spot_img
Home Blog Page 5343

ନୀରଜଙ୍କ ସ୍ୱର୍ଣ୍ଣ ବିଜୟ ପରେ କିଏ, କଣ, କହିଲେ ?

ଭୁବନେଶ୍ୱର: ୧୩ ବର୍ଷ ପରେ ଭାରତକୁ ପୁଣି ମିଳିଲା ସ୍ୱର୍ଣ୍ଣ ପଦକ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ନୀରଜ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ଦେଶ ପାଇଁ ସ୍ୱର୍ଣ୍ଣ ଆଣିବା ସହ ଜିତିଛନ୍ତି ସମସ୍ତଙ୍କ ହୃଦୟ । ସ୍ୱର୍ଣ୍ଣ ବିଜୟ ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ନୀରଜଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଶେଷଥର ପାଇଁ ୨୦୦୮ରେ ପ୍ରଥମଥର ସୁଟିଂରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ଅଭିନବ ବିନ୍ଦ୍ରା । ରାଷ୍ଟ୍ରପତି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି- ନୀରଜ ଇତିହାସ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ଟୋକିଓରେ ନୀରଜ ଇତିହାସ ରଚିଛନ୍ତି । ନୀରଜଙ୍କ ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶ ନୀରଜଙ୍କୁ ନେଇ ଗର୍ବିତ । ନୀରଜ ପର ପିଢ଼ିକୁ ପ୍ରେରଣା ଦେଇଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ, ପ୍ରଥମଥର ପାଇଁ ପଦକ ଆଣିଲେ ନୀରଜ

ଟୋକିଓ: ଆଶା, ଆଙ୍କାକ୍ଷା ଓ ଉତ୍କଣ୍ଠାର ଅନ୍ତ ହୋଇଛି । ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା ।

Neeraj Chopra Clinch Gold In Javelin Throw

୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି ।

ଏଥିସହ ପଢ଼ନ୍ତୁ: ସୁନା ପାଇଁ ଭାରତର ଛାତି ଧଡ଼ ଧଡ଼

ଜାଭେଲିନ୍ ଥ୍ରୋରେ ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩, ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ଓ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଚତୁର୍ଥ ଓ ପଞ୍ଚମ ରାଉଣ୍ଡ ଜାଭେଲିନ୍ ଥ୍ରୋ ଗଣତି ହୋଇ ନଥିଲା । ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଆଖି ବୁଜିଲେ ୪

ବାଲେଶ୍ୱର: ଆକାଶରୁ ଖସିଲା ମୃତ୍ୟୁ । ହଠାତ ମାଡି ଆସିଲା କଳା ହାଣ୍ଡିଆ ମେଘ  । କିଛି ବୁଝିବା ଆଗରୁ ଅଚାନକ ମୃତ୍ୟୁର ମରୀଚିକା ସବୁକିଛି ସାରିଦେଇଥିଲା  । ପେଟ ପାଇଁ ଖଟିବାକୁ ଯାଇଥିବା ସାଧାରଣ ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲା କାଳରୂପୀ ବଜ୍ରପାତ  ।

ବିଲରେ କାମ କରୁଥିବା ବେଳେ ବଜ୍ରାପାତ ଘଟି 3 ଜଣଙ୍କର ମୃତ୍ୟୁ, 5 ଜଣ ଗୁରୁତର । ଗୁରୁତର ମାନଙ୍କୁ ବସ୍ତା ଏବଂ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରା ଯାଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗାଁରେ ଘଟିଛି ଅଘଟଣ । ଏଠାରେ ବଜ୍ରପାତ ଘଟିଛି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସେହିଭଳି ସିଂଲା ଥାନା ଅନ୍ତର୍ଗତ ଶାସନ ଗ୍ରାମରେ  ବଜ୍ରାପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଲେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ବରଡିହା ଗାଁରେ ମଧ୍ୟ ଜଣକର ମୃତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ ପ୍ରବଳ ଘଡଘଡି ସହ ବର୍ଷା ହେବାରୁ ଏଭଳି ଦୁର୍ଘଟଣା ଘଟିଛି ।

