୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ, ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା

1 min read

ନୂଆଦିଲ୍ଲୀ: ଦେଶରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ । ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା । ତେଲେଙ୍ଗାନାରେ ସର୍ବାଧିକ ଗୁଜବକାରୀ ।ଉତ୍ତରପ୍ରଦେଶରେ ଶୀର୍ଷରେ ଭିଡିଓ ଭାଇରାଲ ଘଟଣା । NCRB ରିପୋର୍ଟ ମୁତାବକ ୨୦୨୦ରେ ଦେଶରେ ମୋଟ ୫୦ ହଜାର ୩୫ଟି ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ହଜାର ୯୭ ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ପଛକୁ ରହିଛି କର୍ଣ୍ଣଟକ ଓ ମହାରାଷ୍ଟ୍ର ।

ଆଇଟି ସେକ୍ସନ ୬୭-ଏ ଅନୁସାରେ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ମଧ୍ୟ ଶୀର୍ଷରେ ୟୁପି ଥିବାବେଳେ ପଛକୁ ରହିଛି ଆସାମ ।  ମିଥ୍ୟା ସମ୍ବାଦ ଓ ଗୁଜବ ଦେଶରେ ୨୧୪ ଗୁଣ ବୃଦ୍ଧି ପାଇଛି । କୋଭିଡ ଟିକାକରଣ, ମୃତ୍ୟୁ, ଅକ୍ସିଜେନ ଯୋଗାଣ, ହସ୍ପିଟାଲରେ ଶଯ୍ୟା ଆଦି ପ୍ରସଙ୍ଗରେ ଗୁଜବ କେସ ତେଲେଙ୍ଗାନାରେ ସବୁଠୁ ଅଧିକ ଥିବାବେଳେ ତାମିଲନାଡୁ ଓ ଉତ୍ତରପ୍ରଦେଶ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଓଡିଶା ସାଇବର ଅପରାଧ କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ୨୦୨୦ ରେ ରୁଜୁ ହୋଇଛି ୧ ହଜାର ୯୩୧ ମାମଲା ।

କ୍ରେଡିଟକାର୍ଡ, ଡେବିଟକାର୍ଡ ଜରିଆରେ ଜମତରା ଗ୍ୟାଙ୍ଗ ୧ ହଜାର ୭୯ ଲୋକଙ୍କୁ ଚୂନ ଲଗାଇଛନ୍ତି । ନ୍ୟୁଡ ଭିଡିଓ, ଚିତାକର୍ଷକ ଅଫର ଲୋଭନୀୟ ଚାକିରୀ ଆଳ ଦେଖାଇ ରାଜ୍ୟରେ ୪୧୭ ଜଣଙ୍କୁ ଠକିଛନ୍ତି ସାଇବର ଠକ । ଅନ୍ୟପଟେ ଏଭଳି କ୍ଷେତ୍ରରେ ଲୋକେ ସତର୍କ ହେବା ସହ ତୁରନ୍ତ ପୋଲିସର ଆଶ୍ରୟ ନେବାକୁ କହିଛନ୍ତି ଡିସିପି । କୁଟୀର ଶିଳ୍ପ ଭଳି ଦିନକୁ ଦିନ ମାଡି ଚାଲିଥିବା ସାଇବର ଅପରାଧ କମିବାର ନାଁ ଧରୁନଥିବା ବେଳେ NCRB ତଥ୍ୟ ଅଧିକ ଚିନ୍ତା ବଢାଇଛି ।

Leave a Reply