ଦେଶୀ ବନ୍ଧୁକରୁ ଗୁଳି କରି ଜଣଙ୍କୁ ହତ୍ୟା

Firing In Baliguda, One Dead

ବାଲିଗୁଡ଼ା: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବାଲିଗୁଡ଼ା ଥାନା ଅଞ୍ଚଳରେ ଦେଶି ବନ୍ଧୁକ ଗର୍ଜିଛି । ରାତିର ନିରବତାକୁ ଭଙ୍ଗ କରି ଗୁଳି ଫୁଟିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଗୁଡ଼ା ଥାନା ରେବିଙ୍ଗିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।

ଏଥିସହ ପଢ଼ନ୍ତୁ: ରୂପାଣୀଙ୍କ ପରେ ଖଟ୍ଟରଙ୍କ ପାଳି ?

ସୂଚନା ଅନୁସାରେ, ରେବିଙ୍ଗିଆ ଗାଁର ଭୀମସେନ ବେହେରା ଓ ନବୀନଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଭୀମସେନ । ରାଗି ଯାଇ ନବୀନଙ୍କ ଉପକୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ । ଏଥିରେ ନବୀନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ତନାଘନା କରୁଛି ବାଲିଗୁଡ଼ା ଥାନା ପୋଲିସ ।

Leave a Reply