାପତ୍ତା ବିଭାଗ ରିପୋର୍ଟ ଅନୁସାରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଲସକର-ଏ-ତଏବା, ଜୈସ-ଏ-ମହମ୍ମଦ, ଚେଲାବନ୍ଦୀ ମୁଜାଫରବାଦ ଓ ଅଲ ବାଦର ସଂଗଠନର ବୈଠକ ହୋଇଛି। ସୀମାରେ ଅନୁପ୍ରବେଶ, ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାଣ୍ଡ ଘଟାଇବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବା ଆଦି କାର୍ଯ୍ୟରେ ଆତଙ୍କବାଦୀ ସଂଗଠନ ନିୟୋଜିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ନିୟନ୍ତ୍ରଣ ରେଖାର ବିଭିନ୍ନ ନୂଆ ୮ଟି ରାସ୍ତାରେ ଅନୁପ୍ରବେଶ ଯୋଜନା କରାଯାଉଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ।

ଆଇଟି ଆଇନର ଧାରା ୬୬ଏ ଉଚ୍ଛେଦ ସତ୍ତ୍ୱେ ମାମଲା ରୁଜୁ ପ୍ରସଙ୍ଗ, ମାମଲା ପ୍ରତ୍ୟାହର କରିବା ଲାଗି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ଆଇନକୁ ବ୍ୟବହାର କରାଯିବା ପ୍ରସଙ୍ଗ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନୋଟିସ। ୨୦୧୫ରେ ଆଇଟି ଆଇନର ଧାରା ୬୬ଏ କୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଆଇନ ଅନୁସାରେ ଅନେକ ମାମଲା ରୁଜୁ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏହା ସହ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ମଧ୍ୟ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ। ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ବି କୋର୍ଟ କହିଛନ୍ତି। ଜଷ୍ଟିସ ଆରଏଫ ନରିମାନ ଓ ଜଷ୍ଟିସ ବି.ଆର. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି  ନୋଟିସ ଜାରି କରିଛନ୍ତି। ଆଇଟି ଆଇନର ଧାରା ୬୬-ଏ ଅନୁସାରେ ମାତ୍ରାଧିକ ମାମଲା ଦାଏର ହୋଇଥିବାରୁ ଏସମ୍ପର୍କରେ ପଦକ୍ଷେପ ନେବା ଲାଗି ପିପୁଲ ୟୁନିଅନ ଫର ସିଭିଲ ଲିବରଟିଜ ବା ପିୟୁସିଏଲ  ପକ୍ଷରୁ ଏକ ଆବେଦନ ସୁପ୍ରିମ କୋର୍ଟରେ କରାଯାଇଥିଲା।

ଏହି ମାମଲା ପରେ ରଦ୍ଦ ହୋଇଥିବା ଆଇନ ଅନୁସାରେ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେବା ସହ ରୁଜୁ ହୋଇଥିାବା ମାମଲାଗୁଡିକୁ ପ୍ରତ୍ୟାହାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ରଦ୍ଦ ହୋଇଥିବା ଆଇନ ଆଧାରରେ ଦେଶରେ ୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ। କମେଣ୍ଟ ପୋଷ୍ଟିଂ କରି ଦୁଇ ମହିଳା ଗିରଫ ହେବା ପରେ ଗତ ୨୦୧୨ରେ ଏନେଇ ମୁମ୍ବାଇର ଜଣେ ଆଇନଛାତ୍ର ଏକ ପିଟିସନ ଦାଖଲ କରିଥିଲେ। ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୪ ମାର୍ଚ୍ଚ ୨୦୧୫ରେ ଆଇଟି ଆଇନର ଧାରା ୬୬ଏ ଉଚ୍ଛେଦ କରିଥିଲେ।

