ଆଲର୍ଟ ! SBI ୟୁଜର୍ସ ତୁରନ୍ତ କରନ୍ତୁ ଏହି ଜରୁରୀ କାମ, ନଚେତ ପେମେଣ୍ଟ କରିବା ହୋଇଯିବ ମୁସକିଲ

1 min read

ନୂଆଦିଲ୍ଲୀ: ଯଦି ଆପଣଙ୍କର ଏସବିଆଇ ଆକାଉଣ୍ଟ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବାସ୍ତବରେ ଏସବିଆଇ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଗ୍ରାହକମାନେ ତୁରନ୍ତ ଏହା ଉପରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବ୍ୟାଙ୍କ କହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସମସ୍ତ ଆକାଉଣ୍ଟଧାରୀଙ୍କୁ ଖାତା ସହିତ କିଛି ଡକ୍ୟୁମେଣ୍ଟ୍ ଲିଙ୍କ୍ କରିବାକୁ ବିଜ୍ଞପ୍ତି ପଠାଇବା ଆରମ୍ଭ କରିଛି । ଏସବିଆଇ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ପାନକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପଡିବ । ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନଙ୍କୁ ଏହା କରିବାକୁ ପଡିବ ।

ଏସବିଆଇ ଏହାର ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ଯେ ଯଦି ସେମାନେ ପାନ କାର୍ଡକୁ ଆଧାର କାର୍ଡ ନମ୍ବର ସହିତ ଲିଙ୍କ ନକରନ୍ତି ତେବେ, ତେବେ ସେମାନେ ବ୍ୟାଙ୍କିଂ ସେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।ଅବଶ୍ୟ ଗ୍ରାହକମାନେ କତାର୍ଡ ଲିଙ୍କନକଲେ କେଉଁସବୁ ସେବା ଉପଲବ୍ଧ ହେବ ନାହିଁ କିମ୍ବା ବ୍ୟବହାରକାରୀଙ୍କ ପାଇଁ କେଉଁ ସେବା ବିଳମ୍ବ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ । ତେବେ ଏହା ସ୍ପଷ୍ଟ ଯେ ଏସବିଆଇ ଚାହୁଁଛି ଯେ, ଆକାଉଣ୍ଟଧାରୀମାନେ ଏହା ଉପରେ ଶୀଘ୍ର କାର୍ଯ୍ୟ କରନ୍ତୁ ।

ଏହି ବାର୍ତ୍ତା ଏସବିଆଇ ଟ୍ୱିଟ କରି କହିଛି । କୌଣସି ଅସୁବିଧାକୁ ଏଡାଇବା ପାଇଁ ଏବଂ ବ୍ୟାଙ୍କଗୁଡିକୁ ଆଧାର ସହିତ ଲିଙ୍କ୍ କରିବାକୁ ଗ୍ରାହକଙ୍କୁ ସୁପାରିଶ କରିବା ନେଇ ଟ୍ୱିଟ୍ କରିଛି ବ୍ୟାଙ୍କ । ଏହା ମଧ୍ୟ କୁହାଯାଇଛି ଯେ ପାନ୍-ଆଧାର ଲିଙ୍କ୍ ବାଧ୍ୟତାମୂଳକ ଅଟେ । ତଥାପି, ଯେଉଁମାନେ ସେମାନଙ୍କର ପ୍ୟାନ ଏବଂ ଆଧାର କାର୍ଡକୁ ସଂଯୋଗ କରୁନାହାଁନ୍ତି, ସେମାନଙ୍କ ଆଧାର କାର୍ଡକୁ ନିଷ୍କ୍ରିୟ କରାଯାଇଛି । ଏହାର ସରଳ ଅର୍ଥ ହେଉଛି SBI ଆକାଉଣ୍ଟଧାରୀମାନେ ଅନେକ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ ନାହିଁ ।

ପାନ ଏବଂ ଆଧାର କାର୍ଡକୁ ଲିଙ୍କ କରିବା ଏକ ସରକାରୀ ଆବଶ୍ୟକତା ଅଟେ ଏବଂ ଏହା ସିନିଶ୍ଚିତ କରିବା ପାଇଁ ଏସବିଆଇକୁ କାମରେ ସାମିଲ କରାଯାଇଛି । ଏସବିଆଇ ଜରିଆରେ ଏହି ବାର୍ତ୍ତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଉଛି । ଏସବିଆଇ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଅଟେ । ଏହାର ଲକ୍ଷ ଲକ୍ଷ ଆକାଉଣ୍ଟ ହୋଲ୍ଡର ଅଛନ୍ତି ଏବଂ ସମସ୍ତଙ୍କ ପାକରୁ ଏହି ମେସେଡ ପଠାଯିବା ଏସବିଆଇର ଦାୟିତ୍ୱ ।

ଉଭୟ ପାନ୍ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବା ପଛରେ ମୁଖ୍ୟ କାରଣ ହେଉଛି ଏହା ଆୟକର ପ୍ରଶାସନକୁ ସମସ୍ତ ଆର୍ଥିକ କାରବାରକୁ ଭଲ ଭାବରେ ଟ୍ରାକ୍ କରିବାରେ ସାହାଯ୍ୟ କରିବ ଏବଂ ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଟିକସ ଦେବେ ବୋଲି ନିଶ୍ଚିତ କରିବେ ।

Leave a Reply