spot_img
Home Blog Page 5341

ନୀରଜ ବର୍ଛା ଫୋପାଡି ଭାରତକୁ ଦେଲେ ସ୍ୱର୍ଣ୍ଣ,ଏବେ ଦେଶ ଦେଉଛି ସୁନାପୁଅକୁ ଉପହାର

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ପାଇଛି । ଆଉ ଏହା ସମ୍ଭବ ହୋଇଛି ନୀରଜ ଚୋପ୍ରାଙ୍କ ପାଇଁ । ନୀରଜଙ୍କ ସ୍ୱର୍ଣ୍ଣ ଭାରତକୁ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଛି । ଅନ୍ୟପକ୍ଷରେ ଦେଶ ନୀରଜଙ୍କୁ ପୁରସ୍କାର ଦେବାରେ କୃପଣତା ଦେଖାଉନାହିଁ । ହରିଆନା ତାଙ୍କୁ ୬ କୋଟି ଟଙ୍କା ସହିତ କ୍ଲାସ୍ ୱାନ୍ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିବା ବେଳେ ପଞ୍ଜାବ ସରକାର ତାଙ୍କୁ ଦୁଇ କୋଟି ଟଙ୍କାର ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଦୁଇ କୋଟି ଟଙ୍କା ଦେବାକୁ ଘୋଷଣା କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି ଯେ, ନୀରଜ ହରିଆନାର ପୁଅ କିନ୍ତୁ ପଂଜାବ ସହିତ ରହିଛି ତାଙ୍କର ସ୍ୱତନ୍ତ୍ର ସମ୍ପର୍କ । ଏମିତିରେ ଆମେ ତାଙ୍କୁ ସମ୍ମାନିତ କରି ଗର୍ବିତ ।
ପଞ୍ଜାବ ଯଦି ତାଙ୍କୁ ଦୁଇ କୋଟି ଟଙ୍କା ଦେଉଛି ତେବେ ମଣିପୁର ମଧ୍ୟ ପଛରେ ନାହିଁ । ମଣିପୁର କ୍ୟାବିନେଟ୍ ତାଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ସେପଟେ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନୀରଜଙ୍କୁ ଏକ କୋଟି ଟଙ୍କା ଦେବ ବୋଲି ଘୋଷଣ କରିଛି । ଏହା ସହିତ ନୀରଜଙ୍କୁ ସମ୍ମାନ ଜଣାଇ ସୁପରକିଙ୍ଗସ ୮୭୫୮ ସଂଖ୍ୟାରେ ଏକ ବିଶେଷ ଜର୍ସି ତିଆରି କରିବ ବୋଲି କହିଛି । ସୂଚନାଯୋଗ୍ୟ ଯେ, ନୀରଜ ଏହି ସଂଖ୍ୟା ଲିଖିତ ଜର୍ସି ପିନ୍ଧି ଟୋକିଓରେ ଦେଶର ଟେକ ରଖିଥିଲେ ।
ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ମଧ୍ୟ ନୀରଜଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ଏହା ସହିତ ମୀରାବାଇ, ରବି ଦହିୟାଙ୍କୁ ୫୦ ଲକ୍ଷ ଟଙ୍କା ଓ ସିନ୍ଧୁ ତଥା ବଜରଙ୍ଗ ପୁନିଆଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ବିସିସିଆଇ ଘୋଷଣା କରିଛି ।
ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ନୀରଜଙ୍କ ପାଇଁ ବିଶେଷ ପୁରସ୍କାର ଘୋଷଣା କରିଛି । ଇଣ୍ଡିଗୋ ନୀରଜଙ୍କୁ ବର୍ଷକ ପାଇଁ ଫ୍ରି ଏୟାର ଟିକେଟ୍ ଦେବାକୁ ଘୋଷଣା କରିଛି ।

