spot_img
Home Blog Page 5344

ମଞ୍ଚେଶ୍ୱର ମୁଣ୍ଡା ସାହିରେ ଖଣ୍ଡା ବୁଲିବା ଘଟଣା: ୨୧ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣା । ମୋଟ ୨୧ ଜଣଙ୍କୁ ଗିରଫ କରିଲା ପୋଲିସ । ୨ ଜଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଗିରଫ । ହୋଟେଲ ମିଡ୍ ଲ୍ୟାଣ୍ଡର ମାଲିକ ସମ୍ପୃକ୍ତ । ୪ ଜଣ ନାବାଳକ ଅଟକ । ବେସବଲ ବ୍ୟାଟ୍, ଖଣ୍ଡା , ଭୂଜାଲି ଜବତ । ଏଣିକି ବସ୍ତି ଅଞ୍ଚଳର ଗଣ୍ଡଗୋଳ ଓ ଅଶାନ୍ତି ରୋକିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ ।

ସୂଚନା ଯୋଗ୍ୟ ଯେ, ଗତକାଲି ମଞ୍ଚେଶ୍ଵର ମୁଣ୍ଡା ସାହିରେ ୨୦ ରୁ ୩୦ ମିନିଟ୍ ଧରି ଚାଲିଥିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲିର ଛୋଟ ଝଗଡ଼ାକୁ ନେଇ ମହାଭାରତ । ୪୦ରୁ ୫୦ ଯୁବକ ସାହି ଉପରେ ଆକ୍ରମଣ କରିଛନ୍ତି । ଅଭିଯୁକ୍ତମାନେ ଘର ଓ ଗାଡ଼ି ଭାଙ୍ଗି ଦେଇଥିଲେ । ଯିଏ ସାମ୍ନାକୁ ଆସିଲା ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣୁଥିଲେ ଅଭିଯୁକ୍ତ ।

ଆକ୍ରମଣ ସମୟର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି । ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୫ ରୁ ୬ ଜଣଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣୀ ଛକରେ ଏନଏଚ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସର ବୁଝାସୁଝା ପରେ ଏହି ଅବରୋଧ ହଟିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ ।

ତେବେ ଥାନାଠୁ ମାତ୍ର ୩୦୦ ମିଟର ଦୂରରେ ଘଟଣା ଘଟିଥିଲା । ଏନେଇ ପୋଲିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସୀନ୍ଦା । ସ୍ଥାନୀୟ ଲୋକ ବାରମ୍ଭାର ପିସିଆର୍ ଡାକିଥିଲେ ବି ପୋଲିସ ପହଞ୍ଚି ନଥିବା ଅଭିଯୋଗ ମଧ୍ୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମଞ୍ଚେଶ୍ଵରରେ ବୁଲିଲା ଖଣ୍ଡା-ଭୂଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ..

ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ ଟିକାକୁ ମିଳିଲା ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଦେଶକୁ ପଞ୍ଚମ କୋଭିଡ୍ ଟିକା ମିଳିଛି । ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡବିୟା ।

ଜନସନ ଆଣ୍ଡ ଜନସନର ଟିକାକୁ ଅନୁମତି ମିଳିବା ପରେ ଦେଶରେ ଜରୁରୀକାଳୀନ ବ୍ୟବହାର ଟିକା ସଂଖ୍ୟା ୫ରେ ପହଞ୍ଚିଛି । କୋଭିଡ୍ ବିରୋଧୀ ଯୁଦ୍ଧକୁ ଏହା ଆହୁରି ଅଧିକ ଶାଣିତ କରିବ । ଗୁରୁବାର କମ୍ପାନୀ ଜରୁରୀକାଳୀନ ବ୍ୟବହାର ନେଇ ଆବେଦନ କରିଥିବା ସୂଚନା ଦେଇଥିଲା ।

