ବାହ୍ୟ ଜଗତରୁ ବିଛିନ୍ନ ହେଲା ଚାନ୍ଦବାଲି ବ୍ଳକ୍‌ର ଦୁଇ ଗାଁ

ଭଦ୍ରକ: ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ । ୨ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ବେଳେ ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟରାଜପଥ ଓ ଆଖଣ୍ଡଳମଣି ତିହିଡ଼ି ରାସ୍ତାରେ ଚାଲିଛି ବନ୍ୟା ପାଣି । ବୋଡ଼କ ନିକଟରେ କୂଳଲଂଘି ମାଡ଼ିଚାଲିଛି ପାଣି । ୨ଟି ଗାଁ ବୋଡକ ଓ ସନ୍ତରା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ବନ୍ୟାଜଳ ଜନବସତି ଆଡ଼କୁ ମାଡିବାରେ ଲାଗିଛି । ଅନେକ ସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବାପାଣିର ସମସ୍ୟା ଦେଖାଦେଇଛି । ସେହିପରି ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି । ଜୁଆର ସମୟରେ ବନ୍ୟା ସ୍ଥିତି ଗମ୍ଭିର ହେବାରେ ଲାଗୁଛି । ଗୃହପାଳିତ ପଶୁ ଅଧିକ ପ୍ରଭାବିତ ହୋଇଛନ୍ତି ।

 

Leave a Reply