ସାମାନ୍ୟ ବଚସାରୁ ଖଣ୍ଡାରେ ହାଣିଲେ, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

1 min read

ବ୍ରହ୍ମପୁର: ହରିଡ଼ାଖଣ୍ଡି ଛକରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ସିସିଟିଭି ଭୁଟେଜ ସାମ୍ନାକୁ ଆସିଲା । ଗତ ରବିବାର ରାତି ୮ଟା ୩୦ରେ ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନୀଲ ହୋଟେଲରେ ମାଲିକ ଓ ଜଣେ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା। କିଭଳି ଦୁଇ ଜଣ ଯୁବକ ହାତରେ ଖଣ୍ଡା ଧରି ହୋଟେଲ କର୍ମଚାରୀକୁ ଆକ୍ରମଣ କରୁଥିଲେ ତାହାର ସିସିଟିଭି ଏବେ ସାମ୍ନାକୁ ଆସିଛି । ଦୋକାନ ମାଲିକଙ୍କୁ ବକେୟା ୧ଶହ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ ଆକ୍ରମଣକାରୀ ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାର ମାତ୍ର ୫ମିନିଟ ମଧ୍ୟରେ ୩ଜଣ ଯୁବକ ଖଣ୍ଡା ଧରି ଆସି ଦୋକାନ ଭିତରେ ପଶିବା ସହ ଆକ୍ରମଣ କରିଥିଲେ।  ପରେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଯେଉଁ ଯୁବକମାନେ ଏଥିରେ ଦେଖାଯାଉଛନ୍ତି ସେମାନେ ଅତି କମ ବୟସର ଜଣାପଡୁଛନ୍ତି। ମାରଣାସ୍ତ୍ର କେଉଁଠୁ ଅତି କମ ସମୟରେ ଆଣିଲେ ତାହା ତଦନ୍ତର ବିଷୟ । ଏହି ଘଟଣାରେ ଚନ୍ଦନ ସାହୁ ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

https://www.facebook.com/NandighoshaTV/videos/409237820770817

ଏଥିସହିତ ପଢ଼ନ୍ତୁ: ଡେଲିଭରୀ ବୟ୍‌ଙ୍କୁ ଅପହରଣ ମାମଲା: ମଧ୍ୟପ୍ରଦେଶରୁ ଠାବ, ଅପହରଣ ନାଟକ ରଚିଥିବା ସନ୍ଦେହ

 

Leave a Reply