Johnson And Johnsons Single Dose Vaccine Got EUA In India

ଜନସନ ଆଣ୍ଡ ଜନସନର ଟିକାକୁ ବହୁତ କମ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ । ଏଥିସହ ଏହି ଟିକାର ଗୋଟିଏ ଡୋଜ୍ ଆକ୍ରାନ୍ତଙ୍କ ଚିକିତ୍ସା କରିପାରିବ । ଟିକାରେ କମ୍ପାନୀ ଏଡିନୋ ଭାଇରସର ବ୍ୟବହାର କରିଛି । ଟିକା ଶରୀରରେ ପହଞ୍ଚିବା ପରେ କଣିକା କରୋନା ଭାଇରସ୍ ପ୍ରୋଟିନ୍ ତିଆର କରିଥାଏ । ଏହା ପରେ ପ୍ରୋଟିନ୍ ଭାଇରସ୍ ସାମ୍ନା କରିବାକୁ ଇମ୍ୟୁନ ସିଷ୍ଟମର ସହାୟତା କରିଥାଏ ।

ଅଗଷ୍ଟ୧୪ରୁ ୧୬ ମଧ୍ୟରେ ଆରମ୍ଭ ହେବ ଯୁକ୍ତ ୨ ନାମ ଲେଖା ନେଇ ଆବେଦନ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସପ୍ତାହକ ପୂର୍ବରୁ ଆରମ୍ଭ ହେବ । ଏଥର ୫୫ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ।

ଏଥିସହିତ ପଢ଼ନ୍ତୁ: ଅନ୍ୟ ଦେଶ ଓ କେରଳରେ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ୬ ମାସ ଗୁରୁତ୍ୱପୂର୍ଣ୍ଣ

ସୁନ୍ଦରଗଡ଼ ଗସ୍ତରେ 5-T ସଚିବ: ସ୍କୁଲ ଉନ୍ନତିକରଣ ସମେତ ଅନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି

ରାଉରକେଲା: ସୁନ୍ଦରଗଡ଼ରେ 5-T ସଚିବ ଭି. କେ ପାଣ୍ଡିଆନ । ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5-T ସଚିବ । ସୁନ୍ଦରଗଡ଼ରେ ପହଞ୍ଚିବା ପରେ କୁଣ୍ଡୁକେଲାରେ ଥିବା ଗ୍ରୀଡ ସବଷ୍ଟେସନ ପରିଦର୍ଶନ କରିଛନ୍ତି । ପରେ ବାଙ୍କିବାହାଲରୁ ଭେଡାବାହାଲ କୋଲ କରିଡର ପ୍ରକଳ୍ପର ସମୀକ୍ଷା କରିଛନ୍ତି 5-T ସଚିବ ଭି.କେ ପାଣ୍ଡିଆନ । ସେହିପରି ଭବାନୀପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାପରେ କିଞ୍ଜିରିମା ହାଇସ୍କୁଲରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶର ଉନ୍ନତି କରାଯାଉଛି ।

ସ୍କୁଲର ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି । ଏହାସହ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ 5-T ଓ ‘ମୋ ସରକାର’ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାପରେ ଶଙ୍କରାରେ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଫେବ୍ରୁଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲେ । ଏ ସମସ୍ତ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି 5-T ସଚିବ । ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ବୃହତ୍ତ ଜଳସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5-T ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର  ସଚିବ ଭିନିଲ କ୍ରିଷ୍ଣା, ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଗସ୍ତରେ ସାମିଲ ଅଛନ୍ତି ।

ବିଗ୍ ବିଙ୍କ ବଙ୍ଗଳା ସହ ୩ଟି ରେଲୱେ ଷ୍ଟେସନ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ: ମାୟା ନଗରୀରେ ବଡ଼ ଧରଣର ଆକ୍ରମଣ ପାଇଁ ଧମକ । ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ଅଜଣା ବ୍ୟକ୍ତି ବିଗ୍ ବି ଅମିତାଭ ବଚ୍ଚନଙ୍କ ବଙ୍ଗଳା ସହ ୩ଟି ରେଲ ଷ୍ଟେସନ ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ଧମକ ପରେ ଆରମ୍ଭ ହୋଇଥିଲା ତନାଘନା । ମୁମ୍ବାଇ ପୋଲିସ ସହ ରେଲୱେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ସାମିଲ୍ ହୋଇଥିଲା । ଏହା ଏକ ଗୁଜବ ବୋଲି ଜଣାପଡ଼ିଛି । ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ।

