SCO ବୈଠକରେ ମୋଦିଙ୍କ ମନ୍ତବ୍ୟ, ତାଲିବାନର କ୍ରୁରତାକୁ କରାଯାଉ ପ୍ରତିହତ

1 min read

ନୂଆଦିଲ୍ଲୀ: ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି  । ଭାରତର ଆଭିମୁଖ୍ୟ ଉପସ୍ଥାପନା କରିଛନ୍ତି  ।  ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖତଃ ଆଫଗାନିସ୍ତାନରେ ଘଟିଥିବା ବର୍ବରତା ଏବଂ ଗଣତନ୍ତ୍ରର ହତ୍ୟାକୁ ପ୍ରାଧାନ୍ୟ ଦେଇଥିଲେ  । ମୋଦି କହିଛନ୍ତି  ଆମ ଅଞ୍ଚଳ ପାଇଁ କଟ୍ଟରତା ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଯାହା ହେଲା, ତାହା ଏହାର ବଡ ଉଦାହରଣ ।

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରେ ସମଗ୍ର ଆଫଗାନିସ୍ତାନରେ ଭୟ, ଆତଙ୍କ, ଅନିଶ୍ଚିତତା ଏବଂ ଅବିଶ୍ବାସର ବାତାବରଣ ଖେଳି ଯାଇଛି । ଶାନ୍ତି ଓ ସୁରକ୍ଷା ସହ ସମ୍ବନ୍ଧିତ ବିଷୟ ଆମ କ୍ଷେତ୍ର ପାଇଁ ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଘଟିଯାଇଥିବା ଘଟଣାକ୍ରମ ଏହାର ସଦ୍ୟତମ ଉଦାହରଣ । କଟ୍ଟରତା ସହ ମୁକାବିଲା ପାଇଁ ଏସସିଓ ଦେଶଗୁଡିକୁ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

15 ଜୁନ 2001ରେ ସାଂଘାଇ ସହଯୋଗ ସଂଗଠନ (SCO) ଘୋଷଣା କରାଯାଇଥିଲା । ସାଂଘାଇ ହେଉଛି ଚୀନର ସହର । ଏହା ପରେ ଏସସିଓ ୬ଟି ଦେଶ ଯଥା କିର୍ଗିଜସ୍ତାନ, କାଜାକିସ୍ତାନ, ଋଷ, ତାଜାକିସ୍ତାନ ଏବଂ ଉଜବେକିସ୍ତାନକୁ ନେଇ ଗଠିତ ହୋଇଥିଲା । 2017 ରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଯୋଗ ଦେଇଥିଲେ। ଏହା ସହିତ ଏହାର ସଦସ୍ୟଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିଲା । ଆଜି ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଯୋଗଦେବା ସହ ତାଲିବାନୀ ଆତଙ୍କର ବର୍ବରତାକୁ ଉଲ୍ଲେଖ କରିଥିଲେ  । ଏଥିପ୍ରତି ସମଗ୍ର ବିଶ୍ୱ ଆହ୍ୱାନ ଆଣିବାର ଆବଶ୍ୟକତା ରହିଥିବା ମଧ୍ୟ ପ୍ରକାଶ କରିଛନ୍ତି  ।

Leave a Reply