ଆର୍‌. ଭାଲ୍ୟୁ କମ୍ ଥିବାରୁ ରାଜ୍ୟରେ ତୃତୀୟ ଲହରରେ ଅଧିକ ସଂକ୍ରମଣ ହେବନାହିଁ

ଭୁବନେଶ୍ୱର: ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ। ତେବେ ବିଭିନ୍ନ ଷ୍ଟଡି ଓ ମଡେଲ ମଧ୍ୟ କହୁଛି କି ଏଇ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର ଆସିପାରେ ଓ ଅକ୍ଟୋବରରେ ପିକ୍‌କୁ ଛୁଇଁ ପାରେ। ଏମିତି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି ତୃତୀୟ ଲହରରେ ଡେଲ୍ଟା ଭ୍ୟାରିଆଣ୍ଟ ଅଧିକ ସଂକ୍ରମିତ କରିବା ଆଶଙ୍କା ରହିଛି। ଯେଉଁଥିରେ ଦୈନିକ ଲକ୍ଷେରୁ ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ଓଡ଼ିଶାରେ ଆର୍‌. ଭାଲ୍ୟୁ କମ୍ ଥିବାରୁ ସଂକ୍ରମଣ ଅଧିକ ହେବନି। ତେବେ ତୃତୀୟ ଲହର ସମୟରେ ଓଡ଼ିଶାରେ ଦ୍ୱିତୀୟ ଲହର ଭଳି ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେବେ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଥିବା ସୂଚନା ଦିଆଯାଇଛି।

ସେପଟେ ସିବିକେ ମହାନ୍ତି ମଧ୍ୟ ଆର୍‌. ଭାଲ୍ୟୁ ଉପରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଆର. ଭାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି ବୋଲି କହିଛନ୍ତି। ଆର୍‌. ଭାଲ୍ୟୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହେବ। କେତେକ ରାଜ୍ୟରେ ବର୍ତ୍ତମାନ ଆର୍.‌ ଭାଲ୍ୟୁ ୧ ପାଖାପାଖି  ପହଞ୍ଚିଛି। ଓଡ଼ିଶାରେ ଆର୍‌. ଭାଲ୍ୟୁ ୧ ହୋଇନାହିଁ। ୧ ଉପରେ ରହିଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି।

ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଅଲମ୍ପିକ୍‌ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ହକି ଦଳ। ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ସେଥିପାଇଁ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ ସରଦେଶାଇ। ଅଧିକାଂଶ ରାଜନେତା ଓ କର୍ପୋରେଟ୍‌ କ୍ରିକେଟ ସହିତ ସଂଶ୍ଳିଷ୍ଟ। କାରଣ କ୍ରିକେଟରେ ରହିଛି ହକିଠାରୁ ଅଧିକ ରୋମାଞ୍ଚ। ସେଥିପାଇଁ ଯେହେତୁ କ୍ରିକେଟରେ ଅଧିକ ରୋମାଞ୍ଚ ରହିଛି ସେଥିପାଇଁ ସମସ୍ତେ ସେଥିରେ ଯୋଡ଼ି ହୋଇଛନ୍ତି। କିନ୍ତୁ ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ହକି ସହିତ ଯୋଡ଼ି ହୋଇ ଏବେ ବିଶାଳ ଉଦାହରଣ ସୃଷ୍ଟି କରିଛି। ଭାରତୀୟ ମହିଳା ହକି ଟିମ୍‌ର ବିଜୟ ପରେ ଟ୍ୱିଟ୍‌ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ।

 

 