Bomb threat call causes scare at Amitabh Bachchan's bungalow, 3 railway stations

ଧମକ ଦେଇଥିବା ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି । ଏହି ମିଛ କଲ୍ ପୋଲିସକୁ ଗତକାଲି ରାତିରେ ଆସିଥିଲା । ଯେଉଁ କଲରେ କୁହାଯାଇଥିଲା ମୁମ୍ବାଇର ୪ଟି ସ୍ଥାନରେ ବୋମା ରଖାଯାଇଛି । ଏହାପରେ ମୁମ୍ବାଇ ପୋଲିସ ସହ ରେଲୱେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଯାଞ୍ଚରେ ଲାଗି ପଡ଼ିଥିଲେ । କିନ୍ତୁ କିଛି ମିଳିନଥିଲା । ପୋଲିସ ଫୋନ୍ ଆସିଥିବା ଅଜ୍ଞାତ ନମ୍ବରକୁ ଟ୍ରେସ୍ କରି ୨ ଜଣଙ୍କୁ ଧରି ଜେରା କରୁଛି ।

ବିଳମ୍ବିତ ରାତିରେ ଆସିଥିବା ଧମକପୂର୍ଣ୍ଣ ଫୋନ କଲରେ ବୋମା ରଖାଯାଇଥିବା କୁହାଯାଇଥିଲା । ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍, ଦାଦର ଓ ବାଇକୁଲ୍ଲା ରେଲୱେ ଷ୍ଟେସନ ସହ ବିଗ୍ ବିଙ୍କ ବଙ୍ଗଳାରେ ବୋମାଥିବା ଫୋନ୍ ଆସିଥିଲା । ସର୍ଚ୍ଚ ଅପରେସନ୍ ପରେ ପୋଲିସକୁ କିଛି ମଧ୍ୟ ମିଳିନଥିଲା ।

ଅନ୍ୟ ଦେଶ ଓ କେରଳରେ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ୬ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟ କୋଭିଡ ସ୍ଥିତିରେ ଲଗାତାର ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆକ୍ଟିଭ କେସ କମି ୧୨ ହଜାର ତଳେ ରହିଛି । ହସ୍ପିଟାଲରେ ଆଡମିଶନ ହେଉଥିବା ଲୋକଙ୍କ ସଂଖ୍ୟା ବି କମିଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ବି ସଂକ୍ରମଣ ସ୍ଥିର ରହିଛି । ବ୍ୟସ୍ତ ହେଲାଭଳି ପରିସ୍ଥିତି ନାହିଁ । ଏଠାରେ ବି ହସ୍ପିଟାଲ ଆଡ଼ମିଶନ ସଂଖ୍ୟା କମିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ଡା. ନିରୋଜ ମିଶ୍ର ।

