ସ୍ୱରୂପଙ୍କ ନିସ୍ୱାର୍ଥପର ସେବା ଜନସେବା ପାଇଁ ଉଦାହରଣ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀରେ ନିସ୍ୱାର୍ଥପର ସେବା ପାଇଁ ଜନସେବାରେ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ବିଧାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ଲେଖି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ନିଜ ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଗାଁ ମୁଣ୍ଡାଧରରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ବିଧାୟକଙ୍କ ଏଭଳି ନିସ୍ୱାର୍ଥପର ସେବା ଜନସେବା କ୍ଷେତ୍ରରେ ଉଦାହରଣ ।

Balasore MLA Swarup Sets Example In Public Service Says CM

ଏଥିସହ ପଢ଼ନ୍ତୁ: ବିଧାୟକଙ୍କ ମହାନତା, ବନ୍ୟାଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

ବାଲେଶ୍ୱରରେ ବଢ଼ି ପାଣି ବଢ଼ୁଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥାଏ । ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର କଲା ବେଳେ ଗୁରୁବାର ହଠାତ୍ ଖବର ଆସେ ପାଣି ଭିତରେ ଜଣେ ଗର୍ଭବତୀ ଅଛନ୍ତି । ବିଧାୟକ ତୁରନ୍ତ କାଳବିଳମ୍ବ ନକରି ବଢ଼ି ପାଣିରେ ବୋଟ୍ ଯୋଗେ ୫ କିଲୋମିଟର ଯାଇ ମୁଣ୍ଡାଧରରୁ ଗର୍ଭବତୀ ମହିଳାଙ୍କୁ ବୋଟ୍ ଯୋଗେ ଆଣିଥିଲେ । ବୋଟରୁ ଷ୍ଟ୍ରେଚରରେ ମହିଳାଙ୍କୁ ନେବା ସହ ନିଜ କାରରେ ମେଡିକାଲରେ ପହଞ୍ଚାଇଥିଲେ ସ୍ୱରୂପ । ମହିଳା ଜଣଙ୍କ ଗତରାତିରେ ଏକ ପୁତ୍ର ସନ୍ତାନକୁ ସୁରକ୍ଷିତ ଜନ୍ମ ଦେଇଛନ୍ତି ।

Leave a Reply