ଧାନ ରୁଆ ମେସିନ୍ କିଣାରେ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ, ଆଉ ଜଣେ ଗିରଫ

Crime Branch Arrested Another Person In Farmer Subsidy Case

ସମ୍ବଲପୁର: ଧାନ ରୁଆ ମେସିନ୍ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ ମାମଲା । ଆଉ ଜଣେ ଠକକୁ ଗିରଫ ରଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ମହୁଲପାଲି ପକେଲପଡ଼ାର ଲେଲିନ୍ ଚୌଧୁରୀଙ୍କ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗୋବିନ୍ଦପାଲିରେ ଖୁସି ଏଗ୍ରୋଟେକ ଧାନରୁଆ ମେସିନ୍ ଡିଲରସିପ୍ ଖୋଲି ନିରୀହ ଚାଷୀଙ୍କ ନାଁରେ ଠକେଇ କରିଥିଲେ ଲେଲିନ୍ । ଗରିବ ଚାଷୀଙ୍କ କାଗଜପତ୍ର ନେବା ସହ ୧୦ ହଜାର ଟଙ୍କା ଦେଇ ଧାନ ରୁଆ ମେସିନ୍ କିଣିଥିବା ଦର୍ଶାଇ ଲେଲିନ୍ କୃଷି ବିଭାଗରୁ ସରକାରୀ ସବସିଡ୍ ହାତେଇ ଥିଲେ । ୫୦୦ ଚାଷୀଙ୍କ ନାଁରେ ୬ କୋଟି ଟଙ୍କା ଠକି ସେଥିରୁ ୧ କୋଟି ୩୨ ଲକ୍ଷ ନେଇଥିଲେ ଲେଲିନ୍ ।

Crime Branch Arrested Another Person In Farmer Subsidy Case

ଏହି ଘଟଣାରେ ପୂବର୍ରୁ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସର ମାଲିକ ଶ୍ରୀନାଥ ରାଣାକୁ ଗିରଫ କରିଥିଲା ଇଓଡବ୍ଲୁ । ସୂଚନା ଅନୁସାରେ, କୃଷି ଓ କୃଷି ଜାତ କ୍ଷେତ୍ରରେ ଉନ୍ନତି ନେଇ ବେଙ୍ଗଳୁରୁ ଏକ ସଂସ୍ଥା ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରରେ ଅଫିସ ଖୋଲିଥିଲା । ବିଶେଷ କରି ଧାନ ମେସିନ୍ ଓ ବିଭିନ୍ନ କୃଷିଜାତ ମେସିନ୍ ବିକ୍ରି କମ୍ପାନୀର ମୁଖ୍ୟ କାମ ଥିଲା । ଏହା ଓଡ଼ିଶା ସରକାରଙ୍କ ସହ ସହବନ୍ଧିତ ଥିଲା । ୨୦୧୮ରୁ ୨୦୨୦ ଯାଏ କମ୍ପାନୀର ରିଜିଓନାଲ ମାନେଜର ଭାବେ ଗିରଫ ଅଭିଯୁକ୍ତ ଶ୍ରୀନାଥ ରାଣା କାମ କରୁଥିଲେ ।

Crime Branch Arrested Another Person In Farmer Subsidy Case

ସେହି ସମୟରେ ବାଲେଶ୍ୱରରେ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସ ଏକ ଡିଲରସିପ ୫୦୦ ଧାନ ରୁଆ ମେସିନ୍ ଓ  ଲେନିନଙ୍କ ଖୁସି ଆଗ୍ର ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଫେକ ଚେସିସ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ପକାଇ ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ସଂସ୍ଥାର ଆଇଡି ଓ ପାସ ୱାର୍ଡ ଜରିଆରେ ସରକାରୀ ସବସିଡ୍ ପାଇଁ ଆବେଦନ କରିଥିଲା । ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନ୍ସଫର ଜରିଆରେ ସବସିଡ୍ ତୂରନ୍ତ ମିଳୁଥିଲା । ଗୋଟିଏ ମେସିନର ଦାମ ୨.୮ ଲକ୍ଷ ବା ହୋଇଥିବା ବେଳେ ମେସିନ୍ ପିଛା ଦେଢ଼ ଲକ୍ଷର ସବସିଡ୍ ମିଳିଥାଏ । ସେହି ପ୍ରକାରେ ଧାନ ମେସିନ କିଣା ଆଳରେ ବିଭିନ୍ନ ଚାଷୀଙ୍କ ନାଁରେ ୬ କୋଟିର ସବସିଡ୍ ହାତେଇ ଥିଲେ ।

Leave a Reply