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ ଗୋଟିଏ ଲଗଜରି କାର ଦେବାକୁ ଘୋଷଣା କରିଛନ୍ତି । XUV700 କାର ମହିନ୍ଦ୍ରା ଚେୟାରମ୍ୟାନ୍ ଦିଅନ୍ତୁ ବୋଲି ଲେଖି ଜଣେ ଟ୍ୱିଟର ୟୁଜର ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରିଥିଲେ । ଯାହାର ଉତ୍ତର ଦେଇ ଆନନ୍ଦ ଲେଖିଥିଲେ ଯେ, ହଁ ନିଶ୍ଚିତ ଭାବେ ଆମ ଗୋଲ୍ଡେନ ଆଥଲେଟଙ୍କୁ ଏକ ମହିନ୍ଦ୍ରା XUV700 କାର ଦେବା ବ୍ୟକ୍ତିଗତ ଭାବେ ମୋର ସୌଭଗ୍ୟ ଓ ସମ୍ମାନ ହେବ । ଏଭଳି ଲେଖି ଆନନ୍ଦ ମହିନ୍ଦ୍ରା ନିଜ କମ୍ପାନୀର ଡାଇରେକ୍ଟରଙ୍କୁ ଟ୍ୟାଗ୍ କରିଥିଲେ । ଆଉ ଲେଖିଥିଲେ ,ନୀରଜଙ୍କ ପାଇଁ ଗୋଟିଏ କାର ପ୍ରସ୍ତୁତ ରଖାଯାଉ ।
ଏଜୁକେସନ୍ ଆପ୍ ବାୟଜୁ ନୀରଜଙ୍କୁ ଦୁଇ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ବାୟଜୁ ବାକି ପଦକ ବିଜେତାଙ୍କୁ ଏକ-ଏକ କୋଟି ଦେବ ।
ବର୍ତ୍ତମାନ ପର୍ଯ୍ୟନ୍ତ ନୀରଜଙ୍କୁ ନ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଆଗକୁ ଏହି ଧନରାଶି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ପଦକ ଜିତିବା ପରେ ନୀରଜ ଏହାକୁ ପୂର୍ବତନ ଆଥଲେଟ୍ ସ୍ୱର୍ଗୀୟ ମିଲଖା ସିଂଙ୍କୁ ସମର୍ପିତ କରିଥିଲେ ।

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ପୁଣି ନକଲି ଜର୍ଦ୍ଦା ଜବତ । ନକଲି ଜର୍ଦ୍ଦା ସହ ଗୁଟଖା ଓ ସତାବରୀ ଜବତ କରିଛି ପୋଲିସ । ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, 2ଦିନ ହେଲା ଏହି ଗୋଦାମ ଉପରେ ନଜର ରଖିଥିଲା ମାଲଗୋଦାମ ଥାନା ପୋଲିସ । କିଛି ରାସାୟନିକ ପଦାର୍ଥ ଓ ପତ୍ର ମିଶାଇ ଏହି ଜର୍ଦ୍ଦା ତିଆରି କରାଯାଉଥିଲା । ଏହି ଘଟଣାରେ ସଂପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏହି ନକଲି ଜର୍ଦ୍ଦା କଟକ ଜିଲ୍ଲା ସମେତ ଆଖପାଖ ଜିଲ୍ଳାକୁ ଯୋଗାଣ ହେଉଥିବା କଟକ ଏସିପି ଜୋନ୍ -୧ ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନକଲି ନୋଟ ରାକେଟର ପର୍ଦ୍ଦାଫାସ: ୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ

ଟୋକିଓ ଅଲିମ୍ପିକ୍ସରେ ସାମିଲ ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ପରିବାରକୁ ଧମକ

ପୁଣେ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଅଂଶବିଶେଷ ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ପରିବାରଙ୍କୁ ମିଳୁଛି ଧମକ। ପ୍ରବୀଣଙ୍କ ମାତାପିତା ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି। ସୂଚନା ଅନୁଯାୟୀ, ପ୍ରବୀଣଙ୍କ ମାତାପିତା ଗାଁରେ ଘର ନିର୍ମାଣ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଗ୍ରାମବାସୀ ସେମାନଙ୍କୁ କାମ କରିବାକୁ ଦେଉନାହାଁନ୍ତି। ଏପରିକି ଧମକ ମଧ୍ୟ ଦେଉଛନ୍ତି। ଯାଦବଙ୍କ ପିତାମାତା କହିଛନ୍ତି ଯେ ଯଦି ସେମାନଙ୍କୁ ଘର ତିଆରି କରିବାକୁ ଅନୁମତି ନମିଳେ ତେବେ ସେମାନେ ନିଜ ଗାଁ ଛାଡିଦେବେବ।