ଦେଶ ମନେ ରଖିବ ଏହି ୬୦ ମିନିଟ ! ଅଲମ୍ପିକରେ ଭାରତୀୟ ମହିଳା ହକି ଦଳର ବିସ୍ଫୋରକ ପ୍ରଦର୍ଶନ

ଟୋକିଓ ଅଲମ୍ପିକ ୨୦୨୦: ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକି ଟିମ ସମସ୍ତଙ୍କୁ ଖୁବ ପ୍ରଭାବିତ କରିଛି । ରାଣୀ ରାମପାଲଙ୍କ ନେତୃତ୍ୱରେ ଖେଳାଳୀମାନେ ଯେଉଁଭଳି ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ, ସେଥିରୁ ପ୍ରମାଣିତ ହୋଇଥିଲା ଯେ, ଦେଶର ଜାତୀୟ ଖେଳରେ ଝିଅମାନେ ବି କିଛି କମ ନୁହଁନ୍ତି । ଆଜି ଟୋକିଓ ଅଲମ୍ପିକରେ ଭାରତର ମୁକାବିଲା ଥିଲା ଟିମ ଅଷ୍ଟ୍ରେଲିଆ ସହିତ । ତିନି ତିନି ଥରର ଅଲିମ୍ପିକ୍ ଗୋଲ୍ଡ ବିଜେତା ଅଷ୍ଟ୍ରେଲିଆକୁ ଭାରତୀୟ ଦଳ ଯେଉଁଭଳି ଭାବେ ମାତ୍ ଦେଲା ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ଆରମ୍ଭରୁ ହିଁ ଜଣାପଡ଼ିଗାଲ ଯେ ଉଭୟ ଦଳ ପାଇଁ ମୁକାବିକା ଏତେ ସଜହ ହେବ ନାହିଁ । ଅଷ୍ଟ୍ରେଲୀୟ ଖେଳାଳୀ ମାନେ ମ୍ୟାଚ ଆରମ୍ଭ ହେଉ ହେଉ ତାଙ୍କ କୌଶଳ ଆରମ୍ଭ କରିଥିଲେ । କିନ୍ତୁ ଭାରତୀୟ ଖେଳାଳୀ ବି କିଛି କମ ନଥିଲେ । କଙ୍ଗାରୁଙ୍କ ଗୋଟି ଗୋଟି ମୁଭକୁ ଖୁବ ଚତୁରତାର ସହ ମାତ୍ ଦେଇଥିଲେ । ଭାରତୀୟ ଗୋଲକିପର ଅଷ୍ଟ୍ରେଲୀୟ ଖେଳାଳିଙ୍କ ପ୍ରତ୍ୟେକ ମୁଭକୁ ଡିଫେଣ୍ଡ କରିବାକୁ ପ୍ରସ୍ତୁତ ଥିଲେ। ଭାରତର ଡିଭେନ୍ସ ଖୁବ ଦମଦାର ଥିଲା, ବିଶେଷକରି ଏଭଳି ଦେଶ ବିପକ୍ଷରେ ଯିଏ ଗ୍ରୁପ ଷ୍ଟେଜରେ ୧୩ଟି ଗୋଲ ସ୍କୋର କରିଥିଲା ।

ଅଷ୍ଟ୍ରେଲିଆ ଗୋଲ କରିବା ପାଇଁ ପୂରା ଦମ ଲଗାଇଥିଲେ, କିନ୍ତୁ ଭାରତ ଏପରି ହେବାକୁ ଦେଲେନି । ମଉକା ଆସିଲା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ୬ ମିନିଟ ପରେ । ଭାରତକୁ ମିଳିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଗୁରଜୀତ ସିଂହ କୌଣସି ଭୁଲ ନକରି ଅଲମ୍ପିକରେ ନିଜର ପ୍ରଥମ ଗୋଲ କଲେ । ଭାରତ ୧-୦ରେ ଆଗରେ ଥିଲା । ଗୋଲ ପରେ କାଉଣ୍ଟର ଆଟାକ୍ ଅଷ୍ଟ୍ରେଲିଆ ପକ୍ଷରୁ ଜୋରଦାର ଥିଲା । ଖେଳରେ ଆକ୍ରୋଶ କିଛି ମିନିଟ୍ ପରେ ବଢ଼ିବାକୁ ଲାଗିଲା, ଅନେକ ଖେଳାଳି ପଡ଼ିଆରେ ଆହତ ହେବା ବି ନଜର ଆସିଥିଲା ।

