ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

1 min read
Akash Das Nayak Celebrates His Birthday In Old Age Home

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ’, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଆଜି ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଆକାଶ ଦାସନାୟକ ତାଙ୍କର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି । ଏହି ବର୍ଷ ଭୁବନେଶ୍ୱର ସ୍ଥିତ ‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ’ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

Akash Das Nayak Celebrates His Birthday In Old Age Home

ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ‘ଶ୍ରୀ ହସ୍ପିଟାଲ’ର ଡାକ୍ତର, ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’ର ଡାକ୍ତର, CYTOPOT ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ । ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ ।

Akash Das Nayak Celebrates His Birthday In Old Age Home

‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ’ର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ । ସେ କହିଥିଲେ ‘ଖୁସି ବାଣ୍ଟିଲେ ଖୁସି ବଢ଼େ’ । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି ।

Akash Das Nayak Celebrates His Birthday In Old Age Home

ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତ୍ତା ଦେଇ ଅନୁରୋଧ କରିଛନ୍ତି ଯେ, ସମସ୍ତେ ସେମାନଙ୍କର ଛୋଟ ପିଲାମାନଙ୍କୁ ଘରେ ରଖନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ, କୋଭିଡ୍ ମହାମାରୀରୁ ରକ୍ଷା ପାଆନ୍ତୁ ।

Akash Das Nayak Celebrates His Birthday In Old Age Home

ଏହି ଜନ୍ମଦିନ ପାଳନ ଉତ୍ସବରେ ‘ଶ୍ରୀ ହସ୍ପିଟାଲ’ର ଡାକ୍ତର, ଭୂମିକା ହସ୍ପିଟାଲର ଡାକ୍ତ. CYTOPOT ଡାକ୍ତର ଓ ‘ଉଡ୍ର ଚାରିଟେବୁଲ୍‌ର ଟ୍ରଷ୍ଟ’ର ସୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଭବାନୀ ଶଙ୍କର ଜେନା, ଦେବୀ ପ୍ରସାଦ ମଙ୍ଗରାଜ, ରୋଜାଲିନ୍ ଖଣ୍ଡୁଆଳ, କିଶୋର ଦାସ, ସୌମ୍ୟ ରଞ୍ଜନ ରାଉତ, ପ୍ରମୋଦ ବଳ, ଭାଗ୍ୟଧର ସାମଲ, ପ୍ରୟାଗ ସାମଲ, ଶୁଶ୍ରୀ ଏମ୍ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave a Reply