ପ୍ରବୀଣ ଯାଦବଙ୍କ ପରିବାର ମହାରାଷ୍ଟ୍ରର ସାତାରା ଜିଲ୍ଲାର ସାରାଡେ ଗ୍ରାମରେ ରୁହନ୍ତି। ଏହି ଗାଁରେ ସେମାନଙ୍କର ଏକ ଛୋଟ ଘର ଅଛି, ଯାହାକୁ ସେମାନେ ବଢ଼େଇବାକୁ ଚାହୁଁଛନ୍ତି। ହେଲେ ପଡ଼ୋଶୀମାନେ ତାଙ୍କୁ ନିଜ ଜମିରେ ବି ଘର କରିବାକୁ ଦେଉନାହାଁନ୍ତି। ସେମାନେ କରିବାକୁ ଦେଉ ନାହାଁନ୍ତି ବୋଲି ଫ୍ରବୀଣଙ୍କ ପିତା ଅଭିଯୋଗ କରିଛନ୍ତି। ତେବେ ଯଦି ଏହି ବିବାଦ ତୁରନ୍ତ ନ ସୁଝେ ତେବେ ସେମାନେ ବାଧ୍ୟହୋଇ ଗାଁ ଛାଡିଦେବେ ବୋଲି ମଧ୍ୟ ସେ କହିଛନ୍ତି।

ଘଟଣା ସମ୍ପର୍କରେ ପ୍ରବୀଣ ଯାଦବ କହିଛନ୍ତି, “ମୋ ପିତା ରାଜ୍ୟ କୃଷି ନିଗମରେ ଚାକିରୀ କରନ୍ତି। ନିଗମ ତରଫରୁ ହିଁ ଆମକୁ ଏହି ଜମି ମିଳିଥିଲା। ସେନାରେ ଚାକିରି ପାଇବା ପରେ ଘରର ଆର୍ଥିକ ଅବସ୍ଥା ସୁଧୁରିଥିଲା ତେଣୁ ଆମେ ପ୍ରଥମେ ଦୁଇ କୋଠରୀ ବିଶିଷ୍ଟ ଘର ନିର୍ମାଣ କରିଥିଲୁ। ହେଲେ ବର୍ତ୍ତମାନ ଯେତେବେଳେ ଆମେ ଏକ ବଡ ଘର ନିର୍ମାଣ କରିବାକୁ ସ୍ଥିର କଲୁ, ପଡ଼ୋଶୀମାନେ ଏହାକୁ ବିରୋଧ କରୁଛନ୍ତି। ଆଉ ଦାବି କରୁଛନ୍ତି ଯେ, ସମଗ୍ର ଜମି ତାଙ୍କର।” ତେବେ ପ୍ରବୀଣଙ୍କ କହିବା ମୁତାବକ ନିଗମ ଦେଇଥିବା ଜମିର ପଟ୍ଟା ନଥିଲେ ବି ଏ ନେଇ ସେତବେଳେ ମୌଖୀକ ବୁଝାମଣା ହୋଇଥିଲା।

 

ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୨୦୨୧ ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ ।

