ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପୁଣି ସନ୍ଦିଗ୍ଧ ଚିହ୍ନଟ: ପଡ଼ୋଶୀ ଦେଶକୁ ତଥ୍ୟ ଯୋଗାଉଥିବା ଅଭଯୋଗ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ । କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲେଶ୍ୱର ପୋଲିସ । ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ ଉଠାଇ ଆଣିଛି ପୋଲିସ ।

ସୂଚନା ଅନୁଯାୟୀ, ଅଟକ ୪ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବସନ୍ତ ବେହେରା । ଯିଏ ଲଞ୍ଚ ପ୍ୟାଡ୍ ୩ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା । ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି । ରାଜସ୍ଥନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱର୍ଟକୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ବାଲେଶ୍ୱର ପୋଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।

ପୂର୍ବରୁ ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଆଜୀବନ ଜେଲ ସଜ୍ଜା କାଟୁଛନ୍ତି ଇଶ୍ୱର ବେହେରା । ସେ ମଧ୍ୟ  ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋ ଗ୍ରାଫର ଭାବେ କାମ କରୁଥିଲେ । ତେବେ ପଡୋଶୀ ପାକିସ୍ତାନର ଆଇଏସଆଇକୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା ।

Leave a Reply