ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ୯ ମାସର ଶିଶୁ ସମେତ ୪ଜଣଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ୧ ଜୁଲାଇ ୨୦୧୮ ଦିନ ଦିଲ୍ଲୀର ଗୋଟିଏ ଘରେ ୧୧ ଲୋକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯାହା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ବୁରାଡ଼ି ଅଞ୍ଚଳରେ ଘଟିଥିବା ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଏଭଳି ଘଟଣା ଲୋକଙ୍କ ମନରେ ଏବେ ବି ତାଜା ଥିବା ବେଳେ ସମାନ ଘଟଣା ଏବେ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାର ପାଞ୍ଚ ଜଣଙ୍କ ମୃତଦେହ ଗୋଟିଏ ଘରୁ ମିଳିଛି  । ସେମାନଙ୍କ ମଧ୍ୟରେ ଜଣେ  ୯ ମାସରେ ଛୋଟ ଶିଶୁ ମଧ୍ୟ ରହିଛି । ଅନ୍ୟମାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ୯ମାସ ଛୁଆଟିର ଭୋକରେ ମରିଯାଇଥିବା ଜଣାପଡ଼ିଛି ।  ଘରର ମୁଖିଆ ହାଲେଗେରେ ଶଙ୍କର ୪ ଦିନ ପରେ ଘରକୁ ଫେରିବା ପରେ ଘଟଣା ପ୍ରକଟ ହୋଇଥିଲା ।

ସଢ଼ି ଯାଇଥିଲା ମୃତଦେହ

ମୃତଦେହକୁ ଦେଖି ପୋଲିସ ଅନୁମାନ କରୁଛି ଯେ, ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଛି । ପଞ୍ଚମ ଦିନ ରାତିରେ ମୃତଦେହକୁ ବାହାରକୁ କଢ଼ାଗଲା । ମୃତଦେହ ଗୁଡ଼ିକରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସେଗୁଡ଼ିକୁ ରାତିରେ ବାହାର କରାଗଲା ଏବଂ ପ୍ୟାକିଂ କରି ନିଆଗଲା ।

ମୃତକଙ୍କ ମଧ୍ୟରେ ଘର ମୁରବୀଙ୍କ ପତ୍ନୀ ଭାରତୀ(୫୧), ଝିଅ ସିଞ୍ଚନା (୩୪), ସିନ୍ଧୁରାନୀ (୩୧) ଏବଂ ପୁଅ ମଧୁସାଗର (୨୫) ଏବଂ ୯ ମାସର ନାତୁଣୀ ଥିଲା । ପୋଲିସ ସୂଚନା ମୁତାବକ ଛୁଆଟି ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଅନ୍ୟମାନଙ୍କୁ ପୃଥକ ପୃଥକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଘରୁ ମିଳିନଥିଲା ଡେଥ୍ ନୋଟ୍

ସଦ୍ୟ ସୂଚନା ଅନୁଯାୟୀ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରୁଛି । ପୋଷ୍ଟ ମର୍ଟମ ରିପୋର୍ଟ ପରେ ଏହା ସ୍ପଷ୍ଟ ହୋଇପାରିବ ।

Leave a Reply