୨୦୧୮ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି । ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହାଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା । ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଆସନ୍ତା ଅଗଷ୍ଟ ୧୫ରୁ ଏହି ଯୋଜନାର ସଂପ୍ରସାରଣ କରାଯିବା ସହ ଅଧିକ ହସପିଟାଲକୁ ସାମିଲ କରାଯିବ । ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ମଧ୍ୟ ପରିବର୍ତ୍ତନ କରାଯିବ । ରାଜ୍ୟ ବାହାରର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଗୁଡିକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ନୂଆ ମାନଦଣ୍ଡ ଅନୁସାରେ ସବୁ ବିଜୁ କୃଷକ କଲ୍ୟାଣ ହିତାଧିକାରୀ ଅର୍ଥାତ୍ ବିଜୁ କୃଷକ କଲ୍ୟାଣ ଯୋଜନା-1ର ୨୫ ଲକ୍ଷ ୬୧ ହଜାର ୬୦୨ ହିତାଧିକାରୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-୨ର ୪୪ ଲକ୍ଷ ୮ ହଜାର ୭୦ ସହ ୨ ଲକ୍ଷ ବିପିଏଲ୍, ଇନ୍ଦିରା ଆବାସ ଓ ସ୍ୱଳ୍ପ ଆୟକାରୀ ହିତାଧିକାରୀ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ । ଏଥିସହ ଅତିରିକ୍ତ ୨୦ ଲକ୍ଷ ୮୦ ହଜାର ୩୨୮ ପରିବାର ଏହାର ସୁଫଳ ପାଇବେ । ନୂଆ କାର୍ଡ ନମିଳିବା ପର୍ଯ୍ୟନ୍ତ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡରୁ ଏହି ସୁବିଧା ପାଇପାରିବେ । ସେପ୍ଟେମ୍ବର ପହିଲାରୁ ଏହି ସୁବିଧା ଉପଲବ୍ଧ ହେବ । ଏବେ ରାଜ୍ୟର ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିପାରୁଛି । ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ବାହାରେ ଥିବା ଜାତୀୟ ସ୍ତରର ପ୍ରତିଷ୍ଠିତ ହସ୍ପିଟାଲ ଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା କରାଯାଉଛି ।

ନକଲି ନୋଟ ରାକେଟର ପର୍ଦ୍ଦାଫାସ: ୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ

ସମ୍ବଲପୁର:  ବଡ଼ ଧରଣର ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି ସମ୍ୱଲପୁର ପୋଲିସ । ୭ ଦିନ ତଳେ ଟାଉନ୍‌ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍‌ ମିଳିବା ଘଟଣାରେ ପୁଲିସ୍‌ ଖୋଳତାଡ଼ କରୁ କରୁ ପୋଲିସ ଏହି ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍‌ ଜବତ କରିଛି । ଏହି ନୋଟ୍‌ଗୁଡ଼ିକ ମଧ୍ୟରେ ୫ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍‌ ରହିଛି । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ ।  ଘଟଣା ମୁତାବକ  କିଛି ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍‌ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଛାନ୍‌ଭିନ୍‌ କରୁ କରୁ ବରଗଡ଼ର ଭୁକ୍ତା ଦେଇ ଏହି ନୋଟ୍‌ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା ।  ସୂଚନା ପାଇ ସମ୍ବଲପୁର ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଦୀର୍ଘ ୬ ଦିନ ପରେ ସମ୍ବଲପୁର ପୁଲିସ୍‌କୁ ଏହି ମିସନରେ ବଡ଼ ଧରଣର ସଫଳତା ମିଳିଛି । ଏହି ଘଟଣାରେ ପୁଲିସ୍‌ ବରଗଡ଼ର ୪ ଜଣ ଓ ଛତିଶଗଡ଼ର ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ, ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି ।

ଅସ୍ଥାୟୀ ଭାବେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାଇକ୍ରୋ ବ୍ଳଗିଂ ସାଇଟ ଟ୍ୱିଟର କାର୍ଯ୍ୟାନୁଷ୍ଠାନ । ଅସ୍ଥାୟୀ ଭାବେ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ଲକ୍ କରିଛି ଟ୍ୱିଟର । ଶ୍ରୀ ଗାନ୍ଧୀ ଦିଲ୍ଲୀ ପୁଷ୍କର୍ମ ପୀଡ଼ିତାଙ୍କ ପିତା ମାତାଙ୍କ ସହ ସାକ୍ଷାତବେଳର ଫଟୋକୁ ଟ୍ୱିଟରେ ସେୟାର କରିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଟ୍ୱିଟରକୁ ନୋଟିସ୍ ଜାରି କରାଯିବା ପରେ ରାହୁଲଙ୍କ ଆକାଉଣ୍ଟକୁ ଲକ୍‌ କରିଛି ଟ୍ୱିଟର ।

