ପୁଣି ନିନ୍ଦିତ ପାକିସ୍ତାନ,ଟସ୍ ପଡିବା ପୂର୍ବରୁ ଖେଳିବାକୁ ମନାକଲା ନ୍ୟୁଜଲାଣ୍ଡ୍

ଇସଲାମବାଦ: ପୁଣି ଥରେ ନିନ୍ଦିତ ହୋଇଛି ପାକିସ୍ତାନ କ୍ରିକେଟ ।  ଖେଳ ପୂର୍ବରୁ ହାରିଛି ପାକିସ୍ତାନ, ଲାଗିଛି ଶକ୍ତ ଝଟକା । ଟିମ ପାକିସ୍ତାନରେ ପହଁଚିବାକୁ ସମୟ ଧାର୍ଯ୍ୟ ହୋଇ ସାରିଥିଲା  । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିସାରିଥିଲା    । ଖେଳ ହେବା ପାଇଁ ପଡିଆ ପ୍ରସ୍ତୁତ ହୋଇସାରିଥିଲା  । କିନ୍ତୁ ପଡିଆକୁ ଓହ୍ଲାଇବା ପାଇଁ ମନା କରିଦେଇଛି ନ୍ୟୁଜିଲାଣ୍ଡ  । ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପ୍ରଥମ ମ୍ୟାଚରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି  । ଯାହା ପଳରେ ପାକିସ୍ତାନକୁ ପୁଣି ଥରେ ନିନ୍ଦିତ ହେବାକୁ ପଡିଛି ।

ସୁରକ୍ଷା କାରଣରୁ ପଡିଆକୁ ଓହ୍ଲାଇବାକୁ ନ୍ୟୁଜିଲାଣ୍ଡ ମନା କରିଦେଇଥିବାବେଳେ ଏହାର କିଛି ସମୟ ପରେ ଗସ୍ତା ବାତିଲ କରିଛି ଟିମ  । ନ୍ୟୁଜିଲାଣ୍ଡ ଦଳ ଏହି ବାବଦରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଅବଗତ କରାଇଛି । ଦଳ ବୋର୍ଡକୁ କହିଛି ଯେ, ପାକିସ୍ତାନରେ ସେମାନଙ୍କ ପ୍ରତି ବିପଦ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ କ୍ରିକେଟ ଟିମ ସନ୍ତୋଷ ଲାଭ ନାହିଁ  ।  ଏହି ଘଟଣା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପିସିବିର ଅଧିକାରୀ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏବଂ ଖେଳାଳିଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣା ପଡିଛି  ।

Leave a Reply