ସୁନା ପାଇଁ ଭାରତର ଛାତି ଧଡ଼ ଧଡ଼

ଟୋକିଓ: ସୁନା ଆଣିବେ ନୀରଜ । ଟୋକିଓ ଅଲମ୍ପିକ୍ସର ଜାଭେଲିନ୍ ଥ୍ରୋର ଫାଇନାଲ୍ ମୁକାବିଲା ଚାଲିଛି । ଫାଇନାଲରେ ଜିତି ଭାରତ ପାଇଁ ନୀରଜ ଚୋପ୍ରା ସୁନା ଆଣିବେ ବୋଲି ସମସ୍ତଙ୍କ ଆଶା ରହିଛି । ୬ ରାଉଣ୍ଡ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ରାଉଣ୍ଡ ଖେଳ ସରିଛି । ଏଥିରେ ଆଗରେ ଅଛନ୍ତି ନୀରଜ ।Tokyo Olympics Javelin-throw-neeraj-chopra-

ନୀରଜ ପ୍ରଥମ ରାଉଣ୍ଡରେ ୮୭.୦୩ ମିଟର ଜାଭେଲିନ୍ ଥ୍ରୋ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ମିଟର, ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଥ୍ରୋ କରିଛନ୍ତି । ଚତୁର୍ଥ ରାଉଣ୍ଡରେ ଜାଭେଲିନ୍ ଥ୍ରୋକୁ ଗଣନା କରାଯାଇନାହିଁ । ଏବେ ସୁଦ୍ଧା ନୀରଜ ଶୀର୍ଷରେ ରହିଛନ୍ତି ।

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ୨୦ ଗିରଫ, ୧୫୦ ଜଣଙ୍କ ନାମରେ ଏତଲା

ଇସଲମାବାଦ: ପଞ୍ଜାବର ହିନ୍ଦୁ ମନ୍ଦିର ଉପରେ ପାକିସ୍ତାନର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବେ ଅକଳରେ  ।  ହିନ୍ଦୁ ମନ୍ଦିର ଉପରେ ମୁସଲିମଙ୍କ ଆକ୍ରମଣ ଏବେ ବଡ଼ ପ୍ରସଙ୍ଗ ପାଲଟିଛି  । ଏମିତିକି ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇବା ସହ ପାଖାପାଖି ୨୦ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ  । ସେପଟେ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି  ।

ଶୁକ୍ରବାର ପଞ୍ଜାବ ପ୍ରାନ୍ତରେ ଘଟିଥିବା ଏହି ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ, ଏଭଳି କାର୍ଯ୍ୟକୁ ତୁରନ୍ତ ରୋକିବା ଏବଂ ଯେଉଁମାନେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ପାକିସ୍ତାନ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା  ।

ଏହି ଘଟଣାର ସୂତ୍ରପାତ ହୋଇଥିଲା ପାକିସ୍ତାନର ରହିମ ୟାର ଖାନ ଜିଲ୍ଲାରେ  । ସ୍ଥାନୀୟ ଆଠ ବର୍ଷର  ହିନ୍ଦୁ ବାଳକ ଏକ ମାଦ୍ରାସାରେ ପରିସ୍ରା କରୁଥିବା ନେଇ ଅଭିଯୋଗ ହୋଇଥିଲା  । ଏହାପରେ କୋର୍ଟରେ ମାମଲା ପହଁଚିଥିଲା  । କୋର୍ଟ ଉକ୍ତ ବାଳକକୁ ମୁକ୍ତ ମଧ୍ୟ କରିଥିଲେ  । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ଦ୍ୱାରା ଗିରଫ ହୁଏ ଆଠ ବର୍ଷୀୟ ହିନ୍ଦୁ ବାଳକ  । ଏହା ପରେ ମଧ୍ୟ ସ୍ଥାନୀୟ ଲୋକ ହିଂସା ଘଟାଇଥିଲେ  । ଏକାଧିକତ ଲୋକ ହାତରେ ମାରଣାସ୍ତ୍ର ସହ ଲାଠି, ଠେଙ୍ଗା ଏବଂ ଅନ୍ୟାନ ଅସ୍ତ୍ରଶସ୍ତ୍ର ଧରି ପହଁଚିଯାଇଥିଲେ ହିନ୍ଦୁ ମନ୍ଦିର ନିକଟରେ  ।