ଡେଙ୍ଗୁ ସ୍ଥିତି ଉପରେ ପ୍ରତିକ୍ରିୟା ରଖି ଡା. ମିଶ୍ର କହିଛନ୍ତି ଯେ, ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ ଅଛି । ସେଥିରୁ ୭୧୪ ବିଏମସିରୁ ଆସିଛି । ଗଲା ମାସରେ ଯାହା ବିଏମସି ଏରିଆରେ ବଢ଼ିଛି । ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ କେସ ଆସୁଛି । ଏହାଠୁ ଉପରକୁ ଯାଉନି । ଡେଙ୍ଗୁ ଭାଇରସ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା । ଘରୋଇ ହସ୍ପିଟାଲ ଏଲିସା ପଦ୍ଧତିରେ ଟେଷ୍ଟ କରୁନାହାନ୍ତି । ସେମାନେ କାର୍ଡ ଟେଷ୍ଟ କରୁଛନ୍ତି । ତେଣୁ ଫଲସ ପଜିଟିଭ ବହୁତ ଅଧିକ ଆସୁଛି । କିନ୍ତୁ ସେମାନେ ନମୁନା କ୍ୟାପିଟାଲ ହସ୍ପିଟାଲ କିମ୍ବା RMRCକୁ ପଠାଇ ପାରିବେ । ସମସ୍ତ ସହରାଞ୍ଚଳ PHC, CHC ରେ ଡେଙ୍ଗୁ ଟେଷ୍ଟ ବ୍ୟବସ୍ଥା ହୋଇଛି ।

ଖାଲି ସଂକ୍ରମଣକୁ ଦେଖି ସବୁ ବନ୍ଦ କରିଦେବା କହିଲେ ହେବନି । ବର୍ତ୍ତମାନ ଟ୍ରାଏଲ ବେସିସରେ ଦେଖିବାକୁ ପଡ଼ିବ । କୋଭିଡ ଅନୁରୂପ ନିୟମ ପାଳନ କରି ଯଦି ସ୍କୁଲ ଚଳାଇ ପାରିବା ନିଶ୍ଚିତ ଭଲ । ଅନ୍ୟ ଦେଶରେ ଓ କେରଳରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆମର କଣ ସ୍ଥିତି ହେବ, ଏବେଠୁ ଆତଙ୍କିତ ହେବାର ନାହିଁ । ଆମେ ପ୍ରସ୍ତୁତ ଅଛୁ, ଆମର ବ୍ୟବସ୍ଥା ଅଛି । ଆଗାମୀ ୬ ମାସକୁ ନଜରରେ ରଖି ବ୍ୟବସ୍ଥାକୁ ଆକ୍ଟିଭେଟ କରି ରଖିବା । ଯଦି 6 ମାସ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିବ, ତାହେଲେ ଆତଙ୍କିତ ହେବା ଭଳି କିଛି ନାହିଁ ।

ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌କୁ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌କୁ ହଟାଇଲା ମାଇକ୍ରୋବ୍ଳଗିଂ ସାଇଟ୍ ଟ୍ୱିଟ୍‌ର । ଦିଲ୍ଲୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଆଉ ଏହି ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ବଳାତ୍କାର ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଥିବାରୁ ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଟ୍ୱିଟର ଅଭିଯୋଗ କରୁଥିବାବେଳେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍‌ଡ ରାଇଟ୍‌ସ୍ (ଏନସିପିସିଆର) ଦ୍ୱାରା କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ପରେ ଟ୍ୱିଟର ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି ।

ଟ୍ୱିଟର ଇଣ୍ଡିଆର ଅଭିଯୋଗ ଅଧିକାରୀଙ୍କୁ ଆୟୋଗ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ କୌଣସି ନାବାଳକ ପୀଡିତାଙ୍କ ପାରିବାରିକ ଚିତ୍ର ଟ୍ୱିଟରରେ ପୋଷ୍ଟ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, 2015 ଏବଂ ଶିଶୁ ନିରାକରଣର ଧାରା ୨୩ ର ଉଲ୍ଲଂଘନ ଅଟେ । ଯୌନ ଅପରାଧ ଅଧିନିୟମ (POCSO) ଉଲ୍ଲଂଘନ ଅଟେ । ଏହି ଅଭିଯୋଗ ପତ୍ର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁ ହଟାଇ ଦେଇଛି ।