ସମୟ ସରି ଆସୁଥାଏ, ଅଷ୍ଟ୍ରେଲିଆ ପାଇଁ ଚିନ୍ତା ବଢ଼ୁଥାଏ । ଏଭଳି ପରିସ୍ଥିତିରେ ଭାରତୀୟ ଦଳର ଗୋଟିଏ ଭୁଲ ପଦକ ଜିତିବାର ଆଶାକୁ ଧୂଳିସାତ୍ କରିଦେଇଥାନ୍ତା । କିନ୍ତୁ ସେପରି କିଛି ହୋଇନଥିଲା । ମ୍ୟାଚ ଭିତରେ ଏମିତି ସମୟ ଆସିଥିଲା ଯେଉଁଠି ଭାରତୀୟ ଖେଳାଳୀଙ୍କ ଚିନ୍ତା ବଢ଼ିଯାଇଥିଲା । ଶର୍ମିଳା ଫାଷ୍ଟ ହାଫରେ ଗୋଲ କରିବା ପାଇଁ ସୁଯୋଗ ବାଢ଼ିଥିଲେ କିନ୍ତୁ ଗୋଲ ହୋଇପାରିନଥିଲା ।

୬୦ ମିନିଟ୍ ବିତିସାରିଥିଲା । ସ୍କୋର ଭାରତ ସପକ୍ଷରେ ୧-୦ରେ ଥିଲା । ଭାରତ ଏହି ମ୍ୟାଚ ଜିତିସାରିଥିଲା ​​ଆଉ ତାହା ହୋଇଥିଲା ଯାହା କେବେ ହୋଇନଥିଲା । ଭାରତୀୟ ମହିଳା ହକି ଟିମ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ।

ନିର୍ବିଶେଷରେ ମ୍ୟାଚର ଫଳାଫଳ ଯେଉଁ ଦଳ ପକ୍ଷରେ ହେଇଥାଉ ନା କାହିଁକି ଦର୍ଶକଙ୍କ ପାଇଁ ଏହା ଏକ ରୋମାଞ୍ଚକର ମ୍ୟାଚ୍ ଥିଲା । ଉଭୟ ଦଳର ଖେଳାଳିମାନେ ସେମାନଙ୍କର ସର୍ବୋତ୍ତମ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ଭାରତୀୟ ହକିରେ ମହିଳା ଏବଂ ପୁରୁଷ ଦଳର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଛୁଟୁଛି ପ୍ରଶଂସା ସୁଅ

ଭୁବନେଶ୍ୱର: ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ମହିଳା ହକି ଟିମ୍‌। ଏହା ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ୍‌ ମଧ୍ୟ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍‌ରେ ସେମି ଫାଇନାଲକୁ ପ୍ରବେଶ କରିଛି। ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନୂଆ ଦିଗ ଦେଇଛନ୍ତି। କଳିଙ୍ଗ ଷ୍ଟାଡିଅମକୁ ନବୀନ ନୂଆରୂପ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ। ସେ ଆହୁରି ମଧ୍ୟ କହିଛନ୍ତି କି ବଜେଟକୁ ୮ କୋଟିରୁ ୩୦ କୋଟି କରାଯାଇଛି। ଓଡ଼ିଶାରେ ନବୀନ ନିଜେ ହକି ମ୍ୟାଚର ଆୟୋଜନ କରିଥିବା ବେଳେ ପୁରା ବିଶ୍ୱ ଆଗରେ କଳିଙ୍ଗ ଷ୍ଟାଡିଅମକୁ ପରିଚିତ କରାଇଛନ୍ତି। ଯେଉଁଥିପାଇଁ ହକି ଟିମ୍‌କୁ ସାରା ବିଶ୍ୱ ପ୍ରଶଂସା କରିଥିଲା। ସେପଟେ ହକି ଟିମର ପ୍ରାୟୋଜକ ବ୍ୟବସ୍ଥା ଏବଂ ସୁନ୍ଦରଗଡରେ ନୂଆ ହକି ଷ୍ଟାଡିଅମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରେଶ ରାଉତରାୟ।

