ଏବେ GSTରେ ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ୍ ଓ ଡିଜେଲ୍

1 min read
GST Council Decision On Petrol And Diesel

ନୂଆଦିଲ୍ଲୀ: ଆଜି ବସିଥିବା ଜିଏସଟି କାଉନସିଲ୍ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ସାମିଲ୍ କରିବା ନେଇ ଆଲୋଚନା ହୋଇଛି । ତେବେ, ସମସ୍ତ ଆକଳନ ଉପରେ ପୂର୍ଣ୍ଣଛେଦ ପକାଇ ଜନତାଙ୍କୁ ଝଟକା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ବର୍ତ୍ତମାନ ଜିଏସଟିରେ ସାମିଲ୍ ନେଇ ବିଚାର କରିବା ପାଇଁ ଏହା ସଠିକ୍ ସମୟ ନୁହେଁ । ଏଥିପାଇଁ ରାଜସ୍ୱ ସହ ଜଡ଼ିତ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଆକଳନ କରାଯାଉଥିଲା, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ନେଇ କାଉନସିଲ୍ ବୈଠରେ ନିଷ୍ପତ୍ତି ନିଆଯାଇପାରେ । ଡିଜେଲ ଓ ପେଟ୍ରୋଲ ଜିଏସଟି ଅନ୍ତର୍ଭୁକ୍ତ ହେଲେ ପେଟ୍ରୋଲ ୨୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥାନ୍ତା । ଏବେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୧୦ ଟଙ୍କା ଡିଜେଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି ।

ଆଜି ବୈଠକରେ ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସଟି ହ୍ରାସ କରାଯାଇଛି । କର୍କଟ ଔଷଧ ଉପରୁ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ରେମଡେସିଭିର ଓ ହେପରିନ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଏମ୍ପୋଟିରିସିନ୍-ବି ଓ ଟୋସିଲିଜୁମୈବ ଉପରୁ ଜିଏସଟି ଛାଡ଼ କରାଯାଇଛି । ଜୋଲଗେନସମା ଓ ଭିଲ୍ଟେପସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରାଯାଇଛି ।

Leave a Reply