ଚାଷୀ ଆନ୍ଦୋଳନରେ ଅକାଳୀ ନେତା, ଦଳ ପାଳିଲା କଳା ଦିବସ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବି ବର୍ଷାଧିକ ହେଲା ଜାରି ରହିଛି । କୃଷି ଆଇନକୁ ବିରୋଧ କରି ଏଥିପାଇଁ ବିଜେପିର ହାତ ଛାଡିଥିଲା ଅକାଳୀ ଦଳ  । ଏନଡିଏରୁ ଓହରିବା ପରେ ବିଜେପି ବିରୋଧରେ ଦଳ ଋଣ ହୁଙ୍କାର ଦେଇଛି । ସେପଟେ ଆଜି ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଅକାଳି ଦଳ କରିଛି ହଲ୍ଲାବୋଲ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ଚାଷୀଙ୍କ ସହ ସାମିଲ ହୋଇଛନ୍ତି ଅକାଳି ଦଳ ସଦସ୍ୟ ।

ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଜାରି ରଖିଥିବା ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଆଜି ଅକାଳି ଦଳ ପକ୍ଷରୁ କଳା ଦିବସ ପାଳନ କରାଯାଉଛି । ସୀମାରେ ପ୍ରବଳ ଜାମ ଯୋଗୁ ହରିୟାଣାରୁ ଦିଲ୍ଲୀ ଆସୁଥିବା ସବୁ ରାସ୍ତା ବନ୍ଦ କରିଦିଆଯାଇଛି । ରାସ୍ତା ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି । ଦଳ ପକ୍ଷରୁ ସୁଖବୀର ବାଦଲ ଏବଂ ହର୍ଷମିତ କୌର ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ  ।

ଭିଡ଼ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ବାହାଦୂରଗଡ଼ ଠାରେ ବ୍ୟାରିକେଡିଂ କରାଯିବା ସହ ନିଜାମପୁର ବର୍ଡର, ସିଦ୍ଧିପୁର ଗ୍ରାମ ସମେତ ଅନ୍ୟ ସବୁ ସୀମା ବନ୍ଦ କରିଦିଆଯାଇଛି । ହରିୟାଣାରୁ ଅକାଳି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ପଞ୍ଜାବ ଦେଇ ଏହା ଦିଲ୍ଲୀ ସୀମାରେ ପହଞ୍ଚିଛି ।

Leave a Reply