ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

1 min read
NABARD Chairman Meets CM Naveen Patnaik

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନାବାର୍ଡ ଅଧ୍ୟକ୍ଷ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ସହ ଗ୍ରାମୀଣ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ପାଇଁ ନାବାର୍ଡ ଆରଆଇଡିଏଫ୍ ଓ ଏଲଟିଏଫ୍ ଜରିଆରେ ସ୍ୱଳ୍ପ ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିସହ ନୂଆ କରି ଆରମ୍ଭ ହୋଇଥିବା ଆରଆଇଏଏସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ରାସ୍ତା, ପୋଲ ଓ ଇନ୍-ଷ୍ଟ୍ରିମ୍ ଷ୍ଟରେଜ ଷ୍ଟ୍ରକ୍ଚର ଭଳି ପ୍ରକଳ୍ପ ପାଇଁ ପାଣ୍ଠି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

 NABARD Chairman Meets CM Naveen Patnaik

ନାବାର୍ଡ ଆରଆଇଡିଏଫ୍ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି ସୁଦୃଢ଼ ଓ ଜୀବନଜୀବିକା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଚିନ୍ତଲା ପ୍ରଶଂସା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଏବଂ ନାବାର୍ଡର ଅଧିକାରୀ ଉପସ୍ଥିତ ଥିଲେ । ପରେ ନାବାର୍ଡ ଅଧ୍ୟକ୍ଷ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

Leave a Reply