ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍: ୧୨ଟି ଟ୍ରେନ୍ ବାତିଲ, ୮ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ

1 min read

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ । ଅନୁଗୁଳ-ତାଳଚେର ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ବ୍ରିଜ ଉପରେ ଏକ ପ୍ରକାର ଝୁଲନ୍ତା ଅବସ୍ଥାରେ ରହିଛି ଟ୍ରେନ୍ ଇଞ୍ଜିନ୍ । ଟ୍ରେନ୍ ଲାଇନଚ୍ୟୁତ ଯୋଗୁଁ ଅନୁଗୁଳ ଓ ତାଳଚେର ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।

ସେପଟେ କାମାକ୍ଷନଗରରେ ଲଗାଣ ବର୍ଷା ଯୋଗୁ ଧୋଇଗଲା ଜାତୀୟ ରାଜପଥ । କାମାକ୍ଷାନଗର ଥାନା ସିଆରିମାଳିଆ ୫୩ନଂ ଜାତୀୟ ରାଜପଥ ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ବିଶେଷ କରି ଡ଼ୁବୁରୀ ଓ ତାଳଚେରର ଗମନାଗମନ ଉପରେ ପ୍ରଭାବ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।

Leave a Reply