ସେଠାରେ ପୋଡ଼ା ଜଳା କରିବା ସହ ସ୍ଥାନୀୟ ମନ୍ଦିରରେ ନିଆଁ ଲଗାଇଦେଥିଲେ  । ଏମିତିକି ମନ୍ଦିର ଉପରେ ଏକ ନିର୍ଦ୍ଧିଷ୍ଟ ଶ୍ରେଣିର ସଂଖାଧିକ ଲୋକ ଆକ୍ରମଣ କରିଥିଲେ  । ଏହାର ପରବର୍ତ୍ତୀ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ ଘଟଣାକୁ ନିନ୍ଦା କରିଥିଲେ ।  ସେପଟେ ସୁପ୍ରିମକୋର୍ଟ ଏହାର ପୁଖାନୁଫୁଙ୍କ ତଦନ୍ତ ନିରେଦେଶ ଦେଇଥିଲେ  ।

୮-୦ରେ ଖେଳ ଖତମ୍, ଏମିତି ବ୍ରୋଞ୍ଜ ଜିତିଲେ ବଜରଙ୍ଗ

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ପଦକ ଆଣିଲେ ବଜରଙ୍ଗ ପୁନିଆ । ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍ ଦେଇ ବ୍ରୋଞ୍ଜ ଜିତିଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ପ୍ରଥମ ଭାଗରେ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ଏହାପରେ ଦ୍ୱିତୀୟ ପିରିୟଡରେ ଦୌଲେତଙ୍କ ଉପରେ ଚାପ ରହିଛି । ବଜରଙ୍ଗ ଏହି ଚାପର ଲାଭ ଉଠାଇ ଆରମ୍ଭରୁ ଆକ୍ରମଣ କରିଥିଲେ । ଏହା ଫଳରେ ବଜରଙ୍ଗ ଲିଡକୁ ୬-୦କୁ ନେଇ ଆସିଥିଲେ । ଆଉ ଶେଷ ୫୦ ସେକେଣ୍ଡରେ ବଜରଙ୍ଗ କୋଚ୍ ତାଙ୍କୁ ବାରମ୍ବାର ହାଲୁକା ନ ହେବାକୁ ଜୋଶ ଦେଉଥିଲେ । ବଜରଙ୍ଗ ୨ ଅଙ୍କ ସହ ୮-୦ରେ କାଂସ୍ୟ ଜିତିଥିଲେ ।

ବଜରଙ୍ଗ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜରଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସେ ଆହୁରି ଭଲ ଖେଳିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ପଲାସୀ ଯୁଦ୍ଧ ଦେଖିବାକୁ ଯେତିକି ଲୋକ ଆସିଥିଲେ ସେମାନେ ଯଦି ପଥର ଖଣ୍ଡିଏ ଲେଖା ଫୋପାଡି ଥାନ୍ତେ ତେବେ ଭାରତ ପରାଧିନ ହୋଇ ନଥାନ୍ତା

ନୂଆଦିଲ୍ଲୀ: ସାରା ଦେଶ ଅଗଷ୍ଟ ୧୫ରେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବ । ତେବେ ସ୍ୱାଧୀନତା ସଂଘର୍ଷର କାହାଣୀ ଆମେ ତ ଆଜି ଯାଏଁ ଶୁଣି ଆସିଛେ । ଏବେ ଜାଣିବା ସ୍ୱାଧୀନତା ପୂର୍ବର ପରାଧୀନ ଭାରତର କାହାଣୀ । କେମିତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତର ଶାସନ ଡୋରୀ ଧରିଥିଲା । ତା’ପରେ ଦେଶରେ କେମିତି ଆଧିପତ୍ୟ ବିସ୍ତାର କରିଥିଲେ ଇଂରେଜ ।

