ରୂପାଣୀଙ୍କ ପରେ ଖଟ୍ଟରଙ୍କ ପାଳି ?

1 min read
Haryana CM Manohar Lal Khattar May Changed

ନୂଆଦିଲ୍ଲୀ: ଦିଲ୍ଲୀରେ ଖଟ୍ଟର, ହରିୟାଣାରେ ହଲଚଲ୍ । ଗୁଜରାଟ ପରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବ କି ବିଜେପି ? ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନୋହର ଲାଲ୍ ଖଟ୍ଟର ଭେଟିବା ପରେ ଏମିତି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖଟ୍ଟର ପ୍ରାୟ ଏକ ଘଣ୍ଟା ଧରି ଗୁରୁବାର ଆଲୋଚନା କରିଛନ୍ତି । ତେବେ, ହରିୟାଣାରେ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ କୌଣସି ଆଲୋଚନା ହୋଇନଥିବା ଗଣମାଧ୍ୟମକୁ କହିଛନ୍ତି ଖଟ୍ଟର ।

ବିଶେଷଜ୍ଞଙ୍କ ଅନୁସାରେ, ବରୋଦା ଉପନିର୍ବାଚନ ଏବଂ ସୋନିପତ ଓ ଅମ୍ବାଲା ପୌରନିର୍ବାଚନରେ ବିଜେପିର ପରାଜୟ । କୃଷକ ଆନ୍ଦୋଳନକୁ ନେଇ ହରିୟାଣା ବିଜେପି ବ୍ୟାକଫୁଟରେ ରହିଛି । ଏହାବାଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିଲ୍ଲୀ ପହଞ୍ଚିଛି ।

ଏଥିସହ ପଢ଼ନ୍ତୁ: ୩ ରାଜ୍ୟ, ୬ ମାସ; ଇସ୍ତଫା ଦେଲେଣି ବିଜେପିର ୪ ମୁଖ୍ୟମନ୍ତ୍ରୀ

ତେବେ ଏନେଇ ଦଳର ବରିଷ୍ଠ ନେତା ମୁହଁ ଖୋଲୁ ନାହାଁନ୍ତି । ଏଥରକ ଜୋର୍ ଚର୍ଚ୍ଚା ହେଉଛି ବଦଳିପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଏଥିସହ ହରିୟାଣା ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇପାରେ । ପୂର୍ବରୁ ବିଜେପି ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ପରିବର୍ତ୍ତନ କରିଛି । ୬ ମାସ ମଧ୍ୟରେ ୩ ବିଜେପି ଶାସିତ ରାଜ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ଉତ୍ତରାଖଣ୍ଡରୁ ଆରମ୍ଭ ହୋଇଥିବା ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଅଭିଯାନ ଗୁଜରାଟରେ ସରିଥିବା ବେଳେ ଏବେ ହରିୟାଣା ପାଳି ଆସିବା ନେଇ ଚର୍ଚ୍ଚା ହେଉଛି ।

Leave a Reply