ଏ ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯିବା ସହ ଆଗାମୀ ରାହୁଲ ଗାନ୍ଧୀ ଅନ୍ୟ ସୋସିଆଲ ମିଡିଆ ପ୍ଳାଟଫର୍ମ ଜରିଆରେ ଲୋକଙ୍କ ସହ ଯୋଡ଼ିହୋଇ ରହିବେ ବୋଲି କୁହାଯାଇଛି । ଏବଂ ଟ୍ୱିଟର ଆକାଉଣ୍ଟକୁ ସ୍ୱାଭାବିକ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି ।

ସୂଚନା ଯୋଗ୍ୟ, ଦିଲ୍ଲୀରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ୯ ବର୍ଷର ଦଳିତ ନାବାଳିକାର ପରିବାର ଲୋକଙ୍କୁ ଭେଟି ଟ୍ୱିଟରରେ ଏହାର ଫଟୋ ସେୟାର କରିଥିଲେ ରାହୁଲ । ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ପରିଚୟ ସାର୍ବଜନୀନ କରିବା ନେଇ ମାନ୍ୟବର ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି । ଏଭଳି କି ଏସମ୍ପର୍କିତ ଖବର ଖବର ପ୍ରସାରଣ ବେଳେ ସତର୍କତା ଅବଲମ୍ୱନ କରିବାକୁ କୁହାଯାଇଛି ।

ଆତଙ୍କବାଦୀଙ୍କ ଧମକ: ୩ ଦିନ ମଧ୍ୟରେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଡ଼ାଇଦେବୁ

ନୂଆଦିଲ୍ଲୀ:ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଉଡାଇଦେବା ଲାଗି ଧମକ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହ ବିଭିନ୍ନ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଇଛି । ଏହି ଧମକପୂର୍ଣ୍ଣ ମେଲ୍ ନେଇ ବିମାନବନ୍ଦର ପୋଲିସ ଷ୍ଟେସନ ପକ୍ଷରୁ ବିମାନବନ୍ଦରର ଏୟାରଲାଇନ ଅପରେସନସ କଣ୍ଟ୍ରୋଲ ସେଣ୍ଟର- ଏଓସିସିକୁ ସୂଚନା ଦିଆଯିବା ପରେ ଆତଙ୍କ ଖେଳିଥିଲା । ଏହି ମେଲର୍ ଦର୍ଶାଯାଇଥିଲା ଯେ, ବିମାନ ବନ୍ଦରକୁ ଅଲ କାଏଦା ସର୍ଗନା ସଂଗଠନ ପକ୍ଷରୁ ଉଡାଇ ଦେବା ଲାଗି ଯୋଜନା ହେଉଛନ୍ତି ଏବଂ କରନବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ତାର ପତ୍ନୀ ଶୈଲୀ ଶାରଦା ଓରଫ ହାସିନା ସିଙ୍ଗାପୁରରୁ ଭାରତକୁ ଆସୁଛନ୍ତି ଏବଂ ତିନି ଦିନ ଭିତରେ ବିମାନ ବନ୍ଦରକୁ ଉଡାଇବା ଲାଗି ସେମାନେ ଯୋଜନା କରିଛନ୍ତି । ସୂଚନା ମିଳିବା ମାତ୍ରେ ସମସ୍ତ ଚେକ ପଏଣ୍ଟରେ ନାକାବନ୍ଦୀ କରାଯାଇ ବ୍ୟାପକ ଯାଞ୍ଚ କରାଯାଉଛି । ସମସ୍ତ ସମ୍ପୃକ୍ତ ବିଭାଗକୁ ଏସଓସିସି ପକ୍ଷରୁ ସୂଚନା ଦିଆଯିବା ପରେ ସମସ୍ତ ବିଭାଗ ଆଲର୍ଟ ଅଛନ୍ତି । ଇମେଲ ସମ୍ପର୍କରେ ଅଧିକ ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ମାଛ ମାର୍କେଟ

ଭୁବନେଶ୍ୱର: ୪ନମ୍ବର ମାଛ ମାର୍କେଟ୍ ସିଲ । କୋଭିଡ କଟକଣା ଉଲ୍ଲଂଘନ କରିଥିବାରୁ ସିଲ କଲା ବିଏମସି । ସଟଡାଉନରେ ମାଛ ମାର୍କେଟରେ ପ୍ରବଳ ଭିଡ଼ ଜମିଥିଲା ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୪ନମ୍ବର ମାଛ ମାର୍କେଟ୍ ସିଲ କଲା ବିଏମସି । ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମାଛ ମାର୍କେଟ । ବାରମ୍ବାର ତାଗିଦ ସତ୍ତ୍ୱେ ଅବମାନନା ଅଭିଯୋଗ । ମାଛ ବଜାର ସିଲ୍ କରାଯିବାର ନେଇ ସୂଚନା ଦେଇଛନ୍ତି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

ରାଜ୍ୟରେ ଆଉ ୧୨୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨ଶହ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୬୯ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ଦୈନିକ ସଂକ୍ରମଣ ଶୂନ ରହିଛି । କ୍ୱାରେଣ୍ଟାଇନ୍‌ରୁ ୭୧୮, ଲୋକାଲ କେସ୍ ୫୨୫ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୫ଶହ୨୫ । ଖୋର୍ଦ୍ଧାରୁ ସର୍ବାଧିକ ୩୯୯, କଟକରୁ ୧୭୭, ଜଗତସିଂହପୁରରୁ ୮୮, ଷ୍ଟେଟପୁଲରୁ ୮୪, ପୁରୀରୁ ୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୫୬, ଅନୁଗୁଳରୁ ୫୩, ଯାଜପୁରରୁ ୫୦, ବାଲେଶ୍ବରରୁ ୪୯, ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡାରୁ ୩୨, ଢେଙ୍କାନାଳରୁ ୨୯, ଭଦ୍ରକରୁ ୨୨, କେନ୍ଦୁଝରରୁ ୧୫, ସୁନ୍ଦରଗଡ଼ରୁ ୧୪, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୧୦, ବରଗଡ଼ରୁ ୯, ବଲାଙ୍ଗୀରରୁ ୬, କନ୍ଧମାଳ ଓ ସୋନପୁରରୁ ୫ଜଣ ଲେଖାଏଁ, ବୌଦ୍ଧ ଓ ଝାରସୁଗୁଡାରୁ ୪ଜଣ ଲେଖାଏଁ, ଗଜପତି ଓ ମାଲକାନଗିରିରୁ ୩ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡାରୁ ୨ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ସଂକ୍ରମିତ ଚିହ୍ନଟ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୭୦, ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୬୮ହଜାର ୪୫୩, ଆକ୍ଟିଭ କେସ୍ ୧୨ହଜାର ୧୨୯ ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

ଭିଜିଲାନ୍ସ ଜାଲରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ: ୨ଲକ୍ଷ ୨୭ ହଜାର ଟଙ୍କା ଜବତ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡା ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ । ୨ଲକ୍ଷ ୨୭ ହଜାର ଟଙ୍କା ଧରି ନିଜ ଗାଁ କଟକକୁ ଯାଉଥିବା ବେଳେ ଜିଲ୍ଲା ସଦରର ତାରିଣୀ ଛକଠାରେ ଭିଜଲାନ୍ସ ହାବୁଡ଼ରେ ଧାର ପଡିଛନ୍ତି । ତ୍ରିଲୋଚନଙ୍କୁ ଭିଜଲାନ୍ସ ଗିରଫ କରି କଳାହାଣ୍ଡି ଭିଜିଲାନ୍ସ କୋର୍ଟକୁ ନିଆଯାଇଛି । ତାଙ୍କ ସରକାରୀ ବାସଭବନ ଶହ ସରକାରୀ କାର୍ଯ୍ୟାଳୟ ଓ କଟକ ନରାଜ ଗାଁ ରେ ଏକକାଳୀନ ଚଢାଉ ଜାରି ରହିଥିବା ଭିଜିଲାନ୍ସ DSP ସୂଚନା ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟରୁ ୫୦ହଜାର ଟଙ୍କା ଜବତ ।

ଏଥିସହତ ପଢ଼ନ୍ତୁ: ଆମ୍ୱୁଲାନ୍ସ ଆଡ଼ୁଆଳରେ ଚାଲିଛି ବ୍ରାଉନସୁଗାର ସେବନ