ବ୍ଳକ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ବରିଷ୍ଠ କିରାଣୀ । ବଲାଙ୍ଗୀର ପୁଇନ୍ତଲା ବ୍ଲକ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚାଢ଼ାଉ । ଏକକାଳୀନ ୫ଟି ସ୍ଥାନରେ ବଲାଙ୍ଗୀର ସାଗରପଡା ଘର, ତୁଷୁରାରେ ଥିବା ପୈତୃକ ଘର ସହ ଭଡାରେ ଦେଇଥିବା ଘର, ବଲାଙ୍ଗୀର ପୁଇଁତଲା ଅଫିସ, ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଘରେ ଭିଜିଲାନ୍ସ କରିଛି ଚାଢ଼ାଉ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ

 

ରାଜ୍ୟରେ ଆଉ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କମିବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟରେ ଆଉ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୬୩୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୦, ବାଲେଶ୍ୱରରୁ ୭୭, ବରଗଡ଼ରୁ ୧୧, ଭଦ୍ରକରୁ ୨୧, ବଲାଙ୍ଗୀରୁ ୭,କଟକରୁ୯୨, ଦେବଗଡ଼ରୁ ୧, ଢେଙ୍କାନାଳରୁ ୯, ଗଜପତିରୁ ୪, ଗଞ୍ଜାମ ୫, ଜଗତସିଂହପୁର ୫୮, ଯାଜପୁର ୬୮, ଝାରସୁଗୁଡ଼ା ୫, କଳାହାଣ୍ଡି ୩, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୩୬, କେନ୍ଦୁଝର ୧୩,  କୋରାପୁଟରୁ ୭, ମାଲକାନଗିରି ୪, ମୟୂରଭଞ୍ଜ ୩୨, ନୟାଗଡ଼ ୨୯, ନୂଆପଡ଼ା ୨, ପୁରୀ ୪୮, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟ୍‌ ପୁଲରୁ ୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଏଯାବତ୍ ମୋଟ ୧୨୪୮୦ ମାମଲା ଆକ୍ଟିଭ ରହିଛି ।

ଏଥିସହିତ ପଢ଼ନ୍ତୁ: ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

 

 

Tokyo Olympics 2020: ଅନ୍ତିମ ଦିନରେ ପୂରା ହୋଇପାରେ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ: ଶନିବାର ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଶେଷ ହେଉଛି ଭାରତର ଅଭିଯାନ । ଶେଷ ଦିନରେ ପଦକ ଆଶା ରଖିଛନ୍ତି ଦେଶବାସୀ । ଜାଭେଲିନ୍‌ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳ ମଧ୍ୟରେ ହେବ କଡା ମୁକାବିଲା । ସ୍ୱର୍ଣ୍ଣ ପଦକ ପାଇଁ ହେବ ଜୋରଦାର ଫାଇଟ । ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଓ ପାକିସ୍ତାନର ଅରଶଦ ନଦୀମଙ୍କ ମଧ୍ୟରେ ହେବ ଲଢେଇ । ଉଭୟ ନୀରଜ ଏବଂ ଅରଶଦ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଷ୍ଟାର ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବା ବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଅରଶଦ ଗ୍ରୁପ୍ ବିରେ ଥିଲେ । ସେପଟେ ରେସଲିଂରେ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ । ତେବେ ଚଳିତ ଅଲିମ୍ପିକ୍ସରେ ମୋଟ ୫ଟି ପଦକ ପାଇଛି ଭାରତ । ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଚ ପଦକ ସହ ୬୬ତମ ସ୍ଥାନରେ ରହିଛି ଭାରତ । ତେବେ  ଏଯାବତ୍ କୌଣସି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିନଥିବା ବେଳେ ଆଜିର ଜାଭେଲିନ୍‌ ଥ୍ରୋରୁ ସ୍ୱର୍ଣ୍ଣ ପଦକ ନେଇ ଆଶା ରଖିଛି ଭାରତ ।

ଏଥିସହିତ ପଢ଼ନ୍ତୁ: ନବୀନଙ୍କୁ ରାଣୀ ରାମପାଲଙ୍କ ପ୍ରଶଂସା, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ଅସମ୍ଭବ