୧୬୦୦-୧୭୫୭ (ଇଷ୍ଟ ଇଣ୍ଡିଆ କମ୍ପାନୀରୁ-ପଲାସୀ ଯୁଦ୍ଧ)
ଭାରତର ସ୍ୱାଧୀନତାକୁ ବୁଝିବା ପୂର୍ବରୁ ଆମକୁ ସ୍ୱାଧୀନତା ହରାଇବାର କାହାଣୀ ଜାଣିବାକୁ ପଡ଼ିବ । ୧୬୦୦ ମସିହାରେ ବ୍ରିଟେନ୍ ମହାରାଣୀ ଭାରତ ସହିତ ବ୍ୟବସାୟ ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ରାଜାଜ୍ଞା ପ୍ରଦାନ କରିଥିଲେ । ବ୍ରିଟିଶ୍ ବେପାରୀ ଭାରତକୁ ଆସିବା ବେଳକୁ ଭାରତରେ ଫ୍ରେଞ୍ଚ, ପର୍ତ୍ତୁଗାଲ ଓ ଡଚ୍ ଆଡ୍ଡା ଜମାଇ ସାରିଥିଲେ । ସେତେବେଳେ ଭାରତ ଉପରେ ଥିଲା ମୋଗଲ ସାମ୍ରାଜ୍ୟର ରାଜୁତି । ମୋଗଲ ସାମ୍ରାଜ୍ୟ ଥିଲା ବିଶ୍ୱର ସବୁଠାରୁ ଧନୀ ସାମ୍ରାଜ୍ୟ । ବ୍ରିଟେନ ସେତେବେଳର ଭାରତର ଧନ ସହିତ କୌଣସି ଟକ୍କରରେ ନଥିଲା ।

Battle of Plassey British East India Company Against Nawab of Bengal Siraj-ud-Daulah

ଭାରତରୁ ସୂତା, କପଡ଼ା, ଗୋଲମରିଚ, ଅଳେଇଚ, ଲବଙ୍ଗ ଓ ଡାଲଚିନି ଆଦି ନେଇ ୟୁରୋପରେ ବ୍ୟବସାୟ କରୁଥିଲେ ୟୁରୋପୀୟ ବଣିକ । ୧୬୦୮ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜାହାଜ ସୁରଟରେ ପହଞ୍ଚିଥିଲା । ସେଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଡଚଙ୍କ ସହାୟତାରେ ପର୍ତ୍ତୁଗାଲଙ୍କୁ ହଟାଇବାରେ ସକ୍ଷମ ହୋଇଥିଲା ।

ପରେ ପରେ ମୋଗଲ ଶାସକ ଜହାଙ୍ଗିରଙ୍କ ସହ ସମ୍ପର୍କ ନିବିଡ଼ ହୋଇଥିଲା । ୟୁରୋପୀୟ ସାମଗ୍ରୀ ପ୍ରତିବଦଳରେ ଭାରତୀୟ ଶାସକଙ୍କ ହୃଦୟ ଜିତି ପାରିଥିଲା । ଧିରେ ଧିରେ କୂଟନୀତି ଜରିଆରେ ଦେଶରେ ଦଖଲ ଦେବା ସହ ଶକ୍ତି ବୃଦ୍ଧି ପାଇଥିଲା ।

ଔରଙ୍ଗଜେବଙ୍କ ଶାସନ କାଳରେ ଇଂରଜ ବ୍ୟବସାୟୀ ନଇଁ ନମସ୍ତେ ହୋଇ ଥିଲେ । କିନ୍ତୁ ଔରଙ୍ଗଜେବଙ୍କ ନିଧନ ସହିତ ମୋଗଲ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ଆରମ୍ଭ ହୋଇଥିଲା । ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଶାସକ ମୁଣ୍ଡ ଟେକିଥିଲେ । ଏହାର ସୁଯୋଗ ନେଇଥିଲା ଇଷ୍ଟଇଣ୍ଡିଆ କମ୍ପାନୀ । ନାମକୁ ମାତ୍ର ଥିବା ମୋଗଲ ସମ୍ରାଟଙ୍କଠାରୁ ଇଷ୍ଟ ଇଣ୍ଡିଆ କମ୍ପାନୀ କର ମୁକ୍ତ ବ୍ୟବସାୟ ପାଇଁ ଅନୁମତି ପାଇଥିଲା । ଯାହାର ବିରୋଧ କରିଥିଲେ ବଙ୍ଗର ନବାବ ସିରାଜୁଦ୍ଦୁଲା । କଲିକତାରେ ବ୍ରିଟିଶ ସମ୍ପତ୍ତି ଜବତ କରିନେବା ସହ ଅଧିକାରୀଙ୍କୁ ଗିରଫ କରି ନେଇଥିଲା । ଏହାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ସିରାଜଦ୍ଦୌଲା ମୁହାଁମୁହିଁ ହୋଇଥିଲେ ।

Battle of Plassey British East India Company Against Nawab of Bengal Siraj-ud-Daulah

ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଉ ଏକ ଗଡ଼ ଥିଲା ମାଡ୍ରାସ ଯାହା ଆଜିର ଚେନ୍ନାଇ । ସେଠାରୁ ରବର୍ଟ କ୍ଲାଇଭ ନୌସେନାକୁ ନେଇ ଆସିଥିଲେ କଲିକତା । ଏବଂ ୧୭୫୭ରେ ସିରାଜୁଦ୍ଦୁଲା ଓ କ୍ଲାଇଭ୍ ପଲାସୀର ଆମ୍ବ ପଡିଆରେ ମୁହାଁମୁହିଁ ହୋଇଥିଲେ । ସିରାଜୁଦ୍ଦୁଲାଙ୍କ ସେନାପତି ମୀର ଜାଫର ବିଶ୍ୱାସଘାତକତା କରିବାକୁ ଯୁଦ୍ଧରେ ନବାବଙ୍କ ମୃତ୍ୟୁ ହୋଇଥିଲା ।

ସେନାପତିଙ୍କ ବିଶ୍ୱାସ ଘାତକତା ଯୋଗୁଁ ବଙ୍ଗ ରାଜା ସିରାଜୁଦ୍ଦୁଲା ପ୍ରାଣ ହରାଇଥିଲେ । ଯାହାକି ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ଥିଲା ପ୍ରଥମ ବଡ଼ ବିଜୟ । ୧୭୫୭ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶରେ କ୍ଷମତା ଦଖଲ ପାଇଁ ଆହୁରି ଆଗକୁ ପାଦ ବଢ଼ାଇଥିଲା । ବଙ୍ଗର କ୍ଷମତା ଆସିଥିଲା କମ୍ପାନୀ ବାହାଦୂର ହାତକୁ ।

Battle of Plassey British East India Company Against Nawab of Bengal Siraj-ud-Daulah

ପଲାସୀ ଯୁଦ୍ଧ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଭାରତୀୟ ଉପମହାଦେଶରେ ଏକ ସାମରିକ ଶକ୍ତି ଭାବେ ଛିଡ଼ା କରିଥିଲା । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଲାସୀ ଯୁଦ୍ଧରେ ସିରାଜଙ୍କ ତରଫରୁ କେତେ ସୈନିକ ଲଢୁଥିଲେ ଛାଡନ୍ତୁ । କେତେ ଲୋକ କେବଳ ଯୁଦ୍ଧ ଦେଖିବାକୁ ଆସିଥିଲେ ତାହା କୁହେ ଭାରତ ପରାଧୀନ ହେବାର କାହାଣୀ ।

ବ୍ରିଟେନ୍ ଫେରିବା ପରେ କ୍ଲାଇଭ୍ ଲେଖିଥିଲେ ଯେ, ସେଦିନ ପଲାସିର ଆମ୍ବ ତୋଟାରେ ଯେତିକି ଭାରତୀୟ ଯୁଦ୍ଧ ଦେଖିବାକୁ ଏକାଠି ହୋଇଥିଲେ ସେମାନେ ଯଦି ପଥର ଖଣ୍ଡିଏ ଲେଖା କମ୍ପାନୀ ସୈନିକଙ୍କ ଉପରକୁ ଫୋପାଡି ଥାନ୍ତେ ତେବେ ସବୁ ସୈନିକଙ୍କ କବର ତିଆରି ହୋଇଥାନ୍ତା ।
କିନ୍ତୁ.. ସେ ସମୟର ଭାରତୀୟଙ୍କ ପାଇଁ ଶାସକ ବଦଳିବା କିଛି ନୂଆ କଥା ନଥିଲା । ସେମାନେ ଭାବିନେଲେ ଯେ, ମୋଗଲଙ୍କ ଯାଗା ନବାବ ନେଇଥିଲେ ଏବେ ନବାବଙ୍କ ଯାଗା ଆଉ କିଏ ନେବ ? ଆଉ ଯୁଦ୍ଧ ଦେଖିବା ପରେ ସେହି ଲୋକ ସବୁ ନିଜ ନିଜ ଘରକୁ ଫେରି ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ହୋଇଗଲେ । ଯାହାର ମୂଲ୍ୟ ଆଗାମୀ ୧୯୦ ବର୍ଷ ପର୍ଯ୍ୟନ୍ତ ଭାରତକୁ ଦେବାକୁ ପଡିଥିଲା ।

ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ପର୍ବପ୍ରସ୍ତୁତି, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ସଭା

ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଖରିଡା ଗାଁରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ବୈଠକରେ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଗଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିଲେ ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏଥିପାଇଁ ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଗୁରୁତ୍ବ ଦିଆଯାଇଛି । ଗାଁ ଗୁଡିକରେ ବିଜେଡ଼ି ଯୁବ ଓ ଛାତ୍ର ମାନେ ଏକତ୍ରିତ ହୋଇ ଦଳ ପାଇଁ କାମ କରିବାକୁ ଆହ୍ବାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଯୁବ ଓ ଛାତ୍ର ମାନଙ୍କୁ ଗୁରୁତ୍ବ ଦେଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ସହ ଦଳକୁ ଆଗକୁ ନେବାକୁ ବିଧାୟିକା ପରାମର୍ଶ ଦେଇଛନ୍ତି ।

ଅଗଷ୍ଟ ୧୫ରୁ ରାଜ୍ୟରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା: ତାଲିମ୍ ନେଇ କୋଲକାତାରୁ ଫେରିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଏଣିକି ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏସସିବିରେ ଉପଲବ୍ଧ ହେବ ଏକ୍‌ମୋ ଚିକିତ୍ସା । ଅଗଷ୍ଟ ୧୫ରୁ ଓଡ଼ିଶାରେ ଆରମ୍ଭ ହେବ ଏକ୍‌ମୋ ସେବା । ୯ଟି ମେସିନ କଟକ ଏସସିବି ମେଡ଼ିକାଲରେ ଆଣି ରଖାଯାଇଛି | ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି | ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଗୋଟିଏ ବ୍ୟାଚ୍‌ କଲିକତାରୁ ଟ୍ରେନିଂ ନେଇ ଆସିଛନ୍ତି, ଆଉ ଗୋଟିଏ ଟିମ ଖୁବଶୀଘ୍ର କଲିକତା ଯିବେ | ସମସ୍ତ ମେସିନ ଇନଷ୍ଟଲ ହୋଇସାରିଛି | ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଥିବା ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି | ୯ଟି ମେସିନିକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଅଧିକ ଲୋକ କୋଭିଡରୁ ଭଲ ହେବା ପରେ ଏକମୋ ମେସିନର ଆବଶ୍ୟକ ପଡୁଛି | ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ କରାଯିବ ଓ ସଂକ୍ରମିତଙ୍କ ପାଇଁ ସ୍ମଲ ୟୁନିଟ କରାଯିବ | କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ । ରାଜ୍ୟ ସରକାର ଲୋକଙ୍କୁ ମାଗଣା ଏକମୋ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ଲୋକ ଉପକୃତ ହେବେ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତଦନ୍ତ ପାଇଁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ୪ କନେଷ୍ଟବଳ ଆହତ

ତଦନ୍ତ ପାଇଁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ୪ କନେଷ୍ଟବଳ ଆହତ

ଭଦ୍ରକ: ପୋଲିସ ଉପରେ ଆକ୍ରମଣ ଅଭିଯୋଗ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣ ପଦା ଗାଁରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତଦନ୍ତ ପାଇଁ ପୋଲିସ ଯାଇଥିବା ସମୟରେ ହଠାତ ଗ୍ରାମବାସୀ ପୋଲିସ ଉପରେ କରିଛନ୍ତି ଆକ୍ରମଣ । ଗ୍ରାମବାସୀଙ୍କ ଆକ୍ରମଣରେ ୪ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ଜଣେ ମହିଳା କନେଷ୍ଟବଳ ଓ ୩ ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି । ଏତଲା ଅନୁସାରେ, ତୋରଣପଦା ଗାଁର କରୁଣାକରଙ୍କ ଘର କବାଟ ବାଡ଼େଇବାରୁ ପୂର୍ବ ପ୍ରସ୍ତୁତ ହୋଇଥିବା କରୁଣାକର ଓ ତାଙ୍କ ସମର୍ଥକ ମାନେ ପୋଲିସକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ସାବରଙ୍ଗ ପୋଲିସର ୪ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ୨ ଜଣ କନେଷ୍ଟବଳ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ମଞ୍ଚେଶ୍ୱର ମୁଣ୍ଡା ସାହିରେ ଖଣ୍ଡା ବୁଲିବା ଘଟଣା: ୨୧ଜଣଙ୍କୁ ଗିରଫ କଲା ପୋଲିସ