କରୋନା କଟକଣା ମଧ୍ୟରେ ଚାଲିଛି ଦେବଶିଳ୍ପୀଙ୍କ ଆରାଧନା

1 min read

ଭୁବନେଶ୍ୱର: ଆଜି ବିଶ୍ୱ ନିର୍ମାତା ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା । କରୋନା ପାଇଁ ଫିକା ପଡ଼ିଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ବିଶ୍ୱକର୍ମା ହେଉଛନ୍ତି ସକଳ ଶିଳ୍ପକଳାକାରଙ୍କ ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ତାଙ୍କ ଦ୍ୱାରା ଦେବତାମାନଙ୍କର ସମସ୍ତ ଶସ୍ତ୍ର ,ବିମାନ ଆଦି ନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ବିଶ୍ୱକର୍ମା ପୂଜା ବିଶ୍ୱକର୍ମା ଜୟନ୍ତୀ ନାମରେ ମଧ୍ୟ ଜଣାଶୁଣା । ଏହି ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍, ଓ୍ୱେଲଡର, ମେକାନିକ୍ ଏବଂ ଅନ୍ୟମାନେ ଶିଳ୍ପୀ ଦେବତାଙ୍କୁ ପୂଜା କରିଥାନ୍ତି ।

ଏଥିସହିତ ପଢ଼ନ୍ତୁ: Hanuman Jayanti: କିଏ ଥିଲେ ହନୁମାନଙ୍କ ପିତା ? ଜାଣନ୍ତୁ ତାଙ୍କ ଜନ୍ମ ସମ୍ପର୍କରେ…

Leave a Reply