ଭୁବନେଶ୍ୱର: ଯେବେ ବ୍ଲୁ ଟର୍ଫରେ ଗୋଲ୍ ବର୍ଷା ହୁଏ, ଯେବେ ବିପକ୍ଷ ଟିମ୍କୁ ମାତ୍ ଦିଅନ୍ତି ଭାରତୀୟ ହକି ଖେଳାଳି, ସେବେ ଛାତି କୁଣ୍ଢେମୋଟ ହୋଇଯାଏ । ଏହି ସମୟରେ ଟିଭି ଆଗରେ ବସି ଟିମ୍ ଖେଳାଳିଙ୍କୁ ସାବାସି ଦିଅନ୍ତି ଓଡ଼ିଆ ପୁଅ ତଥା ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲିପ ତିର୍କୀ । ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନ ହକି ପାଇଁ ନିଜ ଜୀବନ ଉତ୍ସର୍ଗିକୃତ କରିଛନ୍ତି । ଖେଳ ଆରମ୍ଭ ହେବାମାତ୍ରେ ସମସ୍ତ ସଟ୍ ଉପରେ ଥାଏ ଦିଲ୍ଲୀପଙ୍କ ନଜର । ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଚିନ୍ତାରେ ଥାଆନ୍ତି ଦିଲ୍ଲୀପ । ଆଜି ଯେତେବେଳେ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ୍ ଠାରୁ ପରାସ୍ତ ହେଲେ , ସେତେବେଳେ ସମସ୍ତେ ଦିଲ୍ଲୀପଙ୍କ ପ୍ରତିକ୍ରିୟାକୁ ଚାହିଁ ବସିଥିଲେ । ହେଲେ କିଛି କହିବା ଆଗରୁ ଦିଲ୍ଲୀପଙ୍କ ଆଖିରେ ଥିଲା ଲୁହ । କାନ୍ଦି କାନ୍ଦି ଲଢୁଆ ଖେଳାଳିଙ୍କ ପ୍ରଦର୍ଶନକୁ ସେ ସାବାସି ଦେଇଥିଲେ । କୋହଭରା କଣ୍ଠରେ ଦିଲ୍ଲୀପ ରଖିଥିଲେ ନିଜ ପ୍ରତିକ୍ରିୟା । ଏଭଳି ବୋଧେ କମ୍ ସମୟ ଆସେ ଯେତେବେଳେ ଜଣେ ଅବସରପ୍ରାପ୍ତ ଖେଳାଳି ନିଜ ଖେଳାଳିଙ୍କ ପାଇଁ କାନ୍ଦି ପକାଏ । ହକି ଓଡ଼ିଶାର ହୃଦୟ ହୋଇଥିବାବେଳେ ଦିଲ୍ଲୀପ ହେଉଛନ୍ତି ଏହାର ଏକ ପ୍ରତୀକ । ଭାରତୀୟ ହକି ଟିମ୍ ପାଇଁ ଦିଲ୍ଲୀପ ଅନେକ ମ୍ୟାଚ୍ ଖେଳିଥିବାବେଳେ ଅଧିନାୟକ ଦାୟିତ୍ୱ ତୁଲାଇ ଦଳ ପାଇଁ ସେ ଗୌରବ ଆଣିଛନ୍ତି ।
ବ୍ରୋଞ୍ଚ ଲଢ଼େଇରେ ମହିଳା ହକି ଟମ୍ର ଲଢ଼ୁଆ ପ୍ରଦର୍ଶନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଟିମର ପ୍ରଦର୍ଶନ ନୂଆ ଭାରତ ପାଇଁ ଆଗକୁ ବାଟ ଦେଖାଇବ । ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବ ମହିଳା ଟିମ୍ । ନୂଆ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ହକି ଟିମ୍ ଦେଶ ପାଇଁ ଗର୍ବ, ଗୌରବ ବୋଲି କହିଛନ୍ତି ମୋଦି ।
Congratulate Indian Women's Hockey Team for putting up a brave fight against Great Britain at #Tokyo2020. Keep your fighting spirit up and keep inspiring. Wish you all the very best for future. #Cheer4India#womenhockeyindia
— Naveen Patnaik (@Naveen_Odisha) August 6, 2021
ସେହିଭଳି ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ୍ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଛନ୍ତି । ଆଗକୁ ଆହୁରି ଆତ୍ମବିଶ୍ୱାସର ସହ ଲଢେଇ ଜାରି ରଖିବାକୁ ପ୍ରେରଣା ଯୋଗାଇଛନ୍ତି ନବୀନ । ଏଥି ସହ ମହିଳା ହକି ଟିମର ସଫଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହିତ ପଢ଼ନ୍ତୁ: Tokyo Olympics 2020 : ବ୍ରୋଞ୍ଚ ଲଢ଼େଇରେ ୪-୩ ଗୋଲରେ ଭାରତ ପରାସ୍ତ
ରେପୋ ରେଟ୍କୁ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା । ରେପୋରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଲଗାତାର ଷଷ୍ଠଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି । ରେପୋରେଟ୍ ୪ପ୍ରତିଶତ ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା RBI । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୧-୨୨ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫% ଟାର୍ଗେଟ ରଖାଯାଇଛି । ସେହିପରି ୨୦୨୧-୨୨ରେ CPI ମୁଦ୍ରାସ୍ଫିତି ୫.୭% ଧାର୍ଯ୍ୟ ରଖାଯାଯାଇଛି । କରୋନା ଦ୍ୱିତୀୟ ଲହର ପରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।
ଏଥିସହିତ ପଢ଼ନ୍ତୁ: କୁସ୍ତିରେ ଭାରତ ପାଇଁ ବଢ଼ିଲା ପଦକ ଆଶା: ସେମିଫାଇନାଲରେ ବଜରଙ୍ଗ ପୁନିଆ
କୁସ୍ତିରେ ଭାରତ ପାଇଁ ବଢ଼ିଲା ପଦକ ଆଶା: ସେମିଫାଇନାଲରେ ବଜରଙ୍ଗ ପୁନିଆ
ଟୋକିଓ: କୁସ୍ତିରେ ବଢ଼ିଲା ଭାରତ ପାଇଁ ପଦକ ଆଶା । ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ରେସଲର ବଜରଙ୍ଗ ପୁନିଆ । ୬୫ କେ.ଜି ବର୍ଗରେ ଇରାନ୍ ପ୍ରତିଦ୍ୱନ୍ଦ୍ୱି ମୋର୍ତେଜା ଗିୟାସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ । ୦-୧ରେ ପଛୁଆ ଥିବା ବଜରଙ୍ଗ ପ୍ରତିଯୋଗିତାର ଦ୍ୱିତୀୟର୍ଦ୍ଧରେ ଗିୟାସିଙ୍କୁ କୌଣସି ପ୍ରକାରେ ତଳେ ପକାଇ ମାଡ଼ିବସିବା ପରେ ବିଜୟ ଲାଭ କରିଥିଲେ।
ପୂର୍ବରୁ ପ୍ରି-କ୍ୱାର୍ଟସରେ ସେ କାଜାଗିସ୍ତାର ଏର୍ଣ୍ଣାର୍ ଆକମତାଲିଏଭ୍ଙ୍କୁ ପରାସ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ। କିନ୍ତୁ, ପ୍ରତିଦ୍ୱନ୍ଦ୍ୱିଠାରୁ ଦ୍ୱିତୀୟାର୍ଦ୍ଧରେ ଆକମତାଲିଏଭ୍ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍କୁ ୩-୩କୁ ଆଣିଥିଲେ। ମାତ୍ର, ବଜରଙ୍ଗ ଖେଳର ଅନ୍ତିମ ଆଠ ସେକେଣ୍ଡରେ ତାଙ୍କୁ ପ୍ରବଳ ପ୍ରତିରୋଧ କରିବା କାରଣରୁ ‘ବାଉଟ୍ କ୍ରାଇଟେରିଆ’ ଆଧାରରେ ବିଜୟୀ ହୋଇଥିଲେ।
ଏଥିସହିତ ପଢ଼ନ୍ତୁ: Tokyo Olympics 2020 : ବ୍ରୋଞ୍ଚ ଲଢ଼େଇରେ ୪-୩ ଗୋଲରେ ଭାରତ ପରାସ୍ତ
ରାଜ୍ୟରେ ଆଉ ୧୨୦୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୨୦୮ ପଜିଟିଭ୍ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୭୦୨ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୫୦୬ । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ଥିବା କେଳେ କଟକରୁ ୧୭୩, ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୬୩ ଜଣ ଥିବା ବେଳେ, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭, ଅନୁଗୁଳରୁ ୫୫, ମୟୂରଭଞ୍ଜରୁ ୩୩, କେନ୍ଦ୍ରାପଡ଼ାରୁ ୩୨, ନୟାଗଡ଼ରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୨, ସୁନ୍ଦରଗଡ଼ରୁ ୨୦ ଜଣ ସଂକ୍ରମିତ ଅଛନ୍ତି । କନ୍ଧମାଳ ଓ କେନ୍ଦୁଝରରୁ ୧୬ ଜଣ ଲେଖାଏଁ ଥିବା ବେଳେ, ଡେଙ୍କାନାଳରୁ ୧୫, ଗଞ୍ଜାମରୁ ୧୨, ରାୟଗଡ଼ାରୁ ୮, ବରଗଡ଼ରୁ ବରଗଡ଼, ବଲାଙ୍ଗୀର ଓ ଦେବଗଡ଼ରୁ ୫ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁରରୁ ୩ ଜଣ ଲେଖାଏଁ, କଳାହାଣ୍ଡି, କୋରାପୁଟ, ନୂଆପଡ଼ାରୁ ୨ ଜଣ ଲେଖାଏଁ ଓ ଗଜପତିରୁ ଜଣେ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୬୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Covid-19 Report For 5th August
New Positive Cases: 1208
In quarantine: 702
Local contacts: 506(Details of local contacts will be shared by concerned Dist Administration)
District Wise Cases:
1. Angul: 55
2. Balasore: 63
3. Bargarh: 5
4. Bhadrak: 22
5. Balangir: 5— I & PR Department, Odisha (@IPR_Odisha) August 6, 2021
Tokyo Olympics 2020 : ବ୍ରୋଞ୍ଚ ଲଢ଼େଇରେ ୪-୩ ଗୋଲରେ ଭାରତ ପରାସ୍ତ
ଟୋକିଓ: ହାତ ଛଡ଼ା ହେଲା ଆଉ ଏକ ପଦକ । କଡ଼ା ମୁକାବିଲା ସତ୍ତ୍ୱେ ପରାଜିତ ହେଲା ଭାରତୀୟ ମହିଳା ହକି ଦଳ । ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚ୍ରେ ୪-୩ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରଜୁତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।
ବ୍ରୋଞ୍ଚ ଲଢ଼େଇରେ ଭାରତ ଆଗୁଆ
ଟୋକିଓ: ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍ରେ ଭାରତର ଦମଦାର ପ୍ରଦର୍ଶନ । ୩-୨ ଗୋଲରେ ଆଗୁଆ ରହିଛି ଦଳ । ପ୍ରଥମ କାର୍ଟରେ ୦-୦ ଗୋଲ ସ୍ଥିତି ବରାବର ଥିଲା । ଦ୍ୱିତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଲଗାତାର ୨ଟି ଗୋଲ କରି ଆଗୁଆ ରହିଥିଲା ଭାରତୀୟ ହକି ଦଳ । କିନ୍ତୁ ଭାରତୀୟ ଦଳ ମଧ୍ୟ ଜବରଦସ୍ତ କମବ୍ୟାକ୍ କରିବା ସହ ୩ଟି ଗୋଲ ସ୍କୋର କରିଥିଲେ । ଭାରତୀୟ ଦଳ ପକ୍ଷରୁ ଗୁରଜିତ୍ କୌର ୨ଟି ଗୋଲ ଦେଇ ସ୍ଥିତି ବରାବର କରିଥିଲେ । ଏହା ପରେ ବନ୍ଦନା କାଟାରିୟା ଆଉ ଏକ ଗୋଲ ସ୍କୋର କରିବା ସହ ୩-୨ ଗୋଲରେ ଭାରତ ଆଗୁଆ ରହିଛି ।
ଅଗଷ୍ଟ ୧୬ରୁ ସ୍କୁଲ ଯିବେ ନବମ ପିଲା, ଅନଲାଇଲନ ନୁହେଁ କ୍ଲାସରେ ପାଠ ପଢିବେ
ଭୁବନେଶ୍ୱର: ଅଗଷ୍ଟ ୧୬ରୁ କ୍ଲାସରୁମରେ ଆରମ୍ଭ ହେବ ନବମ ଶ୍ରେଣୀ ପିଲାଙ୍କ ପାଠପଢା । ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା କ୍ସାସରୁମରେ ପାଠପଢିବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି ଲେଖି ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ ।
ସକାଳ ୯ଟାରୁ ୧୨ଟା ୩୦ପର୍ଯ୍ୟନ୍ତ ନବମ ପିଲାଙ୍କ ପାଠପଢ଼ା ହେବ । ତେବେ ରବିବାର ଓ ସାଧାରଣ ଛୁଟିଦିନରେ କ୍ଲାସ ହେବନି । ଅଭିଭାବକଙ୍କ ପରାମର୍ଶ ନେଇ ପିଲାଏ ପାଠ ପଢ଼ିପାରିବେ । ଶ୍ରେଣୀରେ ବାଧ୍ୟତାମୂଳକ ହେବନି ପିଲାଙ୍କ ଉପସ୍ଥାନ । ଏନେଇ ପୂର୍ବରୁ ଜାରି ହୋଇଥିବା SOP ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେପ୍ଟେମ୍ବର ୧୧ରେ ନୂଆଖାଇ, ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ
ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପୂର୍ବାହ୍ନ ୧୦ଟା ୧୯ ମିନିଟରୁ ୧୦ଟା ୪୦ ମିନିଟ ମଧ୍ୟରେ ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ବରୀ ଏବଂ ସମଲେଶ୍ବର ସମେତ ବିଭିନ୍ନ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ କରାଯାଇଛି ।
ପୀଠରେ ନବାନ୍ନ ଲାଗି ପରେ ଜିଲ୍ଲାର ଘରେ ଘରେ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିବେ । ଏନେଇ ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଓ ପାଟଣା ରାଜ ପୁରୋହିତଙ୍କ ଉପସ୍ଥିତରେ ଲଗ୍ନଧାର୍ଯ୍ୟ କରାଯାଇଛି । ପାଟଣାଷ୍ଟେଟ ତଥା ମହାରାଜଙ୍କ ଇଷ୍ଟଦେବୀ ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ରାଶି ନକ୍ଷେତ୍ର ଏବଂ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯାଇଛି ।
ଘରୋଇ ସ୍କୁଲରେ ମାର୍କ ଜାଲିଆତି: ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ୱର: ରାଜଧାନୀରେ ଘରୋଇ ସ୍କୁଲରେ ମାର୍କ ଜାଲିଆତି ପ୍ରସଙ୍ଗ । ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସିବିଏସଇ ଆଞ୍ଚଳିକ ନିର୍ଦ୍ଦେଶକ ଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ବି ନୋଟିସ କରାଯାଇଛି । ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସେ କହିଛନ୍ତି, ଘଟଣା ଅତି ସମ୍ବେଦନଶୀଳ । ମାର୍କ କମିଲେ ଶିଶୁ ମାନସିକ ଭାରସାମ୍ୟ ହରାଇବ । ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଶିଶୁ ଅଧିକାର କଥା ଆସିବାରୁ କମିଶନ ହସ୍ତକ୍ଷେପ କରିଥିବା କହିଛନ୍ତି କମିଶନ ।

