ରାଜ୍ୟରେ ସ୍ଥାପନ ହେବ ବୈଦ୍ୟୁତିକ ଯାନ ପାଣ୍ଠି

1 min read
Odisha To Setup Funds For Eletric Vehicle 

ଭୁବନେଶ୍ୱର: ବୈଦ୍ୟୁତିକ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ବା ସର୍ବୋଚ୍ଚ ୫ ହଜାର ଟଙ୍କା ସହାୟତା ଦେବ ରାଜ୍ୟ । ସେହିପରି ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ବା ସର୍ବାଧିକ ୧୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ୫୦ହଜାର ଓ ବସ୍‌ କ୍ରୟ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ମାଲବାହୀ ଯାନ କିଣିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।

Odisha To Setup Funds For Eletric Vehicle 

ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ୪ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏ ନେଇ ଖୁବଶୀଘ୍ର ରାଜ୍ୟରେ ବୈଦ୍ୟୁତିକ ଯାନ ପାଣ୍ଠି ସ୍ଥାପନ କରାଯିବାକୁ ଯୋଜନା ଚାଲିଛି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡ଼ା ବୈଦ୍ୟୁତିକ ଯାନ କ୍ରୟ ପାଇଁ ଋଣ କରୁଥିଲେ ୫ ପ୍ରତିଶତ ଟଙ୍କା ଛାଡ଼ କରାଯିବ । ବ୍ୟାଟେରୀ ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିଦ୍ୟୁତ୍ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।

ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିିଶତ ନିଟ୍ ଓ ଏସଜିଏସଟି ଛାଡ଼ କରାଯିବ ଏବଂ ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଉଦ୍ୟୋଗୀମାନଙ୍କୁ ବ୍ୟାଟେରି ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁଯାୟୀ ସମସ୍ତ ସୁବିଧା ଦିଆଯିବ । ସେହିପରି ବିଭିନ୍ନ ସହରରେ ବୈଦ୍ୟୁତିକ ଯାନ ପାଇଁ ରହିଥିବା ପାର୍କିଂ ଫିସରେ ରିହାତି ମିଳିବ । ବ୍ୟାଟେରି ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିଦ୍ୟୁତ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି ।

Leave a Reply