ସେପଟେ ଅଲମ୍ପିକ୍ସରେ ପୁରୁଷ ଓ ମହିଳା ହକିର ବିକାଶ ପାଇଁ ରହିଛି ଓଡ଼ିଶା ସରକାରଙ୍କ ହାତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ବିଭାଗ, ବିଶାଲ ଦେବ, ଭିନିଲ କ୍ରାଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ। ମୁଖ୍ୟମନ୍ତ୍ରୀ ହକିକୁ ଅନ୍ୟ ଖେଳ ପରି ପ୍ରାଥମିକତା ଦେଇ ଏହାର ବିକାଶ କରୁଛନ୍ତି। ଦୁଇ ବର୍ଷ ହେବ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ପ୍ରାୟୋଜକ ପାଇଁ କେହି ରାଜି ହେଉନଥିବା ବେଳେ, ଓଡ଼ିଶା ପ୍ରାୟୋଜକ ହୋଇଥିଲା ବୋଳି ଦିଲ୍ଲୀପ ତିର୍କୀ କହିଛନ୍ତି। ହକିର ପ୍ରସାର ପାଇଁ ବିଶ୍ୱକପ ହେଲା ଯାହା ବଡ଼ ସଫଳତା। ହକି କ୍ୟାମ୍ପ, ଚାମ୍ପିଅନସ ଟ୍ରଫି ମଧ୍ୟ ଆୟୋଜନ କରାଗଲା। ଆଗାମୀ ବିଶ୍ୱକପ ବି ରାଉରକେଲା ଓ ଭୁବନେଶ୍ୱରରେ ହେବ।

ବିଜୟ ପରେ ଓଡ଼ିଆ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ କ୍ରୀଡ଼ାମନ୍ତ୍ରୀ। ବିଶ୍ୱରେ ଓଡ଼ିଶାର ଟେକ ରଖିଲେ ଆମ ଖେଳାଳି ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ପ୍ରତିବଦ୍ଧତାରୁ ଅନେକ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ପାଇଁ ତୃଣମୂଳସ୍ତରରୁ ଖେଳାଳିଙ୍କ ପ୍ରତିଭାର ବିକଶିତ କରାଯାଉଛି। ତେବେ ଉଭୟ ଦଳ ପଦକ ନେଇ ଫେରନ୍ତୁ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ।

ପ୍ରଥମ ଥର ପାଇଁ ସେମିପାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ମହିଳା ହକି ଟିମ୍‌, ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ହକି ଟିମ୍। ଏଥିପାଇଁ ଟ୍ୱିଟ କରି ଭାରତୀୟ ମହିଳା ହକି ଦଳର ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ହକି ଟିମର ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ।

ସମ୍ପୂର୍ଣ୍ଣ ମ୍ୟାଚ୍‌ ଦେଖିବା ପରେ ଭିଡିଓ ଏବଂ ଟ୍ୱିଟ୍‌ ମାଧ୍ୟମରେ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଟିମ୍ ଆଗକୁ ଭଲ ପ୍ରଦର୍ଶନ କରୁ ଇତିହାସରେ ନିଜର ସ୍ଥାନ ପକ୍କା କରୁ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଦେଶ ପାଇଁ ଗୌରବ ଆଣୁ, ଏହି ଆଶା ରଖିଛନ୍ତି ନବୀନ। ଭାରତୀୟ ମହିଳା ଟିମ୍‌କୁ ସଫଳତାର ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ଯେତେବେଳେ ଭାରତ ସହ ଅଷ୍ଟ୍ରେଲିଆର ମ୍ୟାଚ ଜାରି ରହିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ। ଭାରତୀୟ ମହିଳା ହକି ଦଳ ଜିତିବା ପରେ ଇଣ୍ଡିଆ ହକି ଟିମ୍‌ ବେଷ୍ଟ ଅଫ୍‌ ଲକ୍‌ ବୋଲି କହିଥିଲେ।

୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି ।